ସ୍ପଷ୍ଟ କଲେ ରିୟା: ‘ବୀରେ ଦି ଓ୍ବେଡିଂ’ର ଆସିବ ସିକ୍ୟୁଏଲ

ବମ୍ବେ: ୨୦୧୮ରେ ରିଲିଜ ହୋଇଥିଲା କରିନା କପୁର ଖାଁ, ସୋନମ କପୁର, ସ୍ବରା ଭାସ୍କର, ଶିଖା ତଲ୍ସିନିୟା ଅଭିନୀତ ‘ବୀରେ ଦି ଓ୍ବେଡିଂ’। ଏବେ ଏହାର ସିକ୍ୟୁଏଲ(ଉତ୍ତରବୃତ୍ତାନ୍ତ) ନିର୍ମାଣ ହେବାକୁ ଯାଉଛି। ପ୍ରଯୋଜିକା ରିୟା କପୁର ନିଜ ଇନ୍‌ଷ୍ଟାଗ୍ରାମରେ ‘ଆସ୍କ ମି ଏନିଥିଙ୍ଗ’ ସେଶନରେ ଜଣେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେବା ପରେ ଫିଲ୍ମ ନିର୍ମାଣ ହେଉଥିବା ସ୍ପଷ୍ଟ ହୋଇଛି। ଭାବିଥିବା ସମୟର ପୂର୍ବରୁ ଏହା ହେଉଥିବାରୁ ଖୁବ୍‌ ଉତ୍ସାହିତ ଥିବା କହିଛନ୍ତି ରିୟା। ତେବେ ଫିଲ୍ମ ନିର୍ମାଣ ହେବା ନେଇ ସୂଚନା ମିଳିଥିଲେ ହେଁ କଳାକାର ବଦଳିବେ ନା ପୂର୍ବଭଳି ରହିବେ ତାହା ଜଣାପଡ଼ିନାହିଁ।

ସିକ୍ୟୁଏଲ ନେଇ କରିନା ମଧ୍ୟ ପ୍ରତିକ୍ରିୟା ରଖିଥିଲେ। ରିୟା ସେ ନେଇ ଯୋଜନା କରୁଛନ୍ତି। ମୋ ଭଳି ସମସ୍ତେ ଉତ୍ସାହିତ ଅଛନ୍ତି। ରିୟା ଏବଂ ସୋନମଙ୍କ ସହ କାମ କରିବା ତାଙ୍କୁ ଆନନ୍ଦ ଦିଏ ବୋଲି ସେ କହିଥିଲେ।
ଚାରିଜଣ ଝିଅଙ୍କ ବନ୍ଧୁତା ଉପରେ ନିର୍ମିତ ଫିଲ୍ମ ‘ବୀରେ ଦି ଓ୍ବେଡିଂ’ର ନିର୍ଦ୍ଦେଶନା ଦେଇଥିଲେ ଶଶାଙ୍କ ଘୋଷ। ଅନିଲ କପୁର, ରିୟା କପୁର, ଏକତା କପୁର, ନିଖିଲ ଏବଂ ଶୋଭା କପୁରଙ୍କ ସଂସ୍ଥା ଏହାର ପ୍ରଯୋଜନା ଭାର ସମ୍ଭାଳିଥିଲା। ରିଲିଜ ବେଳେ ଫିଲ୍ମଟି ବକ୍ସ ଅଫିସରେ ୧୩୮ କୋଟି ଟଙ୍କା ବ୍ୟବସାୟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା ବିଭୀଷିକା: ବରଗଡ଼ର ମା’-ଝିଅ ନିଖୋଜ, ସ୍ବାମୀ ସୁରକ୍ଷିତ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ବରଗଡ଼ ଜିଲାର ମା’ ଓ ଝିଅ ନିଖୋଜ ହୋଇ ଯାଇଥିବା ସୂଚନ ମିଳିଛି। ସେମାନେ ହେଲେ, ବରଗଡ଼ ବ୍ଲକ ଜାମପାଲି…

ରାକ୍ଷୀ ମଉକାରେ ଚଉକା: ସ୍ତ୍ରୀଙ୍କୁ ବାପଘରେ ଛାଡ଼ିବାକୁ ଯାଉଥିଲେ ସ୍ବାମୀ, ବାଟରେ ମିଠା କିଣିବାକୁ ପଠାଇ ପ୍ରେମିକ ସହ…

ପାଟନା,୨୮।୮: ବିହାରର ମଧେପୁରା ଜିଲାରୁ ରକ୍ଷାବନ୍ଧନ ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପତ୍ନୀଙ୍କୁ ତାଙ୍କ ବାପଘରେ ଛାଡ଼ିବା ପାଇଁ ବାଇକରେ ନେଇ ଯାଉଥିବା ଜଣେ…

ଭୋଟର ତାଲିକାରୁ ଶତାଧିକ ଯୋଗ୍ୟ ନାଗରିକଙ୍କ ନାଁ କାଟିବାକୁ ଷଡ଼ଯନ୍ତ୍ର, ଅଭିଯୋଗ ଆଣି ବିଜେଡି କହିଲା…

ଧାମନଗର,୨୮ା୮(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଏନଏସି ଅଞ୍ଚଳରେ ଶତାଧିକ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ଦେବା ପାଇଁ ଜାଲିଆତି ଓ ଷଡ଼ଯନ୍ତ୍ର…

ମରିଗଲା ମାନବିକତା! ନେପାଳ ବନ୍ୟାରେ ଭାସିଆସିଥିବା ମୃତଦେହରୁ ଅଳଙ୍କାର ଲୁଟିଲେ ଯୁବକ, ଭିଡିଓ ଭାଇରାଲ ପରେ…

କାଠମାଣ୍ଡୁ,୨୮।୮: ନେପାଳରେ ବିନାଶକାରୀ ବନ୍ୟା ଯୋଗୁ ହଜାର ହଜାର ପରିବାର ପ୍ରଭାବିତ ହୋଇଛନ୍ତି। ଲୋକେ ନିଜ ଜୀବନ ବଞ୍ଚାଇବା ସହ ପରସ୍ପରକୁ ସାହାଯ୍ୟ କରୁଥିବା ବେଳେ ଏହାରି…

୯୦୦ ମନ୍ଦିରର ରହସ୍ୟମୟ ପର୍ବତ! ସୂର୍ଯ୍ୟାସ୍ତ ହେଉ ହେଉ ଦେଖାଯା’ନ୍ତି…

ଭାରତରେ ଅନେକ ସୁନ୍ଦର ପାର୍ୱତ୍ୟ ସ୍ଥଳ ରହିଛି, କିନ୍ତୁ ଗୁଜରାଟର ଶତ୍ରୁଞ୍ଜୟ ପର୍ୱତ ନିଜର ଆଧ୍ୟାତ୍ମିକ ଓ ଧାର୍ମିକ ବିଶେଷତା ପାଇଁ ଏକ ସ୍ୱତନ୍ତ୍ର ପରିଚୟ ବହନ…

ରେଭେନ୍ସା ବିଶ୍ବବିଦ୍ୟାଳୟ ବିବାଦ; ସମୂହ ଛୁଟିରେ ଗଲେ ଅଧ୍ୟାପକ

କଟକ,୨୮।୮(ପ୍ରଭୁକଲ୍ୟାଣ ପାଲ): ସମୁହ ଛୁଟିରେ ଗଲେ ରେଭେନ୍ସା ଅଧ୍ୟାପିକା ଓ ଅଧ୍ୟାପକ । ଏହାସହ କୁଳପତିଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି । ରେଭେନ୍ସା ୟୁନିଭରସିଟି ଟିଚର୍ସ…

କ’ଣ ରାକ୍ଷୀରେ ଭାଇଙ୍କ ଠାରୁ ମିଳୁଥିବା ଟଙ୍କାରୁ ସରକାର ନିଅନ୍ତି ଟ୍ୟାକ୍ସ? ଜାଣନ୍ତୁ କେତେ ଟଙ୍କା ନେଲେ…

ନୂଆଦିଲ୍ଲୀ,୨୮।୮: ରକ୍ଷାବନ୍ଧନ ପର୍ୱ ଭାଇ-ଭଉଣୀଙ୍କ ପବିତ୍ର ସ୍ନେହ ଓ ପ୍ରେମର ପ୍ରତୀକ। ଏହି ଦିନ ଭଉଣୀମାନେ ଭାଇଙ୍କ ହାତରେ ରାଖି ବାନ୍ଧିଥାନ୍ତି ଏବଂ ବଦଳରେ ଭାଇ ସେମାନଙ୍କୁ…

ଥରିଲା ଚାଇନା: ଭୟରେ ଲୋକେ ଦୌଡ଼ିଲେ

ବେଜିଂ,୨୮।୭: ଦକ୍ଷିଣ-ପଶ୍ଚିମ ଚାଇନାର ସିଚୁଆନ ପ୍ରଦେଶରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କସ ସେଣ୍ଟର (CENC) ଅନୁଯାୟୀ, ଲଙ୍ଗଚାଙ୍ଗ ସହରରେ ୫.୧ ତୀବ୍ରତାର ଭୂକମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri