Posted inRasifala

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ
ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ ରହିପାରନ୍ତି। ଉପରିସ୍ଥ କର୍ମଚାରୀଙ୍କ ପ୍ରତିଶ୍ରୁତି ଉପରେ ପୂର୍ଣ୍ଣ ଭରସା କରି ମନସ୍ତାପ କରିବାକୁ ପଡ଼ିପାରେ। ଶାରୀରିକ ଓ ମାନସିକ ସୁସ୍ଥତା ପ୍ରାୟତଃ ପୂର୍ବଭଳି ଅକ୍ଷୁଣ୍ଣ ରହିବ।
ବୃଷ
ବୃଷ
କର୍ମକ୍ଷେତ୍ରରେ ରାହୁଙ୍କ ସ୍ଥିତିଜନିତ ଅସମ୍ପୂର୍ଣ୍ଣ କାର୍ଯ୍ୟ ସକାଶେ ଅନୁତାପ କରିବେ। ନିଜର ସ୍ବାର୍ଥ ହାସଲ ସକାଶେ କୌଣସି ବିଜାତୀୟ ବ୍ୟକ୍ତି ଆପଣଙ୍କୁ ଅସୁବିଧାରେ ପକାଇପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ନେତୃତ୍ୱ ନେଇ କାମ କଲେ ପ୍ରଶଂସିତ ହେବେ। ସଙ୍ଗୀତ ଆସରରେ ଯୋଗଦେଇ ସୁନାମ ଅର୍ଜନ କରିବାର ସୁଯୋଗ ପାଇପାରନ୍ତି।
ମିଥୁନ
ମିଥୁନ
ଶନି ସହ ଚନ୍ଦ୍ରଙ୍କ ସଂଯୋଗରୁ ଆଳସ୍ୟ ଓ ଅବହେଳାଜନିତ ଉଦାସୀନ ହେତୁ ସମସ୍ୟା ବଢ଼ିପାରେ। ନୂତନ ଦାୟିତ୍ୱ ହାତକୁ ନେଇ ବିଚଳିତ ରହିପାରନ୍ତି। ବନ୍ଧୁମେଳରେ ନିକଟ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇ ଅର୍ଥ ସହ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି।
କର୍କଟ
କର୍କଟ
ରାଶ୍ୟାଧିପ ଭାଗ୍ୟସ୍ଥାନରେ ରହିବା ଯୋଗୁ ଯେଉଁ କାମ ଆରମ୍ଭ କରିବେ ସଫଳତା ନିଶ୍ଚିତ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବା ହେତୁ ଆଶ୍ୱସ୍ତି ଅନୁଭବ କରିପାରନ୍ତି। କିନ୍ତୁ ରପତ୍ାନି ବାଣିଜ୍ୟ କ୍ଷେତ୍ରରେ ଅସଫଳତାଜନିତ ଟେନ୍‍ସନ ହେତୁ ରକ୍ତଚାପ ମଧ୍ୟ ବଢ଼ିପାରେ। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି।
ସି˚ହ
ସି˚ହ
ଚନ୍ଦ୍ରଙ୍କ କେନ୍ଦ୍ରରେ ରବି ଯୋଗୁ ସମ୍ପର୍କୀୟଙ୍କ ସହାୟତାରେ ଅସ୍ଥିରତା ଦୂରୀଭୂତ ହୋଇଯିବ। ତଥାପି ଖଳ ଲୋକମାନଙ୍କ କଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟରେ ଆଖିଦୃଶିଆ ସଫଳତା ହାସଲ କରିପାରିବେ ନାହିଁ। ଲକ୍ଷ୍ୟସାଧନ ଉଦ୍ଦେଶ୍ୟରେ ଆଜିର ଫେରିବା ବାଟରେ ବନ୍ଧୁଙ୍କୁ ଭେଟିପାରନ୍ତି ା
କନ୍ୟା
ତିନୋଟିଗ୍ରହ କର୍ମସ୍ଥ ବୃହସ୍ପତିଙ୍କୁ ଦେଖୁଥିବାରୁ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। କରଜଦାତାଙ୍କ ଚାପ ବୃଦ୍ଧି ମାନସିକ ଅଶାନ୍ତିର କାରଣ ହେବ। ଦୂରରେ ରହୁଥିବା ବ୍ୟକ୍ତି ପରିବାରକୁ ମନେପକାଇ ନିଃସଙ୍ଗତାବୋଧ କରିପାରନ୍ତି। ବାଣିଜ୍ୟ ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଲାଗି ରହୁଥିବାରୁ ମନସ୍ତାପ କରିପାରନ୍ତି।
ତୁଳା
ତୁଳା
ଭାଗ୍ୟସ୍ଥାନରେ ଷଷ୍ଠାଧିପ ଚନ୍ଦ୍ର କେନ୍ଦ୍ରରେ ରହି କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରନ୍ତି। ସାମାଜିକ ସ୍ତରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରତ୍ୟୁଷ ଯାତ୍ରା ସମୟରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ପାରିବାରିକ ମତପାର୍ଥକ୍ୟଜନିତ ନିଜର ଭାଇଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହେବେ।
ବିଛା
ବିଛା
ଶନି ଓ ଚନ୍ଦ୍ର କୋଣଭାବରେ ଥିବାରୁ ପୂର୍ବ ପରିକଳ୍ପିତ ଯୋଜନା ବିଗିଡ଼ିଯିବାରୁ ମନ ଦୁଃଖ ହୋଇପାରେ। ପରିବାରରେ ବାରମ୍ବାର ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି ହେଉଥିବା ଯୋଗୁ ମନ ଅଶାନ୍ତ ରହିବ। ସରକାରୀ ସ୍ତରରୁ ଦୀର୍ଘ ଦିନରୁ ଆଶା କରୁଥିବା ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ବାକ୍‍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ ା
ଧନୁ
ଧନୁ
ଚନ୍ଦ୍ରଙ୍କ ଦୁଃସ୍ଥାନରେ ରାହୁଥିବାରୁ କୌଣସି ନିକଟତମ ବ୍ୟକ୍ତିଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବା ସକାଶେ ଚେଷ୍ଟା କଲେ ସଫଳତା ପାଇବେ। ଶତ୍ରୁତା କରୁଥିବା ବ୍ୟକ୍ତି ପଛରେ ମନଗଢ଼ା କଥା କହି ସମସ୍ୟା ସୃଷ୍ଟି କରିବେ। କର୍ମକ୍ଷେତ୍ରରେ ହଠାତ୍‍ ଖବର ପାଇ ବିସ୍ମୟ ପ୍ରକାଶ କରିବେ।
ମକର
ମକର
ଦ୍ୱାଦଶସ୍ଥ ଏକାଧିକ ଗ୍ରହ ପ୍ରଭାବରେ ବାରମ୍ବାର ଭ୍ରମଣ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସମ୍ମୁଖରେ ମନ କଥାକୁ ଲୁଚାଇ ରଖତ୍ ସୌଜନ୍ୟମୂଳକ ସାକ୍ଷାତ୍‍ ଆଲୋଚନା କରିପାରନ୍ତି। ଆର୍ଥିକ ସ୍ଥିତି ସେତେଟା ଭଲ ରହିବ ନାହିଁ, ଫଳରେ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ଦେଖାଶୁଣା ନଥିବା ଜଣେ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଚତୁର୍ଥାଧିପ ଶୁକ୍ରଙ୍କ ପ୍ରଭାବରୁ ସ୍ତ୍ରୀଙ୍କ ପରାମର୍ଶ ଗ୍ରହଣଯୋଗ୍ୟ ହେବା ସହ କାମକୁ ଆସିବ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହେବେ। ଦୀର୍ଘଦିନରୁ ଲାଗି ରହିଥିବା କ୍ରନିକ୍‍ ରୋଗ ପୀଡ଼ା ଯୋଗୁ ମନ ବିଚଳିତ ହୋଇପାରେ। କର୍ମକ୍ଷେତ୍ରରେ ଆଶା କରୁଥିବା ସୁଯୋଗ ଆପଣାଛାଏଁ ଆସିବ ଏବଂ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହେବ।
ମୀନମୀନ
କର୍ମକ୍ଷେତ୍ରରେ ଆନୁଷଙ୍ଗିକ ସୁବିଧା ସୁଯୋଗ ହେତୁ ନିର୍ମାଣ କାମ ତ୍ୱରାନ୍ବିତ ହେବ। ରାହୁଦୃଷ୍ଟ ବୃହସ୍ପତିଜନିତ କ୍ଳାନ୍ତିବୋଧ ସାଙ୍ଗକୁ ଦେହ ଭଲ ରହି ନ ପାରେ। ପଡ଼ୋଶୀଙ୍କ ଅଭିଯୋଗ ଅମୂଳକ ନୁହେଁ, ଏହାକୁ ଗୁରୁତ୍ୱର ସହ ବିଚାରକୁ ନେବା ଭଲ ହେବ। ସ୍ବତନ୍ତ୍ର ନିମନ୍ତ୍ରିତ ହୋଇ ପରିଜନଙ୍କ ସହିତ ବନ୍ଧୁଙ୍କ ଗୃହକୁ ଯାତ୍ରା କରିପାରନ୍ତି।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?