Posted inRasifala

ରାଶିଫଳ: ମଙ୍ଗଳବାର, ନଭେମ୍ବର ୧୯ ତାରିଖ – Daily Horoscope

ମେଷ
ଆଜି ସ୍ବଗୃହୀ ଚନ୍ଦ୍ର ଚତୁର୍ଥ ସ୍ଥାନରେ ରହିଥିବାରୁ ବନ୍ଧୁ ମିଳନ ଘଟିବ। ମଙ୍ଗଳ ନିଜ ରାଶିକୁ ଅବଲୋକନ କରୁଥିବାରୁ ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବ। ସଭାସମିତିରେ ଯୁକ୍ତିଯୁକ୍ତ ଓ ଅପ୍ରିୟ ସତ୍ୟକଥା ପ୍ରକାଶ କରିବା ଦ୍ୱାରା ସାମୟିକ ସମସ୍ୟା ସୃଷ୍ଟି ହୋଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଏବଂ ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ।
ବୃଷ
ବୃଷ
ତୃତୀୟ ଚନ୍ଦ୍ର ପ୍ରଭାବରୁ ଯାହା କରିବେ କିମ୍ବା କହିବେ ସେଥିରେ ସଫଳତା ନିଶ୍ଚିତ ପାଇବେ। ବିଭିନ୍ନ ଦିଗରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ଆନୁଷ୍ଠାନିକ କାମରେ ସଫଳତା ମିଳିବ। କିନ୍ତୁ ମତାନ୍ତର ଜନିତ ପାରିବାରିକ ଅଶାନ୍ତି କାରଣରୁ ମାନସିକ ଉଦ୍‌ବେଗ ବଢିପାରେ। କଳା ସାହିତ୍ୟ ଓ ଚୁକ୍ତିପତ୍ର କ୍ଷେତ୍ରରୁ ସୁଫଳ ମିଳିବାର ଆଶା ରହିଛି।
ମିଥୁନ
ମିଥୁନ
ଦିନଟି ଆର୍ଥିକ ଦିଗରୁ ବହୁତ ଭଲ ଖାଲି ସେତିକି ନୁହେଁ ଯାହାକୁ ଯାହା କହିବେ ସେ ନାହିଁ କରିପାରିବ ନାହିଁ। ତଥାପି ବୁଧଙ୍କ ପ୍ରଭାବରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢିବ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟିର ସୂଚନା ପାଇପାରନ୍ତି। କେତେକ କ୍ଷେତ୍ରରେ ମନକଥା ମନରେ ରଖିପାରିବେ ନାହିଁ।
କର୍କଟ
କର୍କଟ
ନିଜ ରାଶିରେ ଚନ୍ଦ୍ର ରହିଥିବାରୁ ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବ। କିନ୍ତୁ ବନ୍ଧୁଙ୍କ ଆଲୋଚନା ସମୟରେ ଭାବପ୍ରବଣତାରେ ଭାସିଯାଇ ଗୁରୁତ୍ୱପୂର୍ଣ୍ଣ କଥାଟିକୁ ପାଶୋରି ଦେଇପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ, ଯୋଗାଯୋଗ, ପ୍ରେସ୍‌, ପବ୍ଳିକେଶନ, ଆଲୋଚନା ଓ ସଭାସମିତିରେ କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ।
ସି˚ହ
ସି˚ହ
ରାଶ୍ୟାଧିପ ରବିଙ୍କ ଦୁର୍ବଳତା କାରଣରୁ ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ ଦୁଃଶ୍ଚିନ୍ତାର କାରଣ ହୋଇପାରେ। ନୂତନ କର୍ମାରମ୍ଭଟି ସହଯୋଗ ଅଭାବରୁ ମଉଳି ଯିବାକୁ ବସିପାରେ। ପାରିବାରିକ କ୍ଷେତ୍ରରେ କୈାଣସି ବ୍ୟକ୍ତିର ସାହାଯ୍ୟ ଆଶା କରି ନିରାଶ ହେବେ। ତଥାପି ସରକାରୀ ସାହାଯ୍ୟର ଆଶା ରହିଛି।
କନ୍ୟା
ଦ୍ୱିତୀୟ ସ୍ଥନରେ ବୁଧ ଓ ମଙ୍ଗଳ ରହିଥିବାରୁ ଆପଣଙ୍କର କଡା କଥା ବନ୍ଧୁଙ୍କ ଗାତ୍ରଦାହର କାରଣ ହୋଇପାରେ। ପ୍ରତ୍ୟେକ କ୍ଷେତ୍ର୍ରରେ ନିଜର ସନ୍ଦେହୀ ମନୋଭାବ ହେତୁ ଅନାକାଂକ୍ଷିତ ସମସ୍ୟା ଦେଖାଦେବ। ଆପଣ ପାରିବାରିକ କ୍ଷେତ୍ରରେ ଅନ୍ୟମନସ୍କ ରହି ନୀରବତା ଅବଲମ୍ବନ କରିବା ମଧ୍ୟ ଦୁଃଚିନ୍ତାର କାରଣ ହୋଇପାରେ।
ତୁଳା
ତୁଳା
ମଙ୍ଗଳଙ୍କ ସୁପ୍ରଭାବରୁ ଅର୍ଥନୈତିକ ପ୍ରଗତି ସଙ୍ଗକୁ ବନ୍ଧୁମାନଙ୍କ ଭିଡ ଆପଣଙ୍କ ମାନସିକତାକୁ ବିଭ୍ରାନ୍ତ କରାଇପାରେ। ଆଜି ଅଫିସରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି ଆଶ୍ୱସ୍ଥି ଲାଭ କରିପାରନ୍ତ। କୈାଣସି ବିବାଦୀୟ କ୍ଷେତ୍ରରେ ପରିସ୍ଥିତିକୁ ସମ୍ଭାଳି ନେବେ। ପାରିବାରିକ ସମସ୍ୟାର ସମାଧାନ କ୍ଷେତ୍ରରେ ସହକର୍ମୀ ସାହାଯ୍ୟ କରିବେ।
ବିଛା
ବିଛା
ବନ୍ଧୁମାନଙ୍କ ସମର୍ଥନ କ୍ରମେ କୌଣସି ଆନୁଷ୍ଠାନିକ କାମରେ ନିଜକୁ ନିୟୋଜିତ କରିବେ। ଗୁରୁଶୈାରୀ ପ୍ରଭାବରେ ଆର୍ଥିକ ପ୍ରଗତି ମାନସିକ ସୁସ୍ଥତାକୁ ବୃଦ୍ଧି କରିବ। ଯାହାକୁ ନିଜର ମନେ କରୁଛନ୍ତି, ସେହିମାନେ ହିଁ ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠାକୁ ସହିପାରିବେ ନାହିଁ। କଳା ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହେବାର ଆଶା ରହିଛି।
ଧନୁ
ଧନୁ
ରାଶିରେ ଶନି ଓ ବୃହସ୍ପତି ପାପଯୁକ୍ତ ହେତୁ କିଛି ଭଲ ଓ ମନ୍ଦର ମିଶ୍ରିତ ଅନୁଭୂତି ନେଇ ଦିନଟିକୁ କଟାଇବେ। ଯେତେ ପ୍ରକାରର ସମସ୍ୟା ଆସିଲେ ମଧ୍ୟ ତାକୁ ସାମ୍‌ନା କରିବା ପାଇଁ ଚେଷ୍ଟା କରିବେ। ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଆଜି ହଠାତ୍‌ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିବେ।
ମକର
ମକର
ଭାଗ୍ୟାଧିପ କର୍ମସ୍ଥାନରେ ରହିଥିବାରୁ ଯାହା ଭାବୁଛନ୍ତିି କରି ଚାଲନ୍ତୁ, କୌଣସି ଅସୁବିଧା ହେବ ନାହିଁ। ଅବଶ୍ୟ ଆକସ୍ମିକ ଭାବେ ବନ୍ଧୁଙ୍କ ବ୍ୟବହାରରେ ବିଷମତା ପରିିଲକ୍ଷିତ ହେବ। ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବା ଆଶାରେ ବିନୟପୂର୍ଣ୍ଣ କଥା କହି ସଫଳତା ହାସଲ କରିବେ। ଶିଳ୍ପ,ବ୍ୟବସାୟ ଓ ପରିବହନରେ ପ୍ରତିକୂଳ ପରିସ୍ଥିତିର ଚାପ ବଢିପାରେ।
କୁମ୍ଭ
କୁମ୍ଭ
ଶନିଙ୍କ ଶୁଭଦୃଷ୍ଟି ରାଶି ପ୍ରତି ରହିଥିବାରୁ ଦେହ ପ୍ରାୟତଃ ଭଲ ରହିବ। କୈାଣସି ଗୁରୁତ୍ୱପୂର୍ଣ୍ଣ ସକାଶେ ବନ୍ଧୁ ମାନଙ୍କ ସହ ଆଲୋଚନା କରିପାରନ୍ତି। ଚୁକ୍ତିପତ୍ର, ସଙ୍ଗଠନ, ରାଜନୀତି କିମ୍ବା ଆଲୋଚନା କ୍ଷେତ୍ରରେ ଜଣେ ବ୍ୟକ୍ତି ଅସୁବିଧାରେ ପକାଇବାର ସୂଚନା ରହିଛି। ପରିବାରର କୈାଣସି ସମସ୍ୟା ବିଷୟରେ ଭାବୁଥିବା କଥାଟିକୁ ବନ୍ଧୁଙ୍କୁ କହିପାରିବେ ନାହିଁ।
ମୀନମୀନ
କର୍ମସ୍ଥାନରେ ତିନୋଟି ଗ୍ରହ ଯୋଗୁ କର୍ମକ୍ଷେତ୍ରରେ କୈାଣସି ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ପରିବାରରେ ଶୁଣାକଥାକୁ ବିଶ୍ୱାସ କରି କୈାଣସି କାମ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆର୍ଥିକ ସ୍ଥିତିକୁ ମଜ୍‌ବୁତ୍‌ କରିବା ସହ ଜମିଜମା ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିପାରନ୍ତି। ବନ୍ଧୁଙ୍କ ବେଖାତିର ମନୋଭାବ ଯୋଗୁ ଚିନ୍ତା ବଢ଼ିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଜୁଲାଇ ୭ ତାରିଖ – Daily Horoscope

ମେଷ ଆଜି ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସାଙ୍ଗକୁ ବନ୍ଧୁମାନଙ୍କ ସହ ଦୂରଯାତ୍ରା କରିବାର ମଉକା ପାଇବେ। ସହକର୍ମୀଙ୍କ ଆର୍ଥିକ ଅନୁଦାନ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ…

ରାଶିଫଳ: ସୋମବାର , ଜୁଲାଇ ୬ ତାରିଖ – Daily Horoscope

ମେଷ ଆଜି କେନ୍ଦ୍ରରେ ବୁଧ ଓ ବୃହସ୍ପତିଙ୍କ ଯୋଗୁ କାର୍ଯ୍ୟସିଦ୍ଧି ଓ ବନ୍ଧୁମିଳନ ଘଟିବ। ମନୋରଞ୍ଜନ ଉପକରଣ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ପ୍ରତି ଆଗ୍ରହୀ…

ରାଶିଫଳ: ରବିବାର, ଜୁଲାଇ ୫ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର ବନ୍ଧୁମାନଙ୍କ ପରାମର୍ଶକ୍ରମେ ଦୂରଯାତ୍ରା କରିବାକୁ ମନ ବଳାଇବେ। ଗୃହ ମରାମତି, ଭୂମିକ୍ରୟ, ଗାଡ଼ିମୋଟର, ଯାନ୍ତ୍ରିକ ଜିନିଷ କ୍ରୟ କରିପାରନ୍ତି। ଟଙ୍କା ପଇସା…

ରାଶିଫଳ: ଶନିବାର, ଜୁଲାଇ ୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଆଜିର ଭୁଲ୍‍ ନିଷ୍ପତ୍ତି ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ ତଥାପି ସକାଳ ସମୟଟି ମାନସିକ ଅସ୍ଥିରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri