Posted inRasifala

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ
ଆଜିର ମକର ରାଶିସ୍ଥ ଚନ୍ଦ୍ର ଆପଣଙ୍କ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ସ୍ବାଭାବିକ ରଖିବ। କିନ୍ତୁ ଷଷ୍ଠଭାବସ୍ଥ ଶୁକ୍ର ନୀଚସ୍ଥ ଯୋଗୁ ଆର୍ଥିକ ସ୍ଥିତି ବିଗିଡିଯାଇପାରେ, କିନ୍ତୁ ଋଣ ଜରିଆରେ ଟଙ୍କା ପାଇପାରନ୍ତି। ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ, ଆନୁଷ୍ଠାନିକ କାମ ତଥା ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତତା ବୃଦ୍ଧି ପାଇବ।
ବୃଷ
ବୃଷ
ଆଜି ବୁଧଙ୍କ ସହ ଶୁକ୍ରଙ୍କ ସଂଯୋଗ ଫଳରେ ସଭାସମିତି କିମ୍ବା ପଦସ୍ଥବ୍ୟକ୍ତିଙ୍କ ସହ ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ। କିନ୍ତୁ ପାରିବାରିକ ସମସ୍ୟା ଚିନ୍ତାରେ ବ୍ୟସ୍ତ ରହିପାରନ୍ତି। ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ମନ୍ଦ ହେବ ନାହିଁ।
ମିଥୁନ
ମିଥୁନ
ସମସ୍ତ ପ୍ରକାରର ସୁବିଧା ହାସଲ କରି ଲକ୍ଷ୍ୟପଥର ପଥିକ ହୋଇପାରନ୍ତି। ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ। ନିକଟ ସମ୍ପର୍କୀୟମାନଙ୍କ ଦ୍ୱାରା ଭୋଗ ବିଳାସର ପ୍ରାଚୁର୍ଯ୍ୟ ପାଇବାର ସମ୍ଭାବନା ରହିଛି। ବୈଷୟିକ ସମ୍ପଦ ହାସଲ ପରିପ୍ରେକ୍ଷୀରେ କୂଟନୀତି ବଳରେ କାର୍ଯ୍ୟ ସାଧନ କରିବାରେ ସମର୍ଥ ହେବେ।
କର୍କଟ
କର୍କଟ
ଯେ କୌଣସି ପରିସ୍ଥିତି ହେଉନା କାହିଁକି, ଆପଣଙ୍କ ପାଇଁ ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଏମିତି କେତେକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ, ଯାହାଦ୍ୱାରା ଦ୍ୱନ୍ଦ୍ବରେ ପଡି ଆପଣ କୌଣସି ଠିକ୍‌ ନିଷ୍ପତ୍ତି ନେଇ ନ ପାରନ୍ତି। ଅବଶ୍ୟ ଆର୍ଥିକ, ବ୍ୟବସାୟିକ, ଉପରିସ୍ଥ କର୍ମଚାରୀ କିମ୍ବା ସରକାରୀ କାମ କ୍ଷେତ୍ରରେ ସୁଫଳ ପାଇପାରନ୍ତି।
ସି˚ହ
ସି˚ହ
ସ୍ବଗୃହୀ ରବି ହେତୁ ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ ସୁଧୁରିଯିବାର ଲକ୍ଷ୍ୟକରି ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି। ଆସିଲେ ମଧ୍ୟ ଆପଣ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ସାଧନ କରିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ। ସଭାସମିତିରେ ଆଲୋଚନା ସରଗରମ ହେବାର ସମ୍ଭାବନା ରହିଛି ।
କନ୍ୟା
ଶୁକ୍ରଙ୍କ ପ୍ରଭାବକ୍ରମେ ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦର ଅନୁଭବ କରିବେ। ଏହା ସାଙ୍ଗକୁ ବନ୍ଧୁମାନଙ୍କ ସାହାଯ୍ୟ ଓ ସହଯୋଗରୁ ଉତ୍ସାହିତ ହେବେ। ରାହୁଙ୍କ ସ୍ଥିତି କାରଣରୁ କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି। କେତେକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି।
ତୁଳା
ତୁଳା
ଦ୍ୱିତୀୟଭାବସ୍ଥ ବୁଧଙ୍କ ପ୍ରଭାବରେ ଆର୍ଥିକ ଅଭିବୃଦ୍ଧି ଓ ନୂତନ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। କିନ୍ତୁ ସ୍ଥଳ ବିଶେଷରେ ରୋକ୍‌ଠୋକ୍‌ କଥା କେତେକ ସମସ୍ୟା ସୃଷ୍ଟିର କାରଣ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ କଲେ ସଫଳତା ପାଇବେ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା
ବିଛା
ଶନି ଓ ରାହୁଙ୍କ ସ୍ଥିତିଜନିତ ବିବାଦୀୟ ଘଟଣା କିମ୍ବା ଅସଫଳତା ହେତୁକ ମନସ୍ତାପ କରିପାରନ୍ତି। ପରିସ୍ଥିତିର ଗୁରୁତ୍ୱ ହୃଦୟଙ୍ଗମ କରି ଅଧିକାଂଶ କ୍ଷେତ୍ରରେ ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା କଳହର ସମ୍ଭାବନା ରହିଛି। କଳା, ସଙ୍ଗୀତ, ଚଳଚ୍ଚିତ୍ର କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ।
ଧନୁ
ଧନୁ
ପାରିବାରିକ କ୍ଷେତ୍ରରେ ଅସ୍ଥିରତା କ୍ରମଶଃ ଦୂରେଇବାର ସମ୍ଭାବନା ରହିଛି। ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କଠୋର କଥା କହିବା କାରଣରୁ ନିଜ ନିଜର ସାଙ୍ଗସାଥୀମାନଙ୍କ ମଧ୍ୟରେ ସାମୟିକ ଅଶାନ୍ତି ଦେଖାଦେଇପାରେ। ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।
ମକର
ମକର
ଆଜି ନିଜ ରାଶିରେ ଚନ୍ଦ୍ର ଅବସ୍ଥାନ କରି ମନରେ ଉତ୍ସୁକତା ପ୍ରଦାନ କରିବେ। ମାନସିକ ସ୍ଥିରତା କେତେମାତ୍ରାରେ କ୍ଷୁଣ୍ଣ ହୋଇପାରେ। ତଥାପି ସାମୟିକ ଭାବରେ କର୍ମକ୍ଷେତ୍ରରେ ସମସ୍ୟା ହଠାତ୍‌ ଦେଖା ଦେଇଥିବା କାରଣରୁ ମନ ବିଚଳିତ ଅବଶ୍ୟ ରହିବ। ରାଜନୈତିକ କ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡିବ।
କୁମ୍ଭ
କୁମ୍ଭ
ଶନିଙ୍କ ଶୁଭଦୃଷ୍ଟିରୁ ସ୍ବାସ୍ଥ୍ୟ ସମସ୍ୟା ପୂର୍ଣ୍ଣ ମାତ୍ରାରେ ଉପଶମ ନ ହେଲେ ମଧ୍ୟ କେତେକାଂଶରେ ପୂର୍ବାପେକ୍ଷା ନିୟନ୍ତ୍ରଣ ମଧ୍ୟରେ ରହିବ। ଆର୍ଥିକ ସ୍ଥିତି କ୍ରମଶଃ ଦୁର୍ବଳ ରହିବା କାରଣରୁ ସାମୟିକ ଚିନ୍ତା କରିବାକୁ ପଡିବ। ଆଜି ସୁବିଧାରେ ହାତକୁ ନେଇଥିବା କାମଗୁଡିକ ସମ୍ପନ୍ନ ହୋଇଯିବ। ଶିଳ୍ପ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ମୀନମୀନ
ବୃହସ୍ପତିଙ୍କ ଶୁଭ ଦୃଷ୍ଟି ପ୍ରଭାବରେ ସ୍ବାସ୍ଥ୍ୟ ଭଲ ରହିବା ସହ ଉଚ୍ଚଚିନ୍ତା ଓ ନୂଆ ନୂଆ ଯୋଜନା କରିପାରନ୍ତି। କିନ୍ତୁ ପାଖ ପଡୋଶୀଙ୍କ ସହ ସମ୍ପର୍କରେ ଅବନ୍ନତି ଘଟିବ ଏବଂ ଅର୍ଥ ସମ୍ପର୍କକୁ ନେଇ ବିବାଦଗ୍ରସ୍ତ ହେବେ। ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ। କେତେକ କ୍ଷେତ୍ରରେ ଜିଦ୍‌ଖୋର ପ୍ରବୃତ୍ତି ଯୋଗୁ ହଇରାଣ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ଜୁଲାଇ ୧୪ ତାରିଖ – Daily Horoscope

ମେଷ ଆଜି ତୃତୀୟଭାବରେ ତିନୋଟି ଗ୍ରହଙ୍କ ସଂଯୋଗ କାରଣରୁ ବନ୍ଧୁମିଳନ,ଧାର୍ମିକ କାର୍ଯ୍ୟ ଏବଂ ଭ୍ରମଣସୌଖ୍ୟ ଲାଭ କରିବେ। ପାରିବାରିକ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମର ଆଶଙ୍କା…

ରାଶିଫଳ: ସୋମବାର, ଜୁଲାଇ ୧୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଅଟକି ରହିଥିବା କାମ ତ୍ୱରାନ୍ବିତ ହେବ। ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ହାସଲ…

ରାଶିଫଳ: ରବିବାର, ଜୁଲାଇ ୧୨ ତାରିଖ – Daily Horoscope

ମେଷ ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ। ହିତୈଷୀମାନଙ୍କ ସହୃଦୟତାରୁ ଆପଣ ଯାହା ଚାହୁଁଛନ୍ତି, ତାହା ପାଇବାରେ କୌଣସି ଅସୁବିଧା…

ରାଶିଫଳ: ଶନିବାର, ଜୁଲାଇ ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭିନ୍ନ ପ୍ରକାର ହେତୁ ଅନ୍ୟମାନେ ଭୁଲ୍‍ ବୁଝିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ। ଦୀର୍ଘ ଦିନରୁ ରହିଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri