Posted inRasifala

ରାଶିଫଳ: ରବିବାର , ଜୁନ ୧୬ ତାରିଖ – Daily Horoscope

ମେଷ
ଆଜି ଶନି ଓ ମଙ୍ଗଳଙ୍କର ପାରଷ୍ପରିକ ଦୃଷ୍ଟି ପ୍ରତ୍ୟେକ କାମ ଉତ୍ତେଜନାପୂର୍ଣ୍ଣ ବାତାବରଣ ମଧ୍ୟରେ ସମ୍ପନ୍ନ ହେବ। ସ୍ବଗୃହୀଧନାଧିପ ହେତୁ ଦିନ ଭିତରେ ଯାହାକୁ ଯାହା କହିଲେ କଥା ରହିବ ଓ ଆର୍ଥିକ ସଂକଟ ଦୂରୀଭୂତ ହେବ। ଶିଳ୍ପ, ବାଣିଜ୍ୟ,ବ୍ୟବସାୟ, ପରିବହନ ଓ ଆନଷ୍ଠାନିକ କାମରେ ସାମାନ୍ୟ ସମସ୍ୟା ଦେଖା ଦେଲେ ମଧ୍ୟ ବିଶେଷ ଅସୁବିଧା ହେବ ନାହିଁ ।
ବୃଷ
ବୃଷ
ବଳବାନ୍‌ ରାଶ୍ୟାଧିପ ସହକର୍ମୀମାନଙ୍କ ସହ ସୁବିଧାଜନକ ସ୍ଥିତିରେ କାର୍ଯ୍ୟ ସମ୍ପନ୍ନ କରିବେ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବା ସହ ନିକଟ ସମ୍ପର୍କୀୟମାନଙ୍କୁ ନିଜ କାମରେ ବିନିଯୋଗ କରାଇବେ। ପରିବାରରେ ମନୋମାଳିନ୍ୟ ଘଟିପାରେ। ଅତୀତ କଥା ଚିନ୍ତା କରି ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇ ପାରନ୍ତି।
ମିଥୁନ
ମିଥୁନ
ରାଶିରେ ଚାରୋଟିଗ୍ରହ ଅବସ୍ଥାନ କରି ରାଜଯୋଗ ସୃଷ୍ଟିକରୁଥିବାରେ କାର୍ଯ୍ୟସିଦ୍ଧି ସଙ୍ଗକୁ ବିବାଦରେ ବଜୟୀ କରାଇବେ। ରାଜନତିକ ଗ୍ରହ ରବି ଓ ରାହୁଙ୍କ ପ୍ରଭାବରେ ସରକାରୀକଳ,ରାଜନୈତିକ ଓ ପ୍ରଶାସନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବେ। ସଭାସମିତି, ଆଲୋଚନା ଏବଂ ବନ୍ଧୁମାନଙ୍କୁ ଆପଣେଇବାରେ କେତେକାଂଶରେ ସମର୍ଥ ହେବେ।
କର୍କଟ
କର୍କଟ
ଆଜିର ଶୁଭେଯାଗରୁ ଆପଣଙ୍କ ପ୍ରତ୍ୟୁଷ ଯାତ୍ରା, ନୂତନ କର୍ମାରମ୍ଭ, ଅର୍ଥ ସମ୍ପର୍କ, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ପ୍ରୀତିପ୍ରଦାୟକ ରହିବ। କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଅନ୍ୟକୁ ଦେଇଥିବା ଜିନିଷଟି ଫେରି ପାଇବା କଷ୍ଟକର ହୋଇପାରେ। ଶିଳ୍ପ,ବାଣିଜ୍ୟ,ରାଜନୀତି, ପ୍ରଶାସନ,କ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବା ପାଇଁ ପ୍ରଯନତ୍ କରିବେ।
ସି˚ହ
ସି˚ହ
ଗ୍ରହମାନଙ୍କ ସାମ୍ୟତା କାରଣରୁ ସାମଗ୍ରୀକ ଦୃଷ୍ଟିକୋଣରୁ ଦିନଚର୍ଯ୍ୟା ମନ୍ଦ ହେବନି। କିନ୍ତୁ ମଘା ନକ୍ଷତ୍ର ବିଭିନ୍ନ ପ୍ରକାରର ଟେନ୍ସନ ହେତୁ କର୍ମକ୍ଷେତ୍ରରେ ବ୍ୟସ୍ତତା ବଢିଯାଇପାରେ। ପ୍ରିୟଜନମାନଙ୍କୁ ପ୍ରିୟକଥା କହି ସମସ୍ୟାକୁ ସୁଧାରି ନେବେ। ଅର୍ଥ ସମ୍ପର୍କୟ ଅନୁଚିନ୍ତା, ପିଲାମାନଙ୍କ ସମସ୍ୟା, ନିଜର ଭଗ୍ନ ସ୍ବାସ୍ଥ୍ୟ ମନକୁ ସାମାନ୍ୟ ଚହଲାଇ ଦେଇପାରେ।
କନ୍ୟା
ଆଜି ଚତୁର୍ଥଭାବକୁ ଛଅଟିଗ୍ରହ ପ୍ରଭାବିତ କରୁଥିବାରୁ ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ପ୍ରାୟତଃ ଭଲ ରହିବ। ପଡୋଶୀଙ୍କୁ ପ୍ରଲୋଭିତ କରି ନିଜ କାମରେ ଲଗାଇବାରେ ସମର୍ଥ ହେବେ। ଜମିଜମା କାରବାର, ଯାନ୍ତ୍ରିକ ଜିନିଷର ମରାମତି, ନିର୍ମାଣାଧୀନ କାମ ପୂର୍ବପରି ଚାଲୁ ରହିବ। ଭୁଲ୍‌ ବଶତଃ ଘରେ ଟଙ୍କା ଛାଡିଦେଇ ବାଟରେ ହଇରାଣ ହେବାକୁ ପଡିପାରେ।
ତୁଳା
ତୁଳା
ଚନ୍ଦ୍ର ଓ ବୃହସ୍ପତି ଧନସ୍ଥାନସ୍ଥ ଯୋଗୁ ଆର୍ଥିକ ମାନଦଣ୍ଡ ମଜ୍‌ବୁତ୍‌ ମାନସିକସ୍ଥିତିକୁ ଦୃଢୀଭୂତ କରିବ। ଅତି ନିକଟରେ ରହି ସାହାଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ। ପରିସ୍ଥିତି ମଧ୍ୟରେ ଇଛା ନଥିଲେ ମଧ୍ୟ ବାଧ୍ୟ ବାଧକତାରେ କେତେକ କାମ କରିବାକୁ ପଡିବ। ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।
ବିଛା
ବିଛା
ମଙ୍ଗଳଙ୍କ ଦୁର୍ବଳତା କାରଣରୁ ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ ନିମ୍ନାଭିମୁଖୀ ହୋଇପାରେ। କିନ୍ତୁ ଉନ୍ନତଚିନ୍ତା ଓ ବିଶିଷ୍ଟବ୍ୟକ୍ତିଙ୍କ ଆଦର ଗୌରବରେ ଆନନ୍ଦ ଅନୁଭବ କରିପାରନ୍ତି। ନିକଟ ଅତୀତରେ ରାଗ ପଡିଥିବା ବନ୍ଧୁ କ୍ରମଶଃ ମିଳାମିଶା ପାଇଁ ଇଚ୍ଛା ପ୍ରକାଶ କରିପାରନ୍ତି। ବିଭିନ୍ନ ଅଶା ଓ ଅଶଙ୍କା ବିଜଡିତ ମନ ହେତୁ ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ।
ଧନୁ
ଧନୁ
ଦୈହିକ ଓ ମାନସିକ ସୁସ୍ଥତା ନରହିଲେ ମଧ୍ୟ ବନ୍ଧୁବର୍ଗ ତଥା ଆତ୍ମୀୟସ୍ବଜନଙ୍କ ସହୃଦୟତାରୁ ଖୁସୀ ରହିବେ। ଦ୍ୱାଦଶସ୍ଥ ଦୁର୍ବଳଚନ୍ଦ୍ର ପ୍ରଭାବରେ ନିଜ ମନ ଅନୁଯାୟୀ କାମ ଗୁଡିକ ନହେବା କାରଣରୁ ବିଭିନ୍ନ ପ୍ରକାରର ଦୁଃଶ୍ଚିନ୍ତା ମନକୁ ଆକ୍ରାନ୍ତ କରିବ। ପ୍ରକାଶନ, ପ୍ରଶାସନ, ରାଜନୀତି, କଳା, ସାହିତ୍ୟ,ସାମ୍ବାଦିକତା ,ସଭାସମିତି କ୍ଷେତ୍ରରେ ଶୁଭଫଳ ପାଇବେ।
ମକର
ମକର
ସାମଗ୍ରୀକ ଦୃଷ୍ଟିକୋଣରୁ ଗ୍ରହସ୍ଥିତି ଉନ୍ନତ ରହିବା ହେତୁ ଆଶାପୂରଣ ହୋଇଯିବ। ପ୍ରତ୍ୟେକ କ୍ଷେତ୍ରରେ ସାଧାରଣ ପ୍ରତିବନ୍ଧକ ଲାଗି ରହିଲେ ମଧ୍ୟ କୈାଣସି କାମ ଅଟକି ରହିବ ନାହିଁ। ନିଜର କଳା, କୈାଶଳର ପ୍ରୟୋଗକରି ପରିସ୍ଥିତିକୁ ଦେଖି କାମ କରିବା ଫଳରେ ଉପକୃତ ହେବେ। ଦୀର୍ଘ ଦିନ ହେଲା ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହୋଇପାରନ୍ତି।
କୁମ୍ଭ
କୁମ୍ଭ
କେନ୍ଦ୍ରସ୍ଥ ଶୁକ୍ର ଯୋଗୁ ସବୁ ସମସ୍ୟା ପଛକୁ ପକାଇ ଗତକାଲିଠାରୁ ସ୍ଥଗିତ କାମକୁ ଆଜି ପୂରା ଦମରେ କରିବାପାଇଁ ନିଷ୍ପତି ନେବେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ସାହିତ୍ୟ, ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ।
ମୀନମୀନ
ଚତୁଃଗ୍ରହ ଯୋଗ କାରଣରୁ କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପାଇବେ। ପାରିବାରିକ ସ୍ତରରେ ଯାହା କିଛି ସାଧାରଣ ସମସ୍ୟା ରହିଛି ସେଥିରେ ବିଶେଷ କିଛି ଅସୁବିଧା ହେବ ନାହିଁ। ବ୍ୟବସାୟ ଓ ପରିବହନ ପ୍ରଭୃତି ବିଭିନ୍ନ ଦିଗରୁ ଲାଭବାନ ହେବେ। ଆଜିର ଆନୁଷ୍ଠାନିକ କାମରେ ବନ୍ଧୁମାନଙ୍କ ସାହାଯ୍ୟ ଓ ସହଯୋଗ କାମକୁ ତ୍ୱରାନ୍ବିତ କରାଇବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?