Posted inRasifala

ରାଶିଫଳ: ଗୁରୁବାର, ଜୁନ୍ ୧୮ ତାରିଖ – Daily Horoscope

ମେଷ
କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାର କମ୍‌ ସମ୍ଭାବନାକୁ ଦେଖି ମାନସିକ ଚିନ୍ତା ବଢ଼ିଯିବ। କୃତ୍ତିକା ନକ୍ଷତ୍ର କର୍ମକ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କଠାରୁ ଆଶାନୁଯାୟୀ ସାହାଯ୍ୟ ପାଇପାରିବେ। କ୍ରମଶଃ ଦୂରେଇ ଯାଉଥିବା କୌଣସି ଆତ୍ମୀୟଙ୍କ ପାଇଁ ମନ ଛଟପଟ ହେବ।
ବୃଷ
ବୃଷ
ବାଧ୍ୟବାଧକତାରେ ଇଚ୍ଛା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ ଦାୟିତ୍ୱ ହାତକୁ ନେବାକୁ ବାଧ୍ୟ ହେବେ। ରୋହିଣୀ ନକ୍ଷତ୍ର ଶିଳ୍ପ,ବାଣିଜ୍ୟ, ବ୍ୟବସାୟ,ପରିବହନରେ ଉନ୍ନତମାନର ଫଳ ପାଇବେ। ପୁରାତନ ରୋଗର ପ୍ରାଦୁର୍ଭାବ ବଢ଼ିବା କାରଣରୁ ମାନସିକ ଦୁର୍ବଳତା ଅନୁଭବ କରିପାରନ୍ତି।
ମିଥୁନ
ମିଥୁନ
ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବଢ଼ାଇବା ସକାଶେ ଚେଷ୍ଟା କଲେ ମଧ୍ୟ ସେମାନେ ଆପଣଙ୍କୁ ଅସ୍ବୀକାର କରିବେ। ପୁନର୍ବସୁ ନକ୍ଷତ୍ର ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ପ୍ରସ୍ତୁତି ନେଇ ବ୍ୟସ୍ତ ରହିପାରନ୍ତି। କର୍ମକ୍ଷେତ୍ରରେ ପ୍ରଶାସନିକ କିମ୍ବା ପରିଚାଳନାଗତ ତ୍ରୁଟିକୁ ସୁଧାରିବାକୁ ପ୍ରସ୍ତୁତି ଆରମ୍ଭ କରିବେ।
କର୍କଟ
କର୍କଟ
ଖୋଲା ମନ ନେଇ ଖର୍ଚ୍ଚରୁ ଦୂରେଇ ରହିବା ପାଇଁ ଚେଷ୍ଟିତ ହୋଇପାରନ୍ତି। କେତେକ ପରିସ୍ଥିତିରେ ନିଜ ଲୋକଙ୍କୁ ସନ୍ଦେହ କରିବା ଭଳି ପରିସ୍ଥିତି ସୃଷ୍ଟି ହେବ। ସାଧାରଣ ସ୍ବାର୍ଥକୁ କେନ୍ଦ୍ରକରି ସମସ୍ୟା ସୃଷ୍ଟି ହୋଇପାରେ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଶୁଭ ଫଳ ପ୍ରାପ୍ତି ହେବା ସାଙ୍ଗକୁ ଆଜିର ଯାତ୍ରାରେ ସଫଳତା ମିଳିବ।
ସି˚ହ
ସି˚ହ
ଅତ୍ୟଧିକ ପରିଶ୍ରମ ଜନିତ ଅପରାହ୍ନରେ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ପୂର୍ବାଫାଲଗୁନୀ ନକ୍ଷତ୍ରର କଳା, ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳପାଇବେ। ସମସ୍ୟା ପାଇଁ ବ୍ୟସ୍ତତା ବଢ଼ିପାରେ। ଭଲ କାମ କରି ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ଦ୍ୱାରା ପ୍ରଶଂସିତ ହେବେ।
କନ୍ୟା
କୌଣସି ନୂତନ କାମ ଆରମ୍ଭ କରିବାକୁ ଚାହୁଁଥିଲେ ଶୀଘ୍ର ଆରମ୍ଭ କରିବା ଭଲ ହେବ। ପରିସ୍ଥିତିର ସାମ୍‌ନା କରିବାକୁ ଯାଇ ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶ କରିବାକୁ ବାଧ୍ୟ ହେବେ। ଚିତ୍ରା ନକ୍ଷତ୍ର ପରିବାରରେ ପିଲାଙ୍କ ପାଇଁ ଜଞ୍ଜାଳ କ୍ରମଶଃ ବୃଦ୍ଧି ପାଇବା ହେତୁ ସାମୟିକ ଦୁଶ୍ଚିନ୍ତାଗ୍ରସ୍ତ ହେବେ।
ତୁଳା
ତୁଳା
ଶାରୀରିକ ଅସୁସ୍ଥତାହେତୁ ମନ ବିଚଳିତ ରହିପାରେ। ବ୍ୟବସାୟ କ୍ଷେତ୍ରରେ କିଛି ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି। କଚେରି ମାମଲାରେ ସମସ୍ୟା କ୍ରମଶଃ ବୃଦ୍ଧି ପାଇବାକୁ ନେଇ ଚିନ୍ତିତ ରହି ପାରନ୍ତି। ଶତ୍ରୁତା ହଠାତ୍‌ ପ୍ରଶମିତ ହେବନି, କିଛି ସମୟ ପାଇଁ ପରିସ୍ଥିତି ଶାନ୍ତ ରହିପାରେ।
ବିଛା
ବିଛା
ଆତ୍ମୀୟମାନେ କ୍ରମଶଃ ଦୂରେଇ ଯିବେ। ବହୁତ କାମ ଅସମ୍ପୂର୍ଣ୍ଣ ରହିବା କାରଣରୁ ବିଚଳିତବୋଧ କରିପାରନ୍ତି। ପିଲାଙ୍କ କଥା ନେଇ ପାଖପଡ଼ୋଶୀଙ୍କ ସହ ଆଲୋଚନା କଲେ ଉପକୃତ ହେବେ। ପାରିବାରିକ କ୍ଷେତ୍ରରେ ସବୁ କଥାରେ ହଁ ଭରିବେ କିମ୍ବା ନୀରବ ସମର୍ଥନ ଦେବାକୁ ବାଧ୍ୟ ହେବେ।
ଧନୁ
ଧନୁ
ନିଜ ଲୋକମାନେ କଦର୍ଥ କରି ସମାଲୋଚନା କରିପାରନ୍ତି। ହଠାତ୍‌ କୌଣସି ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷାକରି ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ। ସନ୍ତାନଙ୍କ ଦୁର୍ବଳ ସ୍ବାସ୍ଥ୍ୟ ଓ ଅମନଯୋଗୀ ସ୍ବଭାବର ପରିବର୍ତ୍ତନ ପାଇଁ ଯଥାସାଧ୍ୟ ଚେଷ୍ଟା କରିପାରନ୍ତି। ଉତ୍ତରାଷାଢ଼ା ନକ୍ଷତ୍ର ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ଅପେକ୍ଷାକରି ବିରକ୍ତି ଅନୁଭବ କରିବେ ।
ମକର
ମକର

ଆଜିର ପ୍ରତ୍ୟୁଷ ଯାତ୍ରା, ସଭାସମିତି, ନୂତନ କର୍ମାରମ୍ଭ ବିନା ବାଧାବିଘ୍ନରେ ସମାପନ ହେବ। ଭଲ ସମ୍ପର୍କ ନ ଥିବା ସହକର୍ମୀଙ୍କ ଦ୍ୱାରା କର୍ମକ୍ଷେତ୍ରରେ କିଛି ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ସାମାଜିକ ସ୍ତରରେ ବୁଦ୍ଧିଜୀବୀମାନଙ୍କ ନିକଟରୁ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧିପାଇବ।

କୁମ୍ଭ
କୁମ୍ଭ
ଖରାପ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡ଼ିପାରେ। ରୋଗଣା ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ କିଛିଟା ଆଶ୍ୱସ୍ତି ଅନୁଭବ କରିବେ। ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ନେଇ ବ୍ୟସ୍ତ ରହିପାରନ୍ତି। ଶତଭିଷା ନକ୍ଷତ୍ରର ବିଳମ୍ବରେ ହେଲେ ମଧ୍ୟ କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ ହେବ।
ମୀନମୀନ

କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି ଖୁସି ରହିବେ। ସରକାରୀସ୍ତରରୁ ମୋଟା ଅଙ୍କର ଋଣ ଆଣିବା ସକାଶେ ମନ ବଳାଇପାରନ୍ତି। ସଭାସମିତିରେ, ଆଲୋଚନା ପରିସରରେ, ରାଜନୈତିକ ସ୍ଥିତିରେ, ପ୍ରଶାସନିକ ସ୍ତରରେ,ପରିବହନ କ୍ଷେତ୍ରରେ ସଫଳତା ଅବଶ୍ୟ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ମେ ୨୭ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ସମାଜ କଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତିରେ ସମ୍ମାନିତ ହେବେ। ଧାର୍ମିକ ମନୋଭାବ ନେଇ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ…

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri