Posted inRasifala

ରାଶିଫଳ: ରବିବାର, ଡିସେମ୍ବର ୧୫ ତାରିଖ – Daily Horoscope

ମେଷ
ଆଜି ସ୍ବଗୃହୀ ଚନ୍ଦ୍ରଙ୍କ ପ୍ରଭାବରେ ପ୍ରତ୍ୟୁଷ ଯାତ୍ରା, ଆନୁଷ୍ଠାନିକ କାମ, ପାର୍ଟି ପିକ୍‌ନିକ୍‌ କ୍ଷେତ୍ରରୁ ଆନନ୍ଦ ପାଇପାରନ୍ତି। ସାମାଜିକ ସ୍ତରରେ କର୍ତ୍ତବ୍ୟନିଷ୍ଠା, ସହଯୋଗ ମନୋବୃତ୍ତିଜନିତ ପରୋକ୍ଷ ପ୍ରଶଂସା ଲାଭ କରିବେ। ସ୍ବାସ୍ଥ୍ୟ ସମସ୍ୟା ପ୍ରାୟତଃ ସୁଧୁରିଯିବ ଏବଂ ସଭାସମିତି କିମ୍ବା କୌଣସି ନୂତନ କର୍ମାରମ୍ଭ କରିବାରେ ବ୍ୟସ୍ତ ରହିପାରନ୍ତି।
ବୃଷ
ବୃଷ
ଆଜି ସ୍ବାଦିଷ୍ଟ ଭୋଜନ, ଶ୍ରୁତି ମଧୁର କଥା, ଆତ୍ମୀୟମାନଙ୍କ ସହାନୁଭୂତି ପାଇ ଖୁସୀ ହେବେ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ କରିବା ସକାଶେ ଆଗଭର ହୋଇପାରନ୍ତି। କିନ୍ତୁ ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠାକୁ ଅନ୍ୟମାନେ ସହି ନ ପାରି ଅପମାନ ସୂଚକ ମନ୍ତବ୍ୟ ଦେବାର ଆଶଙ୍କା ରହିଛି। ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି।
ମିଥୁନ
ମିଥୁନ
ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ବୈଷୟିକ ସୁଖ,ସମୃଦ୍ଧି ଅଭିବୃଦ୍ଧିରେ ସହାୟକ ହେବ। ଫଳତଃ ଖୋଜୁଥିବା ଜିନିଷ ପାଇବେ,ବନ୍ଧୁମାନେ ସହଯୋଗର ହାତ ବଢାଇ ପାରନ୍ତିି। ମାତ୍ର କେତେକ କ୍ଷେତ୍ରରେ ଯେତିକି ଅର୍ଥ ପାଇବେ ପ୍ରତିଦାନରେ ତାହାଠାରୁ ଅଧିକ କିଛି ଖର୍ଚ୍ଚ କରିବାକୁ ପଡ଼ିପାରେ। ଅନ୍ୟମାନଙ୍କ ଫୁସୁଲା ଫୁସୁଲି କଥାରେ ଭାସିଯାଇ ଯେଉଁ କାମ କରିବେ .ପରେ ସେଥି ସକାଶେ ଅନୁତାପ କରିବାକୁ ପଡିବାର ଆଶଙ୍କା ରହିଛି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସମସ୍ୟା ବୃଦ୍ଧି ପାଇବା କାରଣରୁ ମାନସିକ ଶାନ୍ତି ହରାଇପାରନ୍ତି। ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ। ନିଜ ଲୋକଙ୍କ ସକାଶେ ଯେତେ ପ୍ରକାରର ଉତ୍ସର୍ଗୀକୃତ କାମ କଲେ ମଧ୍ୟ ପ୍ରଶଂସା ମିଳିବ ନାହିଁ। ବ୍ୟବସାୟ ଓ ପରିବହନରେ ଭାଗୀଦାରଙ୍କ ତରଫରୁ କୌଣସି ଅଭିଯୋଗ ଆସିପାରେ।
ସି˚ହ
ସି˚ହ
ଆଜିର ଅନୁକୂଳ ଗ୍ରହସ୍ଥିତି କାରଣରୁ ଯେଉଁ କାମରେ ହାତ ଦେବେ ସେଥିରେ ଅବଶ୍ୟ ସଫଳତା ପାଇବେ। କିନ୍ତୁ ପରିସ୍ଥିତିବଶତଃ ଉପରିସ୍ଥଙ୍କ ଆଦେଶାନୁସାରେ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହେବାକୁ ପଡ଼ିପାରେ। ପାରିବାରିକ କ୍ଷେତ୍ରରେ ଅଶାନ୍ତ ମନ ଦିନ ଗୋଟାଏ ପରେ ଶାନ୍ତ ହୋଇଯିବାର ସମ୍ଭାବନା ରହିଛି।
କନ୍ୟା
କର୍ମୋନ୍ନତି, ଆର୍ଥିକ ପ୍ରଗତି, ସାମାଜିକ ସ୍ବୀକୃତି, ପରିବାରରେ ଆନନ୍ଦମୟ ପରିବେଶର ଉପସ୍ଥିତି ରହିବ। ମାତ୍ର ଏହା ସଙ୍ଗକୁ ବ୍ୟୟବୃଦ୍ଧି,ପରୋକ୍ଷ ଶତ୍ରୁତା,ଆତ୍ମୀୟଙ୍କ କଳୁଷିତ ଦୃଷ୍ଟିରୁ ବାଦ୍‌ ଯାଇପାରିବେ ନାହିଁ। ଆଗୁଆ ନହୋଇ ବିବାଦୀୟ ଘଟଣାରେ ନୀରବ ରହିବା ଭଲ ହେବ। ରୋଗୀଣା ସ୍ବାସ୍ଥ୍ୟରେ ସମାନ୍ୟ ବ୍ୟତିକ୍ରମ ଦେଖାଦେବ।
ତୁଳା
ତୁଳା
କାର୍ଯ୍ୟକ୍ଷେତ୍ରରେ ଶିଥିଳତା କିମ୍ବା ନିରୁତ୍ସାାହିତ ଅନୁଭବ କରିବେ। ଦିନଟିରେ ମାତ୍ରାଧିକ ଭ୍ରମଣ ଯୋଗୁ ସାୟାହ୍ନରେ କ୍ଳାନ୍ତି ଅନୁଭବ କରିପାରନ୍ତି। ଯାହା ଆଶା କରୁଥିଲେ କିଛି ପରିମାଣରେ ଅବଶ୍ୟ ପାଇପାରିବେ, କିନ୍ତୁ ମାନସିକ ପରିତୃପ୍ତି ପୂର୍ଣ୍ଣତଃ ମିଳିବ ନାହିଁ। ମାଲିମକଦ୍ଦମା, ଜମିଜମା, ବାଣିଜ୍ୟ, ବ୍ୟବସାୟ, ସ୍ବାସ୍ଥ୍ୟ ସମସ୍ୟା ଚିନ୍ତାର କାରଣ ହୋଇପାରେ।
ବିଛା
ବିଛା
ଆଜିର ଗ୍ରହସ୍ଥିତି ଆପଣଙ୍କୁ ମାନସିକ ଅସ୍ଥିରତା ସୃଷ୍ଟି କଲେ ମଧ୍ୟ ଅର୍ଥନୈତିକ ଉକତ୍ର୍ଷତା ସାମୟିକ ପରିତୃପ୍ତି ପ୍ରଦାନ କରିବ। ପାରିବାରିକ କ୍ଷେତ୍ରରେ ନୂଆ ନୂଆ କାମ ଆରମ୍ଭ କରିବାର ଯୋଜନା ବନେଇ ପାରନ୍ତି। କଳା,ସାହିତ୍ୟ,ଓ ବନ୍ଧୁ ମିଳନ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ ଏବଂ ସାଙ୍ଗଠନିକ କାଯର୍‌ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ଧନୁ
ଧନୁ
କୌଣସି ବନ୍ଧୁଙ୍କର ଅନୁପସ୍ଥିତି ମନରେ ଗଭୀର ଭାବାବେଗ ସୃଷ୍ଟି କରିବ। ଭାଙ୍ଗି ପଡିଥିବା ସମ୍ପର୍କକୁ ପୁଣି ଯୋଡ଼ିବା ସକାଶେ ଚେଷ୍ଟା କରି କିଛି ଲାଭ ପାଇବେ ନାହିଁ। ଦୀର୍ଘ ଦିନରୁ ଭିତରେ ଭିତରେ କୁହୁଳୁଥିବା ପାରିବାରିିକ ସମସ୍ୟାର ସରଳ ସମାଧାନ କରିପାରନ୍ତି। ପାରସ୍ପରିକ ତାଳମେଳ ଅଭାବରୁ ପ୍ରଶାସନିକ କ୍ଷେତ୍ରରେ ଅସ୍ଥିରତା ଦେଖା ଦେଇପାରେ।
ମକର
ମକର
ପାରିବାରିକ କ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ନିଜର ଭାବାବେଗକୁ ରୋକି ପାରିବେ ନାହିଁ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ, ମାତ୍ର ବହୁତ ତକଲିପି ସହିବାକୁ ପଡ଼ିପାରେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ, କିନ୍ତୁ ମନଟା କେଜାଣି କାହିଁକି ଏକ ଅଜଣା ଆଶଙ୍କାରେ ଉଦ୍‌ବେଳିତ ହେବାର ସୂଚନା ରହିଛି ।
କୁମ୍ଭ
କୁମ୍ଭ
ଆପଣଙ୍କୁ କୌଣସି ଦୁଃସାହସିକ କାମ ସକାଶେ ପ୍ରେରଣା ଯୋଗାଇ ସମସ୍ୟା ଭିତରକୁ ଟାଣି ନେଇପାରେ। ଏହି ପରିପ୍ରେକ୍ଷୀରେ ଆପଣ ସଂଯମ ରକ୍ଷା ନକଲେ ବିବାଦରେ ଲିପ୍ତ ରହିପାରନ୍ତି। ଗତକାଲିର କୌଣସି ଘଟଣାକୁ ନେଇ ଆଜି ମନଟା ଭାରାକ୍ରାନ୍ତ ରହିବ। ସବୁ କାମ ନିରୁତ୍ସାହିତ ଭାବେ କରିବେ ଏବଂ କୌଣସିଥିରେ ଆନ୍ତରିକତା ରହିବନାହିଁ ।
ମୀନମୀନ
ଆଜି ଯେତେ ପ୍ରକାର ଭାବିଚିନ୍ତି କାମ କଲେ ମଧ୍ୟ ପାରିବାରିିକ ପ୍ରତିରୋଧ କେତେକ କାମକୁ ବିଶୃଙ୍ଖଳିତ କରିପାରେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ ମାତ୍ର ଶତ୍ରୁକ୍ଷେତ୍ର୍ରସ୍ଥ ମନର ପ୍ରତୀକ ଗ୍ରହ ମାନସିକ କ୍ଷେତ୍ର୍ରକୁ ଅଶାନ୍ତ କରିପାରନ୍ତି। ଆର୍ଥିକ ଦିଗରୁ ସମସ୍ୟା ଲାଗି ରହିବ। ବନ୍ଧୁଙ୍କ ପରାମର୍ଶରେ ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବାର ସୁଯୋଗ ପାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?