Posted inRasifala

ରାଶିଫଳ: ଶନିବାର, ଅଗଷ୍ଟ ୧୭ ତାରିଖ – Daily Horoscope

ମେଷ
ରବି ଓ ବୁଧଙ୍କ ଚତୁର୍ଥ ସ୍ଥିତିରୁ ପଡ଼ୋଶୀଙ୍କ କାନକୁହା କଥାରେ ପାରିବାରିକ କଳହ। ସମସ୍ୟା ସମାଧାନ କରିବା ପରିପ୍ରେକ୍ଷୀରେ ବନ୍ଧୁଙ୍କୁ ସାହାଯ୍ୟ ଭିକ୍ଷା। ଧାର୍ମିକ କାର୍ଯ୍ୟ, ଶିଳ୍ପ, ବାଣିଜ୍ୟ, ଯାତ୍ରା ଓ ଲୋକସମ୍ପର୍କରୁ ଟେନ୍‌ସନ ଲାଗି ରହିବ। ସଭାସମିତିରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ ।
ବୃଷ
ବୃଷ
ଚନ୍ଦ୍ର ଭାଗ୍ୟସ୍ଥ ହେତୁ ପରିବାର, ପରିବହନ, ବନ୍ଧୁସମ୍ପର୍କ, ଯାନବାହନ କ୍ଷେତ୍ରରେ ଆଶାନୁରୂପ ସୁଫଳ ପାଇବେ । ସାଧାରଣ କଥାରେ ଭାଇ, ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ କଳହର ସୂତ୍ରପାତ ମଧ୍ୟ ହୋଇପାରେ। ପୂର୍ବପ୍ରସ୍ତୁତି କ୍ରମେ ଆଜିର ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କ ପ୍ରତି ସତର୍କ ରୁହନ୍ତୁ।
ମିଥୁନ
ମିଥୁନ
ମଙ୍ଗଳଙ୍କ ସ୍ଥିତି ଜମିଜମାକୁ କେନ୍ଦ୍ରକରି ଭ୍ରାତୃବିବାଦର କାରଣ ପାଲଟିଯିବ । ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ କୁଟିଳ ଚିନ୍ତାଧାରା ଆପଣଙ୍କୁ ଅତିଷ୍ଠ କରିପାରେ । ବାକି ପଡ଼ିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ଏବଂ ନୂଆ ବ୍ୟବସାୟ ଯୋଡ଼ିପାରନ୍ତି।
କର୍କଟ
କର୍କଟ
କୋଣଭାବସ୍ଥ ବୃହସ୍ପତି ସନ୍ତାନଙ୍କ ସମସ୍ୟା କିମ୍ବା ବିବାଦୀୟ ମନ୍ତବ୍ୟଜନିତ କଳହକୁ ନିମନ୍ତ୍ରଣ କରିପାରନ୍ତି। ହେବ ହେବ ବୋଲି ଆଶା ବାନ୍ଧିଥିବା କାମଟି ଅଧାରେ ଅଟକି ଯାଉଥିବାରୁ ମାନସିକ ଗ୍ଳାନି ଉପୁଜିବ । ପରିବେଶ ଓ ପରିସ୍ଥିତିର ବିଷମତାକୁ ନେଇ ସ୍ଥାନାନ୍ତର କିମ୍ବା ନୂତନ କର୍ମସଂସ୍ଥାନ ପାଇଁ ଯୋଜନାର ସୂଚନା ରହିଛି ।
ସି˚ହ
ସି˚ହ
ସବୁପ୍ରକାର ସୁବିଧା ଥିଲେ ମଧ୍ୟ ନୀଚାରୋହୀ ଶୁକ୍ରଙ୍କ ପ୍ରଭାବରୁ ଭଉଣୀ ଆପଣଙ୍କ ଉପରେ ମନଦୁଃଖ କରିପାରନ୍ତି। ଅବଶ୍ୟ କର୍ମକ୍ଷେତ୍ରର ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବ ଓ ପ୍ରତିବନ୍ଧକ ଦୂର ହୋଇଯିବ। ସାମାଜିକ ସ୍ତରରେ ବୁଦ୍ଧିଜୀବୀମାନଙ୍କ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ ।
କନ୍ୟା
ଶନି ବୃଥା ସନ୍ଦେହ ପରିବାରରେ ଅଶାନ୍ତ ପରିବେଶ ସୃଷ୍ଟି କରିପାରନ୍ତି। ଏଣେ କର୍ମକ୍ଷେତ୍ରରେ କୌଣସି ବିଜାତୀୟ ବ୍ୟକ୍ତି ଆପଣଙ୍କ ପ୍ରମୋଶନ କିମ୍ବା ବଦଳି କ୍ଷେତ୍ରରେ ରୋକ୍‌ ଲଗାଇବାର ସୂଚନା ମିଳେ । ଆଲୋଚନା ପରିସରରେ ସତ୍ୟ ପ୍ରକାଶ କରି ବିବାଦଗ୍ରସ୍ତ ହୋଇପାରନ୍ତି। ପ୍ରିୟବନ୍ଧୁଙ୍କ ପରାମର୍ଶରେ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ ।
ତୁଳା
ତୁଳା
ନବମସ୍ଥ ରାହୁ ଧର୍ମକାର୍ଯ୍ୟରେ ବାଧା ଓ ଆତ୍ମୀୟଙ୍କ ସହ ଭୁଲ୍‌ ବୁଝାମଣା ସୃଷ୍ଟି କରିବ । ଆକସ୍ମିକ ଭାବେ ଅନ୍ୟ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । ଅଫିସରେ ମଧ୍ୟ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡ଼ିବ । କଳା, ସାହିତ୍ୟ, ଚଳଚ୍ଚିତ୍ରରେ ସ୍ବାତୀ ନକ୍ଷତ୍ର ନିଜକୁ ନିୟୋଜିତ କରିପାରନ୍ତି।
ବିଛା
ବିଛା
କେତୁଙ୍କ କୁପ୍ରଭାବଜନିତ ଆପଣଙ୍କ ନିକଟରୁ ସବୁ ସମୟରେ ସୁବିଧା ପାଉଥିବା ଲୋକଟି ପରକଥାରେ ପଡ଼ି ଆପଣଙ୍କୁ କିଏ ତୁ କହିପାରେ । ସ୍ବାସ୍ଥ୍ୟଗତ ସମସ୍ୟାର ସମାଧାନ ଲାଗି ବେଳ ହୁଁ ସାବଧାନତା ଅବଲମ୍ବନ କରିବା ଭଲ ହେବ । ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ ଓ ବୁଦ୍ଧିଜୀବୀଙ୍କ ସମର୍ଥନରୁ ଆଶ୍ୱସ୍ତି ଲାଭ କରିବେ।
ଧନୁ
ଧନୁ
ପୂର୍ବାର୍ଦ୍ଧ ଓ ପରାର୍ଦ୍ଧରେ ସମାନସଂଖ୍ୟକ ଗ୍ରହ ଆପଣଙ୍କ ପାଇଁ ଦିନଟିକୁ ଭଲମନ୍ଦର ମିଶ୍ରିତ ଫଳ ପ୍ରଦାନ କରିବେ। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ପରାମର୍ଶରେ କାର୍ଯ୍ୟ କଲେ ସଫଳତା ପାଇପାରିବେ। ଋଣ ପରିଶୋଧ ସାଙ୍ଗକୁ ଶତ୍ରୁକୃତ ସମସ୍ୟାରେ ବିଚଳିତବୋଧ କରିପାରନ୍ତି। ଅବଶ୍ୟ ବ୍ୟବସାୟ, ଯାତ୍ରା ଓ କ୍ରୟବିକ୍ରୟ କ୍ଷେତ୍ରରେ ଅସୁବିଧା ନ ହୋଇପାରେ ।
ମକର
ମକର
ଅଷ୍ଟମାଧିପତି ମୁଖଭାବସ୍ଥ ଯୋଗୁ ମନ ଭିତରର କୋହକୁ ଲୁଚାଇରଖି ବନ୍ଧୁଙ୍କୁ ଆଦର ଅଭ୍ୟର୍ଥନା କରିପାରନ୍ତି। ପରିବାର ଭିତରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଆଜି ଯେକୌଣସି କାମରେ ହେଉନା କାହିଁକି, ଆଖିଦୃଷ୍ଟିଆ ସଫଳତା ହାସଲ କରିପାରିବେ ନାହିଁ । ଅବଶ୍ୟ ସଭାସମିତି, କ୍ରୀଡ଼ା କିମ୍ବା କଳାକୌଶଳରୁ ପ୍ରଶଂସିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଶତ୍ରୁଭାବାଧିପ ଗ୍ରହ ଧନ ସ୍ଥାନରେ ରହିଥିବାରୁ ଧାରକରଜକୁ କେନ୍ଦ୍ରକରି କଳହ କିମ୍ବା ମନାନ୍ତର ସୃଷ୍ଟି ହୋଇପାରେ। ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ, ଯାହାକି ଆପଣଙ୍କ କାମକୁ କଛପ ଗତିରେ ଆଗକୁ ବଢ଼ାଇବ। ହଠାତ୍‌ କାହା କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ପ୍ରଶାସନିକ ସ୍ତରରେ କାମ ଠିକ୍‌ ଠିକ୍‌ ଚାଲିବ।
ମୀନମୀନ
ଆଜି ସକାଳୁ ସକାଳୁ ପରିବାରରେ ସନ୍ତାନମାନଙ୍କ ସହ ଯକ୍ତିତର୍କ କରି ଅଶାନ୍ତ ରହିବାର ସୂଚନା ରହିଛି। ଅବଶ୍ୟ ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ଚନ୍ଦ୍ର କେନ୍ଦ୍ରସ୍ଥ ଗୁରୁ ଯୋଗୁ କର୍ମକ୍ଷେତ୍ରରେ ଦକ୍ଷତାଭିତ୍ତିକ ସମ୍ବର୍ଦ୍ଧନା ଓ ଉପଢ଼ୌକନାଦି ପାଇପାରନ୍ତି। ସାମାଜିକ ସ୍ତରରେ ଖଳ ଲୋକଙ୍କ ଦ୍ୱାରା ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri