Posted inRasifala

ରାଶିଫଳ: ଶନିବାର, ଫେବୃୟାରୀ ୧ ତାରିଖ – Daily Horoscope

ମେଷ
ଆଜି ଜନ୍ମ ଚନ୍ଦ୍ର ପ୍ରଭାବରୁ ଅର୍ଥଲାଭ, ବିଷୟଗତ ଚିନ୍ତା, କିନ୍ତୁ ଦୂରଯାତ୍ରା, ବିବାଦ, ଗୃହାରମ୍ଭ ବର୍ଜନୀୟ । ରାହୁଙ୍କ ପ୍ରଭାବରେ ସମସ୍ୟା ସମାଧାନରେ ସଫଳ ହେବେ, ନିକଟସ୍ଥ ବନ୍ଧୁ ଅସହଯୋଗ କରିପାରନ୍ତି। ବୁଧ ଓ ଶୁକ୍ର ସ୍ଥିତିରୁ ଫଳପ୍ରଦ ଆଲୋଚନା ଓ ଶିକ୍ଷା, ସନ୍ତାନଙ୍କ ଗୌରବରୁ ଖୁସି ରହିବେ । ପାପଗ୍ରହଯୁକ୍ତ ନବମ ସ୍ଥାନ ତୀର୍ଥାଟନ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ ।
ବୃଷ
ବୃଷ
ନବମ ଓ ଦଶମ ସ୍ଥାନର ଶୁଭପ୍ରଭାବରେ ଧର୍ମକାର୍ଯ୍ୟ, ତୀର୍ଥାଟନ, ସଭାସମିତିରେ ବନ୍ଧୁମିଳନ ଓ ଆନୁଷ୍ଠାନିକ କାମରେ ନିଯୁକ୍ତ ହୋଇପାରନ୍ତି। ଭାଇ,ବନ୍ଧୁ କିମ୍ବା ପଡ଼ୋଶୀଙ୍କ ସହ ସୁସମ୍ପର୍କ ରହିବା କଷ୍ଟକର ହେବ । ସ୍ବଗୃହୀ ମଙ୍ଗଳଜନିତ ଗୃହଭୂମି ଲାଭ, ଯାନ୍ତ୍ରିକ ଜିନିଷ କିଣାବିକା, ବ୍ୟବସାୟ, ବାଣିଜ୍ୟ ପାଇଁ ଦିନଟି ବହୁତ ଭଲ ।
ମିଥୁନ
ମିଥୁନ
ଧନାଧିପ ଏକାଦଶସ୍ଥ ଯୋଗୁ ଅର୍ଥନୈତିକ ଅଭିବୃଦ୍ଧି ମୁହଁରେ ହସ ଫୁଟାଇବ। ମନ ଭୁଲାଣିଆ କଥା କହି କାମ ହାସଲରେ ସଫଳ ହେବେ। ବୁଧ ଓ ଶୁକ୍ରଙ୍କ ଶୁଭତ୍ୱ ହେତୁ ବନ୍ଧୁଙ୍କ ଅନୁରକ୍ତି , ସଭାସମିତିରେ ସାହିତ୍ୟଚର୍ଚ୍ଚା ସାଙ୍ଗକୁ ମନୋରଞ୍ଜନର ମଜା ମଧ୍ୟ ଉଠାଇପାରନ୍ତି। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ, କିନ୍ତୁ ମାନସିକ ସ୍ଥିତି ରାହୁଙ୍କ କୁପ୍ରଭାବରୁ ବିଚଳିତ ରହିପାରେ।
କର୍କଟ
କର୍କଟ
ରାଶ୍ୟାଧିପ କର୍ମଭାବସ୍ଥ ଯୋଗୁ କର୍ମକ୍ଷେତ୍ରର ସନ୍ତୋଷଜନକ ସ୍ଥିତି ସାଙ୍ଗକୁ ପରିବାରର ସୁଖ ସମୃଦ୍ଧି ମନକୁ ଖୁସି ରଖିବ। ସପ୍ତମଭାବସ୍ଥ ରବି ଓ ଶନି ରାଜନୀତି, ସଙ୍ଗଠନ, ଆଇନ ଅଦାଲତ, ରପ୍ତାନି ବାଣିଜ୍ୟ, ଦୁଃସ୍ଥାନଗତ ଧନାଧିପଙ୍କ ପ୍ରଭାବରୁ ଋଣପ୍ରାପ୍ତି ସକାଶେ ବ୍ୟାଙ୍କ କିମ୍ବା ଋଣଦାତାଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିପାରେ।
ସି˚ହ
ସି˚ହ
ରାଶ୍ୟାଧିପ ରବି ବଳବାନ୍‌ ଶନି ସାଙ୍ଗରେ ରହିଥିବାରୁ ବିବାଦୀୟ କ୍ଷେତ୍ରରେ ଅବସ୍ଥାନ କରି ନିଜକୁ ସଙ୍କୁଚିତ ମନେକରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ଚିନ୍ତା କରିବା ଭଲ ହେବ। ସମୟ ସୁବିଧା ନେଇ ବନ୍ଧୁଙ୍କ ପାଖରେ ଦୁଃଖ ଜଣାଇଲେ ଅବଶ୍ୟ ଉପକୃତ ହେବେ।
କନ୍ୟା
ସମୟୋଚିତ ପଦକ୍ଷେପ ନେଇ ଅର୍ଥନୈତିକ କାରବାର, କୂଟନୈତିକ କାର୍ଯ୍ୟ ସାଧନ କରିପାରିବେ। କଳା, ସଙ୍ଗୀତ, କ୍ରୀଡ଼ା,ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନକରି ଖୁସି ରହିପାରନ୍ତି । ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ଅସୁବିଧା କ୍ଷେତ୍ରରେ ନେତୃ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଉପକୃତ ହେବେ। ସାମୟିକ ଅସ୍ଥିରତା ମଧ୍ୟରେ ନିଜକୁ ନିୟନ୍ତ୍ରଣରେ ରଖିପାରିବେ।
ତୁଳା
ତୁଳା
ଭାଗ୍ୟାଧିପ ରାଶ୍ୟାଧିପଙ୍କ ସହ କୋଣଭାବସ୍ଥ ଯୋଗୁ ଆପଣଙ୍କ ଇଚ୍ଛା, ଉଦ୍ଦେଶ୍ୟ ଓ ଅଭିଳାଷ ପୂରଣ ହେବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବା ସହ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ଥଣ୍ଡା ଓ କାଶଜନିତ ସାମାନ୍ୟ ଅସୁସ୍ଥି ରହିପାରେ ,କିନ୍ତୁ ପାରିବାରିକ, ବ୍ୟବସାୟିକ ସ୍ଥିତି ପୂର୍ବ ପରି ରହିବ ।
ବିଛା
ବିଛା
ଦୈହିକ ସ୍ବାସ୍ଥ୍ୟ ଭଲ ରହିବ, କିନ୍ତୁ ଶନି ଦୃଷ୍ଟ ଚନ୍ଦ୍ର ଜନିତ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଆଜି ହିଁ ସମ୍ପନ୍ନ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟ ଯୋଗୁ ବ୍ୟସ୍ତ ରହିବେ।
ଧନୁ
ଧନୁ
କର୍ମାଧିପ ଉପଚୟ ସ୍ଥାନରେ ରହିଥିବାରୁ ଆକସ୍ମିକ ଭାବରେ ସ୍ଥାନାନ୍ତର କିମ୍ବା ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ। ପ୍ରତ୍ୟେକ କ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ପାରିବାରିକ କ୍ଷେତ୍ରରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣକଲେ କ୍ଷତିରେ ପଡ଼ିବେ। ବିଶେଷ ଭ୍ରମଣ କଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ।
ମକର
ମକର
ରାଶ୍ୟାଧିପତି ସହ ଅଷ୍ଟମାଧିପତି ଅସୁସ୍ଥ ମାନସିକତା ପ୍ରଦାନ କରି ବିବାଦୀୟ ଚିନ୍ତାରେ ନିମଗ୍ନ କରାଇପାରନ୍ତି। ଯେତେ ଚେଷ୍ଟାକଲେ ମଧ୍ୟ କାମରେ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ହୋଇପାରିବ ନାହିଁ । କିନ୍ତୁ ଚନ୍ଦ୍ରଙ୍କ ପ୍ରଭାବରେ ଘରେ କିମ୍ବା ବାହାର ଲୋକଙ୍କ ସହ ସୁସମ୍ପର୍କ ରଖି କାର୍ଯ୍ୟ ହାସଲରେ ସମର୍ଥ ହେବେ । ବନ୍ଧୁଙ୍କ ସହ ସମ୍ପର୍କ ହାନି ପାଇଁ ସମାଲୋଚିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ବୁଧ ଓ ଶୁକ୍ର ରାଶିରେ ବୌଦ୍ଧିକ ଉତ୍କର୍ଷ, ମାନସିକ ସୁସ୍ଥତା ପ୍ରଦାନ କରି ସାମାଜିକ ସମ୍ମାନ ପ୍ରଦାନ କରିବେ । ଧନ ଭାବସ୍ଥ ଚନ୍ଦ୍ର ଋଣ, ଲଟେରି, ବିବାଦୀୟ ଅର୍ଥଲାଭରେ ସହାୟକ ହୋଇପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି। ପାରିବାରିକ କ୍ଷେତ୍ର ବୁଝାମଣା ମାଧ୍ୟମରେ ଶୃଙ୍ଖଳିତ ହେବା ଆଶା ରହିଛି।
ମୀନମୀନ
ରାଶିରେ ଚନ୍ଦ୍ର ବନ୍ଧୁଙ୍କ ସହ ମନ୍ତ୍ରଣା, ରଚନାମତ୍କ କାର୍ଯ୍ୟରୁ ଆମତ୍ସନ୍ତୋଷ ମିଳିବ । ଉତ୍ତରଭାଦ୍ରପଦ୍‌ ନକ୍ଷତ୍ର କେତେକ କ୍ଷେତ୍ରରେ ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଉପରିସ୍ଥ କର୍ମଚାରୀଙ୍କ ତାଗିଦା ପାଇବେ । ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ କଟାଇବାର ସୁଯୋଗ ମିଳିପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

ରାଶିଫଳ: ଶନିବାର, ଫେବୃଆରୀ ୭ ତାରିଖ – Daily Horoscope

ମେଷ ମଙ୍ଗଳ ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ଯାହା ଭାବୁଥିଲେ ତାହା ଆଜି ସୁବିଧାରେ ସମ୍ପନ୍ନ ହେବ। କିନ୍ତୁ ଯାତ୍ରା, ଆଲୋଚନା, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri