Posted inRasifala

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ
ଆଜି ରବି ଓ ବୁଧଙ୍କ କୋଣଭାବ ପ୍ରତି ପୂର୍ଣ୍ଣଦୃଷ୍ଟି ଯୋଗୁଁ ଆପଣଙ୍କ ନିଷ୍ପତି ସର୍ବଜନଗ୍ରାହ୍ୟ ହେବ । ଘର,ପରିବାର,ଯାନବାହାନ,ସଭାସମିତି ତଥା ଅନୁଷ୍ଟାନିକ କାମରେ ସଫଳତା ପାଇବେ। ପାପଦୃଷ୍ଟ ମଙ୍ଗଳ ହେତୁ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଜରୁରୀ । ଶିଳ୍ପ, ବାଣିଜ୍ୟ,ବ୍ୟବସାୟ ସାଧାରଣ ବାଧାପ୍ରାପ୍ତ ହୋଇପାରେ ।
ବୃଷ
ବୃଷ
ବୁଧ ଓ ଚନ୍ଦ୍ରଙ୍କ ପ୍ରଭାବରେ କାର୍ଯ୍ୟ ହାସଲ ପରିପ୍ରେକ୍ଷୀରେ ଅନ୍ୟମାନଙ୍କୁ ମନେଇବାକୁ ବିଭିନ୍ନ ପ୍ରକାର ଚେଷ୍ଟା କରିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଏବଂ ଆନୁଷ୍ଠାନିକ କାମ, ସଭାସମିତିତ ପାଇଁ ଦିନଟି ଭଲ। ବକେୟା ଅର୍ଥ ଆଦାୟ ସକାଶେ ଅନ୍ୟର ସାହାଯ୍ୟ ନେବାର ସମ୍ଭାବନା ରହିଛି।
ମିଥୁନ
ମିଥୁନ
ଅଷ୍ଟମସ୍ଥ ଶନି ଯୋଗୁ ପ୍ରତିବନ୍ଧକ କାରଣରୁ ଅଟକି ରହିଥିବା କାମ ସକାଶେ ଅନୁତାପ କରିବାକୁ ବାଧ୍ୟ ହେବେ। କିନ୍ତୁ ଏକାଦଶସ୍ଥ ଶୁକ୍ର ପ୍ରଭାବରୁ ଆଗାମୀ ମାଙ୍ଗଳିକ କର୍ମ ସକାଶେ ଆଲୋଚନା, ଜିନିଷ କିଣାକିଣି କରି ପାରନ୍ତି। ପଦସ୍ଥବ୍ୟକ୍ତିଙ୍କୁ ଦେଖାସାକ୍ଷାତ୍‌, ଭ୍ରମଣ ରାଜନୀତି, ପ୍ରଶାସନ, ସଭାସମିତି, ଲେଖାପଢା ପାଇଁ ଦିନଟି ବହୁତ ଭଲ।
କର୍କଟ
କର୍କଟ
ଶୁକ୍ର ଓ ଚନ୍ଦ୍ରଙ୍କ ସୁପଭାବରେ ଆପଣ ଯାହା ଓ ଯେପରି ଭାବୁଛନ୍ତି ତାହାହିଁ ହେବ ଓ ପାଇପାରିବେ ମଧ୍ୟ । ଦ୍ୱାଦଶସ୍ଥ ରାହୁ ହେତୁ ଆକସ୍ମିକ ଦୂରଯାତ୍ରା କିମ୍ବା ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୈାଣସି ଭୁଲ୍‌କାମ କରି ପାରନ୍ତି। ଟିକିଏ ଟିକିଏ କଥାରେ ବିରକ୍ତି ପ୍ରକାଶ କରନ୍ତୁନାହିଁ। କର୍ମକ୍ଷେତ୍ରରୁ କିଛି ପାଇବାର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ହେବେ।
ସି˚ହ
ସି˚ହ
ରାଶିପ୍ରତି ବୁଧ ଓ ରବିଙ୍କ ସୁଦୃଷ୍ଟିରୁ ଦୈହିକ ସୁସ୍ଥତା ସଙ୍ଗକୁ ଆର୍ଥିକ ଅଭିବୃଦ୍ଧି ମନକୁ ପ୍ରଫୁଲ୍ଲିତ କରିବ। ପାରିବାରିକ ସମସ୍ୟାର ସରଳ ସମାଧାନ ସକାଶେ ବନ୍ଧୁଙ୍କୁ ନେହୁରା ହେବାକୁ ପଡିପାରେ । ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଅସମ୍ମାନିତ ହୋଇ ପାରନ୍ତି।
କନ୍ୟା
ଷଷ୍ଠାଧିପତିଙ୍କ ଏକାଦଶକୁ ଦୃଷ୍ଟି ପ୍ରାପ୍ୟରେ ବାଧା ସୃଷ୍ଟି କରିବ ଏବଂ ନେଇଥିବା ନିଷ୍ପତି ପରିବର୍ତ୍ତିତ ହୋଇପାରେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିବାର ଆଶଙ୍କା ରହିଛି । ପୈତୃକ ସମ୍ପତିକୁ କେନ୍ଦ୍ରକରି କଳହର ସମାଧାନ ହେବାର ଆଶା ରହିଛି । ଜମିଜମା କ୍ରୟବିକ୍ରୟ, ନିର୍ମାଣ, ଆନୁଷ୍ଠାନିକ କାମରେ ସଫଳତା ପାଇବେ ।
ତୁଳା
ତୁଳା
ଶୁକ୍ର ଓ ଚନ୍ଦ୍ରଙ୍କ ଷଡାଷ୍ଟକ ସ୍ଥିତି ଜନିତ ଆଜି ଯେଉଁ କାମଟିକୁ ଆରମ୍ଭ କରିବାକୁ ଯାଉଛନ୍ତି ତାହା ନିର୍ବିଘ୍ନରେ ସମାପନ ହେବାର ଆଶା ମଉଳି ଯାଇପାରେ। ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରିବେ। ଯାତ୍ରା, ବ୍ୟବସାୟ, ମନୋରଞ୍ଜନ କାର୍ଯ୍ୟକ୍ରମ ସକାଶେ ସ୍ବାତୀ ନକ୍ଷତ୍ର ଖୁସୀ ରହିପାରନ୍ତି। କ୍ରୀଡ଼ାରେ ସଫଳତା ପାଇବେ।
ବିଛା
ବିଛା
ଆପଣ ଉଦ୍ୟମ କଲେ ଅବଶ୍ୟ ସଫଳତା ପାଇବେ କିନ୍ତୁ ଚୁପ୍‌ ରହିଲେ ସୁଯୋଗ ହରାଇବେ। ବନ୍ଧୁଗହଣରେ ଭାବ ପ୍ରବଣତାରେ ଭାସିଯାଇ ଏଣୁ ତେଣୁ କହିବା ସମସ୍ୟାର କାରଣ ହେବ। ଈର୍ଷାପରାୟଣ ବ୍ୟକ୍ତିଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ପାରିବାରିକ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ବିଳାସକାରକ ଗ୍ରହ ଶୁକ୍ରଙ୍କ ସୁପ୍ରଭାବରୁ ବନ୍ଧୁ ମାନଙ୍କ କଥାରେ ପଡି ମନୋରନ କାର୍ଯ୍ୟରେ ରୁଚି ବଳିବ । କର୍ମକ୍ଷେତ୍ରରୁ ଫେରିବା ରାସ୍ଥାରେ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ପରିସ୍ଥିତିବଶତଃ ସମ୍ୟକ୍‌ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । ସାଙ୍ଗଠନିକ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।
ମକର
ମକର
ରାଶିସ୍ଥ ଶନି ହେତୁ ବିଶେଷ ଅସୁବିଧା ନହେଲେ ମଧ୍ୟ ଥଣ୍ଡାକାଶ ଜନିତ ଅସୁସ୍ଥତା ଦେଖାଦେଇପାରେ । ନିଜ ପାଖରେ ରହୁଥବା କୌଣସି ବ୍ୟକ୍ତି ଦ୍ୱାରା କାମ ହାସଲ କରିବେ । ବନ୍ଧୁଙ୍କ ସହ ଭାବ ବିନିମୟ ସଙ୍ଗକୁ କଳା, କ୍ରୀଡା ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ । ଉପରିସ୍ଥ ଅଫିସରଙ୍କ ସମ୍ମୁଖରେ ମନକଥା ପ୍ରକାଶ ନ କରିପାରି ଅନୁତାପ କରିପାରନ୍ତି।
କୁମ୍ଭ
କୁମ୍ଭ
ଆଜି ଚନ୍ଦ୍ରଙ୍କ ଦ୍ୱାରା ବିପରୀତ ରାଜଯୋଗ ସୃଷ୍ଟି ହେଉଥିବାରୁ ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ଅବଶ୍ୟ ସଫଳତା ପାଇବେ । କିନ୍ତୁ ଆର୍ଥିକ ଦୃଷ୍ଟିକୋଣରୁ ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବା ଯୋଗୁ ଚିନ୍ତିତ ରହିବେ । କିନ୍ତୁ ଶତଭିଷା ନକ୍ଷତ୍ର ପାଇଁ ଏହାର ଠିକ୍‌ ବିପରୀତ ଫଳ ମିଳିବ ସହ ଆଶା ପୂରଣ ହୋଇପାରିବ ।
ମୀନମୀନ
ଆଜି ଚନ୍ଦ୍ର ସମେତ ଅନ୍ୟାନ୍ୟ ଗ୍ରହଙ୍କ ଶୁଭତ୍ୱ କାରଣରୁ ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଏବଂ ବୁଝାମଣା ମାଧ୍ୟମରେ ପାରିବାରିକ ଶାନ୍ତି ଫେରି ଆସିବ । ମାତ୍ର ପରିବାରରେ ବଡ ଭାଇଙ୍କ ସ୍ବାସ୍ଥ୍ୟ ଓ ସମ୍ପର୍କୀୟଙ୍କ ଅନୁଚିତ ଚିନ୍ତାଧାରା ମନକୁ ବ୍ୟଥିତ କରିପାରେ । ଆଜିର ଆନୁଷ୍ଠାନିକ କାମ, ବ୍ୟବସାୟ ଓ ପରିବହନ ବାଧାପ୍ରାପ୍ତ ହେବନାହିଁ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?