Posted inRasifala

ରାଶିଫଳ: ଗୁରୁବାର, ଜାନୁଆରି ୨୩ ତାରିଖ – Daily Horoscope

ମେଷ
ବୁଧ ନକ୍ଷତ୍ରସ୍ଥ ମଙ୍ଗଳ ରୋଗପୀଡ଼ା, ଶତ୍ରୁତା, ଭ୍ରାତୃ ସମ୍ପର୍କହାନୀ ଘଟାଇବାର ପୂର୍ଣ୍ଣ ସୂଚନା ରହିଛି । ଅବଶ୍ୟ କର୍ମସ୍ଥ ରବି ଓ ବୁଧ ପ୍ରଭାବରେ ସମସ୍ୟାର ସମାଧାନ କରିବା ସକାଶେ ଚେଷ୍ଟା କଲେ ଉଦ୍ଦେଶ୍ୟ ପୂରଣ ହୋଇଯିବ । କଳ, କାରଖାନା, ଜଳ, ତୈଳ କିମ୍ବା ବିଦ୍ୟୁତ୍‌ ବ୍ୟବସାୟରୁ ଲାଭବାନ ହେବାର ଆଶା ରହିଛି ।
ବୃଷ
ବୃଷ
ଶନି କ୍ଷେତ୍ରସ୍ଥ ଶୁକ୍ର ଯୋଗକାରକ ଶନିଙ୍କ ଦୃଷ୍ଟିରେ ଉଚ୍ଚପଦବୀ, ବିବାଦରେ ବିଜୟ, ପ୍ରତିଯୋଗିତାରେ ସଫଳତା ପ୍ରଦାନ କରିବ। କର୍ମକ୍ଷେତ୍ରରେ ପଛକଥାକୁ ଛାଡି ବର୍ତମାନର ଫାଇଦା ଉଠାଇବା ସକାଶେ ଚେଷ୍ଟା କଲେ ସଫଳତା ପାଇପାରିବେ। ନିଜର ସମ୍ପର୍କୀୟମାନଙ୍କ ନିକଟରୁ ପାଉଣା ପାଇବାରେ ସମର୍ଥ ହୋଇପାରନ୍ତି।
ମିଥୁନ
ମିଥୁନ
ରାହୁ ଓ ଶୁକ୍ରଙ୍କ କୁପ୍ରଭାବରୁ ସାଧାରଣ କଥାରୁ ପାରିବାରିକ ଅଶାନ୍ତି ଓ କର୍ମକ୍ଷେତ୍ରରେ କଳହ ଦେଖାଦେଇପାରେ । ପ୍ରତ୍ୟେକ କ୍ଷେତ୍ରରେ ଆଗପଛ ବିଚାର କରି ସତର୍କରେ ଚଳନ୍ତୁ ନତୁବା ଝାମେଲା ଅଧିକ ବଢି ଯାଇପାରେ । ହଠାତ୍‌ ଅଫିସରେ ସମ୍ପର୍କୀୟ ଜଣେ ବନ୍ଧୁ ସରକାରୀ କାମରେ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।
କର୍କଟ
କର୍କଟ
ଚନ୍ଦ୍ର କର୍ମାଧିପ ନକ୍ଷତ୍ରସ୍ଥ ହୋଇ ଅଷ୍ଟମରେ ଥିବାରୁ ଅଭିଳଷିତ ଜିନିଷ ପାଇବା କଷ୍ଟକର ହେବ। ପୁନର୍ବସୁ ନକ୍ଷତ୍ର ସାମାଜିକ ସ୍ତରରେ ସମ୍ମାନିତ ହେବାର ଯୋଗ ରହିଛି । ଅଫିସ୍‌ରେ ପୁରୁଣା ରାଗକୁ ଶୁଝାଇବା ସକାଶେ କେହି ଜଣେ ବିନା କାରଣରେ କିଛି ଅଭିଯୋଗ ଆଣିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନ, ବ୍ୟବସାୟକ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେଇପାରେ।
ସି˚ହ
ସି˚ହ
ସ୍ବନକ୍ଷତ୍ରସ୍ଥ ରବି ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି ସମସ୍ୟା ସମାଧାନର ପନ୍ଥା ଗ୍ରହଣ କରିପାରନ୍ତି। ବିଶେଷଭାବରେ ଅଭାବ ଓ ଧାର କରଜ ହେତୁ ମନ ବେଶି ବିବ୍ରତ ରହିପାରେ । ଅଶାନ୍ତମନ ବନ୍ଧୁଙ୍କ ସହ ଆଳାପ ଆଲୋଚନା ପରେ ପରେ ଶାନ୍ତ ହେବ । କର୍ମକ୍ଷେତ୍ରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ।
କନ୍ୟା
ଭାଗ୍ୟାଧିପ ଶନିଙ୍କ ନକ୍ଷତ୍ରସ୍ଥ ହୋଇ ଷଷ୍ଠଭାବସ୍ଥ ଯୋଗୁ ନୈରାଶ୍ୟଜନକ ସ୍ଥିତି ଉପୁଜିପାରେ। କର୍ମକ୍ଷେତ୍ରରେ ବୁଝିବିଚାରୀ କାମ କରନ୍ତୁ ନତୁବା ସମସ୍ୟାକୁ ଡାକି ଆଣିଲା ଭଳି କାମ ହେବ । ବନ୍ଧୁଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ କାମ ହାସଲ କରିବେ। ଦୀର୍ଘଦିନରୁ ପାଇ ପାରି ନ ଥିବା ଜିନିଷଟି ଆକସ୍ମିକ ଭାବରେ ପାଇ ଖୁସୀ ହୋଇଯିବେ।
ତୁଳା
ତୁଳା
ଲାଭାଧିପ ଓ ଭାଗ୍ୟାଧିପ ଚତୁର୍ଥ କେନ୍ଦ୍ରସ୍ଥ ଯୋଗୁ ସ୍ଥଗିତକାର୍ଯ୍ୟ ଏବଂ ବନ୍ଧୁଙ୍କ ସହ ଆଲୋଚନାରେ ସଫଳ ହେବେ। ମାନସିକ ସ୍ଥିତି ବହୁତ ଭଲ ରହିବ। ପରିବାରରେ ପିଲାର ସ୍ବାସ୍ଥ୍ୟ ବାରମ୍ବାର ଖରାପ ହେଉ ଥିବାରୁ ମନ ଭଲ ରହି ନ ପାରେ। ପ୍ରଶାସନିକ ସ୍ତରରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବ୍ୟକ୍ତିଗତ ସମସ୍ୟାର କାରଣ ହୋଇପାରେ।
ବିଛା
ବିଛା
ମଙ୍ଗଳ ଓ ଶୁକ୍ର ସଙ୍ଗକୁ ବୁଧାଦିତ୍ୟ ଭାଗ୍ୟକୁ ଦେଖୁଥିବାରୁ ନିଶ୍ଚିତ ଆଶା ପୂରଣ ହୋଇପାରିବ । କଳା, ସାହିତ୍ୟ. ସଙ୍ଗୀତ, ପ୍ରଶାସନ ଓ ରାଜନୀତି କ୍ଷେତ୍ରରେ ବେଶ୍‌ ଆଦୃତ ହେବେ । ସାଙ୍ଗଠନିକ କାର୍ଯ୍ୟ, ସଭାସମିତି, ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି। ଯାତ୍ରା ସମୟରେ ସତର୍କତା ଅଭାବରୁ ଗୋଡ଼ରେ ଆଘାତ ଲାଗିପାରେ ।
ଧନୁ
ଧନୁ
ଷଷ୍ଠାଧିପ ଧନସ୍ଥ ହେତୁ ଋଣଦାତାଙ୍କ ଚାପ ଏବଂ ସ୍ବାସ୍ଥ୍ୟ ସମସ୍ୟା ମନକୁ ବିବ୍ରତ କରାଇପାରେ। ମନକଥା ମନରେ ରଖି ଉପର ମୁହଁରେ ଖୁସୀରେ ଥିବାଭଳି ବ୍ୟବହାର ଦେଖାଇପାରନ୍ତି। କୌଣସି ଗୁପ୍ତକଥା,କଚେରି ମାମଲା, ଅନ୍ୟମାନଙ୍କ ଘରୋଇ କଥାର ଆଲୋଚନା ଫଳପ୍ରଦ ହେବ। ଦୀର୍ଘଦିନରୁ ଭଟ୍ଟା ପଡିଥିବା ସମ୍ପର୍କ ପୁଣି ଯୋଡିବାରେ ସଫଳ ହେବେ।
ମକର
ମକର
ମୁହଁରେ ମିଠା କଥା କହୁଥିଲେ ମଧ୍ୟ ବିଭିନ୍ନ ସମସ୍ୟା ବିଷୟରେ ଆନମନା ହୋଇପାରନ୍ତି। ଶୁକ୍ରଙ୍କ ଧନଭାବ ସଂଯୋଗରୁ ବିଶେଷ ଖର୍ଚ୍ଚାନ୍ତ ହେବେ ସିନା କୌଣସି କାମ ଅଟକିବ ନାହିଁ । ପ୍ରଶାସନିକ କ୍ଷେତ୍ର, ରାଜନୈତିକ ସଂଗଠନ ଏବଂ ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହେବ । ଜମିଜମା କିମ୍ବା ଘରସୀମାକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ।
କୁମ୍ଭ
କୁମ୍ଭ
ଷଷ୍ଠାଧିପ ଏକାଦଶସ୍ଥ ଯୋଗୁ ଆରୋଗ୍ୟଲାଭ, ଋଣପ୍ରାପ୍ତି, କଠିନଶ୍ରମ ମାଧ୍ୟମରେ କାର୍ଯ୍ୟସାଧନ କରିବେ । ପଡା, ପଡୋଶୀ, ସହକର୍ମୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହୋଇପାରନ୍ତି। ପାରିବାରିକ ଜୀବନରେ ଉଚିତ୍‌ ବୁଝାମଣା ରହିବା ଯୋଗୁ ଧନିଷ୍ଠା ନକ୍ଷତ୍ର କେତେକାଂଶରେ ଖୁସୀ ରହିବେ। ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଲାଭବାନ୍‌ ହେବେ।
ମୀନମୀନ
ବଳବାନ ରାହୁଙ୍କ ପ୍ରଭାବରେ ପାରିବାରିିକ ପ୍ରତିରୋଧ ହେତୁ କେତେକ କାମ ଅଟକି ଯାଇପାରେ । ଅଫିସ୍‌ରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିବାର ସୂଚନା ରହିଛି। ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ହେତୁ ସାମୟିକ ଆଶ୍ୱସ୍ଥି ଅନୁଭବ କରିପାରନ୍ତି। ଆନୁଷ୍ଠାନିକ କାମ ସକାଶେ ପୂର୍ବାଲୋଚନା ଅନୁଯାୟୀ ଆଜିର କାମ ଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁନ୍ ୧୫ ତାରିଖ – Daily Horoscope

ମେଷ ଶୁକ୍ର ମୁଖଭାବରେ ରହି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ବନ୍ଧୁଙ୍କ ଆତିଥ୍ୟଯୋଗ ଲାଭ କରି ଖୁସୀ ହେବେ ା ଅଫିସରେ ସହକର୍ମୀଙ୍କ ସୈାହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା…

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା…

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ…

ରାଶିଫଳ: ଶୁକ୍ରବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ ଗ୍ରହମାନଙ୍କ ଶୁଭ ସମ୍ବନ୍ଧ ଅଭାବରୁ ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ।…

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri