Posted inRasifala

ରାଶିଫଳ: ରବିବାର, ଜାନୁଆରି ୫ ତାରିଖ – Daily Horoscope

ମେଷ
ଆଜିର ଶ୍ରୀଚନ୍ଦ୍ର ଆପଣଙ୍କୁ ଉଚ୍ଚ ସମ୍ମାନ, କାର୍ଯ୍ୟସାଧନ, ମିତ୍ରତା ବୃଦ୍ଧି, ବିବାଦର ସମାଧାନ କରିବା ଦିଗରେ ସହାୟକ ହେବ। ନିଜ ରାଶିରେ ମଙ୍ଗଳ ଓ ସ୍ବଗୃହାଭିମୁଖୀ ଚନ୍ଦ୍ର ଆପଣଙ୍କୁ ମାନସିକ ଓ ଶାରୀରିକ ସୁସ୍ଥତା ପ୍ରଦାନ କରିବେ। ଯାତ୍ରା, ଗୃହାରମ୍ଭ, ଅନ୍ୟାନ୍ୟ ପ୍ରତ୍ୟେକ ଦିଗରୁ ଶୁଭଫଳ ପାଇବେ।
ବୃଷ
ବୃଷ
ତୃତୀୟାଧିପତି ଦ୍ୱାଦଶସ୍ଥ ହେବାରୁ ସ୍ବଜନ,ସମ୍ପର୍କୀୟ ଏବଂ ଭାଇ ବନ୍ଧୁ ପ୍ରମୁଖଙ୍କ ସୁସମ୍ପର୍କ ରହି ନ ପାରେ। ସାଧାରଣ କଥାକୁ କେନ୍ଦ୍ର କରି କିମ୍ବା ଅର୍ଥ ସମ୍ପର୍କକୁ ନେଇ ବାକ୍‌ଯୁଦ୍ଧ ଲାଗିବାର ଆଶଙ୍କା ରହିଛି। ଗ୍ରହମାନେ ଆପଣଙ୍କୁ ଆନୁଷ୍ଠାନିକ କାମରେ ବ୍ୟୟ କରାଇ ମାନସିକ ଅସ୍ଥିରତା ସୃଷ୍ଟି କରିବେ। ଅଯଥା ଗୁଡ଼ାଏ ମୂଲ୍ୟହୀନ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିପାରନ୍ତି।
ମିଥୁନ
ମିଥୁନ
ଶୁକ୍ରଙ୍କ ଦ୍ୱାରା ସଂଘଟିତ ବିପରୀତ ରାଜଯୋଗ ପ୍ରଭାବରେ ଆରୋଗ୍ୟଲାଭ, ବନ୍ଧୁଙ୍କ ସ୍ନେହ, ଆଦର ଓ ବିଳାସ ଉପକରଣ ପାଇ ଖୁସି ହେବେ। ପାରିବାରିକ ବୁଝାମଣା ମାଧ୍ୟମରେ ସୁଖ ଶାନ୍ତି ଫେରିଆସିବ। ସରକାରୀ ସ୍ତରରୁ ଅର୍ଥ ଆଶା କରି ଋଣ ପରିଶୋଧ କରିବାରେ ସଫଳ ହେବେ। ବ୍ୟବସାୟ, କଳା,ସାହିତ୍ୟରେ ସମସ୍ୟା ସମାଧାନ ପୂର୍ବକ ଆଶା ପୂରଣ ହୋଇଯିବ।
କର୍କଟ
କର୍କଟ
ଆଜିର ଗ୍ରହସ୍ଥିତି ଆପଣଙ୍କୁ ଉଚ୍ଚାସନ, ନୂତନ କର୍ମନିଯୁକ୍ତି, ଶୁଭଖବର ଏବଂ ଆତ୍ମୀୟଙ୍କ ଆଦର ଗୌରବ ପ୍ରାପ୍ତ କରାଇବ।ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ମନସ୍ଥ କରିପାରନ୍ତି। ଆର୍ଥିକ ପ୍ରଗତି, ସହକର୍ମୀଙ୍କ ସହାନୁଭୂତି, ଅଧସ୍ତନଙ୍କ ଆନୁଗତ୍ୟ ସାଙ୍ଗକୁ ସାମାଜିକ ସ୍ତରରେ ସମ୍ମାନ ହେତୁ ଖୁସି ରହିବେ।
ସି˚ହ
ସି˚ହ
ଦିନଟି ସବୁ ଦିଗରୁ ଶୁଭଫଳ ଦେବ । ବିଭିନ୍ନ ସ୍ତରରେ ପୂର୍ବରୁ ସମସ୍ୟା ରହିଥିଲେ ମଧ୍ୟ ପରିବାରର ସହମତିରେ କାମ କଲେ ଉପକୃତ ନିଶ୍ଚୟ ହେବେ। ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ରାହୁ ଓ ମଙ୍ଗଳଙ୍କ ଶୁଭ ଦୃଷ୍ଟିରୁ ପ୍ରତିଯୋଗିତାରେ, ମାଲିମକଦ୍ଦମାରେ, ଜମିଜମା କିଣାବିକାରେ ସଫଳତା ଯୋଗୁ ମନ ଖୁସି ରହିବ।
କନ୍ୟା
କର୍ମସ୍ଥାନରେ ରାହୁ ଓ ପରିବାର ସ୍ଥାନରେ ଏକାଧିକ ଗ୍ରହଜନିତ କାରଣରୁ କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱ ଓ ପାରିବାରିକ ଅଶାନ୍ତି ସୃଷ୍ଟିହେବ। ଶନି କ୍ଷେତ୍ରସ୍ଥ ଶୁକ୍ର କୋଣଭାବସ୍ଥ ଯୋଗୁ ଯେଉଁ ଜିନିଷଟି ଅପେକ୍ଷାରେ ଅଛନ୍ତି ତାହା ବହୁ ବିଳମ୍ବରେ ପାଇବେ। ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ରାଜନୀତି, ଯାତ୍ରା ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
ତୁଳା
ତୁଳା
ଶୁକ୍ର ଓ ଚନ୍ଦ୍ର କେନ୍ଦ୍ର ସ୍ଥାନରେ ରହି ଆପଣଙ୍କୁ ସାମଗ୍ରିକ ସୁଖ, ସୁବିଧା ଯୋଗାଇ କାର୍ଯ୍ୟ ସାଧିତ କରାଇବେ। କିନ୍ତୁ ଶନି ଓ ରାହୁ ପ୍ରଭାବରେ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ଭଲ ସମ୍ପର୍କ ଥିବା ବନ୍ଧୁମାନେ ଭୁଲ୍‌ ବୁଝିପାରନ୍ତି। ବ୍ୟବସାୟ ଓ ପରିବହନରେ ସଂକଟ ଦୂରେଇଯିବ, କିନ୍ତୁ ଆଶାଜନକ ଲାଭ ନ ହୋଇପାରେ।
ବିଛା
ବିଛା
ଆଜି ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ, କିନ୍ତୁ ଶୁକ୍ରଙ୍କ ଶୁଭତ୍ୱରୁ ନୂତନ ବସ୍ତ୍ରଭୂଷଣ ଓ ଧାତୁ ଅଳଙ୍କାର କ୍ରୟ କରିପାରନ୍ତି। ଆପଣଙ୍କର ଆଶା ଓ ଅଭିଳାଷ ପୂରଣ ଦିଗରେ ବନ୍ଧୁମାନେ ଆବଶ୍ୟକ ସାହାଯ୍ୟ, ସହଯୋଗ କରିବେ। କୃଷି, ବାଣିଜ୍ୟ, ବ୍ୟବସାୟ, ପରିବହନ, ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା ତଥା ରାଜନୀତିରେ ସଫଳ ହେବେ।
ଧନୁ
ଧନୁ
ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରେ ଆପଣଙ୍କ ବିଚାରଧାରାର ପରିବର୍ତ୍ତନ ପ୍ରତ୍ୟେକ କ୍ଷେତ୍ରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବ। ଆନୁଷ୍ଠାନିକ କ୍ଷେତ୍ର, ଶିଳ୍ପ, ବାଣିଜ୍ୟ, ବ୍ୟବସାୟିକ ସ୍ତରରେ ରହିଥିବା ବ୍ୟତିକ୍ରମଜନିତ ଟେନସନ୍‌ କିିଛି ମାତ୍ରାରେ କମିଯିବ। ରାଜନୀତି, କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ ଚର୍ଚ୍ଚା ପାଇଁ ଦିନଟି ବହୁତ ଭଲ।
ମକର
ମକର
ପ୍ରିୟଜନଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବା ସହ ଯାହା ଆଶା କରୁଛନ୍ତି ତାହା ଅବଶ୍ୟ ପାଇବେ। ଯିଏ ଯେତେ ଶତ୍ରୁତା କରି ପ୍ରତିବନ୍ଧକ ସୃଷ୍ଟି କଲେ ମଧ୍ୟ ଆପଣଙ୍କର କୌଣସି କ୍ଷତି ହେବନାହିଁ। ବାଣିଜ୍ୟ, ବ୍ୟବସାୟ ସାମାନ୍ୟ ବାଧାପ୍ରାପ୍ତ ହେବ; ମାତ୍ର ଆର୍ଥିକ, ସାମାଜିକ, ପ୍ରଶାସନିକ ଓ ରାଜନୈତିକ କ୍ଷେତ୍ର ଉନ୍ନତ ରହିବା ସମ୍ଭାବନା ଅଛି ।
କୁମ୍ଭ
କୁମ୍ଭ
ଶନିଙ୍କ ସୁପ୍ରଭାବରେ ସ୍ବାସ୍ଥ୍ୟ ମୋଟାମୋଟି ଭଲ ରହିବ ଏବଂ ଚିନ୍ତା କରୁଥିବା କାର୍ଯ୍ୟରେ ବାଧାବିଘ୍ନ ଦୂରେଇଯିବ। ପାରିବାରିକ ସମସ୍ୟା ରହିଥିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହୋଇପାରିବେ। କଚେରି ମାମଲା, ନୂତନ ପ୍ରକଳ୍ପାରମ୍ଭ, ଜମିଜମା ସମସ୍ୟା ସମାଧାନ ହେବାର ସୂଚନା ରହିଛି।
ମୀନମୀନ
ମୁଖଭାବରେ ଚନ୍ଦ୍ର ଥିବାରୁ ଆପଣଙ୍କ ମଧୁରବୋଳା ମନଲୋଭା କଥାରେ ଅନ୍ୟମାନଙ୍କର ମନକୁ ସହଜରେ କିଣିନେବେ। କୌଣସି କାମ ଅଟକିବ ନାହିଁ କିମ୍ବା ବ୍ୟବସାୟ ପରିବହନରେ କ୍ଷତି ମଧ୍ୟ ନ ହୋଇପାରେ। ପାରିବାରିକ, କର୍ମକ୍ଷେତ୍ର ଦିଗଟି ଭଲ ରହିବ। କିନ୍ତୁ ଈର୍ଷାପରାୟଣ ଆତ୍ମୀୟଙ୍କ ମିଥ୍ୟା ଗୁଜବ ସାମୟିକ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?