Posted inRasifala

ରାଶିଫଳ: ରବିବାର, ନଭେମ୍ବର ୨୪ ତାରିଖ – Daily Horoscope

ମେଷ
ଭାଗ୍ୟ ସ୍ଥାନରେ ଚତୁଃଗ୍ରହ ଯୋଗ ସୌଭାଗ୍ୟପ୍ରଦ ହେତୁ କାର୍ଯ୍ୟସିଦ୍ଧି, ବନ୍ଧୁମିଳନ ସାଙ୍ଗକୁ ଆନନ୍ଦ ଉଲ୍ଲାସ ମଧ୍ୟରେ ଦିନଟି କଟାଇବେ। ଭୂମି ସମ୍ବନ୍ଧିତ ପ୍ରତ୍ୟେକ କର୍ମ ଓ ପଦାର୍ଥ, କର୍ମକ୍ଷେତ୍ର, ସ୍ବାସ୍ଥ୍ୟ ଉନ୍ନତ ସ୍ଥିତିରେ ରହିବେ। ସୀମାହୀନ ଧୈର୍ଯ୍ୟ ପ୍ରଭାବରେ ଅସାଧ୍ୟ ସାଧନ କରିବା ସହ ସହକର୍ମୀମାନଙ୍କ ସହାୟତାରେ ସିଦ୍ଧିଲାଭ ଅବଶ୍ୟ ଘଟିବ।
ବୃଷ
ବୃଷ
ଷଷ୍ଠଭାବରେ ଗ୍ରହମାନେ ଆପଣଙ୍କୁ ଶତ୍ରୁତାର ସମାଧାନ, ଋଣ ପରିଶୋଧ, ଦୂରଯାତ୍ରା ଦିଗରେ ଅନୁପ୍ରେରିତ କରିପାରନ୍ତି। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ।
ମିଥୁନ
ମିଥୁନ
ସପ୍ତମସ୍ଥ ଗ୍ରହମାନେ ଆପଣଙ୍କୁ ଆନୁଷ୍ଠାନିକ କାମରେ,ବ୍ୟବସାୟିକ ସ୍ଥିତିରେ, ପରିବହନରେ, ସଭା ସମିତିରେ ଏବଂ ମାଙ୍ଗଳିକ କାମରେ ସୁବିଧା ଓ ସୁଯୋଗ ଲାଭ କରିବେ। ଅଯଥା ବାକ୍ୟାଳାପ କରି ସାଧାରଣ କଥାରେ ଯୁକ୍ତିତର୍କ କରି କଳହକୁ ନିମନ୍ତ୍ରଣ କରିପାରନ୍ତି। କେତେକ କ୍ଷେତ୍ରରେ ଆଶଙ୍କା କରି ମନ ଅସ୍ଥିର ରହିବ।
କର୍କଟ
କର୍କଟ
ଚନ୍ଦ୍ରଙ୍କ ଚତୁର୍ଥକେନ୍ଦ୍ର ଓ ଅନ୍ୟାନ୍ୟ ଗ୍ରହ ସମ୍ବନ୍ଧରୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯିବ କିନ୍ତୁ ଭାବପ୍ରବଣତା ବୃଦ୍ଧି ପାଇବା ହେତୁ ତାହା ସୁଯୋଗ ହରାଇବାରେ ସାହାଯ୍ୟ କରିବ। ବନ୍ଧୁଙ୍କ ବ୍ୟବହାରରେ ବିପରୀତ ପ୍ରତିକ୍ରିୟା ପରିଲକ୍ଷିତ ହେବ, ଯାହାକି ମାନସିକ ଚିନ୍ତାକୁ ବଢ଼ାଇବ। ବାଣିଜ୍ୟ, ବ୍ୟବସାୟ, ପରିବହନ ଏପରିକି ଆମଦାନୀ କାରବାର ବୃଦ୍ଧି ପାଇବ।
ସି˚ହ
ସି˚ହ
ଆଜି ଭାଗ୍ୟଭାବକୁ ଗ୍ରହମାନଙ୍କ ଶୁଭଦୃଷ୍ଟି ଫଳରେ ଯେଉଁ କାମରେ ହାତ ଦେବେ ନିଶ୍ଚିତ ସଫଳତା ପାଇବେ। ଆଜିର କୌଣସି ସ୍ଥାନକୁ ଯିବା ସମୟରେ ନିଜର ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବାରୁ ସାମୟିକ ଆଶ୍ୱସ୍ତି ମିଳିବ। ଅଫିସରେ ନୂତନ ଚୁକ୍ତିପତ୍ର, ନୂତନ ଗୃହ , ଯାନବାହନ କ୍ରୟ ବିକ୍ରୟ କ୍ଷେତ୍ରରେ ଉନ୍ନତି ଘଟିବ।
କନ୍ୟା
ଚନ୍ଦ୍ର ଓ ମଙ୍ଗଳଙ୍କ ଅପୂର୍ବ ଯୋଗ ପ୍ରଭାବରେ ସତ୍‌ଚିନ୍ତା ମାଧ୍ୟମରେ ସତ୍‌କର୍ମ କରିବା ସକାଶେ ପ୍ରେରଣା ପ୍ରଦାନ କରିବ। ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଷ୍ଟେଶନାରୀ ଜିନିଷ, ଧାତୁ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟରେ ଚିତ୍ରା ନକ୍ଷତ୍ର ଅର୍ଥ ସମ୍ପର୍କରୁ ଖୁସି ରହିବେ।
ତୁଳା
ତୁଳା
ଆଜି ଏକାଧିକ ଗ୍ରହ ରାଶିରେ ଅବସ୍ଥାନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ବିଜୟଲାଭ କରିବେ। ତଥାପି ବ୍ୟୟବୃଦ୍ଧି, ଯୁକ୍ତିତର୍କଜନିତ ଛୋଟ କଥାକୁ କେନ୍ଦ୍ରକରି ଘରେ ସାଧାରଣ କଥାରେ ଝଗଡ଼ା ହେବାର ସମ୍ଭାବନା ରହିଛି। ଯାତ୍ରା ସମୟରେ ଯାନବାହନରେ ସତର୍କ ରହିବା ଭଲ ହେବ। ସଭାସମିତିରେ ସଫଳତା ହାସଲ କରିବେ।
ବିଛା
ବିଛା
ମୁଖ ଭାବରେ ଗ୍ରହମାନେ ଆପଣଙ୍କୁ କଥାବାର୍ତ୍ତାରେ ଲାଳିତ୍ୟ ସହ ମଧୁରତା ରଖି କାମ ହାସଲ ପାଇଁ ଖୋରାକ ଯୋଗାଇପାରନ୍ତି। ପାପଗ୍ରହ ରାହୁଙ୍କ ଦୃଷ୍ଟିରେ ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରୁ ଅନୁରାଧା ନକ୍ଷତ୍ର ପାଇଁ କଳୁଷିତ ଚିନ୍ତାଧାରା କାରଣରୁ ମାନସିକ ସ୍ଥିତି ବିଶେଷ ଭଲ ରହ ନ ପାରେ। ଅନ୍ୟମାନଙ୍କ ବିଷୟ ଚିନ୍ତାକରି ନିଜ ପ୍ରତି ଅବହେଳା କରିପାରନ୍ତି।
ଧନୁ
ଧନୁ
ଏକାଧିକ ଗ୍ରହ ରାଶିରେ ରହିଥିବାରୁ ଅନୁକୂଳ ବାତାବରଣ ମଧ୍ୟରେ ପ୍ରତ୍ୟେକ କର୍ମ ସମ୍ପାଦନ କରିବା ସହ ସମସ୍ୟାର ସରଳ ସମାଧାନ ଦିଗରେ ଚେଷ୍ଟିତ ହୋଇପାରନ୍ତି। ଗୃହ, ଜମିଜମା, ଏଜେନଶିପ ସମ୍ପର୍କୀୟ ଚିନ୍ତା କରିପାରନ୍ତି। ଆର୍ଥିକ ପରିସ୍ଥିତି କ୍ରମଶଃ ବଦଳିବ । ପୂର୍ବାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି ଧାରକରଜ କରି ଆବଶ୍ୟକତା ଚଳାଇନେବେ।
ମକର
ମକର
ଦିନଟି ସୌଭାଗ୍ୟ ପ୍ରଦାୟକସ୍ବରୂପ ପ୍ରତ୍ୟୁଷ ଯାତ୍ରା, ସ୍ତ୍ରୀ ସମ୍ପର୍କ, ବାଣିଜ୍ୟ, ବ୍ୟବସାୟ, ପ୍ରତିଦ୍ୱନ୍ଦ୍ୱିତା ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ପ୍ରଦାନ କରିବେ। ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ।
କୁମ୍ଭ
କୁମ୍ଭ
ଏକାଦଶରେ ଦେବଗୁରୁଙ୍କ ସୁପ୍ରଭାବରୁ ଅର୍ଥନୈତିକ ପ୍ରଗତି, ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। କର୍ମକ୍ଷେତ୍ରରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ। ବ୍ୟବସାୟ, କଚେରି ମାମଲା, ବିଦେଶ ଯାତ୍ରା, କଳା, ସାହିତ୍ୟ, ସଙ୍ଗୀତାଦି କ୍ଷେତ୍ର ଅପରିବର୍ତ୍ତିତ ରହିବ।
ମୀନମୀନ
ଆଜି କର୍ମଭାବସ୍ଥ ଗ୍ରହମାନଙ୍କ ସୁପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିିଙ୍କ ସଙ୍ଗଲାଭ, ବନ୍ଧୁମିଳନ ମଧ୍ୟରେ ଖୁସିରେ ସମୟ ଅତିବାହିତ କରିବେ। ଦିନଟିରେ ସମସ୍ତ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବ ଏବଂ ନୂତନ ଯୋଜନା କରିବାରେ ମନ ଦେବେ। କିନ୍ତୁ ଈର୍ଷାପର ନିକଟ ସମ୍ପର୍କୀୟମାନେ କ୍ରମଶଃ ଦୂରେଇ ଯିବାରେ ଲାଗିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁନ୍ ୪ ତାରିଖ – Daily Horoscope

ମେଷ ଆଜି ଯେଉଁ କାମ ଆରମ୍ଭ କରିବେ ସଫଳତା ପାଇବା କଷ୍ଟକର ହେବ। ଅବଶ୍ୟ ଯାତ୍ରା, ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ। ରାଜନୀତିରେ…

ରାଶିଫଳ: ବୁଧବାର, ଜୁନ୍ ୩ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ…

ରାଶିଫଳ: ମଙ୍ଗଳବାର, ଜୁନ୍ ୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ।…

ରାଶିଫଳ: ସୋମବାର, ଜୁନ୍ ୧ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମ ଚନ୍ଦ୍ରଙ୍କ ମଙ୍ଗଳଦୃଷ୍ଟ ଯୋଗୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଚିନ୍ତାଜନକ ରହିବ। ଦ୍ୱିଜା ନକ୍ଷତ୍ର ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ,…

ରାଶିଫଳ: ରବିବାର, ମେ ୩୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ରଜନିତ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିବେ। ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି…

ରାଶିଫଳ: ଶନିବାର, ମେ ୩୦ ତାରିଖ – Daily Horoscope

ମେଷ ପରିସ୍ଥିତିର ବିଷମତା କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ବିବାଦୀୟ ସ୍ଥିତି ଉପତ୍ନ ହେବ। ଆବଶ୍ୟକତା ପୂରଣ ପାଇଁ କରଜ କରି କାମ ଚଳାଇ ନେବା ସକାଶେ ଚେଷ୍ଟା…

ରାଶିଫଳ: ଶୁକ୍ରବାର, ମେ ୨୯ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। କର୍ମକ୍ଷେତ୍ରରେ ଅଭିଳଷିତ କାର୍ଯ୍ୟ ସମ୍ପାଦନ କରିବେ। ଆଜିର ଯାତ୍ରା, ବ୍ୟବସାୟ, ଗବେଷଣା, ସାହିତ୍ୟ ଓ ରଚନାତ୍ମକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ଗୁରୁବାର, ମେ ୨୮ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି। ସମ୍ପର୍କୀୟ ନିଆଁରେ ଘିଅ ଢାଳିଲାପରି କଟୁକଥା କହି ମାନସିକ ଆଘାତ ଦେଇପାରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri