Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୩ ତାରିଖ – Daily Horoscope

ମେଷ
କର୍ମାଧିପ ଶନି ଭାଗ୍ୟସ୍ଥାନରେ ଚନ୍ଦ୍ରଙ୍କ ସପ୍ତମ କେନ୍ଦ୍ରସ୍ଥ ଯୋଗୁ ବନ୍ଧୁଗହଣରେ ଘର ପୂରି ଉଠିବ। ଆକସ୍ମିକ ଭାବରେ କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଙ୍କଟ ରହିଥିଲେ ମଧ୍ୟ ସରକାରୀ ସ୍ତରରୁ ସାହାଯ୍ୟ ପ୍ରାପ୍ତିର ସୂଚନା ପାଇବେ। ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇପାରନ୍ତି।
ବୃଷ
ବୃଷ
ଲାଭାଧିପ ବୃହସ୍ପତି ତୃତୀୟାଧିପତି ସହ ଷଡ଼ାଷ୍ଟକ ସ୍ଥିତି କାରଣରୁ ଆଶା ପୂରଣରେ ବନ୍ଧୁଙ୍କ ସାହାଯ୍ୟ ସହଯୋଗ ମିଳି ନ ପାରେ। ସାମାଜିକ ସ୍ତରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ପ୍ରତିହତ କରିବାରେ ସଫଳ ହେବେ। କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟରେ ମନୋନିବେଶ କରିପାରନ୍ତି।
ମିଥୁନ
ମିଥୁନ
ଆଧ୍ୟାତ୍ମିକ ଗ୍ରହ ଶନି ରାଶିକୁ ଅବଲୋକନ କରି ଧାର୍ମିକ ବାତାବରଣ ମଧ୍ୟରେ ଚଳିବା ପାଇଁ ପ୍ରେରଣା ଯୋଗାଇବ। ଆଜି ପୂର୍ବ ଯୋଜନା ଅନୁଯାୟୀ ସ୍ଥଗିତ କାମଗୁଡ଼ିକୁ ସମ୍ପନ୍ନ କରିପାରିବେ। ପାରିବାରିକ ସ୍ତରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି। ଆବଶ୍ୟକସ୍ଥଳେ ପାଇପାରୁ ନ ଥିବା ଫାଇଲ୍‌ ପତ୍ର ପାଇଁ ପରସ୍ପର ଉପରେ ଦୋଷାରୋପ କରିପାରନ୍ତି।
କର୍କଟ
କର୍କଟ
ଦେବଗୁରୁଙ୍କ ଦିବ୍ୟଦୃଷ୍ଟିରେ ସମସ୍ୟା ସମାଧାନ ହେବା ସହ ଆଶା ଓ ଅଭିଳାଷ ମେଣ୍ଟିଯିବ। ଆଜିର ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭର ପରିମାଣ ଆଶାନୁରୂପ ନ ହୋଇପାରେ। ନୂତନ କର୍ମାରମ୍ଭ ପ୍ରୀତିପଦ ହେବ। ନିର୍ମାଣ, ଚୁକ୍ତିପତ୍ର, ଜମିଜମା ସଂକ୍ରାନ୍ତୀୟ କଥାବାର୍ତ୍ତା ସ୍ଥଗିତ ରହିଯାଇପାରେ।
ସି˚ହ
ସି˚ହ
ଦୃଢ଼ ପଦକ୍ଷେପ ନେଇ ବିବାଦୀୟ ପରିସ୍ଥିତିକୁ ସ୍ବାଭାବିକ କରିବାରେ ସମର୍ଥ ହେବେ। ଚନ୍ଦ୍ର ରାହୁ ଯୁକ୍ତ ଓ ଶନି ଦୃଷ୍ଟ କାରଣରୁ କୌଣସି ବିଭ୍ରାନ୍ତିକର ଖବର ପାଇ ମାନସିକ ଅସ୍ଥିରତା ଅନୁଭବ କରିପାରନ୍ତି। ଆଜି ଇଚ୍ଛା ନ ଥିଲେ ମଧ୍ୟ ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ।
କନ୍ୟା
ସ୍ବସ୍ଥାନପାଳ ଶନି ଚତୁର୍ଥ ଭାବରେ ପରିବାର, ପରିବହନ ଓ ସାମୂହିକ କାମ ସକାଶେ କ୍ଷତିକାରକ ନ ହୋଇପାରନ୍ତି, କିନ୍ତୁ କର୍ମସ୍ଥାନସ୍ଥ ଏକାଧିକ ଗ୍ରହ ଶନିଙ୍କ ଦୃଷ୍ଟିରେ ସମସ୍ୟାକୁ ବୃଦ୍ଧି କରିବାର ଆଶଙ୍କା ରହିଛି। ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବିତ ସମୟରେ କାମଗୁଡ଼ିକ ସମ୍ପନ୍ନ ହେବାରୁ ସାମୟିକ ବ୍ୟସ୍ତତା ବୃଦ୍ଧି ପାଇପାରେ। ଆଜି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ କାମ କରିବା ଠିକ୍‌ ହେବନି।
ତୁଳା
ତୁଳା
ଆଜିର ଅନୁକୂଳ ଗ୍ରହସ୍ଥିତି ବିଶେଷତଃ ବୁଧ ଓ ମଙ୍ଗଳଙ୍କ ଚତୁର୍ଥଭାବକୁ ଦୃଷ୍ଟି ଲୋକସମ୍ପର୍କକୁ ବୃଦ୍ଧି କରିବ। ବନ୍ଧୁମିଳନ ସାଙ୍ଗକୁ ଆନୁଷ୍ଠାନିକ କାମରେ ତପତ୍ରତା ପ୍ରକାଶ କରିପାରନ୍ତି। କୌଣସି ସହୃଦୟ ବଦାନ୍ୟ ବ୍ୟକ୍ତିଙ୍କ ସଙ୍ଗଲାଭରୁ ବ୍ୟକ୍ତିଗତ ସ୍ବାର୍ଥ ମଧ୍ୟ ହାସଲ କରିପାରନ୍ତି। ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।
ବିଛା
ବିଛା
ଅଷ୍ଟମସ୍ଥ ଗ୍ରହ ପ୍ରଭାବରୁ ମହତ ଉଦ୍ଦେଶ୍ୟ ନେଇ କାମ କଲେ ମଧ୍ୟ ଆକସ୍ମିକ ଅନାକାଂକ୍ଷିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସକାଳୁ ସକାଳୁ ସାଙ୍ଗସାଥୀଙ୍କ ସହ କିଛି ନୂଆ ସ୍ଥାନକୁ ପରିଦର୍ଶନରେ ଯିବାର ସୁଯୋଗ ମିଳିବ। ମାତ୍ର ଅସାବଧାନତା କାରଣରୁ କି ଅନ୍ୟମନସ୍କ ହେତୁ ଦରକାରୀ କାଗଜପତ୍ର କିମ୍ବା ଟଙ୍କା ପଇସା ହଜି ଯାଇପାରେ।
ଧନୁ
ଧନୁ
ବନ୍ଧୁମେଳରେ ଯାତ୍ରା କରିବାର ସୌଭାଗ୍ୟ ଅର୍ଜନ କରିପାରନ୍ତି। ଅର୍ଥାଭାବକୁ ଦୂରେଇବାକୁ ବନ୍ଧୁଙ୍କୁ ନେହୁରା ହେବାକୁ ପଡିପାରେ। ବିବାଦୀୟ ଘଟଣାରେ, ପରିବହନରେ, ବ୍ୟବସାୟରେ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସାମାନ୍ୟ ମତାନ୍ତରର ଆଶଙ୍କା ରହିଛି। ପରିବାରର ଇଚ୍ଛା ବିରୋଧରେ କାମ କରି ସମାଲୋଚିତ ହେବାକୁ ପଡ଼ିପାରେ।
ମକର
ମକର
ସାମାନ୍ୟ ଅସୁସ୍ଥତା ଜନିତ କାରଣରୁ ମନଟା ଭଲ ଲାଗିବ ନାହିଁ। ବାରମ୍ବାର ସମସ୍ୟା ଲାଗିରହୁଥିବାରୁ ହାତକୁ ନେଇଥିବା କାମଟିକୁ ନିରୁତ୍ସାହିତ ହୋଇ କରି ନ ପାରନ୍ତି। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି ହେବ। କଳାସାହିତ୍ୟରେ, ସାମ୍ବାଦିକତାରେ, ପରିବାରରେ, ପରିବହନରେ ସମସ୍ୟା ସମାଧାନ ହୋଇଯିବ।
କୁମ୍ଭ
କୁମ୍ଭ
ଦ୍ୱନ୍ଦ୍ୱରେ ପଡ଼ି ଆପଣ କୌଣସି କଥାରେ ଠିକ୍‌ ନିଷ୍ପତ୍ତି ନେଇ ପାରିବେ ନାହିଁ। ନିଜକୁ ଅନ୍ୟମାନଙ୍କ ସହ ତୁଳନାକରି କେତେକ କ୍ଷେତ୍ରରେ ନିଜକୁ ନୂ୍ୟନ ମନେକରି ପାରନ୍ତି। କାମଗୁଡ଼ିକ ଅନ୍ୟମାନଙ୍କ ସକାଶେ ଯେତିକି ସହଜ ଓ ସୁବିଧାଜନକ ହୋଇପାରୁଛି ଆପଣଙ୍କ ପାଇଁ ତାହା ନ ହେବା କାରଣରୁ ଚିନ୍ତା କରିବେ।
ମୀନମୀନ
ଆଜିର ଛୋଟ ଛୋଟ କଥାକୁ କେନ୍ଦ୍ରକରି ବନ୍ଧୁମାନଙ୍କ ମଧ୍ୟରେ କଳହ ଲାଗିପାରେ। ଅଫିସ୍‌ କାମରେ କିମ୍ବା ରାଜନୈତିକ ସ୍ତରରେ ସମସ୍ୟା ବୃଦ୍ଧି ପାଇପାରେ। ଅସୁବିଧା ନ ହେଲେ ମଧ୍ୟ କେତେକ କ୍ଷେତ୍ରରେ ବୃଥା ଆଶଙ୍କା କରି ମନ ଅସ୍ଥିର ରହିପାରେ ା ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ସଭାସମିତି, କଳା, ସଙ୍ଗୀତ ପ୍ରଭୃତିରୁ ସମ୍ମାନିତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?