Posted inRasifala

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ
ଆଜି ସ୍ବଗୃହୀ ଚନ୍ଦ୍ର ପ୍ରଭାବରେ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ କରିବା ସକାଶେ ତପ୍ତର ରହିବେ  ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି ।  ସ୍ବାସ୍ଥ୍ୟରେ ସାମାନ୍ୟ ବତିକ୍ରମ ଦେଖା ଦେଇପାରେ ।  ସଙ୍ଗୀତ ଓ ଚଳଚ୍ଚିତ୍ର ଦର୍ଶନରୁ ଆନନ୍ଦ ଉପଭୋଗ କରିବେ ।
ବୃଷ
ବୃଷ
ତୃତୀୟାଧିପଙ୍କ ଶୁଭତ୍ୱ କାରଣରୁ ବନ୍ଧୁମାନଙ୍କ ପରାମର୍ଶ ଅନୁଯାୟୀ ହଠାତ୍‌ ନୂତନ ଯୋଜା ଆରମ୍ଭ କରିପାରନ୍ତି ।  ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ବହୁତଗୁଡିଏ କାମ ହାତକୁ ନେବା ଦ୍ୱାରା ଟେନସନ ବୃଦ୍ଧି ପାଇବ ।  କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବ,ମାତ୍ର ତାହା ନିଜ ସପକ୍ଷରେ ଯିବାର ସମ୍ଭାବନା ରହିଛି ।
ମିଥୁନ
ମିଥୁନ
ସ୍ବଗୃହୀ ମୁଖାଧିପତି ହେତୁ ଶ୍ରୁତିମଧୁର କଥା କହି ପରକୁ ଆପଣାର କରିବେ ।  ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ କିନ୍ତୁ ପରିବାରରେ ବିବାଦୀୟ ପରିସ୍ଥିତିର ସୂଚନା ରହିଛି ।  ସାମାଜିକ ଓ ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ ।  ସରକାରୀ କ୍ଷେତ୍ରରୁ ଉପକୃତ ହେବେ ।
କର୍କଟ
କର୍କଟ
ଚନ୍ଦ୍ର ଏକାଧିକ ପାପଗ୍ରହ ଦୃଷ୍ଟି ପଥାରୂଢ କାରଣରୁ ମାନସିକ ସ୍ଥିତି ବିଶେଷ ଭଲ ରହି ନ ପାରେ ।  ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ ।  ହାତକୁ ନେଇଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବାରେ ସମ୍ପର୍କୀୟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିବ ।  ଶିଳ୍ପ, ବାଣିଜ୍ୟରେ ସଫଳତା ହାସଲ କରିବେ ।
ସି˚ହ
ସି˚ହ
ଶନି ସହ ମଙ୍ଗଳଙ୍କ ସଂଯୋଗ କାରଣରୁ କର୍ମକ୍ଷେତ୍ରରେ ଉଚ୍ଚ ଆଶା କରି ନିରାଶ ହେବେ ।  ପାରସ୍ପରିକ ମତଭେଦ କାରଣରୁ ଘରୋଇ ସମସ୍ୟା ହେତୁ ମାନସିକ ଶାନ୍ତି ବ୍ୟାହତ ହେବ । ଦୀର୍ଘ ଦିନରୁ ଚାହୁଁଥିବା ସୁଯୋଗ ହାତଛଡା ହୋଇପାରେ । ବହୁତ ଦିନହେଲା ସ୍ଥଗିତ କାମ ସକାଶେ ମନସ୍ତାପ କରିପାରନ୍ତି ।
କନ୍ୟା
ଏକାଧିକଗ୍ରହଙ୍କ ସମାବେଶରୁ ପରିବାରରେ ଅଶାନ୍ତିର ବାତାବରଣରୁ ସେତିକି ଦୁଃଖୀ ହୋଇ ପାରନ୍ତି ।  ସାମାଜିକ ସ୍ତରରେ ଧର୍ମକାର୍ଯ୍ୟ କରି ଏବଂ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ।  ବନ୍ଧୁ ମାନେ ନିଜର ଫାଇଦା ହାସଲ କରିବା ଲାଗି ମନ ବଳାଇପାରନ୍ତି ।  ବ୍ୟବସାୟ କିମ୍ବା ପରିବହନରେ ଝଗଡା ଲାଗିପାରେ ।
ତୁଳା
ତୁଳା
ବିଭିନ୍ନ ଯୋଜନାର ଯେଉଁ କାମ ହାତକୁ ନେବେ ସେହି ଦିଗରେ ଶନିଙ୍କ ପ୍ରଭାବରେ ବିଜାତୀୟବ୍ୟକ୍ତିଙ୍କ ସାହାଯ୍ୟ,ସହଯୋଗ ବିଶେଷଭାବେ ରହିବ ।  ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ ଏବଂ ନିର୍ମାଣ କାର୍ଯ୍ୟ ମଧ୍ୟ ଅଟକିବ ନାହିଁ ।  ଆଜି ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁ ମିଳନରୁ ଉତ୍ସାହିତ ହେବେ ।
ବିଛା
ବିଛା
ଚନ୍ଦ୍ରଙ୍କ ପ୍ରଭାବରେ ଭାବ ପ୍ରବଣତାରେ ଭାସିଯାଇ ଆପଣଙ୍କର କୌଣସି ମନ୍ତବ୍ୟକୁ ବନ୍ଧୁ ନାପସନ୍ଦ କରିପାରନ୍ତି ।  କାର୍ଯ୍ୟହାନି କାରଣରୁ ମାନସିକସ୍ଥିତି କେତେକାଂଶରେ ଠିକ୍‌ ରହି ନ ପାରେ ।  ବ୍ୟବସାୟ କ୍ଷେତ୍ରରେ ଅର୍ଥାତ୍‌ କିଣାବିକାରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି ।  ପୁରୁଣା କଥାରୁ ଓଲଟା ଫଳ ପାଇବେ।
ଧନୁ
ଧନୁ
କର୍ମାଧିପତିଙ୍କ ଶୁଭତ୍ୱ ଏକାଧାରରେ ପରିବାର ଓ କର୍ମକ୍ଷେତ୍ରକୁ ଶୃଙ୍ଖଳିତ କରିରଖିବ ।  କିନ୍ତୁ ମାନସିକ ଦୁଶ୍ଚିନ୍ତା ବଢିଯିବା ଦ୍ୱାରା କାମଗୁଡିକ ମଧ୍ୟ ଶୃଙ୍ଖଳିତ ହେବ ନାହିଁ ।  ବୃହସ୍ପତି ନୀଚଭାବରେ ବଳହୀନ ହୋଇଥିବାରୁ ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ଆପଣଙ୍କୁ ବହୁମୂଲ୍ୟ ଦେବାକୁ ପଡିପାରେ ।
ମକର
ମକର
ଆଜି ଉଚ୍ଚ ଚିନ୍ତା କରିବେ ଏବଂ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ ।  କିନ୍ତୁ ଆତ୍ମୀୟ ମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରି ପାରନ୍ତି ।  ଦୀର୍ଘଦିନରୁ ବାକି ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ।  ପିଲାଙ୍କ ଆଚରଣଗତ ତ୍ରୁଟିରୁ ସମସ୍ୟା ଆସିବା ଦ୍ୱାରା କଷ୍ଟ ପାଇବେ।
କୁମ୍ଭ
କୁମ୍ଭ
ସାଧାରଣ କଥାରେ ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି, ମାତ୍ର ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ ।  ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ କିନ୍ତୁ ବାଧା,ବିଘ୍ନ ଓ ପ୍ରତିବନ୍ଧକ ଲାଗିରହିବ ।  ଅର୍ଥସମ୍ପର୍କକୁ କିମ୍ବା ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିପାରେ ।  ପର କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି ।
ମୀନମୀନ
ଅପ୍ରିୟ ସତ୍ୟଭାଷଣରୁ କର୍ମକ୍ଷେତ୍ରରେ ସମସ୍ୟାରେ ପଡ଼ି ଅପଦସ୍ଥ ହୋଇପାରନ୍ତି ।  ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ କିମ୍ବା ରାଜନୀତିରେ ଚେଷ୍ଟା କଲେ ସଫଳତା ହାସଲ କରିପାରିବେ ।  ବିଶୃଙ୍ଖଳିତ ପୁତ୍ରକନ୍ୟାଙ୍କ ହେତୁ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି ।  ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri