Posted inRasifala

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୩୦ ତାରିଖ – Daily Horoscope

ମେଷ
ଚନ୍ଦ୍ର କୋଣଭାବରେ ରହିଥିବାରୁ ଦୃଢ଼ ମନୋବଳ ନେଇ କର୍ମକ୍ଷେତ୍ରରେ ଅଗ୍ରସର ହେବେ । ପାରିବାରିକ କ୍ଷେତ୍ରରେ ଦୀର୍ଘଦିନରୁ ଲାଗିରହିଥିବା ମନୋମାଳିନ୍ୟ ଦୂରେଇ ଯିବ । କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସକାଳୁ ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ।
ବୃଷ
ବୃଷ
ସପ୍ତମାଧିପତି କେନ୍ଦ୍ରସ୍ଥ ଯୋଗୁ ଆଜିର ପ୍ରତ୍ୟୁଷ ଯାତ୍ରା ମଙ୍ଗଳମୟ ହେବ ଓ ଆଶା ପୂରଣ ହେବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ବିବାଦୀୟ ଘଟଣା ସେମିତି କିଛି ଗୁରୁତର ହେବ ନାହିଁ ଅବଶ୍ୟ ଆପଣ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ସଭାସମିତିରେ କଥାକହିବାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇପଡିବେ।
ମିଥୁନ
ମିଥୁନ
ବଳବାନ୍‌ ରାହୁ ରାଶିରେ ରହିଥିବାରୁ ଯେ କୌଣସି ପ୍ରକାରେ ନିଜର କାମ ହାସଲ ପାଇଁ ଚେଷ୍ଟିତ ହେବେ। ସ୍ବକୀୟ ଚେଷ୍ଟାଦ୍ୱାରା ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ଋଣ ପରିଶୋଧ କରିବା ପାଇଁ ମହାଜନୀ ଚାପର ବଶବର୍ତ୍ତୀ ହେବେ। ଅର୍ଥନୈତିକ ତଥା ରାଜନୈତିକ କ୍ଷେତ୍ରରେ ନିଜର ପ୍ରାଧାନ୍ୟ ଅକ୍ଷୁଣ୍ଣ ରହିବ ।
କର୍କଟ
କର୍କଟ
ଧନସ୍ଥାନରେ ଏକାଧିକ ଗ୍ରହ ରହିଥିବାରୁ ଅର୍ଥଲାଭ ସାଙ୍ଗକୁ ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଭଲରେ ବିତିବ । କିନ୍ତୁ ସତର୍କତା ଅଭାବରୁ ଅନ୍ୟ ପାଇଁ ନିଜେ ସମସ୍ୟାଗ୍ରସ୍ତ ହୋଇପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ । ନିଜ ସାଧନାର କୃତି ଓ କୃତିତ୍ୱର ସୁପରିଣାମସ୍ବରୂପ ସମାଜରେ ପ୍ରତିଷ୍ଠିତ ହୋଇପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଆତ୍ମୀୟସ୍ବଜନଙ୍କ ସାହାଯ୍ୟ ଓ ସହଯୋଗ ଲାଭକରି କାର୍ଯ୍ୟ ସାଧନ କରିବେ । ସ୍ଥଗିତ କାମଗୁଡିକ ନିର୍ଦ୍ଦିଷ୍ଟ ସମୟରେ ନ ହେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ରାଶିରେ ଏକାଧିକ ଗ୍ରହ ଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ । ବାଣିଜ୍ୟ ଓ କଳା ସାହିତ୍ୟ କ୍ଷେତ୍ରରୁ ସୁଫଳ ମିଳିବ।
କନ୍ୟା
ପାରିବାରିକ କ୍ଷେତ୍ରର କୌଣସି ଅତୀତ କଥା ମନକୁ ବାରମ୍ବାର ଆଲୋଡିତ କରିବ। ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି। ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇ ପାରେ। ବନ୍ଧୁଙ୍କ ଉପରେ ସେମାନଙ୍କର ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ଏଣୁ ଆପଣଙ୍କୁ ସମାଧାନ ସକାଶେ ମଧ୍ୟସ୍ଥତା କରିବାକୁ ପଡିପାରେ।
ତୁଳା
ତୁଳା
ଲାଭସ୍ଥାନରେ ଗ୍ରହମାନେ ଆପଣଙ୍କୁ ଅର୍ଥ, ସମ୍ମାନ, ସାମାଜିକ ପ୍ରତିଷ୍ଠା ପ୍ରଦାନ କରିପାରନ୍ତି। ସନ୍ତାନ ହେତୁକ କୌଣସି ସମସ୍ୟା ମନକୁ ବିବ୍ରତ କରିବାର ସୂଚନା ରହିଛି । ନିର୍ଦ୍ଦିଷ୍ଟ ସମୟରେ କାମର ପୂର୍ଣ୍ଣତା ଅଭାବରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢିପାରେ। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ ।
ବିଛା
ବିଛା
ସ୍ବାସ୍ଥ୍ୟରେ ଉନ୍ନତି ଘଟିବାର ଲକ୍ଷ୍ୟ କରି ସାମୟିକ ଆଶ୍ୱସ୍ତି ଲାଭ କରିବେ। ମାନସିକକ ସ୍ତରରେ ସଂଯମତା କାରଣରୁ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ । ଆକସ୍ମିକ ଭାବରେ କୌଣସି ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଆଦେଶାନୁସାରେ ଆପଣଙ୍କୁ ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବାକୁ ପଡିବ।
ଧନୁ
ଧନୁ
ମନ ଅନୁଯାୟୀ ପ୍ରତ୍ୟେକ କାମ କରିପାରୁଥିବାରୁ ଏକ ପ୍ରକାର ଆଶ୍ୱସ୍ତି ଅନୁଭବ କରିବେ । ମତପାର୍ଥକ୍ୟ କାରଣରୁ ସଭାସମିତିରେ ଆଲୋଚନା ଅସମାପ୍ତ ରହିପାରେ । କୌଣସି କ୍ଷେତ୍ରରେ ସାହାଯ୍ୟ ଓ ଅର୍ଥ ପାଇଁ ବନ୍ଧୁଙ୍କ ହାତକୁ ଚାହିଁ ବସିବେ। କିନ୍ତୁ କ୍ରୀଡା, କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ସଫଳତା ମିଳିବ।
ମକର
ମକର
ମାନସିକ ଅସୁସ୍ଥତା କାରଣରୁ ଦେହ ଓ ମୁଣ୍ଡ ଦରଜ ଅନୁଭବ କରିବେ। ପାରିବାରିକ ଦୁଶ୍ଚିନ୍ତା ଅନେକାଂଶରେ ସ୍ବାଭାବିକ ଜୀବନଯାତ୍ରାକୁ ପ୍ରତିହତ କରିବାର ଆଶଙ୍କା ରହିଛି । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ ।ଅଂଶୀଦାର ବ୍ୟବସାୟୀମାନଙ୍କ ସହ ବ୍ୟବସାୟରେ ମାନମନାନ୍ତର ଦେଖା ଦେଇପାରେ।
କୁମ୍ଭ
କୁମ୍ଭ
ସପ୍ତମରେ ଏକାଧିକ ଗ୍ରହ ରହିଥିବା କାରଣରୁ ଯାତ୍ରା ଓ ବିବାଦରୁ ଦୂରେଇ ରହିବା ଭଲ ହେବ। ତଥାପି ଆଜି ଦିନଟିରେ କେତେକ ପୁରାତନ କାମ ଶେଷ କରିବାକୁ ଅଗ୍ରାଧିକାର ଦେଇପାରନ୍ତି। ଜମିଜମା ସମ୍ପର୍କିତ ବିବାଦର ଆଶୁ ସମାଧାନ ହୋଇଯିବ। ଯାନବାହନ, ନିର୍ମାଣ, ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ମୀନମୀନ
ସ୍ବାସ୍ଥ୍ୟ, କର୍ମକ୍ଷେତ୍ର, ବିଚାରଧାରା, ଶିକ୍ଷା, ସନ୍ତାନ ଓ ଆଲୋଚନା କ୍ଷେତ୍ର ପାଇଁ ଦିନଟି ବହୁତ ଭଲ। କିନ୍ତୁ ଉତ୍ତରଭାଦ୍ରପଦ ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ଆଗପଛ ବିଚାର କରି କାମ ନ କଲେ ଅପଦସ୍ଥ ହେବାକୁ ପଡିପାରେ। ବନ୍ଧୁମାନଙ୍କ ଅସଂଯତ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସମସ୍ୟାକୁ ବଢ଼ାଇ ଦେବାର ଆଶଙ୍କା ରହିଛ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ,ବିଳାସବ୍ୟସନ, ସନ୍ତାନସୁଖ,ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାରୁ ପାରିବାରିକ ସମସ୍ୟା ଦେଖାଦେଇପାରେ। ଶନି ପ୍ରଭାବରୁ ବିଭିନ୍ନ ଝାମେଲା ମଧ୍ୟରେ…

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କ ଜନିତ ଅଶାନ୍ତ ପରିସ୍ଥିତିର ଆଶଙ୍କା ଦେଖାଦେବ। ନିଜ ପରିସରର ଭଦ୍ରବ୍ୟକ୍ତିଙ୍କ…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୮ ତାରିଖ – Daily Horoscope

ମେଷ ଆଜି ଆର୍ଥିକ ଅସଙ୍ଗତି ଦୂରକରିବା ସହ ଆଲୋଚନାକୁ ଅଗ୍ରଗାମୀ କରାଇବାରେ ସହାୟକ ହେବେ। ପୂର୍ବାଲୋଚନା ଅନୁଯାୟୀ ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ପ୍ରଶାସନିକ ନିଷ୍ପତ୍ତିରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri