Posted inRasifala

ରାଶିଫଳ: ଶନିବାର , ଜୁନ୍‌ ୨୯ ତାରିଖ – Daily Horoscope

ମେଷ
ବନ୍ଧୁଙ୍କ ପରାମର୍ଶରେ ସାମାଜିକ ସ୍ତରରେ ଉଲ୍ଲେଖନୀୟ କାମ କରି ସର୍ବସାଧାରଣରେ ପ୍ରଶଂସିତ ହେବେ। କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇଯିବାର ଆଶଙ୍କା ରହିଛି। ମାନସିକ ଶାନ୍ତି ବ୍ୟାହତ ହୋଇପାରେ। କେତେକଙ୍କ କ୍ଷେତ୍ରରେ ମାନସିକ ଚାପ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ରହିବାକୁ ପଡ଼ିବ।
ବୃଷ
ବୃଷ
ଆପଣଙ୍କର ଆଜିର କାମ ହାସଲ ପାଇଁ କୌଣସି ଅସୁବିଧା ହେବନାହିଁ । ମାତ୍ର ଆନୁଷ୍ଠାନିକ କ୍ଷେତ୍ରରେ,ବନ୍ଧୁତ୍ୱ ସ୍ଥାପନ, ଲେଖାପଢ଼ାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କର ସମାଲୋଚିତ ହେବେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନାଦି ବିଭିନ୍ନ ଦିଗରୁ ସମସ୍ୟା ମୁକ୍ତ ରହିପାରନ୍ତି। ଅବଶ୍ୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ।
ମିଥୁନ
ମିଥୁନ
ସ୍ବାସ୍ଥ୍ୟ ସମସ୍ୟା ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନ ହେଲେ ମଧ୍ୟ ବିଶେଷ ଖରାପ ହେବ ନାହିଁ । କିନ୍ତୁ ଘରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍‌ଧ ହେବେ। ଅଫିସ୍‌ରେ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବାରେ ଜଣେ ଅଜଣା ବନ୍ଧୁଙ୍କ ଅବଦାନ ରହିବ। କାର୍ଯ୍ୟବ୍ୟସ୍ତତା କାରଣରୁ ଅନ୍ୟମନସ୍କ ରହି ପାରନ୍ତି।
କର୍କଟ
କର୍କଟ
ନିଜର ପ୍ରତ୍ୟୁପତ୍ନ୍ନମତିତା କାରଣରୁ ପ୍ରତ୍ୟେକ ଅସଜଡା ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ ହେବେ। ସହକର୍ମୀ କିମ୍ବା ବନ୍ଧୁଙ୍କ ପ୍ରହେଳିକାପୂର୍ଣ୍ଣ କଥା ଶୁଣି ମରୀଚିକା ପଛରେ ଦୌଡିପାରନ୍ତି। ଅପରାହ୍ନରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ବ୍ୟବସାୟ, ପରିବହନ ଓ ନିର୍ମାଣ କାର୍ଯ୍ୟକୁ ସଙ୍କୁଚିତ କରିନେଇ ପାରନ୍ତି।
ସି˚ହ
ସି˚ହ
କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି ସଫଳତା ପାଇବେ । ଅତୀତ ଦିନର ବିବାଦୀୟ ଘଟଣାରେ ଆଶଙ୍କା ସୃଷ୍ଟି ହେଲେ ମଧ୍ୟ ସେମିତି କିଛି ହେବ ନାହିଁ । ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ଶତ୍ରୁତା କାରଣରୁ ପରିବାରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
କନ୍ୟା
ଗ୍ରହଙ୍କ ପ୍ରତିକୂଳତା କାରଣରୁ ଆଜି ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରାଇ ପାରିବେ ନାହିଁ। ସକାଳୁ ସକାଳୁ ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ଭାବପ୍ରବଣତା ବଶତଃ ବନ୍ଧୁଙ୍କ ସହ ଓଲଟା କଥା କହି ଅପଦସ୍ଥ ହୋଇପାରନ୍ତି। ସହକର୍ମୀମାନଙ୍କ ସହ ଆଜିର ଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ।
ତୁଳା
ତୁଳା
ପରିସ୍ଥିତିର ବଶବର୍ତ୍ତୀ ହୋଇ କେତେକ କ୍ଷେତ୍ରରେ ଇଚ୍ଛା ବିରୁଦ୍ଧ କାମ କରି ଅନୁତାପ କରିବାକୁ ପଡ଼ିପାରେ। ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସା ଭିନ୍ନାର୍ଥରେ ଗ୍ରହଣ କରିବେ। ଅଭାବ ନ ଥିଲେ ମଧ୍ୟ ଯାହା ଚାହୁଁଛନ୍ତି ତାହା ନ ପାଇ ଅବସାଦ ଲାଗିରହିବ । ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।
ବିଛା
ବିଛା
ପ୍ରତ୍ୟେକ କଥାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ା ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟ, ପ୍ରକାଶନ, ଆନୁଷ୍ଠାନିକ କାମରେ ପ୍ରତିବନ୍ଧକ ଦୂରେଇଯିବ। କେତେକ ଅହେତୁକ କାରଣରୁ ଯେତେ ଶୀଘ୍ର ଶେଷ କରିବା ସକାଶେ ଭାବୁଥିବା କାମଟିକୁ ଶେଷ କରିପାରିବେନି । ପରିବହନ ଓ ନିର୍ମାଣ, ମାଲିମକଦ୍ଦମା ଓ ଚୁକ୍ତିପତ୍ର ପାଇଁ ଦିନଟି ଭଲ ।
ଧନୁ
ଧନୁ
ଅନ୍ୟମାନଙ୍କ କଥାରେ ଭାସିବୁଲିଲେ ମୁଣ୍ଡରେ ହାତ ଦେଇ ବସିବାକୁ ପଡ଼ିବ । ଆଜି ଆକସ୍ମିକ ଭାବେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ। ରାଜନୀତି, ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବାରେ ଧୈର୍ଯ୍ୟଶୀଳତା କାମକୁ ଆସିପାରେ। ଅର୍ଥ ସମ୍ପର୍କକୁ ନେଇ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତାପ୍ରକଟ କରିବେ ।
ମକର
ମକର
ଗ୍ରହମାନଙ୍କ ଅନୁକୂଳତା କାରଣରୁ ଯିଏ ଯାହା କହୁନା କାହିଁକି, ଆପଣ ଯେମିତି ଭାବୁଛନ୍ତି ସେମିତି କରିବା ମନ୍ଦ ହେବନି ା ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ରରେ, ରାଜନୀତିରେ, ସାଂସ୍କୃତିକ କାମରେ ପ୍ରଶଂସିତ ହେବେ। ନୂତନ କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ ।
କୁମ୍ଭ
କୁମ୍ଭ
କୌଣସି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ତରବରିଆ ପଦକ୍ଷେପ ନ ନେଇ ପରିବାର ସହ ଆଲୋଚନା କରିବା ଭଲ ହେବ। ନିକଟ ସମ୍ପର୍କୀୟ କିମ୍ବା ଆତ୍ମୀୟ ସ୍ବଜନମାନଙ୍କ ପକ୍ଷପାତିତାକୁ ନାପସନ୍ଦ କରିପାରନ୍ତି। ଆବଶ୍ୟକତା ପୂରଣ ସକାଶେ ସମ୍ପର୍କୀୟ ଜଣେ ବନ୍ଧୁ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
ମୀନମୀନ
ବହୁ ଆକାଂକ୍ଷିତ ଅପୂରଣୀୟ ଅଭିଳାଷ ନେଇ ନୈରାଶ୍ୟଜନିତ ଦୁଃଖ ଅନୁଭବ କରିପାରନ୍ତି। ସନ୍ଧ୍ୟା ସମୟରେ ହଠାତ୍‌ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି ଖୁସି ହେବେ। ନିଜ ଚତୁଃପାର୍ଶ୍ୱରେ ରହୁଥିବା ବ୍ୟକ୍ତିମାନଙ୍କ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri