Posted inRasifala

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ
ଶୁକ୍ର କର୍ମସ୍ଥାନସ୍ଥ ଯୋଗୁ ଆପଣ ମଧୁର ବାକ୍ୟାଳାପ ଦ୍ୱାରା ଅନ୍ୟକୁ ଆପଣାର କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ଆସିବା ବାଟକୁ ଅପେକ୍ଷା କରିବା ସକାଶରୁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ। ବିବାଦୀୟ ଘଟଣାରେ କୈାଣସି ପକ୍ଷ ସମର୍ଥନ କରିବା ଠିକ୍‌ ହେବ ନାହିଁ। ଚଳଚ୍ଚିତ୍ର, ସାହିତ୍ୟ, କଳା, ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ବୃଷ
ବୃଷ
ରାହୁଙ୍କ କୁପ୍ରଭାବରେ ଛୋଟ ଛୋଟ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ କଳହ ଲାଗିବ। କୌଣସି ମୂଲ୍ୟବାନ ଜିନିଷ କିଣିବା ସକାଶେ ଧାର କରିବାକୁ ପଡିପାରେ। ଅଯଥା ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କର ସମାଲୋଚିତ ହେବେ। ଅଫିସରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି।
ମିଥୁନ
ମିଥୁନ
ଆକସ୍ମିକ ଭାବରେ ସହକର୍ମୀଙ୍କ ସହ ଟଙ୍କା, ପଇସାକୁ କେନ୍ଦ୍ର କରି କଳହ ଘଟିପାରେ। ବନ୍ଧୁ ଗହଣରେ ବେଶୀ ସମୟ କଟିଲେ ମଧ୍ୟ ଘରର ଅଶାନ୍ତି ମନକୁ ଭାରାକ୍ରାନ୍ତ କରି ରଖିବ। ପୁନର୍ବସୁ ନକ୍ଷତ୍ରର ସମ୍ପର୍କୀୟ ବ୍ୟକ୍ତିମାନଙ୍କ ସକାଶେ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲିତ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ କୌଣସି ସମସ୍ୟା ରହିବ ନାହିଁ।
କର୍କଟ
କର୍କଟ
ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ଯୋଗୁ ପରିସ୍ଥିତି ଆପଣଙ୍କ ଚିନ୍ତାଧାରାକୁ ବିଗାଡି ଦେବା ଫଳରେ ବନ୍ଧୁମାନେ ସାହାଯ୍ୟ କରିବାକୁ ଆଗେଇ ଆସିବା ବଦଳରେ ସ୍ବାର୍ଥହାନୀ ଆଶଙ୍କାରେ ଦୂରେଇ ଯିବେ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ।
ସି˚ହ
ସି˚ହ
ଦ୍ୱାଦଶସ୍ଥ ରାହୁ ଯୋଗୁ କାର୍ଯ୍ୟରେ ପ୍ରତିବନ୍ଧକ ଓ ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ କେନ୍ଦ୍ର କରି ମନ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ବ୍ୟବସାୟରେ ମନ ମୁତାବକ ସୁଫଳ ପାଇବେ।
କନ୍ୟା
ଅଷ୍ଟମାଧିପତି ଧନସ୍ଥାନସ୍ଥ ଯୋଗୁ ଆର୍ଥିକ ଅଭାବ ସଙ୍ଗକୁ ପ୍ରତ୍ୟେକ କାମ ବହୁତ ବିଳମ୍ବରେ ହେଉଥିବାରୁ ବ୍ୟସ୍ତତା ବଢିଯିବ। ବନ୍ଧୁ କିମ୍ବା ଆତ୍ମୀୟଙ୍କ ଦୁଃଖିତ ମନକୁ ସାନ୍ତ୍ୱନା ଦେବାକୁ ଯାଇ ପରିବାରରେ ଟଣା ଓଟରା ଲାଗିଯିବ। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବେ। ବ୍ୟବସାୟ, ନିର୍ମାଣ ଓ ଆଇନ ଅଦାଲତରେ କାମର ଚାପ ବିଶେଷ ପରିମାଣରେ ବୃଦ୍ଧି ପାଇବ।
ତୁଳା
ତୁଳା
ସ୍ବଗୃହକୁ ଶନିଙ୍କ ଦୃଷ୍ଟିରୁ ଆପଣ ପରିସ୍ଥିତିବଶତଃ ଆଲୋଚନା କ୍ଷେତ୍ରରେ ଠିକ୍‌ କଥା କହି ପାରିବେ ନାହିଁ। ପୁନଶ୍ଚ କେତେକ କ୍ଷେତ୍ରରେ ଅପ୍ରିୟ ସତ୍ୟ କଥା ପ୍ରକାଶ କରି ସମସ୍ୟାକୁ ନିମନ୍ତ୍ରଣ କରିବେ। ବ୍ୟୟ ଭାର କ୍ରମଶଃ କମି କମି ଆସିବ ଏବଂ ବାଣିଜ୍ୟ, ବ୍ୟବସାୟ ଓ ପରିବହନାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
ବିଛା
ବିଛା
ରାଶିରେ ବୁଧଙ୍କ ପ୍ରଭାବ ହେତୁ କାମର ଚାପ ବୃଦ୍ଧି ପାଇବା କାରଣରୁ ଓ କିଛିଟା ବ୍ୟତିକ୍ରମ ମଧ୍ୟରେ ସମୟ ଅତିବାହିତ ହେବ। ଅବଶ୍ୟ ଆଜି ଯାହା ଯେମିତି ଛାହୁଁଛନ୍ତି କିମ୍ବା ଭାବୁଛନ୍ତି ଠିକ୍‌ ସେପରି ଫଳ ହାତେ ହାତେ ପାଇପାରିବେ। ବହୁତ ଦିନ ହେଲା ରହିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବିବାଦୀୟ ଘଟଣାରେ ବିଜୟଲାଭର ଆଶା ଗୈାଣ ମନେ ହେବ।
ଧନୁ
ଧନୁ
ଆଜି ଚାରୋଟିଗ୍ରହ ରାଶିରେ ଅବସ୍ଥାନ କରୁଥିବାରୁ ପୁରାତନ ରୋଗପୀଡା ସଙ୍ଗକୁ ଓ ପୂର୍ବ ଶତ୍ରୁତାକୁ ନେଇ ମନ ବିଶେଷ ଭଲ ରହିବ ନାହିଁ। କୌଣସି କାର୍ଯ୍ୟ ସକାଶେ ଅର୍ଥର ଆବଶ୍ୟକତାକୁ ନେଇ ଦୂର ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ରାଜନୀତି, କଳା, ସାହିତ୍ୟ, ପ୍ରଶାସନିକ ସ୍ତରରେ ତଥା ସଭାସମିତି କାମରେ ବ୍ୟସ୍ତତା ବୃଦ୍ଧି ପାଇବ।
ମକର
ମକର
ମନ ପ୍ରଫୁଲ୍ଲ ରହିବା ସଙ୍ଗକୁ ପ୍ରତ୍ୟେକ କାମ ସୁରୁଖୁରୁରରେ ସମ୍ପନ୍ନ ହୋଇଯିବ। ସାମାନ୍ୟ ବିଳମ୍ବିତ ସମୟରେ ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ। ଆନୁଷ୍ଠାନିକ, ସାଙ୍ଗଠନିକ ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହୋଇଯିବ। ମାଲିମକଦ୍ଦମାରେ ସଫଳତା ହାସଲ କରିବେ ଏବଂ ଆର୍ଥିକ ପରିସ୍ଥିତି ପ୍ରାୟତଃ ମନ୍ଦ ହେବନି।
କୁମ୍ଭ
କୁମ୍ଭ
କୋଣଭାବସ୍ଥ ରାହୁ ହେତୁ ଏକ ସାଧାରଣ ଆଲୋଚନା ମଧ୍ୟରେ ଭୁଲ୍‌ ବୁଝାମଣା କାରଣରୁ ବନ୍ଧୁମାନଙ୍କ ସହ କଳହ ଘଟିପାରେ। ତଥାପି ଜମିଜମା କାରବାର, ସରକାରୀ ସୂତ୍ରରୁ ଅର୍ଥ, ଧାର୍ମିକ କାର୍ଯ୍ୟ, ପ୍ରଭୃତିରେ ଆଶାନୁରୂପ ସଫଳତା ପାଇବେ। କିନ୍ତୁ ବାଣିଜ୍ୟ, ବ୍ୟବସାୟ, ପରିବହନକୁ କେନ୍ଦ୍ରକରି ବାଦବିବାଦରେ ଆପୋସ ସମାଧାନ ଘଟିବାର ଆଶା ରହିଛି।
ମୀନମୀନ
ଆଜି ଯାହା ଓ ଯେମିତି ଭାବଛନ୍ତି, ଠିକ୍‌ ସେହିପରିହିଁ ପାଇବେ। କିନ୍ତୁ କର୍ମକ୍ଷେତ୍ରରେ ଅପରାହ୍ନରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। କ୍ରୀଡା,କଳା ଓ ଚଳଚ୍ଚିତ୍ର କ୍ଷେତ୍ରରେ ମଧ୍ୟରେ ପ୍ରତିଯୋଗିତା ମାନୋଭାବ ଉପୁଜିବାର ଅଅଶଙ୍କା ରହିଛି। ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମେ ୩୦ ତାରିଖ – Daily Horoscope

ମେଷ ପରିସ୍ଥିତିର ବିଷମତା କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ବିବାଦୀୟ ସ୍ଥିତି ଉପତ୍ନ ହେବ। ଆବଶ୍ୟକତା ପୂରଣ ପାଇଁ କରଜ କରି କାମ ଚଳାଇ ନେବା ସକାଶେ ଚେଷ୍ଟା…

ରାଶିଫଳ: ଶୁକ୍ରବାର, ମେ ୨୯ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। କର୍ମକ୍ଷେତ୍ରରେ ଅଭିଳଷିତ କାର୍ଯ୍ୟ ସମ୍ପାଦନ କରିବେ। ଆଜିର ଯାତ୍ରା, ବ୍ୟବସାୟ, ଗବେଷଣା, ସାହିତ୍ୟ ଓ ରଚନାତ୍ମକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ଗୁରୁବାର, ମେ ୨୮ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି। ସମ୍ପର୍କୀୟ ନିଆଁରେ ଘିଅ ଢାଳିଲାପରି କଟୁକଥା କହି ମାନସିକ ଆଘାତ ଦେଇପାରନ୍ତି।…

ରାଶିଫଳ: ବୁଧବାର, ମେ ୨୭ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ସମାଜ କଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତିରେ ସମ୍ମାନିତ ହେବେ। ଧାର୍ମିକ ମନୋଭାବ ନେଇ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ…

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri