Posted inRasifala

ରାଶିଫଳ: ବୁଧବାର, ନଭେମ୍ବର ୨୦ ତାରିଖ – Daily Horoscope

ମେଷ
ଆଜି ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ଆର୍ଥିକ ସ୍ଥିତି ପୂର୍ବପରି ରହିବ ଏବଂ ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିବେ। ସାଧାରଣ ତର୍କଜନିତ ବିବାଦରୁ ଦୂରେଇ ରହିବା ଭଲ ହେବ। ପାରିବାରିକ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ନତୁବା ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।
ବୃଷ
ବୃଷ
ଦୃଢ଼ ମନୋବଳ ଯୋଗୁ ଯେକୌଣସି ପରିସ୍ଥିତିରେ ମଧ୍ୟ ପଛକୁ ଫେରି ଚାହିଁବେ ନାହିଁ। ଆରମ୍ଭ କରିଥିବା ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ବନ୍ଧୁଙ୍କୁ କର୍ମକ୍ଷେତ୍ରରେ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିପାରନ୍ତି। ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ ଏବଂ ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ।
ମିଥୁନ
ମିଥୁନ
ଦୈହିକ ସୁସ୍ଥତା ସାଙ୍ଗକୁ ବନ୍ଧୁମାନଙ୍କ ସହାନୁଭୂତି କାମ ପାଇଁ ପ୍ରେରଣ ଯୋଗାଇବ। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ଆନୁଷଙ୍ଗିକ ସାହାଯ୍ୟ ମଧ୍ୟ ପାଇବେ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ, ଯାହାକି ସମସ୍ୟାର କାରଣ ହୋଇପାରେ।
କର୍କଟ
କର୍କଟ
ପରିସ୍ଥିତି ବଦଳି ଯାଇଥିବାରୁ ଆଶା କରିଥିବା ଦିଗରୁ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ ହେଲେ ମଧ୍ୟ ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିବାରେ ସମର୍ଥ ହେବେ। ବ୍ୟବସାୟ, ପରିବହନ, ବାଣିଜ୍ୟରେ ଲାଭାନ୍ବିତ ହେବେ କିନ୍ତୁ ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରନ୍ତି।
ସି˚ହ
ସି˚ହ
ନିଜର କଠିନ ଅଧ୍ୟବ୍ୟସାୟ ଓ ସାଧନା ହେତୁକ ସାମାଜିକ ସ୍ତରରେ ସମ୍ମାନ ଲାଭ କରିପାରନ୍ତି। ବନ୍ଧୁମାନଙ୍କ ସହାୟତା ପୂର୍ଣ୍ଣରୂପେ ରହିଥିବାରୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନ ବାଧାପାପ୍ତ ହେବ ନାହିଁ। କଠିନ ଶ୍ରମଜନିତ ସାମୟିକ ଦୁର୍ବଳତାଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି। ନିକଟ ସମ୍ପର୍କୀୟଙ୍କ ଠାରୁ ପ୍ରେରଣା ପାଇ ଖୁସି ହେବେ।
କନ୍ୟା
ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିପାରନ୍ତି। ବହୁପୂର୍ବରୁ ଲାଗି ରହିଥିବା ରୋଗ, ଋଣ ଓ ପରୋକ୍ଷ ଶତ୍ରୁତାର ଦାଉ ଅସମ୍ଭାଳ ହୋଇପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିବେ। ଅଭାବ ଓ ଅସୁବିଧାକୁ ନେଇ ପରିବାରରେ ଅଶାନ୍ତି ଦେଖାଦେଇପାରେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଅର୍ଥ ସଂକଟର ଦୂରୀକରଣ ନିମିତ୍ତ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଅଫିସ କାମରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ଭୁଲ୍‌ ବୁଝାମଣା ଓ ବୃଥା ସନ୍ଦେହ କାରଣରୁ ପାରିବାରିକ ଅଶାନ୍ତିଜନିତ ଅନ୍ୟମନସ୍କ ରହିପାରନ୍ତି।
ବିଛା
ବିଛା
ଅତୀତର କୌଣସି ଘଟଣା କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଆଗାମୀ ସମୟରେ ହେବାକୁ ଥିବା ମାଙ୍ଗଳିକ କାର୍ଯ୍ୟ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। କୌଣସି ବିଷୟକୁ ନେଇ ମନରେ ବାରମ୍ବାର ଆଲୋଡନଜନିତ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ ହୋଇଯାଇପାରେ।
ଧନୁ
ଧନୁ
କର୍ମକ୍ଷେତ୍ରର ସମସ୍ୟା ସମାଧାନ ଦିଗରେ ଯଥାସାଧ୍ୟ ଉଦ୍ୟମ କରି ବିଫଳ ହୋଇପାରନ୍ତି। କିନ୍ତୁ ପାରିବାରିକ ସ୍ତରରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ। ଏଣେ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ କାର୍ଯ୍ୟ ସମ୍ପନ୍ନର ଆଶା ମଉଳି ଯାଇପାରେ। ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ।
ମକର
ମକର
ଆପଣଙ୍କ ପରିସ୍ଥିତିକୁ ହୃଦୟଙ୍ଗମ କରି ଜଣେ ବନ୍ଧୁ ସହାନୁଭୂତି ପୂର୍ବକ ସାହାଯ୍ୟ କରିବାର ପ୍ରତଶ୍ରୁତି ଦେବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡା ତଥା ଚଳଚ୍ଚିତ୍ର ପ୍ରଭୃତି ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ପାରିବାରିକ କ୍ଷେତ୍ରରେ ବୃଥା ସନ୍ଦେହ ଓ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ସମ୍ଭାବନା ରହିଛି।
କୁମ୍ଭ
କୁମ୍ଭ
ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବା କାରଣରୁ ମାନସିକ ସ୍ତରରେ ପ୍ରସନ୍ନତା ଅନୁଭବ କରିବେ। କିନ୍ତୁ ଈର୍ଷାପରାୟଣ ବ୍ୟକ୍ତିମାନଙ୍କ ଦ୍ୱାରା ସାମାଜିକ ସ୍ତରରେ ଅସମ୍ମାନିତ ହୋଇପାରନ୍ତି। ଆଜି ବନ୍ଧୁମାନଙ୍କ ସହ ଭ୍ରମଣ ସୁଯୋଗ ଜୁଟିପାରେ। ବ୍ୟବସାୟ ଓ ପରିବହନରେ ଶିଥିଳତା କାରଣରୁ ସାମୟିକ ବିଷାଦିତ ରହିପାରନ୍ତି।
ମୀନମୀନ
କର୍ମକ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ନେଇ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ପୂଜାପାର୍ବଣ ମଉକାରେ ବନନ୍ଧୁମିଳନ ମନକୁ ସାମୟିକ ହାଲୁକା କରିଦେଇପାରେ। କେତେକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ସାମାଜିକ ସ୍ତରରେ ବୁଝାମଣା ଠିକ୍‌ ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଅଗଷ୍ଟ ୨୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନିଷ୍ଠା ନକ୍ଷତ୍ରରେ ରହି ନୂତନ କର୍ମାରମ୍ଭ ସକାଶେ ମନ ବଳାଇବେ। ସକାଳୁ ସକାଳୁ ପ୍ରୀତିପ୍ରଦ ଯାତ୍ରା କରିବାର ଅପୂର୍ବ ସୁଯୋଗ ଲାଭ କରିପାରନ୍ତି।…

ରାଶିଫଳ: ବୁଧବାର, ଅଗଷ୍ଟ ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହି ଗଜକେଶରୀ ଯୋଗ ସୃଷ୍ଟି କରୁଥିବାରୁ ଅର୍ଥ, ସମ୍ମାନ ଏବଂ ପ୍ରତିଷ୍ଠା ପ୍ରତ୍ୟେକ ସ୍ତରରେ ରହିବ। ପାରିବାରିକ ଶାନ୍ତି ଏବଂ…

ରାଶିଫଳ: ମଙ୍ଗଳବାର , ଅଗଷ୍ଟ ୨୫ ତାରିଖ – Daily Horoscope

ମେଷ ଆଜି ପାରିବାରିକ କ୍ଷେତ୍ରରେ ସାମାନ୍ୟ କାରଣରୁ ବିତର୍କ ଲାଗି ମାନସିକ ଅବସ୍ଥା ଭଲ ରହିବ ନାହଁ। କର୍ମକ୍ଷେତ୍ରରେ ସମସ୍ୟା ଥିଲେ ମଧ୍ୟ ସମାଧାନର ରାସ୍ତା ଖୋଜିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri