Posted inRasifala

ରାଶିଫଳ: ବୁଧବାର, ଜାନୁଆରି ୨୨ ତାରିଖ – Daily Horoscope

ମେଷ
ରୋଜଗାର ସ୍ଥାନରେ ଶୁକ୍ର ଆପଣଙ୍କୁ ଅଭିଳଷିତ ଅର୍ଥ, ବିଳାସ ସାମଗ୍ରୀ, ଯାନବାହନ ପ୍ରଭୃତି ଲାଭ କରିବାରେ ସହାୟକ ହେବେ। ବାଧ୍ୟବାଧକତାରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ବହୁତ ଦିନରୁ ଅପେକ୍ଷା କରିଥିବା ଖବରଟି ପାଇବାର ଆଶା ରହିଛି। ବନ୍ଧୁଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ସଭାସମିତିରେ ଆଦର ଅଭ୍ୟର୍ଥନା ପାଇପାରନ୍ତି।
ବୃଷ
ବୃଷ
ଚନ୍ଦ୍ର ସମେତ ଏକାଧିକ ଗ୍ରହ ଅଷ୍ଟମସ୍ଥ ହୋଇ ବିବଦୀୟ ସ୍ଥିତି ଉପତ୍ନ୍ନ କରିପାରନ୍ତି। ଧନସ୍ଥାନକୁ ଗ୍ରହମାନଙ୍କର ଦୃଷ୍ଟି ସମସ୍ୟା ମଧ୍ୟଦେଇ ଧନଲାଭ କରାଇବ କିନ୍ତୁ ଅଶାନ୍ତ ରହିବେ। ଆଜିର ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟରେ ଉନ୍ନତ ମାନର ଫଳ ପାଇବେ। କର୍ମକ୍ଷେତ୍ରରେ ବେପରୁଆ କାର୍ଯ୍ୟକଳାପ ସକାଶେ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି।
ମିଥୁନ
ମିଥୁନ
ଆକସ୍ମିକ ଭାବରେ ପରିସ୍ଥିତିବଶତଃ ଖର୍ଚ୍ଚାନ୍ତ ହୋଇ ଯାତ୍ରା କରିବାକୁ ପଡିପାରେ । ବୁଧଙ୍କ ଭାଗ୍ୟାବସ୍ଥାନ ବନ୍ଧୁସମ୍ପର୍କ, ବୁଦ୍ଧିଜୀବୀଙ୍କ ସାନ୍ନିଧ୍ୟ ଲାଭ କରାଇପାରେ । ପାରିବାରିକ ସ୍ତରରେ ଅଭାବ ଅସୁବିଧା ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ । ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବା ସହ ବୁଦ୍ଧିଜୀବୀମାନଙ୍କ ପ୍ରଶଂସାର ପାତ୍ର ହେବେ।
କର୍କଟ
କର୍କଟ
ଚନ୍ଦ୍ର ଅନ୍ୟାନ୍ୟ ଗ୍ରହମାନଙ୍କ ସହ ବ୍ୟୟଭାବକୁ ଦେଖୁଥିବାରୁ ଦୂରଯାତ୍ରା,ବ୍ୟୟବୃଦ୍ଧିଜନିତ ମାନସିକ ଅସ୍ଥିରତା ଲାଗିରହିବ। ରବି ଓ ମଙ୍ଗଳଙ୍କ ଶୁଭ ସଂସ୍ଥିତିରୁ ଦିନଟିରେ କିଛି ସୁବିଧା ସଙ୍ଗକୁ କିଛି ଅସୁବିଧା ଅନୁଭବ କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବା ସହ ଆଜିର ନୂତନ କର୍ମାରମ୍ଭ ପ୍ରୀତିପଦ ହେବାର ଆଶା ରହିଛି ।
ସି˚ହ
ସି˚ହ
ମଙ୍ଗଳ ସ୍ବସ୍ଥାନରେ ଥିବାରୁ ପାରିବାରିକ ସ୍ତରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତିି ବାସ୍ତବରେ ସେପରି କିଛି ହେବନି । ବନ୍ଧୁମାନଙ୍କ ମନ ଧରିଲା ଭଳି କଥା କହି ଅଭିଳଷିତ କାମ ହାସଲ କରିନେବେ। ଧାର ସୂତ୍ରରେ ଅର୍ଥ ସଂଗ୍ରହ କରି ଆବଶ୍ୟକ ମନେକରୁଥିବା ଜିନିଷ ସମୂହକୁ କିଣିବାରେ ସକ୍ଷମ ହେବେ।
କନ୍ୟା
ଭୋଗସ୍ଥାନରେ ଶୁକ୍ର ଆପଣଙ୍କୁ ଭୌତିକ ସୁଖସମ୍ପଦ ପ୍ରଦାନ କରିବାରେ ସାହାଯ୍ୟ କରିବେ । ଚତୁଃଗ୍ରହ ସଂସ୍ଥାନରୁ ପାରିବାରିକ ପ୍ରତିକୂଳ ପରିସ୍ଥିତିଜନିତ ଚିନ୍ତା କରିଥିବା କାମଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ନିକଟ ସମ୍ପର୍କୀୟମାନଙ୍କ ଦ୍ୱାରା ପ୍ରଶଂସିତ ହେବେ ଓ କିଛି ନୂତନ କାମ ଆରମ୍ଭ କରିପାରନ୍ତି।
ତୁଳା
ତୁଳା
ଆଜିର ଅନୁକୂଳ ଗ୍ରହସ୍ଥିତି ଆପଣଙ୍କର ଦୈହିକ ସୁସ୍ଥତା ସଙ୍ଗକୁ କାର୍ଯ୍ୟସିଦ୍ଧି ମାଧ୍ୟମରେ ବନ୍ଧୁମିଳନ ଘଟାଇବ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ହେତୁ ମନରେ ଆଶଙ୍କା ସଷ୍ଟି ହେବ । ଆର୍ଥିକ ଦିଗଟି ପ୍ରାୟତଃ ଭଲ ରହିବ କିନ୍ତୁ ବିଶାଖା ନକ୍ଷତ୍ର ସୁଯୋଗ ହରାଇ ମୁଣ୍ଡରେ ହାତଦେଇ ବସିପାରନ୍ତି।
ବିଛା
ବିଛା
ସ୍ବାସ୍ଥ୍ୟ, ପରିବାର, ବନ୍ଧୁସମ୍ପର୍କ ଓ ଆର୍ଥିକ ସ୍ଥିତି ଉତ୍ତମ ରହିବା ଯୋଗୁ ଖୁସୀ ରହିବେ। କିନ୍ତୁ ଦ୍ୱିତୀୟସ୍ଥ ଗ୍ରହ ଆପଣଙ୍କୁ ଅପବ୍ୟୟ, ବିରକ୍ତିବୋଧକ ରୁକ୍ଷ ବ୍ୟବହାର ଜନିତ ଅପ୍ରିୟତା ସୃଷ୍ଟି କରିପାରେ । ଅନୁରାଧା ନକ୍ଷତ୍ର ସକାଶେ ପରିସ୍ଥିତି କ୍ରମଶଃ ବିଗିଡ଼ି ଯାଉଥିବା କାରଣରୁ ସବୁ ଥାଇ ମଧ୍ୟ କିଛି ନ ଥିଲା ଭଳି ଅନୁଭବ କରିପାରନ୍ତି।
ଧନୁ
ଧନୁ
ଦୈହିକ ଅସୁସ୍ଥତା ସଙ୍ଗକୁ ଆପଣଙ୍କ ଅପ୍ରିୟସତ୍ୟ କଥନ ଅଶାନ୍ତ ପରିସ୍ଥିତିକୁ ନିମନ୍ତ୍ରଣ କରିବ । ଉତ୍ତରାଷାଢା ନକ୍ଷତ୍ରର ସମସ୍ତ ଅଭିଳାଷ ପୂରଣ କରିବା ଦିଗରେ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ଜଣେ ଅପରିଚିତ ବ୍ୟକ୍ତିଙ୍କ ସକାଶେ ବ୍ୟସ୍ତତା ବୃଦ୍ଧି ପାଇପାରେ।
ମକର
ମକର
ଧନଭାବସ୍ଥ ଶୁକ୍ର ଯୋଗୁ ଅର୍ଥଲାଭ, ବନ୍ଧୁଙ୍କ ଆଦର, ସମ୍ପର୍କ ସ୍ଥାପନ ଏବଂ ବିଳାସ ଉପକରଣ ପ୍ରାପ୍ତିର ଯୋଗ ରହିଛି । ଅଷ୍ଟମସ୍ଥ ମଙ୍ଗଳ ହେତୁ ପାରିବାରିକ ସ୍ତରରେ ମନକଥା ମନରେ ରଖି ଲକ୍ଷ୍ୟ ହାସଲ ଦିଗରେ ଚେଷ୍ଟା କଲେ ନିଶ୍ଚିତ ଉପକୃତ ହେବେ । ରାଶିରେ ରବି ଓ ବୁଧ ଥିବାରୁ ଜଗି ରଖି ଚଳିବା ଭଲ ନତୁବା କଳହ ଭିତରକୁ ଟାଣି ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଶନି ଓ ଶୁକ୍ରଙ୍କ ଦୃଷ୍ଟି ସମ୍ବନ୍ଧ ଯୋଗୁ ଶାରୀରିକ ସୁସ୍ଥତା ସଙ୍ଗକୁ ପାରିବାରିକ ସ୍ଥିରତା ସୁସ୍ଥ ମାନସିକତା ସୃଷ୍ଟି କରିବ। ଦିନ ଭିତରେ ଯାହା ଓ ଯେତିକି ପାଇବା କଥା ଅବଶ୍ୟ ପାଇବେ । ପାରିବାରିକ ସମସ୍ୟା ବିଷୟ କ୍ଷେତ୍ରରେ ସ୍ତ୍ରୀଙ୍କ ଅଭିଯୋଗ ଅମୂଳକ ନୁହେଁ,ଏହାର ପୁନର୍ବିଚାର କରିବା ଭଲ ହେବ । ବାଣିଜ୍ୟ, ବ୍ୟବସାୟରେ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡିବ ।
ମୀନମୀନ
ଚତୁର୍ଥଭାବକୁ ବହୁତ ଗ୍ରହ ଦେଖୁଥିବାରୁ କର୍ମକ୍ଷେତ୍ର ସହ ପାରିବାରିକ ସ୍ଥିତି ଗୋଳିଆ ରହିବ। ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ଏଜେନ୍ସି, ସାହିତ୍ୟ ଚର୍ଚ୍ଚା, ସଭାସମିତି, ମାଙ୍ଗଳିକ କାମରେ ପ୍ରଶଂସିତ ହେବେ। ପରୋକ୍ଷ ଶତ୍ରୁତା କାରଣରୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ। ଈର୍ଷା ପରାୟଣ ବ୍ୟକ୍ତିମାନେ ଆପଣଙ୍କ କାର୍ଯ୍ୟକଳାପକୁ ନିନ୍ଦା ରଟନା କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

ରାଶିଫଳ: ଶନିବାର, ଫେବୃଆରୀ ୭ ତାରିଖ – Daily Horoscope

ମେଷ ମଙ୍ଗଳ ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ଯାହା ଭାବୁଥିଲେ ତାହା ଆଜି ସୁବିଧାରେ ସମ୍ପନ୍ନ ହେବ। କିନ୍ତୁ ଯାତ୍ରା, ଆଲୋଚନା, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri