Posted inRasifala

ରାଶିଫଳ: ବୁଧବାର, ମେ ୨୦ ତାରିଖ – Daily Horoscope

ମେଷ
ଆଜି ରାଶିରେ ଚନ୍ଦ୍ର ଥିବାରୁ ବନ୍ଧୁମାନଙ୍କ ଗହଳ ଚହଳ ମଧ୍ୟରେ ବ୍ୟସ୍ତତା ଅନୁଭବ କରିପାରନ୍ତି। ବୟସ୍କ ସଦସ୍ୟଙ୍କ ବିଚାରହୀନ ମନ୍ତବ୍ୟକୁ କେନ୍ଦ୍ରକରି ପରିବାରରେ ଝଗଡ଼ା ଲାଗିପାରେ। ସନ୍ତାନଙ୍କ ଅଶାନ୍ତ ମନଦେଖି ନିଜେ ଚିନ୍ତିତ ହୋଇପାରନ୍ତି। ଏକ ନିର୍ଦ୍ଦିିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ।
ବୃଷ
ବୃଷ
କର୍ମକ୍ଷେତ୍ରରେ ଏକାଧିକ ବ୍ୟକ୍ତିଙ୍କ ବିରୁଦ୍ଧାମତ୍କ ସ୍ବର କର୍ମ କ୍ଷେତ୍ରକୁ ସମସ୍ୟା ବହୁଳ କରିଦେଇପାରେ। ପୂର୍ବ ନିର୍ଦ୍ଧାରିତ ଯୋଜନା ଭଣ୍ଡୁର ହୋଇଯିବା ଆଶଙ୍କାରେ ମାନସିକ ଅସ୍ଥିରତା ସୃଷ୍ଟିହେବ। ଅର୍ଥନୈତିକ କାର୍ଯ୍ୟକ୍ରମ, ଆଲୋଚନାଚକ୍ର, ସଭାସମିତି, ଆମଦାନୀ କାରବାର, କଳା କାରିଗରୀ କ୍ଷେତ୍ରରେ ସଫଳତା ପାଇବେ।
ମିଥୁନ
ମିଥୁନ
ସମର୍ଥନ ପାଇ ଆଜିର କାମ ସୁରୁଖୁରୁରେ ସମ୍ପନ୍ନ ହେ। ପରିସ୍ଥିତିରେ ପଡି ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ ସକାଶେ ବହୁତ ଅର୍ଥ ବ୍ୟୟର ସମ୍ଭାବନା ରହିଛି। ପରିବାର ଭିତରେ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ପ୍ରତିଦ୍ୱନ୍ଦ୍ୱିତା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ।
କର୍କଟ
କର୍କଟ
କାର୍ଯ୍ୟସିଦ୍ଧି, ଅର୍ଥଲାଭ, କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ଓ ସନ୍ତାନ ହେତୁକ ଗୌରବ ବୃଦ୍ଧି ଘଟିବ। ପାରିବାରିକ କ୍ଷେତ୍ର,ଲୋକ ସମ୍ପର୍କ,ଆନୁଷ୍ଠାନିକ କାମ ସକାଶେ ପ୍ରତିକୂଳ ପରିସ୍ଥିତି ସୃଷ୍ଟିର ଆଶଙ୍କା ଦେଖା ଦେଇପାରେ। ପରିବହନ, ଯାନବାହନ, ପ୍ରଶାସନ ଓ ପ୍ରଶାସନିକ କ୍ଷେତ୍ରରେ ବ୍ୟତିକ୍ରମ ମଧ୍ୟରେ କାର୍ଯ୍ୟ ସାଧିତ ହେବ।
ସି˚ହ
ସି˚ହ
ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭ,ଉଚ୍ଚ ପଦପଦବୀ ପ୍ରାପ୍ତି ଓ ବୈଷୟିକ ସୁଖ,ସମୃଦ୍ଧିରୁ ଖୁସୀ ରହିବେ। ରାଜନୀତି, ଅଦାଲତ, ଗଣତନ୍ତ୍ର, ସଂଗଠନ, ଧାର୍ମିକ କାର୍ଯ୍ୟ ଓ ସତ୍‌ସଙ୍ଗ କ୍ଷେତ୍ରକୁ ରୁଦ୍ଧିମନ୍ତ କରିବ। ପଦାଧିକାରୀଙ୍କ ସହଯୋଗରୁ ସାହିତ୍ୟ, କଳା, କ୍ରୀଡ଼ା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
କନ୍ୟା
ସ୍ବାସ୍ଥ୍ୟ ଭଲ ରହିବା ସହ ଜମିଜମା, ଗୃହସୀମା, ନିର୍ମାଣ, କୋର୍ଟକଚେରି ମାମଲା କ୍ଷେତ୍ରରେ ସୁଫଳ ପାଇବେ। କର୍ମକ୍ଷେତ୍ରରେ ଆବଶ୍ୟକୀୟ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ନିଜ ପରିସରର ବ୍ୟକ୍ତିଙ୍କ ଅନୁରୋଧକ୍ରମେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
ତୁଳା
ତୁଳା
ବିକ୍ଷିପ୍ତ ଓ ବିବାଦୀୟ ଚିନ୍ତାଧାରା କାମକୁ ବିଶୃଙ୍ଖଳିତ କରିବାର ଆଶଙ୍କା ରହିଛି। ନିକଟ ସମ୍ପର୍କୀୟମାନେ ପୁରାତନ କଥାକୁ କେନ୍ଦ୍ରକରି ଅଧୁନାଂ ଅସହଯୋଗ କରିପାରନ୍ତି। ସଂଗଠନ, ଗବେଷଣା ଓ ପ୍ରତିଯୋଗିତା କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ। ପାରିବାରିକ, ଅର୍ଥସମ୍ପର୍କ, ଯାନ୍ତ୍ରିକ ଜିନିଷର କାରବାର କ୍ଷେତ୍ର ମନ୍ଦ ହେବନି।
ବିଛା
ବିଛା
ଅର୍ଥନୈତିକ ଅଭିବୃଦ୍ଧି ଓ ସାମାଜିକ କ୍ଷେତ୍ରରୁ ସମ୍ମାନ ଲାଭ କରିବେ। ବନ୍ଧୁଙ୍କୁ ଆପଣେଇ ନେବାରେ ସମର୍ଥ ହେବେ। ବିଗତ ଦିନର କୌଣସି ଘଟଣା ସକାଶେ ଅପରାହ୍ନରେ ଟେନସନ୍‌ ବଢିପାରେ। ମାଲିମକଦ୍ଦମା, ଜମିଜମା କାରବାର, ନିର୍ମାଣ, ମାଙ୍ଗଳିକ କାମ ପାଇଁ ପ୍ରସ୍ତୁତି କରିବାରେ ତପତ୍ରତା ପ୍ରକାଶ କରିପାରନ୍ତି।
ଧନୁ
ଧନୁ
ଆତ୍ମୀୟ ସ୍ବଜନମାନଙ୍କ ନିକଟରୁ ସହାନୁଭୂତି ମଧ୍ୟ ପାଇବା ଦୁର୍ଲଭ ହୋଇପଡିବ। ପାରସ୍ପରିକ ଯୁକ୍ତିତର୍କ ଜନିତ ପାରିବାରିକ କ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ଅପ୍ରିୟ ସତ୍ୟ ପ୍ରକାଶ କରିବା କାରଣରୁ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ।
ମକର
ମକର
ସହନଶୀଳତାର ସହ ସାମନା କରିବାର ଧୈର୍ଯ୍ୟ ହାସଲ କରିବେ। ଅର୍ଥ ସଂକଟ ଦୂର ହେବା ସଙ୍ଗକୁ ଟେକ୍ନିକାଲ୍‌ କାମରେ ବିଶେଷ ସୁବିଧା ପ୍ରାପ୍ତ ହେବ। ନିକଟ ସମ୍ପର୍କୀୟଙ୍କୁ ଭଲ ପାଇବାକୁ କେନ୍ଦ୍ର କରି ସମସ୍ୟା ଦେଖାଦେବ। ବୃଥା ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ନିକଟ ସମ୍ପର୍କୀୟଙ୍କ ସହ ସୁସମ୍ପର୍କ ରହିବ ନାହିଁ।
କୁମ୍ଭ
କୁମ୍ଭ
ଆଜି ମନୋରଞ୍ଜନ ପ୍ରତି ରୁଚି ବଳିବା ସଙ୍ଗକୁ କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। କୌଶଳ ଅବଲମ୍ବନ କରି ହାସଲ କରିବାକୁ ଥିବା କାମଟି ବନ୍ଧୁଙ୍କ ଦ୍ୱାରା କରାଇ ନେବେ। ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ, ଯାହା କି ସମସ୍ୟା ବୃଦ୍ଧି କରିବ।
ମୀନମୀନ

କର୍ମକ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ ଏବଂ କୌଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିବେ। ଆଲୋଚନା ମାଧ୍ୟମରେ ପାରିବାରିକ ବୁଝାମଣା ସମ୍ପର୍କରେ ଉନ୍ନତି ଘଟିବାର ଆଶା କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ,ବିଳାସବ୍ୟସନ, ସନ୍ତାନସୁଖ,ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାରୁ ପାରିବାରିକ ସମସ୍ୟା ଦେଖାଦେଇପାରେ। ଶନି ପ୍ରଭାବରୁ ବିଭିନ୍ନ ଝାମେଲା ମଧ୍ୟରେ…

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କ ଜନିତ ଅଶାନ୍ତ ପରିସ୍ଥିତିର ଆଶଙ୍କା ଦେଖାଦେବ। ନିଜ ପରିସରର ଭଦ୍ରବ୍ୟକ୍ତିଙ୍କ…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୮ ତାରିଖ – Daily Horoscope

ମେଷ ଆଜି ଆର୍ଥିକ ଅସଙ୍ଗତି ଦୂରକରିବା ସହ ଆଲୋଚନାକୁ ଅଗ୍ରଗାମୀ କରାଇବାରେ ସହାୟକ ହେବେ। ପୂର୍ବାଲୋଚନା ଅନୁଯାୟୀ ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ପ୍ରଶାସନିକ ନିଷ୍ପତ୍ତିରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri