Posted inRasifala

ରାଶିଫଳ: ବୁଧବାର ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ
ରାଶ୍ୟାଧିପତି ପୂର୍ଣ୍ଣବଳବାନ୍‌ ଯୋଗୁ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେଲେ ମଧ୍ୟ ପଶ୍ଚାତ୍‌ପଦ ହେବେନାହିଁ। ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ଅଥବା ସାମାଜିକ ସ୍ତରରେ ପ୍ରଶଂସିତ ହୋଇପାରନ୍ତି। ସକାଳୁ ସକାଳୁ ପାରିବାରିକ ମତପାର୍ଥକ୍ୟ ଜନିତ ମାନସିକ ଅସ୍ଥିରତା ଅନୁଭବ କରିବେ।
ବୃଷ
ବୃଷ
ସ୍ବଗୃହାଭିମୁଖୀ ଶୁକ୍ର ସ୍ବାସ୍ଥ୍ୟ ସମସ୍ୟାକୁ ନିୟନ୍ତ୍ରଣ କରିବା ସହ ଋଣ ମାଧ୍ୟମରେ ଅର୍ଥ ଓ ଦୂରଯାତ୍ରାର ପ୍ରସ୍ତୁତି କରିପାରନ୍ତି। ପରୋକ୍ଷ ଶତ୍ରୁତା ପ୍ରଭାବରେ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ଦୀର୍ଘଦିନର ଆଶା ଫଳବତୀ ହେବାରେ ସହକର୍ମୀଙ୍କ ଅବଦାନ ଅବିସ୍ମରଣୀୟ ରହିବ।
ମିଥୁନ
ମିଥୁନ
ବୁଧ କର୍ମସ୍ଥାନରେ ଅବସ୍ଥାନ କରି ତୃତୀୟଭାବକୁ ଦୃଷ୍ଟି ଦେଉଥିବାରୁ ବନ୍ଧୁ, ପରିଜନଙ୍କ ଆଦରଣୀୟ ହେବେ। ମିତ୍ରବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଲାଭକରି ଅଭିଳଷିତ କର୍ମ ସମ୍ପାଦନ କରିପାରନ୍ତି। ଧାରକରଜ କରି ପାରିବାରିକ ଆବଶ୍ୟକତା ଚଳାଇ ନେବାକୁ ବାଧ୍ୟହେବେ। ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।
କର୍କଟ
କର୍କଟ
ଚନ୍ଦ୍ର କର୍ମସ୍ଥାନରେ ରବିଙ୍କ ସହ ରହି ଭାଇ, ବନ୍ଧୁଙ୍କ ସହଯୋଗରେ କାର୍ଯ୍ୟ ହାସଲ କରିବେ। କିନ୍ତୁ କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତବିବ୍ରତ ହୋଇପାରନ୍ତି। ନିଜ ପରିସରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । କଳା,ସାହିତ୍ୟ, ଚଳଚ୍ଚିତ୍ର କ୍ଷେତ୍ରରେ ରହିଥିବା ସମସ୍ୟାକୁ ସମାଧାନ କରିବାରେ ସମର୍ଥ ହେବ ।
ସି˚ହ
ସି˚ହ
ରବି ଭାଗ୍ୟସ୍ଥାନସ୍ଥ ଯୋଗୁ ଆପଣଙ୍କ ଉଦ୍ୟମ କଦାପି ନିଷ୍ଫଳ ହେବନାହିଁ । କିନ୍ତୁ ସ୍ବଗୃହରୁ ବ୍ୟୟଭାବସ୍ଥ ଶୁକ୍ର ପ୍ରଭାବରେ ଦୀର୍ଘଦିନରୁ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ବ୍ୟୟ ବୃଦ୍ଧି କିମ୍ବା ପରିବହନରେ ସମସ୍ୟାଜନିତ ବ୍ୟସ୍ତତା ଅନୁଭବ କରିପାରନ୍ତି। ସାମାଜିକ ସ୍ତରରେ ବିଳାସ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବ।
କନ୍ୟା
ରାଶ୍ୟାଧିପ ବୁଧ ଷଷ୍ଠଭାବରେ ରହି ପ୍ରତ୍ୟେକ ପରିସ୍ଥିତିକୁ ସାମନା କରିବା ସହ ସଫଳତା ହାସଲ କରିବେ । କିନ୍ତୁ ଅଫିସ୍‌ କାମର ଜଞ୍ଜାଳ ବଢ଼ିଯିବା ସହ ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ। ପରିବାର ସ୍ଥାନରେ ବୃହସ୍ପତିଙ୍କ ସହ ପାପଗ୍ରହ ଅବସ୍ଥାନ କରିଥିବାରୁ ନିଜ ଲୋକଙ୍କ ଦ୍ୱାରା ସମସ୍ୟାଗ୍ରସ୍ତ ହୋଇପାରନ୍ତି।
ତୁଳା
ତୁଳା
ଶୁକ୍ର ସପ୍ତମକେନ୍ଦ୍ରସ୍ଥ ଯୋଗୁ ଗୃହିଣୀଙ୍କ ପରାମର୍ଶରେ କାମ କରିବା ସହ ଦୂରଯାତ୍ରା କରିପାରନ୍ତି। ଗୃହକୁ ମୂଲ୍ୟବାନ ଜିନିଷ, ଯାନବାହନ କିମ୍ବା ବିଳାସ ଉପକରଣ ଆଣିପାରନ୍ତି। ତଥାପି ପ୍ରତ୍ୟେକ କ୍ଷେତ୍ରରେ ଜିଦ୍‌ଖୋର ମନୋଭାବ ତ୍ୟାଗ କଲେ ଉପକୃତ ହେବେ। ସ୍ଥାନାନ୍ତର ଚିନ୍ତାରେ ମାନସିକ ସ୍ଥିତି ଭଲ ରହି ନ ପାରେ ।
ବିଛା
ବିଛା
ଉଚ୍ଚରାଶିରେ ମଙ୍ଗଳ ଶତ୍ରୁ ଶନି ସହ ରହିଥିବାରୁ ବିବାଦୀୟ ଚିନ୍ତାଧାରା ମାନସିକ ସ୍ଥିତିକୁ ବିକ୍ଷିପ୍ତ କରିବ। ତଥାପି ଶୁକ୍ର ପ୍ରଭାବରେ ପାରସ୍ପରିକ ସହମତି ଓ ଆଲୋଚନା ଦ୍ୱାରା ଶାନ୍ତି ଓ ସମସ୍ୟା ସମାଧାନ ଦିଗରେ ତପତ୍ରତା ପ୍ରକାଶ କରିବେ। କାରବାରରେ ଲାଭବାନ ହେବେ ଏବଂ ଲେଖାପଢ଼ାରେ ରୁଚି ବଳିବ।
ଧନୁ
ଧନୁ
ବୃହସ୍ପତି ନିଜଗୃହରେ କେତୁଯୁକ୍ତ କାରଣରୁ ଆପଣଙ୍କ ଯୋଜନା ଦିଗହରା ହୋଇପାରେ। କିନ୍ତୁ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ । ଭୁଲ୍‌ ବୁଝାମଣା ଓ ସନ୍ଦେହାଛନ୍ନ ଧାରଣାଜନିତ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ପରିବାରରେ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖା ଦେଇପାରେ।
ମକର
ମକର
ଶନି ସ୍ବଗୃହରେ ରହି ପରିବାରରେ ଏପରିକି କର୍ମକ୍ଷେତ୍ରରେ ମଧ୍ୟ ନିଜର ଆଧିପତ୍ୟ ଜାହିର କରିପାରନ୍ତି। ନୂତନ କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ ଓ ପାରିବାରିକ ସମସ୍ୟା ନେଇ କିଛିଟା ଚିନ୍ତା କରିବାକୁ ପଡ଼ିପାରେ। ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ ଏବଂ ଅପରାହ୍ନେ କାୈଣସି ଖବର ପାଇ ଖୁସି ହେବେ।
କୁମ୍ଭ
କୁମ୍ଭ
ମଙ୍ଗଳ ଓ ଶନି ଦ୍ୱାଦଶଭାବରେ ରହି ଆପଣଙ୍କୁ ବିଭିନ୍ନ ସମସ୍ୟାରେ ବ୍ୟତିବ୍ୟସ୍ତ କରାଇପାରନ୍ତି। ତଥାପି ରାଜନୈତିକ କିମ୍ବା ନେତୃସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହୋଇ କାର୍ଯ୍ୟ ସାଧନ କରିପାରିବେ। ଭୂମିପୁତ୍ର ମଙ୍ଗଳ ପାପଯୁକ୍ତ କାରଣରୁ ଜମିଜମା ବାଦବିବାଦ କ୍ରମେ ଜଟିଳ ହେବ, ମାତ୍ର ସଫଳତା ହାସଲ କରିବେ ।
ମୀନମୀନ
ଗୌରବର ଅଧିକାରୀ ଗୁରୁ କବନ୍ଧଗ୍ରହ ସଂଯୋଗରେ ସ୍ବାସ୍ଥ୍ୟ ସମସ୍ୟା ସାଙ୍ଗକୁ ସମ୍ମାନହାନି କରାଇପାରନ୍ତି। ଫଳତଃ କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ଖଳ ଲୋକଙ୍କ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଅବଶ୍ୟ ଅର୍ଥ, ବ୍ୟବସାୟିକ ସ୍ଥିତି ଓ ଯାତ୍ରା ପ୍ରଭୃତି ରେବତୀ ପାଇଁ ପ୍ରତିବନ୍ଧକ ହେବନାହିଁ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?