Posted inRasifala

ରାଶିଫଳ: ସୋମବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ
ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରି ପାରନ୍ତି। କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ସହ ପ୍ରତିଯୋଗିତା ମନୋଭାବ ସୃଷ୍ଟି ହୋଇପାରେ। ସ୍ଥଗିତ କାମକୁ ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା ହାସଲ କରିପାରିବେ। ଉପରିସ୍ଥ କର୍ମଚାରୀ ଆପଣଙ୍କୁ କିଛି ଆଶା ଓ ପ୍ରତିଶ୍ରୁତି ଦେଇ ମନକୁ ସାନ୍ତ୍ବନା ଦେଇପାରନ୍ତି ।
ବୃଷ
ବୃଷ
ଆଲୋଚନା କ୍ଷେତ୍ରରେ ଶେଷ ସମୟରେ ନିଷ୍ପତ୍ତି ବଦଳାଇ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟ ତଥା ଲେଖାପଢ଼ା ଓ ପ୍ରକାଶନ କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ। ଅତୀତ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।
ମିଥୁନ
ମିଥୁନ
ଆର୍ଥିକ ପରିସ୍ଥିତି ମନ୍ଦ ନ ଥିବାରୁ ଅସମ୍ପୂର୍ଣ୍ଣ କାର୍ଯ୍ୟ ଅଟକି ରହିବାର ପୂର୍ଣ୍ଣ ଆଶଙ୍କା ରହିଛି। ଯୁକ୍ତିଯୁକ୍ତ କଥା କହି ପ୍ରତ୍ୟେକ କ୍ଷେତ୍ରକୁ ସାଧାରଣ ଅବସ୍ଥାକୁ ଆଣିବାରେ ସମର୍ଥ ହେବେ। ବାଣିଜ୍ୟ,ବ୍ୟବସାୟ ଓ ଆନୁଷ୍ଠାନିକ କାମ ଉନ୍ନତମାନର ରହିବ। ସାମାଜିକ ସ୍ତରରେ ବିବାଦୀୟ ଘଟଣା ଅମୀମାଂସିତ ରହିପାରେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହେବା ସଙ୍ଗକୁ ସାମାଜିକ ସ୍ତରରେ ସମ୍ମାନ ଓ ପ୍ରଶଂସା ପାଇବେ। ସଭାସମିତି, ଆମଦାନୀ କାରବାର, ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ। କେତେକ ଅତ୍ୟାବଶ୍ୟକ ଜିନିଷର ଅଭାବ ଅସୁବିଧା ଯୋଗୁଁ ଚିନ୍ତିତ ରହିବେ। କାହା ଉପରେ ରାଗି ଅନର୍ଥ ଓ ଶତ୍ରୁତା ସୃଷ୍ଟି କରିପାରନ୍ତି।
ସି˚ହ
ସି˚ହ
ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା,ବନ୍ଧୁଙ୍କ ପରାମର୍ଶ ଯୋଗୁ ସଫଳତା ନେଇ ମନ ଖୁସି ରହିବ। ସ୍ବାର୍ଥହାନି ଆଶଙ୍କାରେ ସାମାଜିକ ସ୍ତରରେ ବିରୋଧୀମାନେ ମୃଦୁ ଗୁଞ୍ଜରଣ ସୃଷ୍ଟି କରିପାରନ୍ତି। ଅବଶ୍ୟ ଉଚ୍ଚ ସ୍ତରରେ ସାହାଯ୍ୟ ଓ ସହଯୋଗର ଅବାରିତ ଧାରା ଛୁଟି ଆସିବ। ଅଦାଲତ କ୍ଷେତ୍ର ପାଇଁ ମଧ୍ୟମ ପ୍ରକାରର ସ୍ଥିତି ରହିପାରେ।
କନ୍ୟା
ଦୀର୍ଘଦିନର ଅପୂରଣୀୟ ଆଶା ମନକୁ ବାରମ୍ବାର ଆଲୋଡନ କରିବା କାରଣରୁ ମାନସିକ ଅଶାନ୍ତି ଅନୁଭବ କରିବେ। ଆଳସ୍ୟ ଓ ଅବହେଳା ଯୋଗୁଁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଯାନବାହନ ମରାମତି, ବିବାଦୀୟ ସ୍ଥାନ ଚିହ୍ନଟ,ଏକାକୀ ଯାତ୍ରାରୁ ଦୂରେଇ ରହିବା ଭଲ ହେବ।
ତୁଳା
ତୁଳା
ପୂର୍ବ ସ୍ଥିରୀକୃତ ଯୋଜନାନୁଯାୟୀ କାର୍ଯ୍ୟାରମ୍ଭ କରନ୍ତୁ ଅବଶ୍ୟ ସଫଳ ହେବେ। ଖର୍ଚ୍ଚଭାର ବୃଦ୍ଧି ପାଇଲେ ମଧ୍ୟ ଆବଶ୍ୟକୀୟ ଅର୍ଥ ବିଭିନ୍ନ ସୂତ୍ରରୁ ପାଇବାରେ ଅସୁବିଧା ହେବ ନାହିଁ। ପ୍ରତିଦ୍ୱନ୍ଦ୍ୱିତା, କଳା, ସାହିତ୍ୟରେ ସମସ୍ୟା ସମାଧାନ ସକାଶେ ବିଳମ୍ବ ଘଟିପାରେ। ଶିଳ୍ପ, ବାଣିଜ୍ୟ, ରାଜନୀତି ଓ ପ୍ରଶାସନିକ ସ୍ତରରେ ସୁଫଳ ପାଇବେ।
ବିଛା
ବିଛା
  ଆର୍ଥିକ ସ୍ଥିତିର ଦୁରବସ୍ଥା ପ୍ରତିଟି କ୍ଷେତ୍ରରେ ଅଗ୍ରଗତିର ପଥରୋଧ କରିପାରେ। ପାରିପାର୍ଶ୍ୱିକ ପରିସ୍ଥିତି ଶାନ୍ତ ରହି ନ ପାରେ। ଆନୁଷ୍ଠାନିକ କାମ, ଘରଭିତତର କ୍ରୀଡା, କଳା, ସାହିତ୍ୟ, ପୁରାଣପଠନ ଓ ଆଧ୍ୟାତ୍ମିକତା ଦିଗରେ ରୁଚି ବଳିପାରେ। ପାରିପାର୍ଶ୍ୱିକ ସ୍ତରରେ ଖଳ ଲୋକମାନେ ଅପପ୍ରଚାର କରିପାରନ୍ତି।
ଧନୁ
ଧନୁ
ମତଭେଦ କାରଣରୁ ପାରିବାରିକ ସମସ୍ୟା କ୍ରମଶଃ ଜଟିଳ ହେତୁ ଭାବପ୍ରବଣତା ବୃଦ୍ଧି ପାଇବ। ସହକର୍ମୀଙ୍କଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ନିକଟସ୍ଥ ପଡୋଶୀମାନଙ୍କ ଉପରେ ପୂର୍ଣ୍ଣ ଭରସା କରି ମୁଣ୍ଡରେ ହାତଦେଇ ବସିବାକୁ ପଡିପାରେ।
ମକର
ମକର
ଦୈହିକ ଅସୁସ୍ଥତା ନ ଥିଲେ ମଧ୍ୟ ମାନସିକ ସ୍ତରରେ ବ୍ୟାକୁଳତା ବୃଦ୍ଧି ପାଇବ। ରପ୍ତାନି କାରବାର, ଏଜେନ୍ସି, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ଜମିଜମା, ଯାନବାହନ, ନିର୍ମାଣ, ପରିବହନ ପ୍ରଭୃତି ମଧ୍ୟମ ପ୍ରକାରର ରହିବ। ପରିବାର ସହ ଶ୍ରବଣା ନକ୍ଷତ୍ର ହସଖୁସୀରେ ସମୟ କଟାଇପାରନ୍ତି।
କୁମ୍ଭ
କୁମ୍ଭ
ବନ୍ଧୁଙ୍କୁ ଅନୁରୋଧ କରି ସାମାଜିକ ସ୍ତରର ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିବେ। ମାଲିମକଦ୍ଦମା, ଜମିଜମା ବିବାଦ, ଅର୍ଥନୈତିକ କାର୍ଯ୍ୟ, ଯୋଗାଯୋଗ, ଭ୍ରମଣ ପ୍ରଭୃତି କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଆର୍ଥିକ ଉନ୍ନତି ଘଟିବା ସହ ବ୍ୟବସାୟ, ବାଣିଜ୍ୟ ଓ ପରିବହନରୁ ବହୁତ ଲାଭ ପାଇବେ।
ମୀନମୀନ
ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଉଥିବାରୁ ମନରେ ସରସତା ରହିବ ନାହିଁ। ଆଲୋଚନା, ସାହିତ୍ୟ, ସଙ୍ଗୀତ ଓ ଚଳଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ। ପୂର୍ବାହ୍ନରେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ନିମନ୍ତ୍ରଣ ପାଇ ବିସ୍ମୟାଭୂତ ହୋଇପାରନ୍ତି। ସନ୍ତାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri