Posted inRasifala

ରାଶିଫଳ: ମଙ୍ଗଳବାର , ଡିସେମ୍ବର ୨୬ ତାରିଖ – Daily Horoscope

ମେଷ
ଆଜି ମୁଖଭାବରେ ଚନ୍ଦ୍ର ପ୍ରଭାବରୁ ହସି କଥା କହିବେ। ଅଭାବ ଅନଟନ ଦୂରେଇଯିବ ଏବଂ ପ୍ରତ୍ୟେକ କ୍ଷେତ୍ର୍ରରେ ଅନୁକୂଳ ବାତାବରଣ ସୃଷ୍ଟିହେବ। ପରିବହନ, ବାଣିଜ୍ୟରେ ପ୍ରତିବନ୍ଧକ ଯୋଗୁ ସମସ୍ୟାର ସମ୍ମୁଖୀନ ହେବେ। ସଭାସମିତି ଓ ସଙ୍ଗଠନ କ୍ଷେତ୍ରରୁ ପ୍ରଶଂସିତ ହେବେ, କିନ୍ତୁ ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ।
ବୃଷ
ବୃଷ
ତୃତୀୟାଧିପତି ରାଶିର ଉଚ୍ଚାଂଶରେ ଥିବାରୁ ଭାଇ, ବନ୍ଧୁ, ପଡ଼ୋଶୀଙ୍କ ଆଦରଣୀୟ ରହିବେ। ଘର ସକାଶେ, ଜମିଜମା ବିଷୟରେ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ପଡ଼ିପାରେ। ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତାରେ କିମ୍ବା ଆନୁଷ୍ଠାନିକ କାମରେ କେତେକ ସମସ୍ୟାର ସୂଚନା ରହିଛି।
ମିଥୁନ
ମିଥୁନ
ବୃହସ୍ପତିଙ୍କ ଶୁଭସଂସ୍ଥାନରୁ କୌଣସି ନୂତନ ଯୋଜନାକୁ କାର୍ଯ୍ୟକାରୀ କରିପାରନ୍ତି। ଆଜି ବନ୍ଧୁଗହଣରେ କିଛି କଡ଼ା ଭାଷା ପ୍ରୟୋଗକରି ଶତ୍ରୁତା ଅର୍ଜନ କରିବେ। ଯେଉଁ କ୍ଷେତ୍ରରେ ଯାହାକି ନିଷ୍ପତ୍ତି ନେବେ ତାହା ଶେଷ ସମୟରେ ଓଲଟପାଲଟ ହୋଇଯାଇପାରେ। ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ହଠାତ୍‌ ମତ ବଦଳାଇ ଅସହଯୋଗ କରିପାରନ୍ତି।
କର୍କଟ
କର୍କଟ
ଚନ୍ଦ୍ରଙ୍କ ପ୍ରତି ମଙ୍ଗଳ ଓ ଶୁକ୍ରଙ୍କ ଦୃଷ୍ଟି ବିନିମୟ ଯୋଗୁ ବୈଷୟିକ ଅଭିବୃଦ୍ଧି ସହ କାର୍ଯ୍ୟସିଦ୍ଧି ଘଟିବ। କର୍ମକ୍ଷେତ୍ରରେ ସତର୍କରେ କାମ ନ କଲେ ପରେ ଅନୁତାପ କରିବାକୁ ପଡ଼ିପାରେ। ବୁଝାମଣା ଭିତ୍ତିରେ ଚଳିଲେ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ବାଣିଜ୍ୟ, ବ୍ୟବସାୟ ଦିଗଟି ବିଶେଷ ମନ୍ଦ ହେବନାହିଁ।
ସି˚ହ
ସି˚ହ
ଚନ୍ଦ୍ରଙ୍କ ଦଶମ କେନ୍ଦ୍ରରେ ଶନି ଥିବାରୁ କର୍ମକ୍ଷେତ୍ର୍ରରେ ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବ। ଆଜି ଅର୍ଥଲାଭ ଯୋଗ ରହିଛି ଅବଶ୍ୟ ଯାହାକି ଆପଣଙ୍କର ବହୁତ ପୂର୍ବରୁ ହିଁ ପାଇବାର ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି।
କନ୍ୟା
ଶୁକ୍ର ଓ ମଙ୍ଗଳଙ୍କ ସ୍ଥିତି ଜନିତ ସମ୍ପର୍କୀୟମାନେ ପାରିବାରିକ କ୍ଷେତ୍ରକୁ ସମସ୍ୟା ବହୁଳ କରିପାରନ୍ତି। ଯାନବାହନରେ ସତର୍କ ନ ରହିଲେ ସମସ୍ୟା ଭିତରକୁ ଟାଣିହୋଇପାରନ୍ତି। ସାଧାରଣ ଯୁକ୍ତିତର୍କରୁ ସହକର୍ମୀଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ। ଗଠନମୂଳକ କାର୍ଯ୍ୟରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରିନେବେ।
ତୁଳା
ତୁଳା
ଦୁଃସ୍ଥାନରେ କର୍ମାଧିପତି ରହିଥିବାରୁ କାର୍ଯ୍ୟ ହାସଲ ସକାଶେ ଟେନ୍‌ସନ ଲାଗିରହିବ। ଆପଣ କାହାର ମିଠା କଥାରେ ଭାସି ଯାଆନ୍ତୁ ନାହିଁ, ଯାହାକି ସମସ୍ୟାର ହେତୁ ସ୍ବରୂପ ହୋଇପାରେ। ବନ୍ଧୁଙ୍କ ଦ୍ୱାରା କର୍ମକ୍ଷେତ୍ରରେ ଗୁଜବ ମନକୁ ଆତଙ୍କିତ କରିବ। ପିଲାଙ୍କ ସ୍ବାସ୍ଥ୍ୟହାନି, ବନ୍ଧୁଙ୍କ ଅଭିଯୋଗ ଏବଂ ଉଚ୍ଚ ଅଧିକାରୀଙ୍କ ଚାପ ଯୋଗୁ ଚିନ୍ତିତ ରହିବେ।
ବିଛା
ବିଛା
ଆପଣଙ୍କ ସ୍ପଷ୍ଟବାଦିତା ଓ ଆମତ୍ୀୟତା ହେତୁ ଦୂରେଇ ଯାଇଥିବା ବନ୍ଧୁ ନିଜ ଭୁଲ୍‌ ବୁଝି ଫେରିପାରନ୍ତି। ପରିସ୍ଥିତି ଭିନ୍ନ ମୋଡ଼ ନେବା କାରଣରୁ ପ୍ରତ୍ୟେକ ପରିସ୍ଥିତି ସୁଧୁରିଯିବାର ରାସ୍ତା ଖୋଲିଯିବ। ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ। କଳା, ସାହିତ୍ୟ, ସାମ୍ବାଦିକତାରୁ ପ୍ରଶଂସା ପାଇବେ।
ଧନୁ
ଧନୁ
ଚନ୍ଦ୍ରଙ୍କ ଦ୍ୱାରା ବିପରୀତ ରାଜଯୋଗ ସୃଷ୍ଟି ହେଉଥିବାରୁ ଆପଣଙ୍କ ଜନହିତକର କାମ ଲୋକପ୍ରିୟତାକୁ ବୃଦ୍ଧି କରିବ। କେତେକ ନୂତନ କାମର ପରିକଳ୍ପନା କରିବେ କିନ୍ତୁ ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। ବହୁତ ଶ୍ରମ ଓ ହଇରାଣ ହେବା ମଧ୍ୟରେ ଆନୁଷ୍ଠାନିକ କାମ ଗତିଶୀଳ ହେବ। ପାରିବାରିକ ସ୍ଥିତିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ।
ମକର
ମକର
ଆପଣଙ୍କ ନୀରବ ସମର୍ଥନ ବନ୍ଧୁଙ୍କ ପ୍ରୀତିଭାଜନ କରାଇବ। କର୍ମକ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ଅର୍ଥ ଓ ସମ୍ମାନ ଲାଭ କରିବାରେ ସଫଳ ହେବେ। ପରିବାରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତାକରି ଅଯଥା ବ୍ୟସ୍ତବିବ୍ରତ ହୋଇପାରନ୍ତି। ଜଣେ ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ସମସ୍ୟା ସମାଧାନ ହୋଇଯିବ।
କୁମ୍ଭ
କୁମ୍ଭ
ଷଷ୍ଠାଧିପ ଚତୁର୍ଥଭାବରେ ଥିବାରୁ ପରିବାରରେ କଳହ, ଯାତ୍ରା ସମୟରେ ଗାଡ଼ିରେ ତ୍ରୁଟି ପରିଲକ୍ଷିତ ହୋଇପାରେ। ପିଲାମାନଙ୍କର କିଛି ସମସ୍ୟା ମନକୁ ବିଚଳିତ କରିପାରେ। ଜମିଜମା ସମସ୍ୟା, ବ୍ୟବସାୟ କିମ୍ବା ପରିବହନରେ ଟେନ୍‌ସନ ବୃଦ୍ଧି କରିବ। ଭଲସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଦ୍ୱାରା ନିଜ ପରିସରରେ ସମାଲୋଚିତ ହୋଇପାରନ୍ତି।
ମୀନମୀନ

ରାଶିରେ ରାହୁ ଥିବାରୁ ଆଜିର କର୍ମକ୍ଷେତ୍ରରେ ଆପଣ କୌଶଳ ପ୍ରୟୋଗକରି କାର୍ଯ୍ୟ ହାସଲ କରିବେ। ଋଣ ପରିଶୋଧ କରିବା ସକାଶେ ଅର୍ଥ ସଂଗ୍ରହର ପ୍ରଚେଷ୍ଟା ଫଳବତୀ ହେବ। ପଡ଼ୋଶୀମାନେ ଛୋଟ କଥାକୁ କେନ୍ଦ୍ରକରି କଳହ କରିବା ସୂଚନା ରହିଛି। ଗୃହ କାମରେ ବ୍ୟସ୍ତ ରହି କୌଣସି ଗୁରୁତ୍ୱପୂର୍ଣ୍ଣ କାମକୁ ପାସୋରି ଦେଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଜୁନ୍ ୧୬ ତାରିଖ – Daily Horoscope

ମେଷ ସ୍ବଗୃହୀ ମଙ୍ଗଳଙ୍କ ପ୍ରଭାବରେ ଦୈହିକ ସୁସ୍ଥତା ସହ କର୍ମକ୍ଷେତ୍ର ଏବଂ ବ୍ୟବସାୟିକ ସ୍ଥିତି ବହୁତ ଭଲ ରହିବ। ବନ୍ଧୁମାନଙ୍କ ପ୍ରେରଣାରେ ଉଦ୍‍ବୁଦ୍ଧ ହୋଇ ନୂତନ ଉତ୍ସାହର…

ରାଶିଫଳ: ସୋମବାର, ଜୁନ୍ ୧୫ ତାରିଖ – Daily Horoscope

ମେଷ ଶୁକ୍ର ମୁଖଭାବରେ ରହି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ବନ୍ଧୁଙ୍କ ଆତିଥ୍ୟଯୋଗ ଲାଭ କରି ଖୁସୀ ହେବେ ା ଅଫିସରେ ସହକର୍ମୀଙ୍କ ସୈାହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା…

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା…

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ…

ରାଶିଫଳ: ଶୁକ୍ରବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ ଗ୍ରହମାନଙ୍କ ଶୁଭ ସମ୍ବନ୍ଧ ଅଭାବରୁ ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ।…

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri