Posted inRasifala

ରାଶିଫଳ: ବୁଧବାର, ଅକ୍ଟୋବର ୦୨ ତାରିଖ – Daily Horoscope

ମେଷ
ଦିନଟି ରେ ବହୁତ ଭଲ କାମ ଗୁଡିଏ କରିବେ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ମଧ୍ୟ ସମ୍ମାନିତ ହେବେ ।  ଦ୍ୱିଜା ନକ୍ଷତ୍ର ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାର ଅନୁକୂଳ ବାତାବରଣ ସୃଷ୍ଟି ହେବ ।  ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ।  ସଭାସମିତି, ରାଜନୀତି, କଳା, ସାହିତ୍ୟ, ସଂଗଠନ ତଥା ଅଧ୍ୟାପନା କ୍ଷେତ୍ରରୁ ପ୍ରଶଂସା ମିଳିବ ।
ବୃଷ
ବୃଷ
କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ ଏବଂ କଳ୍ପନା କିମ୍ବା ଆଶା କରିନଥିବା ଜିନିଷ ଲାଭ କରି ଖୁସୀ ହୋଇଯିବେ । କଳା, ସାହିତ୍ୟ, ସଙ୍ଗୀତ ଓ ବକୃତା କ୍ଷେତ୍ରରୁ ସୁଫଳ ମିଳିବ ଓ ପ୍ରଶଂସିତ ହେବେ । କୃତିକା ନକ୍ଷତ୍ରର କର୍ମକ୍ଷେତ୍ର ସମସ୍ୟାବହୁଳ ହୋଇପାରେ ।
ମିଥୁନ
ମିଥୁନ
ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ମନକଥା ମନରେ ରଖିପାରିବେ ନାହିଁ, ଫଳରେ ପାରିବାରିକ ସମସ୍ୟା ସୃଷ୍ଟି ହେବ । ପୁନର୍ବସୁର ସାମାଜିକକ୍ଷେତ୍ର କିମ୍ବା ସଭାସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ ।
କର୍କଟ
କର୍କଟ
ଅଭାବ ଅସୁବିଧା ନ ଥିଲେ ମଧ୍ୟ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବା ସକାଶେ ବନ୍ଧୁମାନଙ୍କ ସାହାଯ୍ୟ ନେବାକୁ ପଡିପାରେ । ସଭାସମିତିରେ ସଫଳତା ହାସଲ କରିବେ କିନ୍ତୁ ପୁଷ୍ୟା ନକ୍ଷତ୍ର ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।
ସି˚ହ
ସି˚ହ
 ଆତ୍ମୀୟ ମାନଙ୍କ ପରୋକ୍ଷ ଶତ୍ରୁତା ହେତୁ ମାନସିକ ଶାନ୍ତି ବ୍ୟାହତ ହେବାର ସୂଚନା ରହିଛି। ଅବଶ୍ୟ ମିତ୍ର ବନ୍ଧୁମାନେ ଆବଶ୍ୟକୀୟ ସହଯୋଗ କରିବେ। ମଘା ନକ୍ଷତ୍ରର ଶେଷ ସମୟରେ ସୁଯୋଗ ହାତଛଡା ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାରେ ହେଲା କଲେ ପରେ ଅନୁତାପ କରିବାକୁ ସମୟ ପାଇବେ ନାହିଁ ।
କନ୍ୟା
କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିବେ। ଚିତ୍ରା ନକ୍ଷତ୍ର ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ । ପାରିବାରିକ ସମସ୍ୟାର ସରଳ ସମାଧାନ ହେବ। ଅର୍ଥ ସଂକଟ ହେତୁ କାମ ଗୁଡିକ ସମ୍ପନ୍ନ ଦିଗରେ ସମସ୍ୟା ସୃଷ୍ଟି ହେବ।
ତୁଳା
ତୁଳା
ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାମ ହାସଲ କରିବେ। ବିଭିନ୍ନ ସୂତ୍ରରୁ ରୋଜଗାର ବୃଦ୍ଧି ପାଇବ କିନ୍ତୁ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ । ସ୍ବାତୀ ନକ୍ଷତ୍ର ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ । ପରିବହନ, ରପ୍ତାନି ବାଣିଜ୍ୟ, ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବେ ।
ବିଛା
ବିଛା
 ଆପୋସ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସମସ୍ୟାର ସରଳ ସମାଧାନ ହୋଇଯିବ। ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁଙ୍କ ସହାୟତାରେ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି। ଅନୁରାଧାର କଳା ସାହିତ୍ୟରେ ସମସ୍ୟା ସମାଧାନ ହେବାର କ୍ଷୀଣ ଆଶା ମନରେ ଉଙ୍କି ମାରିବ। ଅପେକ୍ଷା କରିଥିବା ବ୍ୟକ୍ତିଟିର ଦେଖା ପାଇବେ ନାହିଁ ।
ଧନୁ
ଧନୁ
ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ କିନ୍ତୁ ନିଜ ଲୋକମାନଙ୍କ ନିକଟରୁ କ୍ରମଶଃ ଦୂରେଇ ଯାଇ ପାରନ୍ତି। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡିବେ କିନ୍ତୁ କୌଣସି କାମ ଅଟକିବ ନାହିଁ। ପୂର୍ବାଷାଢା ନକ୍ଷତ୍ର ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ଘରେ ବିତର୍କକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ।
ମକର
ମକର
ହଠାତ୍‌ ବନ୍ଧୁଙ୍କ ବ୍ୟବହାରରେ ପରିବର୍ତନ ପରିିଲକ୍ଷିତ ହେବାରୁ ଦୁଃଶ୍ଚିନ୍ତା ବଢିଯାଇପାରେ। ଅର୍ଥ ସାହାଯ୍ୟ ପାଇଁ ସହକର୍ମୀଙ୍କୁ ବିନୟପୂର୍ଣ୍ଣ କଥା କହିବେ। ଆଜି ଧନିଷ୍ଠା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ଶେଷ ସମୟରେ ଆପଣଙ୍କ ପାଇଁ ବିଚାର ବଦଳି ଯାଇପାରେ। ଆପଣ ପରିସ୍ଥିତିର ଗୁରୁତ୍ୱ ଉପ୍‌ଲବ୍ଧତ୍ କରି ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବେ ।
କୁମ୍ଭ
କୁମ୍ଭ
ଆଜି ପୂର୍ବାହ୍ନରେ ମନ ବିଚଳିତ ରହିବ କିନ୍ତୁ ପରକ୍ଷଣରେ ସବୁ କିଛି ଠିକ୍‌ ହୋଇଯିବ । କର୍ମକ୍ଷେତ୍ରରେ କାମ ହାସଲ କରିବା ସକାଶେ ଆଗନ୍ତୁକଟି ଆପଣଙ୍କ ପ୍ରଶଂସାରେ ଶତମୁଖ ହୋଇ ଉଠିବ । ଆଲୋଚନା କାଳରେ ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ଶତଭିଷା ନକ୍ଷତ୍ରର ପରିବାରର ବ୍ୟତିକ୍ରମ ଘଟଣାଟି ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ ।
ମୀନମୀନ
ପରିବାରରେ ଶୁଣାକଥାକୁ ବିଶ୍ୱାସ କରି କୈାଣସି କାମ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଦୂରଭିସନ୍ଧି ରଖି ପଡୋଶୀଙ୍କ ସହ ମିଷ୍ଟାଳାପରେ ମାତିରହିପାରନ୍ତି, ଯାହାକି ଆପଣଙ୍କ ସକାଶେ କ୍ଷତିକାରକ ହୋଇପାରେ। ପୂର୍ବଭାଦ୍ରପଦ୍‌ ନକ୍ଷତ୍ର କେତେକ ସ୍ଥାନରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ କାମକୁ କରିବା…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ଶାରୀରିକ ଓ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରଖିବେ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ, କିନ୍ତୁ କିଛିଟା ପ୍ରତିରୋଧର…

ରାଶିଫଳ: ସୋମବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପରାମର୍ଶରେ ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭ କରିବା ସକାଶେ ମନ ବଳାଇବେ। କୃତିକା ନକ୍ଷତ୍ର ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri