Posted inRasifala

ରାଶିଫଳ: ମଙ୍ଗଳବାର, ଜୁନ୍ ୧୬ ତାରିଖ – Daily Horoscope

ମେଷ
ସାହସିକ ପଦକ୍ଷେପ ନେଇ କାର୍ଯ୍ୟସାଧନ କରିବେ। ଆଶାତୀତ ଭାବରେ ସ୍ବାସ୍ଥ୍ୟରେ ଉନ୍ନତି ସଙ୍ଗକୁ ବନ୍ଧୁମିଳନରୁ ଖୁସୀ ରହିବେ। କିନ୍ତୁ ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ରାଜନୀତିରେ, ସାଂଗଠନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ବୃଷ
ବୃଷ
ପ୍ରତ୍ୟେକ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟିକରିବେ। ଦ୍ୱନ୍ଦ୍ୱରେ ପଡି ପ୍ରତ୍ୟେକ ବ୍ୟକ୍ତି ମନ କଥାକୁ ଠିକ୍‌ ଭାବେ ବୁଝିପାରିବେ ନାହିଁ। ପୂର୍ବ ସ୍ଥିରୀକୃତ ଯୋଜନା ଅନୁଯାୟୀ ବନ୍ଧୁଦ୍ୱାରକୁ ଗମନ କରିବେ। ଶତ୍ରୁତା କରୁଥିବା ଲୋକମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହି ବିଭ୍ରାନ୍ତ କରିପାରନ୍ତି।
ମିଥୁନ
ମିଥୁନ
ବାଣୀକାରକ ବୁଧଙ୍କ ପ୍ରଭାବରୁ ଶାରୀରିକ ସୁସ୍ଥତା ସହ ଯୁକ୍ତିଯୁକ୍ତ କଥା କହି ପରିସ୍ଥିିତିକୁ ସୁଧାରି ନେବେ। ବୃହସ୍ପତିଙ୍କ ଦୋଷରୁ ସାମାଜିକ କ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ପ୍ରଶାସନିକ, ପରିବହନ, ବ୍ୟବସାୟ, ନିର୍ମାଣ, ଆଲୋଚନା କ୍ଷେତ୍ରରେ ସଫଳତା ମିଳିବ।
କର୍କଟ
କର୍କଟ
କର୍ମସ୍ଥ ଚନ୍ଦ୍ର ଯୋଗୁ ଉନ୍ନତ ଚିନ୍ତାଧାରା ସହିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ଯୋଗସୂତ୍ର ସ୍ଥାପନ କରିବେ। କିନ୍ତୁ ଈର୍ଷାପରାୟଣ ଶତ୍ରୁମାନଙ୍କର ସମସ୍ୟା ସୃଷ୍ଟି ସାମୟିକ ମନକୁ ଭାରାକ୍ରାନ୍ତ କରିବ। ଅଫିସରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବାରୁ ବ୍ୟସ୍ତତା ଅନୁଭବ କରିପାରନ୍ତି। ପରିବାରରେ ସମସ୍ୟା ସମାଧାନ ଦିଗରେ ଚେଷ୍ଟା କଲେ ସଫଳତା ମିଳିବ।
ସି˚ହ
ସି˚ହ
ରାହୁ ଯୁକ୍ତ ରବିଙ୍କ ଯୋଗୁ ପାରିପାର୍ଶ୍ୱିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ସୃଷ୍ଟିହେବ। ବହୁପୂର୍ବରୁ କେତେକ ସମସ୍ୟା ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ। ଆର୍ଥିକ ସ୍ଥିତି ପୂର୍ବପରି ରହିବ ଓ ବିଭିନ୍ନ ଯୋଜନା କରିବାର ଚେଷ୍ଟା କରି କେତେକାଂଶରେ ସଫଳ ହେବେ।
କନ୍ୟା
ଆର୍ଥିକ ଦିଗ ପାଇଁ ପଥ ପରିଷ୍କାର କରିବେ। ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ସମସ୍ୟା ରହିଥିଲେ ମଧ୍ୟ ବୁଝିବିଚାରି କାମ କରିବା ସଙ୍ଗକୁ ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତୁ। ସାଧାରଣ କଥାକୁ ଗୁରୁତର ସହ ବିଚାର କରି କିମ୍ବା ଅନ୍ୟଦ୍ୱାରା ପ୍ରଭାବିତ ହୋଇ ବନ୍ଧୁ କେହି ଈର୍ଷା କରିପାରନ୍ତି।
ତୁଳା
ତୁଳା
ବୃହସ୍ପତି ସହ ଶନିଙ୍କ ସ୍ଥିତି କାରଣରୁ ନିଜର ଲୋକମାନଙ୍କ ବିରୁଦ୍ଧାଚରଣ ପରିବେଶକୁ ସରଗରମ କରିବ। ବ୍ୟବସାୟିକ, ସାମାଜିକ, ଅଭିବୃଦ୍ଧି କ୍ରମଶଃ ବୃଦ୍ଧି ପାଇବାରୁ ସାମୟିକ ଖୁସୀ ରହିବେ। ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କାରଣରୁ ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡିପାରେ।
ବିଛା
ବିଛା
ଶନି କ୍ଷେତ୍ରସ୍ଥ ମଙ୍ଗଳ ଯୋଗୁ ବିଶେଷ ଅସୁବିଧା ନ ଥିଲେ ମଧ୍ୟ ମନରେ ଉତ୍ସାହ ରହିବ ନାହିଁ। କର୍ମକ୍ଷେତ୍ର ସମସ୍ୟାବହୁଳ ହୋଇପାରେ। ସହକର୍ମୀମାନେ କୌଣସି ପ୍ରକାରର ସମସ୍ୟା ସୃଷ୍ଟି କଲେ ମଧ୍ୟ କିଛି ଅସୁବିଧା ହେବନି। ଚେଷ୍ଟା କରୁଥିବା କାର୍ଯ୍ୟ,ଚଳଚ୍ଚିତ୍ର ପ୍ରଭୃତିରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ରାଶ୍ୟାଧିପ ଶନି କ୍ଷେତ୍ରସ୍ଥ ଯୋଗୁ ଆଜି ଅଯଥା ଅତୀତ କଥା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ। ସ୍ବାସ୍ଥ୍ୟ ସମସ୍ୟା, ଅସଜଡା ପାରିବାରିକ ପରିସ୍ଥିତି ସହ କର୍ମକ୍ଷେତ୍ରରେ କଳହକୁ ନେଇ ଅଶାନ୍ତି ଲାଗିରହିପାରେ। ଜମିଜମା କାରବାର, କଚେରି ମାମଲା, ରାଜନୈତିକ କ୍ଷେତ୍ର ପ୍ରଭୃତିରେ ସମସ୍ୟା ସମାଧାନ ହୋଇଯିବ।
ମକର
ମକର

ପ୍ରତୀକ୍ଷିତ ଖବର ପାଇବା ସଙ୍ଗକୁ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ଚେଷ୍ଟା କରୁଥିବା କାମରେ ସଫଳତା ମିଳିପାରେ। ବ୍ୟବସାୟୀମାନେ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ନିଜର ଲକ୍ଷ୍ୟ ହାସଲ କରିପାରିବେ। ପାରିବାରିକ ଦୃଷ୍ଟିକୋଣରୁ ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।

କୁମ୍ଭ
କୁମ୍ଭ
ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବ ଓ ଲକ୍ଷ୍ୟ ହାସଲ କରିବେ। ଗତକାଲିର ଯୋଜନା ମୁତାବକ ଆବଶ୍ୟକୀୟ ସୁବିଧା ସୁଯୋଗ ଆପଣାଛାଏଁ ଜୁଟିଯିବ। ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ନ ପାଇ ବ୍ୟସ୍ତ ହୋଇପାରନ୍ତି। ବ୍ୟବସାୟରେ ସଫଳତା ହାସଲ କରିବେ ଓ ସୁବିଧାରେ କାମ ହାସଲ କରିବେ।
ମୀନମୀନ

କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସାହାଯ୍ୟ, ସହଯୋଗ ଆଶାକରି ନିରାଶ ହେବେ। ଗବେଷଣା, ଅଧ୍ୟୟନ ଓ ଅଧ୍ୟାପନା, କଳା, ସାହିତ୍ୟ କ୍ଷେତ୍ରରୁ ସମ୍ମାନ ମିଳିବ। ପାରିବାରିକ କ୍ଷେତ୍ରରେ ଧୀରେ ଧୀରେ ସମସ୍ୟା ସମାଧାନ ଦିଗକୁ ମୁହାଁଇବ। ଏକ ଛୋଟ ଘଟଣା ଧୀରେ ଧୀରେ ଭିନ୍ନ ଆକାର ଧାରଣ କରିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?