Posted inRasifala

ରାଶିଫଳ: ବୁଧବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ
ଆଜି ଶ୍ରୀଚନ୍ଦ୍ର ପ୍ରଭାବରେ ଅର୍ଥଲାଭ କିନ୍ତୁ ଯାତ୍ରା, ବିବାଦ, ଗୃହାରମ୍ଭାଦି କାର୍ଯ୍ୟରେ ପ୍ରତିକୂଳ ପ୍ରଭାବ ପଡିପାରେ। ଆପଣ ମନେ ମନେ ଯାହା ଭାବୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ। ବ୍ୟବସାୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। ମଙ୍ଗଳଙ୍କ ଦୁର୍ବଳତା କାରଣରୁ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରି ପାରନ୍ତି।
ବୃଷ
ବୃଷ
ଶନିଙ୍କ ପ୍ରଭାବରୁ ଅତୀତ ଦିନର ପାରିବାରିକ ସମସ୍ୟା ବିଷୟକୁ ବାରମ୍ବାର ଚିନ୍ତା କରିବା କାରଣରୁ ମାନସିକ ସ୍ଥିରତା ରହିବ ନାହିଁ। ଏଣେ କର୍ମକ୍ଷେତ୍ରର ବିଭିନ୍ନ ପ୍ରକାରର ଘଟଣା ବଳୀ ମନକୁ ବାରମ୍ବାର ଆଲୋଡିତ କରିବ। ରାହୁଙ୍କ କୁପ୍ରଭାବରୁ ଶେଷ ସମୟରେ ନିଷ୍ପତି ବଦଳାଇପାରନ୍ତି। ବନ୍ଧୁମାନଙ୍କ ପ୍ରତି ସ୍ନେହ ସହୃଦୟତା ମନୋଭାବ ଗ୍ରହଣ କରିପାରନ୍ତି।
ମିଥୁନ
ମିଥୁନ
ଧନସ୍ଥାନସ୍ଥ ବୁଧ ଯୋଗୁ ଆର୍ଥିକ ପରିସ୍ଥିତି ଆପଣଙ୍କ ମନୋବଳ ବୃଦ୍ଧିରେ ସହାୟକ ହେବ। ଆନୁଷ୍ଠାନିକ କ୍ଷେତ୍ରରେ ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢିଚାଲିବ। ପରିବାରରେ ପିଲାମାନଙ୍କ ବିଷୟ ଚିନ୍ତା କରି ଅସ୍ଥିରତା ଅନୁଭବ କରି ପାରନ୍ତି। ଆନୁଷ୍ଠାନିକ କାମ, ସଭାସମିତି, ଆଲୋଚନା ପରିସରରେ ବନ୍ଧୁମାନଙ୍କ ସହ ପ୍ରୀତିପ୍ରଦ ସମ୍ପର୍କ ସ୍ଥାପିତ ହେବ।
କର୍କଟ
କର୍କଟ
ଆଜିର ଗ୍ରହସ୍ଥିତି ସାମଗ୍ରୀକ ଦୃଷ୍ଟିକୋଣରୁ ଭଲ ରହିବା ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ଉଦ୍ଦେଶ୍ୟ ପୂରଣ ହୋଇପାରିବ। ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେମିତି କିଛି ଅସୁବିଧା ହେବନି। ସାମୟିକ ଭୁଲ୍‌ ବୁଝାସମଣା କାରଣରୁ ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ।
ସି˚ହ
ସି˚ହ
ରାଶ୍ୟାଧିପଙ୍କ ସହ ଶୁକ୍ର ଓ ମଙ୍ଗଳ କଣାକୁଜା ଯୋଗ ସୃଷ୍ଟିକରି ଅର୍ଥ, ସମ୍ମାନ, ସମ୍ବର୍ଦ୍ଧନା ପ୍ରଦାନ କରିପାରନ୍ତି। ସାମାଜିକ ସ୍ତରରେ, କର୍ମକ୍ଷେତ୍ରରେ ନିଜର ପତିଆରା ବୃଦ୍ଧି ପାଇବ। ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ଲାଭ କରି ଅଟକି ରହିଥିବା କାମଟି ହଠାତ୍‌ ହୋଇଯିବ। ମାତ୍ର ବନ୍ଧୁ ଗହଣରେ ଅପ୍ରିୟ ସତ୍ୟ କହି ବନ୍ଧୁଙ୍କ ଚକ୍ଷୁଶୂଳ ହୋଇପାରନ୍ତି।
କନ୍ୟା
ଯାହା ପାଇବା ପାଇଁ ଆଶା ବାନ୍ଧି ବସିଛନ୍ତି ଅଷ୍ଟମସ୍ଥ ଚନ୍ଦ୍ର ଯୋଗୁ ପାଇବା ଦୂରୁହ ହୋଇପାରେ। ବିଚାର ନକରି ପରକଥାରେ ପଡି ଭୂଲ ମାର୍ଗର ଅନୁସରଣ କଲେ ହଇରାଣ ହେବାକୁ ପଡିବ। ଅପୂରଣୀୟ ଆଶା ମନକୁ ସାମୟିକ ଆଲୋଡନ କରିବା କାରଣରୁ ସାମୟିକ ଅଶାନ୍ତ ରହିପାରନ୍ତି। ଅବଶ୍ୟ ବ୍ୟବସାୟିକ ସ୍ଥିତି ସୁଦୃଢ ରହିବ।
ତୁଳା
ତୁଳା
ଆଜି ସତର୍କତା ଅଭାବରୁ ଧନହାନୀ ଘଟିବା ସହ ଆପଣଙ୍କ କଥା ଅନ୍ୟପାଇଁ ଶ୍ରୁତିକଟୁ ହୋଇପାରେ। ଫଳରେ ବିନା କାରଣରେ ଅଶାନ୍ତି ଓ ସମ୍ପର୍କରେ ବାଧା ଆସିବାର ଆଶଙ୍କା ଦେଖାଦେଇପାରେ। ତଥାପି ଚୁକ୍ତିପତ୍ର, ନିର୍ମାଣ, ପ୍ରକଳ୍ପ କାର୍ଯ୍ୟ ପ୍ରତିଯୋଗିତା, ମାଲି ମକଦ୍ଦମା ପ୍ରଭୃତିରେ ବିଜୟଲାଭ ଅବଶ୍ୟମ୍ଭାବୀ।
ବିଛା
ବିଛା
ଆଜି ଚନ୍ଦ୍ର ଓ ବୃହସ୍ପତିଙ୍କ ଷଡାଷ୍ଟକ ସ୍ଥିତି ଆପଣଙ୍କ ଯାତ୍ରାରେ ବ୍ୟୟବହୁଳତା ସୃଷ୍ଟି କରିବ। ଆପଣଙ୍କ ଉନ୍ନତ ଚିନ୍ତା ଓ ନୂତନ ଯୋଜନା କାର୍ଯ୍ୟକାରୀ କରିବାରେ ମାନସିକ ଅସ୍ଥିରତା ତାହା କରାଇ ଦେଇ ନ ପାରେ। କ୍ରୀଡା, କଳା ସହିତ୍ୟ ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ। ବ୍ୟବହାରରେ ସଂଯମତାର ଅଭାବ ସମସ୍ୟା ସୃଷ୍ଟିର କାରଣ ହୋଇପାରେ।
ଧନୁ
ଧନୁ
ଆଜି ସକାଳୁ ସକାଳୁ ଘର କଥା ଓ ପିଲାମାନଙ୍କ କିଛି ବ୍ୟତିକ୍ରମ ହେତୁ ମନଟା ଅସ୍ଥିର ରହିବ। ପ୍ରିୟଜନଙ୍କ ସହ ଯାତ୍ରା ଏବଂ ପରିବହନ, ବ୍ୟବସାୟ ଓ ବାଣିଜ୍ୟ ମାନ୍ଦା ହେବ ନାହିଁ। ସହକର୍ମୀଙ୍କ ଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। କୌଣସି ନୂତନ କର୍ମାରମ୍ଭ ପାଇଁ ମନ ବଳାଇ ପାରନ୍ତି।
ମକର
ମକର
ପରିବାରରେ ଶାନ୍ତି ଫେରି ଆସିବା ପାଇଁ ବନ୍ଧୁଙ୍କ ପରାମର୍ଶକୁ ଶ୍ରେୟ ମନେ କରିପାରନ୍ତି। ନିର୍ମାଣ ଓ ପରିବହନ ଭଲରେ ଚାଲିବା ସହ ରପ୍ତାନୀ କାରବାର ସାମ୍ବାଦିକତାରେ ପ୍ରଂଶସିତ ହେବେ। ପୂର୍ବ ବିବଦକୁ କେନ୍ଦ୍ରକରି ନିକଟ ସମ୍ପର୍କୀୟମାନେ ହତାଦର କରି ପାରନ୍ତି। ଅନାଗତ ଭବିଷ୍ୟତର ଅହେତୁକ ଆଶଙ୍କା ଚିନ୍ତାକରି ବ୍ୟସ୍ତତା ଅନୁଭବ କରିପାରନ୍ତି।
କୁମ୍ଭ
କୁମ୍ଭ
ଆଜିର ଚନ୍ଦ୍ରଙ୍କ ସ୍ଥିତି ସ୍ବଜନ ସମ୍ପର୍କକୁ କ୍ଷୁଣ୍ଣ କରିବା ସହ ସହକର୍ମୀଙ୍କ ସହ ମଧ୍ୟ ମତାନ୍ତର ସୃଷ୍ଟି କରିବ। ଗ୍ରହସ୍ଥିତି ବିଶେଷ ଭଲ ନ ଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି କାମ କରିବା ଭଲ। ଜଣେ ବନ୍ଧୁଙ୍କୁ ଅନୁରୋଧ କରି ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିବେ। ଅବଶ୍ୟ ଆର୍ଥିକ ଉନ୍ନତି ଘଟିବ କିଛି ବ୍ୟାଙ୍କ ଜମା ମଧ୍ୟ କରି ପାରିବେ।
ମୀନମୀନ
କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ଗୁରୁ ଦାୟିତ୍ୱ ବହନ କରିବାକୁ ପଡିପାରେ। ଖର୍ଚ୍ଚ ପରିମାଣ ବୃଦ୍ଧିହେତୁ ମନରେ ସରସତା ରହିବ ନାହିଁ। ଅନିୟମିତା ଓ ଗରିଷ୍ଠଖାଦ୍ୟ ଭୋଜନ ଜନିତ ହଠାତ୍‌ ଅଜୀର୍ଣ୍ଣ ଓ ଆମାଶୟ ଦେଖା ଦେଇପାରେ। ସାହିତ୍ୟ, ସଙ୍ଗୀତ ଓ ଚଳଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ମିଳିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁନ୍ ୧୫ ତାରିଖ – Daily Horoscope

ମେଷ ଶୁକ୍ର ମୁଖଭାବରେ ରହି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ବନ୍ଧୁଙ୍କ ଆତିଥ୍ୟଯୋଗ ଲାଭ କରି ଖୁସୀ ହେବେ ା ଅଫିସରେ ସହକର୍ମୀଙ୍କ ସୈାହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା…

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା…

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ…

ରାଶିଫଳ: ଶୁକ୍ରବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ ଗ୍ରହମାନଙ୍କ ଶୁଭ ସମ୍ବନ୍ଧ ଅଭାବରୁ ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ।…

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri