Posted inRasifala

ରାଶିଫଳ: ରବିବାର, ଜୁନ ୨୩ ତାରିଖ – Daily Horoscope

ମେଷ
ଏକାଦଶ ଚନ୍ଦ୍ର ଯୋଗୁ କାର୍ଯ୍ୟସିଦ୍ଧି ସଙ୍ଗକୁ ବୈଷୟିକ ଅଭିବୃଦ୍ଧି, ହୋଇପାରିବ। ପୂର୍ବ ସ୍ଥିରୀକୃତ ଦୂରଯାତ୍ରା,ବାଣିଜ୍ୟ, ବ୍ୟବସାୟ, ପରିବହନ, ବନ୍ଧୁ ବାନ୍ଧବ କ୍ଷେତ୍ରରେ ସୁଫଳ ପାଇବେ। ରାହୁ ଯୁଚ୍ଛ ରବି ହେତୁ କୃତିକା ନକ୍ଷତ୍ର ସବୁକଥାକୁ ଭଲରୂପେ ବିଚାର କରି କାମ ନ କଲେ ଅସୁବିଧାର ସମ୍ମୁଖୀନ ହେବେ।
ବୃଷ
ବୃଷ
ଆଗକୁ ଆସୁଥିବା ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧଉଡ କରିବାକୁ ପଡିପାରେ। ବନ୍ଧୁଙ୍କ ଫେରିବା ବାଟକୁ ଚାହିଁ ଚାହିଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ଶିଳ୍ପ, ବ୍ୟବସାୟ, ପରିବହନ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରେଇବାରେ ବନ୍ଧୁ ସାହାଯ୍ୟ କରିବେ। ଭଲ ସମ୍ପର୍କ ରଖି ନ ଥିବା ବ୍ୟକ୍ତିିମାନଙ୍କ ଠାରୁ ଦୂରେଇ ରହିବା ଭଲ ହେବ।
ମିଥୁନ
ମିଥୁନ
ପାରିବାରିକ କ୍ଷେତ୍ରରେ ପରିସ୍ଥିତିବଶତଃ ଯେତିକି ପାଇବେ ତାହାର ଦୁଇଗୁଣା ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଇଚ୍ଛା ନ ଥିଲେ ମଧ୍ୟ ହଠାତ୍‌ ଦୂରକୁ ଯିବାକୁ ପଡିପାରେ। ଅବଶ୍ୟ କର୍ମକ୍ଷେତ୍ରର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରପାରିିବେ। କହିବାକୁ ଇଛା ଥିଲେ ମଧ୍ୟ ସଂକୋଚ ବଶତଃ ବନ୍ଧୁଙ୍କ ନିକଟରେ ମନକଥା ପ୍ରକାଶ କରିପାରିବେ ନାହିଁ।
କର୍କଟ
କର୍କଟ
ଆଜି ଅଷ୍ଟମସ୍ଥ ଚନ୍ଦ୍ର ଯୋଗୁ ମନ ଚାହୁଁ ନ ଥିବା କେତେକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବାର ସୂଚନା ରହିଛି। କାର୍ଯ୍ୟହାନୀ ଜନିତ ଧୈର୍ଯ୍ୟଚ୍ୟୁତି ସାଙ୍ଗକୁ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। ବିବାଦୀୟ ପରିସ୍ଥିତି କିମ୍ବା ମାଲିମକଦ୍ଦମାରେ ସ୍ଥିତି ଅବଶ୍ୟ ଅନୁକୂଳ ରହିବ। ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନରେ କିଛି ସମସ୍ୟା ଦେଖାଦେବ।
ସି˚ହ
ସି˚ହ
କେତେକ କ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିର ଦୃଢ ମୁକାବିଲା କରିବାକୁ ପଡିପାରେ। ଆଗାମୀ ସମୟର ଆବଶ୍ୟକତା ପୂରଣ ସକାଶେ ଟଙ୍କା ପଇସା ଯୋଗାଡ କରିବା ପାଇଁ ବିଭିନ୍ନ ଫନ୍ଦି ଫିକର କରିପାରନ୍ତି। ଖୋଜୁଥିବା ଜିନିଷର ସନ୍ଧାନ ନ ମିଳିବାରୁ ବ୍ୟଗ୍ରତା ବଢିଯାଇପାରେ। ସମସ୍ୟା ସୁଧାରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଭିକ୍ଷା କରିବାକୁ ପଡିବ।
କନ୍ୟା
କର୍ମକ୍ଷେତ୍ରରେ ସନ୍ଦେହାମତ୍କ ବାତାବରଣ ମଧ୍ୟରେ ଅଣନିଶ୍ୱାସୀ ହେବାକୁ ପଡିପାରେ। ଶିକ୍ଷା କ୍ଷେତ୍ରରେ ଅପୂରଣୀୟ ଆଶା ଓ ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣ ମାନସିକ ସ୍ଥିତିକୁ ଦୁର୍ବଳ କରିଦେବ। ପାରିବାରିକ ସମସ୍ୟା ଲାଗି ରହି ପାରେ। ତଥାପି ତରବର ନ ହୋଇ ଧୀରସ୍ଥିର ମନ ନେଇ କାମକଲେ ସମସ୍ୟାର ସରଳ ସମାଧାନ ହେବ।
ତୁଳା
ତୁଳା
ପ୍ରତ୍ୟେକ କ୍ଷେତ୍ରରେ ଦୋଦୁଲ୍ୟମାନ ଅବସ୍ଥାରେ ରହିବାକୁ ବାଧ୍ୟ ହେବେ। ଏହିଭଳି କେତେକ ପରିସ୍ଥିତି ସୃଷ୍ଟିହେବ ଯାହାକି ପଣା ବୋଲି ପିଇ ପାରିବେ ନାହିଁ କିମ୍ବା ପାଣି ବୋଲି ମଧ୍ୟ ଫିଙ୍ଗି ପାରୁ ନ ଥିବେ। ବିଭିନ୍ନ ପ୍ରକାରର ଅସୁବିଧା ଭିତରେ ଗତି କରୁଥିବାରୁ ଧୀରେ ଧୀରେ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିବ।
ବିଛା
ବିଛା
ନୂତନକର୍ମାରମ୍ଭ, ଆନୁଷ୍ଠାନିକ କାମ, ସଭାସମିତି ଓ ଭ୍ରମଣ ଜନିତ କାମରେ ସମୟ ବିନିଯୋଗ କରିବେ। ପରିବାରରେ ଭୁଲ୍‌ ବୁଝାମଣା ଓ ନିଜର କେତେକ ବ୍ୟତିକ୍ରମକୁ ସଜାଡିବାକୁ ଯାଇ ଅସ୍ଥିରତା ଲାଗି ରହିବ। ଅଭାବ ନ ଥିଲେ ମଧ୍ୟ ସ୍ଥଗିତ କାର୍ଯ୍ୟ ସକାଶେ ବିଚଳିତ ରହିପାରନ୍ତି। ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ କଥା କହି ନ ପାରେ।
ଧନୁ
ଧନୁ
ବିଶେଷ କୌଣସି ଅସୁବିଧା ନ ଥିଲେ ମଧ୍ୟ ଅଯଥାରେ ଏଣୁ ତେଣୁ ଗୁଡାଏ ଚିନ୍ତାକରି ମନ ବିବ୍ରତ ରହିବ। ବିବାଦୀୟ ପରିସ୍ଥିତି କିମ୍ବା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ସାମୟିକ ଖୁସୀ ହୋଇଯାଇପାରେ। ବାଧ୍ୟ ବାଧକତାରେ ଦୂରଯାତ୍ରା କରିବାକୁ ପଡ଼ିପାରେ। ବ୍ୟବସାୟ, ପରିବହନ, ଅର୍ଥ ସମ୍ପର୍କକୁ ନେଇ ଆଲୋଚନାରେ ବ୍ୟସ୍ତ ରହିପାରନ୍ତି।
ମକର
ମକର
ସକାଳୁ ସକାଳୁ ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମ ଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବାର ଆଶା ରହିଛି। କ୍ରୀଡା, ଚଳଚ୍ଚିତ୍ର, କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଉନ୍ନତି କରିବେ। ଟିକିଏ ଟିକିଏ କଥାରେ ରାଗିଯାଇ ଯାହା ପଡିଲା ତାହା କହି ପକାଇବା ଦ୍ୱାରା କିଛି ସମସ୍ୟା ଆସିପାରେ। ଆମତ୍ୀୟମାନେ ସହଯୋଗ କରି ଆପଣଙ୍କର କାମକୁ ସୁଗମ କରିପାରନ୍ତି।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ନିଜର ଲୋକମାନେ ଯେତେ ପ୍ରକାରର ସମସ୍ୟା ସୃଷ୍ଟି କଲେ କିଛି କ୍ଷତି କରିପାରିବେ ନାହିଁ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ସାଧାରଣ କଥାରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ।
ମୀନମୀନ
କର୍ମକ୍ଷେତ୍ରରେ ସମସ୍ୟାକୁ ପ୍ରତିହତ କରି ଆଗକୁ ବଢିବା ସକାଶେ ପଦକ୍ଷେପ ନେବେ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଲେ ମଧ୍ୟ କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିପାରେ। ସତର୍କରେ ଚଳିଲେ ସୁଦ୍ଧା ବିବାଦ ଭିତରକୁ ଟାଣି ହୋଇଯିବାର ଆଶଙ୍କା ରହିଛି। ଚେଷ୍ଟା କରୁଥିବା କାମରେ ଓ ସଫଳତାରେ ଆନନ୍ଦ ଅନୁଭବ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ଏପ୍ରିଲ ୩୦ ତାରିଖ – Daily Horoscope

ମେଷ ଆପଣ ସାଧାରଣ ସ୍ଥିତିରୁ ଅସାଧାରଣ ସ୍ଥିତିରେ ଉପନୀତ ହେବାର ସୁଯୋଗ ପ୍ରାପ୍ତ କରିବେ। ଏପରିକି ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ...

ରାଶିଫଳ: ସୋମବାର, ଏପ୍ରିଲ ୨୯ ତାରିଖ – Daily Horoscope

ମେଷ ଆଜି ନବମସ୍ଥ ଚନ୍ଦ୍ର ହେତୁ ପଡ଼ୋଶୀ, ବନ୍ଧୁବାନ୍ଧବ, ସହକର୍ମୀଙ୍କ ସହ ଆମତ୍ୀୟତା ବେଶ୍‌ ଜମିବ। ବନ୍ଧୁଙ୍କ ସହ ଧାରକରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ...

ରାଶିଫଳ: ରବିବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ ଆଜି ନିଜ ରାଶି ଓ ଦ୍ୱାଦଶ ସ୍ଥାନରେ ଏକାଧିକ ଗ୍ରହ ଅବସ୍ଥାନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିବ। ଅଫିସ୍‌ କାମରୁ ଜମା ଫୁରୁସତ୍‌...

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri