Posted inRasifala

ରାଶିଫଳ: ରବିବାର, ଅଗଷ୍ଟ ୧୧ ତାରିଖ – Daily Horoscope

ମେଷ
ଆପଣଙ୍କ ରାଶିର ନବମ ସ୍ଥାନରେ ଚନ୍ଦ୍ର ପାପଗ୍ରହ ଯୁକ୍ତ ହେତୁ ପାରିବାରିକ ଝଗଡ଼ା, ଯାନବାହନରେ ତ୍ରୁଟି ପରିଲକ୍ଷିତ ହୋଇପାରେ। ସ୍ବାସ୍ଥ୍ୟ ସମସ୍ୟା ଓ ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ନିଜର ସ୍ବାର୍ଥହାନି ଆଶଙ୍କାରେ ନିଜ ଲୋକମାନେ ଦୂରେଇଯାଇପାରନ୍ତି।
ବୃଷ
ବୃଷ
ଆଜିର ଗ୍ରହ ସ୍ଥିତି ଧନଭାବ ପ୍ରତି ହାନିକାରକ ଯୋଗୁ ଧନହାନି, ମନ୍ତବ୍ୟକୁ ନେଇ ବିବାଦଜନିତ ଅଶାନ୍ତି ଉପୁଜିପାରେ। ମଙ୍ଗଳଙ୍କ ସ୍ଥିତିରୁ ହଠାତ୍‌ ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ କଥା ବାରମ୍ବାର ମନରେ ଆଲୋଡ଼ନ ସୃଷ୍ଟି କରିବ। ହଠାତ୍‌ ଯିବା ସମୟକୁ କୌଣସି ଦରକାରୀ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି।
ମିଥୁନ
ମିଥୁନ
ଚନ୍ଦ୍ର ପାପଗ୍ରହ ଯୁକ୍ତ ଓ କେତୁ ନକ୍ଷତ୍ରସ୍ଥ ହେତୁ ଯାତ୍ରାରେ ସମସ୍ୟା, ବ୍ୟବସାୟରେ କ୍ଷତି, ବିବାଦରେ ପରାଜୟର ଗ୍ଳାନି ଅନୁଭବ କରିବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେଇପାରନ୍ତି। ବ୍ୟବସାୟ କ୍ଷେତ୍ରରେ କୌଣସି ପ୍ରକାର ଅସୁବିଧା ନ ହେଲେ ମଧ୍ୟ ଆଶଙ୍କାକରି ମନ ଅସ୍ଥିର ରହିବ।
କର୍କଟ
କର୍କଟ
ରାଶ୍ୟାଧିପତିଙ୍କ ଅଷ୍ଟମାଧିପତି ସଂଯୋଗ ସ୍ବାସ୍ଥ୍ୟହାନି, ଋଣଗ୍ରସ୍ତ ଓ ଶତ୍ରୁତା ସୃଷ୍ଟି କରିପାରେ। ଆତ୍ମୀୟମାନଙ୍କ ପାଇଁ ଯେଉଁ ଆଶା ନେଇ କାମ କରିବେ, ପ୍ରତିବଦଳରେ କିଛି ପାଇବେ ନାହିଁ। ଭ୍ରମଣ କାଳରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି। ଶିଳ୍ପ, ବ୍ୟବସାୟ, ପରିବହନ, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ।
ସି˚ହ
ସି˚ହ
ଆଜିର ଗ୍ରହ ସ୍ଥିତି ସନ୍ତାନହେତୁକ ମନସ୍ତାପ ସାଙ୍ଗକୁ ବିଫଳ ଆଲୋଚନା ଅଶାନ୍ତିର କାରଣ ହୋଇପାରେ। ପାରିବାରିକ ଅଶାନ୍ତି ବିଷୟରେ ଚିନ୍ତାକରି ମନରେ ସରସତା ରହିବ ନାହିଁ। ତଥାପି ସକାଳୁ ସକାଳୁ ଶୁଭଖବର ,ଅର୍ଥଲାଭରୁ ମନ ଖୁସି ହୋଇଯାଇପାରେ। ରଚନାମତ୍କ କାମ, ସାହିତ୍ୟ, ଅଧ୍ୟୟନ ଓ ଅଧ୍ୟାପନାରେ ଉନ୍ନତି କରିବେ।
କନ୍ୟା
ପରିବାର ସ୍ଥାନରେ ପାପଗ୍ରହ ପାରିବାରିକ ଅଶାନ୍ତିକୁ ନିମନ୍ତ୍ରଣ କରିବ। ମନ ଭଲ ନ ଥିବାରୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ। ଅବଶ୍ୟ ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି, ତାହା ନିଶ୍ଚୟ ପାଇବେ। ବନ୍ଧୁଙ୍କ ପାଖରେ ଅଭାବ ଅସୁବିଧା ଜଣାନ୍ତୁ ଅବଶ୍ୟ ଆଶା ପୂରଣ ହୋଇଯିବ।
ତୁଳା
ତୁଳା
ଆଜିର ଦିନଟି ନୂତନ କର୍ମାରମ୍ଭ, ଯାତ୍ରା, ବାଣିଜ୍ୟାରମ୍ଭ ପାଇଁ ପ୍ରସ୍ତୁତି କ୍ଷେତ୍ରରେ ସଫଳତା ପ୍ରଦାନ କରିବ। କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ପାଇଁ ବନ୍ଧୁ ସାହାଯ୍ୟ କରିବେ। ବ୍ୟବସାୟରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିବେ। କଚେରି ମାମଲା କିମ୍ବା ଜମିଜମା ସମ୍ପର୍କିତ ବିବାଦ ହେତୁ ଦୁଶ୍ଚିନ୍ତା ବଢ଼ିପାରେ।
ବିଛା
ବିଛା
ପରିସ୍ଥିତିର ଗୁରୁତ୍ୱ ଅନୁଭବକରି ପ୍ରତ୍ୟେକ କ୍ଷେତ୍ରରେ ନୀରବ ରହିବାକୁ ପସନ୍ଦ କରିପାରନ୍ତି। ବନ୍ଧୁଙ୍କ କାମରେ ବାଧ୍ୟହୋଇ ସକାଳୁ ସକାଳୁ ଯାତ୍ରା କରିବାକୁ ପଡ଼ିପାରେ। ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। ଉପକାର କରିଥିବା ବ୍ୟକ୍ତିଙ୍କ ଠାରୁ ପ୍ରତିଦାନ ପାଇବା ଆଶା ଦୁର୍ଲ୍ଲଭ ହୋଇପଡ଼ିବ।
ଧନୁ
ଧନୁ
ରାଶିରେ ତୃତୀୟ ଅଷ୍ଟମାଧିପତିଙ୍କ ଅବସ୍ଥିତି ଭାଇବନ୍ଧୁ,ପାଖପଡ଼ୋଶୀ ଏବଂ ସହକର୍ମୀଙ୍କ ସହ ସୁସମ୍ପର୍କକୁ ନଷ୍ଟ କରିବ। ଘରର ପରିସ୍ଥିତି ଆପଣଙ୍କ ସକାଶେ ଦୁଶ୍ଚିିନ୍ତାର କାରଣ ହୋଇପାରେ। ଆଜି ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଲାଭ ମିଳିବ, କିନ୍ତୁ ଏଥିପାଇଁ ବହୁ ଝିନ୍‌ଝଟ ହେବାକୁ ପଡ଼ିପାରେ।
ମକର
ମକର
ଆଜି କାହାକୁ କିଛି କହିଲା ସମୟରେ ଭାବିଚିନ୍ତି ନ କହିଲେ ଦ୍ୱାଦଶସ୍ଥ ଗ୍ରହ ସ୍ଥିତିର କୁପ୍ରଭାବରୁ ସମ୍ପର୍କରେ ବାଧା ଆସିବ। ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବା ପାଇଁ ଆପ୍ରାଣ ଉଦ୍ୟମ କରିପାରନ୍ତି। ଆକସ୍ମିକ ସମସ୍ୟା କାରଣରୁ ନିର୍ମାଣାଧୀନ କାମଟି ଆଜି ବାସ୍ତବରେ କରିପାରିବେ ନାହିଁ। ପଡ଼ୋଶୀଙ୍କ ସହ ସମ୍ପର୍କରେ ଉନ୍ନତି ଘଟିବ।
କୁମ୍ଭ
କୁମ୍ଭ
କିଛି ଭଲ ଓ ମନ୍ଦର ମିଶ୍ରିତ ଅନୁଭୂତିକୁ ନେଇ ଦିନଟି ଅତିବାହିତ ହେବ। ନିଜର ଉଦ୍ଦେଶ୍ୟ ଗୋପନ ରଖି ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବାରେ ସମର୍ଥ ହୋଇପାରନ୍ତି। ଚେଷ୍ଟା କରୁଥିବା କାମରେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କେତେକ କାମ ହାସଲ କରିବେ। ମନୋବଳ କ୍ରମଶଃ ହ୍ରାସ ପାଇପାରେ।
ମୀନମୀନ
ଆଜିର ସକାଳୁଆ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ, ନତୁବା ହଜିଯାଇପାରେ। ରାହୁଙ୍କ ସ୍ଥିତି ପ୍ରଭାବରେ ଆପଣ ଆଜି ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ। ବ୍ୟବସାୟ ଓ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ସଭାସମିତି, କଳା, ସାହିତ୍ୟ, ବନ୍ଧୁ ସମ୍ପର୍କରେ ସମସ୍ୟା ସୃଷ୍ଟି ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?