Posted inRasifala

ରାଶିଫଳ: ବୁଧବାର, ନଭେମ୍ବର ୨୭ ତାରିଖ – Daily Horoscope

ମେଷ
ଆଜି ବନ୍ଧୁକାରକ ବୁଧଙ୍କ ପ୍ରଭାବରେ ଯେଉଁମାନେ ପାଖ ମାଡୁନଥିଲେ ଆଜି ସେହିମାନେ ନିଜ ତରଫରୁ ମିଶିବା ପାଇଁ ଆଗେଇ ଆସିବେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ସଙ୍ଗକୁ ସ୍ନାୟବିକ ଦୁର୍ବଳତା କେତେକାଂଶରେ ଦୂର ହେବ। କର୍ମକ୍ଷେତ୍ରରେ ପୁରୁଣା କଥାକୁ ନେଇ ସହକର୍ମୀଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ।
ବୃଷ
ବୃଷ
କେତେକ କ୍ଷେତ୍ରରେ ପରିସ୍ଥିତି ଏପରି ହେବଯେ-ଆପଣ ନିଜର ସମ୍ପର୍କୀୟ ବ୍ୟକ୍ତିମାନେ ଦୂରେଇ ଯାଉଥିବାରୁ ପର ଲୋକକୁ ଆପଣାର କରିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରର ଚାପ ବୃଦ୍ଧି ପାଇବା କାରଣରୁ ଆଜି ଅଫିସ୍‌ କାର୍ଯ୍ୟରେ ବେଶୀ ବ୍ୟସ୍ତ ରହିବେ। ଚେଷ୍ଟା କରୁଥିବା ବ୍ୟବସାୟିକ କାମରେ ଆଂଶିକ ସଫଳତା ମିଳିବ।
ମିଥୁନ
ମିଥୁନ
ନିଜ ଘର କଥା ଚିନ୍ତାକରି ମନ ଭଲ ରହିବ ନାହିଁ, କିନ୍ତୁ ବାହାରେ ଅନ୍ୟମାନେ ଆପଣଙ୍କୁ ଖୋଜିବେ କିଛି ସାହାଯ୍ୟ ଆଶାନେଇ। ଯେଉଁମାନଙ୍କ ପାଇଁ ଆପଣ ଅତୀତରେ ବହୁତ ଉପକାର କରିଥିଲେ,ସେହିମାନେ ସମସ୍ୟା ସୃଷ୍ଟି କରିପାରନ୍ତି। ହଜିଯାଇଥିବା ଜିନିଷ ଆଜି ସନ୍ଧ୍ୟାରେ ପାଇବେ। କର୍ମକ୍ଷେତ୍ରରେ ସହକର୍ମୀ ସହାନୁଭୁତି ପ୍ରଦର୍ଶନ କରିପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ପରିସ୍ଥିତି ସହ ଟକ୍କର ଦେଇ ଆଗକୁ ଆଗକୁ ବଢିବା ସକାଶେ ଚେଷ୍ଟା ଅବ୍ୟାହତ ରଖିଲେ ସଫଳତା ଅବଶ୍ୟ ପାଇବେ। କିଏ ଭଲ କହୁ କିମ୍ବା ନ କହୁ ଆପଣ ଯେମିତି ଚିନ୍ତା କରୁଛନ୍ତି, ଠିକ୍‌ ସେହିପରି ହିଁ କରନ୍ତୁ ଦେଖିବେ ସବୁ ଠିକ୍‌ ହୋଇଯିବ। ଶିଳ୍ପ, ବାଣିଜ୍ୟ, ପରିବହନ, ବ୍ୟବସାୟ,ଗବେଷଣା, ଆଇନ ଅଦାଲତରେ ସଫଳତା ପାଇବେ।
ସି˚ହ
ସି˚ହ
ପ୍ରତିକୂଳ ସମୟ ଲାଗି ରହିଥିଲେ ମଧ୍ୟ ବହୁତ ଦିନରୁ ଚେଷ୍ଟା କରୁଥିବା କାମରେ ଆଜି କେତେକାଂଶରେ ସଫଳତା ମିଳିପାରେ। ବାଲ୍ୟବନ୍ଧୁ କିମ୍ବା କୈାଣସି ବୟସ୍କ ବ୍ୟକ୍ତିଙ୍କ ସାନ୍ତ୍ୱନା ବାଣି ମନରେ ଆଶ୍ୱସ୍ତି ଆଣିଦେବ। ପାରିବାରିକ ଜୀବନରେ ବୁଝାମଣା ନେଇ ଅଶାନ୍ତି ଦେଖାଦେଇପାରେ। ନୂତନ ଘର, ଗାଡି, କିମ୍ବା କିଛି ଯାନ୍ତ୍ରିକ ଜିନିଷ କିଣିବା ପାଇଁ ମନ ବଳାଇ ପାରନ୍ତି।
କନ୍ୟା
ନିଜର ଦୃଢ ମନୋବଳ ହେତୁ କର୍ମକ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବାରେ ଅସୁବିଧା ହେବ ନାହିଁ। ବେପରୁଆ ଚାଲିଚଳନ ଓ ବ୍ୟବହାରରେ ସଂଯମତା ରକ୍ଷା ନକଲେ ବିବାଦଗ୍ରସ୍ଥ ହୋଇ ପଡିବେ। ପୂର୍ବରୁ ଶତ୍ରୁତା କରୁଥିବା ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଶିଳ୍ପ, ବ୍ୟବସାୟ, ପରିବହନ, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ସମସ୍ୟା ରହିବ।
ତୁଳା
ତୁଳା
ଯେଉଁ ଭଳି ଚିନ୍ତା କରଛନ୍ତି, ଠିକ୍‌ ସେହିପରିହିଁ ହେବ ଏବଂ ଆପଣଙ୍କର କୈାଣସି କାମ ଅଟକିବ ନାହିଁ। ଆର୍ଥିକ ସ୍ଥିତି ବେଶ୍‌ ମଜବୁତ୍‌ ରହିବ ଏବଂ କୌଣସି ଯୁବକ ବ୍ୟକ୍ତିଠାରୁ ଯଥେଷ୍ଟ ସହାୟତା ପାଇବେ। ନୂତନ ଯାନ ବାହାନ କିମ୍ବା ଦ୍ରବ୍ୟଲାଭରୁ ଖୁସୀ ହେବେ। ପ୍ରତ୍ୟେକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।
ବିଛା
ବିଛା
କୈାଣସି ଏକ ସାଧାରଣ କଥାକୁ କେନ୍ଦ୍ର କରି ପ୍ରିୟ ବନ୍ଧୁଟି ମୁହଁ ଫେରାଇ ନେଇପାରନ୍ତି। ନିଜ ଲୋକଙ୍କ ସହ କଳହକୁ ନେଇ ଅଶାନ୍ତି ଲାଗିରହିବ, ମାତ୍ର ବାହାରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ଊଣା ହେବ ନାହିଁ। କଳା, ସାହିତ୍ୟ, ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ଆଜିର ଦିନଟି ପ୍ରତ୍ୟେକ ଦୃଷ୍ଟିକୋଣରୁ ଖୁସୀ ଓ ଆନନ୍ଦରେ ଅତିବାହିତ କରିବେ। ବନ୍ଧୁମାନଙ୍କ ଆଦରବୋଳା କଥାରେ ସବୁ ଦୁଃଖ ଓ କଷ୍ଟକୁ ଭୁଲି ଯାଇପାରନ୍ତି। ନୂତନ ଯୋଜନା, ଅବହେଳିତ କାମ,ବାକି ରହିଥିବା ଟଙ୍କା ପଇସା, କୈାଣସି ଆଲୋଚନା,ଆନୁଷ୍ଠାନିକ କାମ ପ୍ରଭୃତିରେ ସଫଳତା ମିଳିବ।
ମକର
ମକର
କର୍ମକ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ, କିନ୍ତୁ ଅଧିକାଂଶ ସମୟ ଅସ୍ଥିରତା ଲାଗି ରହିବ। ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ସାମାଜିକ ସ୍ତରରେ ପ୍ରଶଂସା ଓ ପ୍ରୋତ୍ସାହନ ଲାଭ କରି ମନୋବଳ ବୃଦ୍ଧି ପାଇବ। ଦୀର୍ଘ ସମୟଧରି ବନ୍ଧୁଙ୍କୁ ପ୍ରତୀକ୍ଷା କରି ରହିବା ଜନିତ ଯନ୍ତ୍ରଣା ତୀବ୍ର ହେବ।
କୁମ୍ଭ
କୁମ୍ଭ
ଅଧିକାଂଶ ସମୟ ମନ ଅସ୍ଥିର ରହିବ, ମାତ୍ର ଆର୍ଥିକ ଦୂରବସ୍ଥା ଦୂରେଇ ଯିବାରେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ନୂଆ ଯୋଜନା ଉପରେ ଗୁରୁତ୍ୱ ଦେବେ, ଏଥିପାଇଁ ବିଶେଷ କଷ୍ଟ ସ୍ବୀକାର କରିବାକୁ ପଡିବ। ସଭା ସମିତି, ଚୁକ୍ତିପତ୍ର, ପରିବହନ ଓ ନିର୍ମାଣ କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ମୀନମୀନ
ହଠାତ୍‌ ନିକଟ ସମ୍ପର୍କୀୟମାନେ କୌଣସି ଆଲୋଚନା ସକଶେ ଡାକି ପାରନ୍ତି। ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ପିଲାମାନଙ୍କ ଆଚରଣ ଓ କାର୍ଯ୍ୟକଳାପ ନାପସନ୍ଦ କରିପାରନ୍ତି। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?