Posted inRasifala

ରାଶିଫଳ: ରବିବାର, ଜୁନ୍ ୨୧ ତାରିଖ – Daily Horoscope

ମେଷ
ମନ ଭିତରର ଉତ୍ତେଜନାକୁ ନିୟନ୍ତ୍ରିତ କରି ସହୃଦୟତାର ସହ ବାକ୍ୟାଳାପ କରିବାରେ ସମର୍ଥ ହେବେ। ପାରିବାରିକ ସମ୍ପର୍କକୁ ପ୍ରାଧାନ୍ୟ ଦେଇ ଅନ୍ୟମାନଙ୍କର ଚକ୍ଷୁଶୂଳ ହେବାକୁ ପଡିପାରେ। ମୁହଁ ସାମ୍‌ନାରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବା ଶୁଣିବାକୁ ପାଇବେ।
ବୃଷ
ବୃଷ
ସୁଖର ପ୍ରତୀକ ଶୁକ୍ର ରାଶିରେ ଅବସ୍ଥାନ କରି ମନୋରଞ୍ଜନ ଦିଗରେ ଆପଣଙ୍କୁ ଆକୃଷ୍ଟ କରାଇବ। ଆନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ନିଜର ସ୍ବାର୍ଥ ହାସଲ କରିବା ପାଇଁ ଚେଷ୍ଟା କରିପାରନ୍ତି। ଘରୋଇ କ୍ଷେତ୍ରରେ ଅଭାବ ନ ଥିଲେ ମଧ୍ୟ ସନ୍ତାନ ହେତୁକ ପୀଡା ଅନୁଭବ କରିବେ।
ମିଥୁନ
ମିଥୁନ
ମନକାରକ ଚନ୍ଦ୍ର ପାପଗ୍ରହାକ୍ରାନ୍ତ ହୋଇ ଆପଣଙ୍କ କଥା, କାର୍ଯ୍ୟ ଓ ଚିନ୍ତାଧାରାକୁ କଳୁଷିତ କରିପାରନ୍ତି। ମନର ଅଶାନ୍ତି ଓ ରାଗକୁ ନିୟନ୍ତ୍ରଣ ମଧ୍ୟରେ ନ ରଖି ଅନ୍ୟ ଉପରେ ଶୁଝାଇଲେ ଓଲଟା ଫଳ ହୋଇପାରେ। ଆଜି ନିଜ ସଂସ୍ପର୍ଶରେ ଆସୁଥିବା କୌଣସି ବ୍ୟକ୍ତିଙ୍କୁ ଆପ୍ୟାୟିତ କରି ଅର୍ଥଲାଭର ମାର୍ଗକୁ ସୁଗମ କରିପାରନ୍ତି।
କର୍କଟ
କର୍କଟ
ଭଗବତ୍‌ ବିଶ୍ୱାସ ମାଧ୍ୟମରେ ସତ୍‌ସଙ୍ଗର ସୁଯୋଗ ପ୍ରଦାନ କରିବ। ସୁସ୍ଥ ଚିନ୍ତାଧାରା ହେତୁ ପରିସ୍ଥିତି ପ୍ରତି ସଚେତନ ରହି କାମ କରିବା ଦ୍ୱାରା ପ୍ରତ୍ୟେକ ସମସ୍ୟାକୁ ଟାଳି ଦେଇପାରିବେ। ନିଜ ଭାଇ,ବନ୍ଧୁ ଓ କୁଟୁମ୍ବ ଲୋକମାନଙ୍କ ସହ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ରହିଲେ ମଧ୍ୟ ପ୍ରକାଶ୍ୟରେ କିଛି କହିପାରିବେ ନାହିଁ।
ସି˚ହ
ସି˚ହ
ରବି ଏକାଦଶ ସ୍ଥାନରେ ରାଜଯୋଗ ସୃଷ୍ଟିକରି ବଳିଷ୍ଠବ୍ୟକ୍ତିତ୍ୱ ମାଧ୍ୟମରେ ପ୍ରଶଂସିତ କରିବେ। କିନ୍ତୁ ମଘା ନକ୍ଷତ୍ର ସମସ୍ୟାଭାରରେ ଅତିଷ୍ଠ ହୋଇ ମାନସିକ ଅସ୍ଥିରତା ଅଶାନ୍ତି ଅନୁଭବ କରିପାରନ୍ତି। ଆନୁଷ୍ଠାନିକ କାମ, କ୍ରୀଡା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
କନ୍ୟା
ବୁଧ କର୍ମସ୍ଥ ହେତୁ ଆପଣଙ୍କ କାର୍ଯ୍ୟକୁଶଳତା ବୃଦ୍ଧି ପାଇବା ସହ ଦକ୍ଷତାଭିତ୍ତିକ ପ୍ରଶଂସିତ ହେବେ। ଉତ୍ତରାଫାଲଗୁନୀ ନକ୍ଷତ୍ର ସକାଶେ ନିଜ ପରିସରରେ ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ। ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ ଓ କଳହର ସମ୍ଭାବନା ରହିଛି।
ତୁଳା
ତୁଳା
ରାହୁ ଭାଗ୍ୟସ୍ଥ ହେତୁ ଆଜି ଯେକୌଣସି କାମ କଳେ ବଳେ କୌଶଳେ ହାସଲ କରିପାରିବେ। ତଥାପି ପ୍ରତ୍ୟେକ କ୍ଷେତ୍ରରେ ଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କ ଠାରୁ ଦୂରତା ରଖି କାମ କରିବା ଭଲ ହେବ। ଫେରି ଯାଉଥିବା ବନ୍ଧୁଟି ବାଟରୁ ଲେଉଟି ଆସିବ, ଫଳତଃ ନିଜର କାମଗୁଡିକୁ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢିଯାଇପାରେ।
ବିଛା
ବିଛା
କଥାରେ ନ କହି କାମରେ ଦେଖାଇ ପ୍ରଶଂସନୀୟ ହେବେ। ବିଶେଷଭାବରେ କର୍ମକ୍ଷେତ୍ର ପ୍ରତି ଆପଣଙ୍କର ଆନୁଗତ୍ୟ ଉପରିସ୍ଥଙ୍କୁ ଖୁସୀ କରାଇବାରେ ସାହାଯ୍ୟ କରିବ। ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଆପଣ ଯେତେ ପାଇଲେ ମଧ୍ୟ ଆହୁରି ଅଧିକ ପାଇବା ସକାଶେ ବ୍ୟାକୁଳତା ପ୍ରକାଶ କରିବେ।
ଧନୁ
ଧନୁ
ଜ୍ଞାନକାରକ ବୃହସ୍ପତି ମୁଖଭାବରେ ରହି ଆପଣଙ୍କ ଜ୍ଞାନ, ବିଦ୍‌ବତା ଓ ଗରିମାକୁ ଲୋକଲୋଚନକୁ ଆଣିବାରେ ସହାୟକ ହେବେ। ଅଫିସରେ ଅବସର ସମୟରେ ସହକର୍ମୀମାନଙ୍କ ସହ ମିଷ୍ଟାଳାପରୁ ଖୁସୀ ରହି। ଶିକ୍ଷା ଓ ପରୀକ୍ଷାରେ ପିଲାମାନଙ୍କ ସଫଳତାକୁ ନେଇ ଆନନ୍ଦ ଅନୁଭବ କରିବେ।
ମକର
ମକର

ଆପଣଙ୍କ ଶାରୀରିକ ସ୍ବାସ୍ଥ୍ୟରେ ଉନ୍ନତି ପାଇଁ ସମୟୋପଯୋଗୀ ସଚେତନତା ସୃଷ୍ଟି କରିବେ। କିନ୍ତୁ କୌଣସି ବ୍ୟକ୍ତିଠାରୁ ହଠାତ୍‌ କୌଣସି ଖବର ପାଇ ମାନସିକ ସ୍ତରରେ ବିଚଳିତ ବୋଧ କରିବାକୁ ପଡିପାରେ। ଉପରିସ୍ଥ ଅଧିକାରୀମାନେ କାମହାସଲ ସକାଶେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି।

କୁମ୍ଭ
କୁମ୍ଭ
ଆପଣଙ୍କ ସକାଶେ ଅର୍ଥର ପ୍ରାଚୁର୍ଯ୍ୟ ସହ ସାମାଜିକ ସମ୍ମାନ ପ୍ରଦାନ କରିବ। କିନ୍ତୁ ରାଶ୍ୟାଧିପ ଶତ୍ରୁଗ୍ରହ ରବିଙ୍କ ନକ୍ଷତ୍ରସ୍ଥ ଯୋଗୁଁ ବନ୍ଧୁରେ କଳହ, ଧନହାନି, ପରିବହନରେ ତର୍କ ବିତର୍କର ସମ୍ମୁଖୀନ କରାଇପାରେ। ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ରାଜନୀତି ଓ ସାହିତ୍ୟକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ମୀନମୀନ

ପଞ୍ଚାନନ ଯୋଗ ପ୍ରଭାବରେ ଅର୍ଥନୈତିକ ଅଭିବୃଦ୍ଧି ମାନସିକ ପ୍ରଫୁଲ୍ଲତାର କାରଣ ହେବ। ଉତ୍ତରଭାଦ୍ରପଦ୍‌ ନକ୍ଷତ୍ର ପିଲାମାନଙ୍କ ସମସ୍ୟା ପାଇଁ ମନ ଅସ୍ଥିର ରହିବା ଜନିତ ମାନସିକ ବ୍ୟଥା ଅନୁଭବ କରିବେ। ତଥାପି କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା…

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ…

ରାଶିଫଳ: ଶୁକ୍ରବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ ଗ୍ରହମାନଙ୍କ ଶୁଭ ସମ୍ବନ୍ଧ ଅଭାବରୁ ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ।…

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ…

ରାଶିଫଳ: ରବିବାର, ଜୁନ୍ ୭ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ ଆର୍ଥିକ ସ୍ଥିତି ମନ୍ଦ ହେବନାହିଁ। ଚନ୍ଦ୍ରଙ୍କ ସହିତ ରାହୁଙ୍କ ସଂଯୋଗ ପାରିବାରିକ ଏବଂ ସନ୍ତାନଙ୍କ ସ୍ବାସ୍ଥ୍ୟହାନିର କାରଣ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri