Posted inRasifala

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରକେନ୍ଦ୍ରସ୍ଥ ଶନି ହେତୁ କର୍ମକ୍ଷେତ୍ରରୁ ଉଚ୍ଚ ପଦାଧିକାରୀଙ୍କ ସାହାଯ୍ୟ ଓ ସହଯୋଗର ଅବାରିତ ଧାରା ମନକୁ ପ୍ରଫୁଲ୍ଲିତ କରିବ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଶିଥିଳତା ପରିଲକ୍ଷିତ ହେଲେ ମଧ୍ୟ ଲାଭ କିଛି ଊଣା ହେବନି। ପରିବାରରେ ଅଶାନ୍ତ ଦୂର ହେବା ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି।
ବୃଷ
ବୃଷ
କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। ଜଞ୍ଜାଳବୃଦ୍ଧି କାରଣରୁ କର୍ମକ୍ଷେତ୍ର ମନ୍ଦ ନ ହେଲେ ମଧ୍ୟ ଶାନ୍ତିପ୍ରଦ ହୋଇ ନ ପାରେ। ପରିସ୍ଥିତିକୁ ସ୍ବାଭାବିକ କରିବା ମାନସରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ସାହିତ୍ୟ, ସାମ୍ବାଦିକତା, ଆଲୋଚନା, ଯୋଗାଯୋଗ ଓ ଚୁକ୍ତିପତ୍ର ସମ୍ପାଦନ କ୍ଷେତ୍ରରେ ସୁଫଳ ପାଇବେ।
ମିଥୁନ
ମିଥୁନ
ଦିନଟିରେ ହସଖୁସୀ ଓ ମଜାମଉଜର ପରିବେଶ ମଧ୍ୟରେ ନିଜର ସ୍ଥିତିକୁ ମଧ୍ୟ ପାସୋରି ଦେଇ ପାରନ୍ତି। ଶୁଭେଚ୍ଛୁମାନଙ୍କ ଦ୍ୱାରା ପ୍ରଶଂସା ପାଇବା ସମୟରେ ନିନ୍ଦୁକ ଗୋଷ୍ଠୀ କୁତ୍ସାରଟନା କରିପାରନ୍ତି। ବ୍ୟବସାୟ, ପ୍ଲଟିଂ କାରବାର କ୍ଷେତ୍ରରେ ସଫଳତା ପାଇବେ ନାହିଁ, ବରଂ ଅଶାନ୍ତିର ବାତାବରଣକୁ ଡାକି ଆଣିବେ।
କର୍କଟ
କର୍କଟ
ଏକାଧିକଗ୍ରହ ସପ୍ତମକେନ୍ଦ୍ରସ୍ଥ ହୋଇ,କର୍ମକ୍ଷେତ୍ର ଓ ପାରିବାରିକ ଜୀବନକୁ ସମସ୍ୟା ବହୁଳ କରିପାରନ୍ତି। ସାମାଜିକ ସ୍ତରରେ ଅନ୍ୟାୟ ବିରୋଧରେ ସ୍ବର ଉଠାଇବେ ସତ, କିନ୍ତୁ ସହଯୋଗ ପାଇବେନି। ଅର୍ଥାଭାବ ନ ଥିଲେ ମଧ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଟଙ୍କା, ପଇସା ଅଭାବ ପରିଲକ୍ଷିତ ହେବ।
ସି˚ହ
ସି˚ହ
ପ୍ରତ୍ୟେକ ପରିସ୍ଥିତିର ସଫଳ ମୁକାବିଲା କରିବାରେ ସମର୍ଥ ହେବେ। ବନ୍ଧୁଙ୍କ କଥାରେ ବିଶ୍ୱାସ କରି ନିର୍ଦ୍ଦିଷ୍ଟ ସମୟରେ ନିରାଶ ହେବାକୁ ପଡିବ। ସଭାସମିତିରେ ପ୍ରିୟଜନମାନଙ୍କୁ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଜମିଜମା, କଚେରି ମାମଲା, ପରିବହନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରୁ ଉପକୃତ ହୋଇପାରନ୍ତି।
କନ୍ୟା
ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ସୁସ୍ଥତା ରହି ନ ପାରେ। ପାରିବାରିକ କ୍ଷେତ୍ରରେ ଖର୍ଚ୍ଚଭାର ଯୋଗୁଁ ଚିନ୍ତାପ୍ରକଟ କରିବେ। ମାଙ୍ଗଳିକ କାମ ପରିପ୍ରେକ୍ଷୀରେ ଗାଡ଼ି କିମ୍ବା ଘର ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କିମ୍ବା ପରିବହନରେ ସମସ୍ୟାର ସମାଧାନ ହୋଇଯିବ।
ତୁଳା
ତୁଳା
ପାରିବାରିିକ ପ୍ରତିରୋଧ କିମ୍ବା ବୃଦ୍ଧ ପିତାଙ୍କ ସ୍ବାସ୍ଥ୍ୟହାନି ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ମନକଥା ମନରେ ରଖି ଗୁରୁଜନମାନଙ୍କୁ ପ୍ରତାରିତ କରି ଅନୁଶୋଚନା କରିବେ। ଅଫିସ୍‌ରେ ପରିଚାଳନା ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ। ସହଜାତ ପ୍ରବୃତ୍ତିଜନିତ ପ୍ରିୟବାଦିତା ଓ ଉଦାରତା ଗୁଣରୁ ସମସ୍ତଙ୍କର ପ୍ରିୟଭାଜନ ହେବେ।
ବିଛା
ବିଛା
ଯେତେ ପ୍ରକାରର ଉପାୟ ଅବଲମ୍ବନ କଲେ ମଧ୍ୟ ସମୟଚକ୍ର ଦୁଃଖସୀମାକୁ ଆଜି ଅତିକ୍ରମ କରିପାରିବ ନାହିଁ। ଉଚ୍ଚବର୍ଗଙ୍କ ସହାୟତା ଲାଭ କରି ସ୍ଥଗିତ କାମର ପୁନରୁଦ୍ଧାର କରିପାରନ୍ତି। ଦୀର୍ଘଦିନରୁ କ୍ଷୁଣ୍ଣ ହୋଇଥିବା ସମ୍ପର୍କ ପୁନଶ୍ଚ ଫେରିପାଇବେ। ବନ୍ଧୁଙ୍କର ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରିବେ।
ଧନୁ
ଧନୁ
ସକାଳୁ ସକାଳୁ କୌଣସି ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ଅଭାବ ନ ଥିଲେ ମଧ୍ୟ ମାନସିକ ସୁସ୍ଥତା ଅଭାବରୁ କୌଣସି ସୁଖଦ ପରିସ୍ଥିତି ମଧ୍ୟ ଉପଭୋଗ୍ୟ ହେବନାହିଁ। ପ୍ରକାଶନ, ପ୍ରଶାସନ, ରଚନାତ୍ମକ କାମ, ଗବେଷଣା, ଅନୁସନ୍ଧାନ, କଳା, ସାହିତ୍ୟ ପ୍ରଭୃତି କ୍ଷେତ୍ରରେ ଶୁଭଫଳ ପାଇବେ।
ମକର
ମକର
କର୍ମକ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ନିଜ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କୁ ମୁଗ୍ଧ କରିବାରେ ସମର୍ଥ ହେବେ। ଆର୍ଥିକ ସ୍ଥିତି ମଧ୍ୟ ମନ୍ଦ ହେବନି, କିନ୍ତୁ ଋଣ ଭାର କ୍ରମଶଃ ବୃଦ୍ଧି ପାଉଥିବା କାରଣରୁ ସାମୟିକ ଚିନ୍ତା କରିବେ। ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିବ ଏବଂ ହଠାତ୍‌ କାୈଣସି ଖବର ପାଇ ଖୁସି ହେବେ।
କୁମ୍ଭ
କୁମ୍ଭ
ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ମଧ୍ୟରେ ଗତକାଲିଠାରୁ ସ୍ଥଗିତ କାମକୁ ଆଜି ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବା ଦ୍ୱାରା ଅଟକି ଥିବା କାମ ତ୍ୱରାନ୍ବିତ ହେବ। ସାହିତ୍ୟ, କଳା, ଅଧ୍ୟୟନ, ଅଧ୍ୟାପନା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ମୀନମୀନ

କର୍ମକ୍ଷେତ୍ରରେ ସାମାନ୍ୟ ସୁଧାର ଆସିଲେ ମଧ୍ୟ ପାରିବାରିକ ସ୍ଥିତି ପୂର୍ବପରି ରହିବ। ଅଭାବ ନ ଥିଲେ ମଧ୍ୟ କ୍ରମଶଃ ଆବଶ୍ୟକତା ବୃଦ୍ଧି ପାଉଥିବା ଅନୁଭବ କରିବେ। ବ୍ୟବସାୟ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। କର୍ମକ୍ଷେତ୍ରରେ ପକ୍ଷପାତିତାର ବିରୋଧ କରି କଳହ ସୃଷ୍ଟି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?