Posted inRasifala

ରାଶିଫଳ: ଗୁରୁବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ
କେତୁ ନକ୍ଷତ୍ରସ୍ଥ ରବି ଯୋଗୁ ସାହାଯ୍ୟ ସହଯୋଗ ପାଉଥିବା ଲୋକଟି ସାଧାରଣ ସ୍ବାର୍ଥହାନି ହେତୁ କୁତ୍ସା ରଟନା କରିପାରେ । ଯେତେ ଭଲ ଚିନ୍ତା ପୂର୍ବକ କାମ କଲେ ମଧ୍ୟ କେଜାଣି କାହିଁକି ଅନ୍ୟମାନଙ୍କର ଆନ୍ତରିକତା ରହିବନି । ପରସ୍ପର ମଧ୍ୟରେ ସୁସମ୍ପର୍କ ନ ଥିବାରୁ ପରିବାରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ ।
ବୃଷ
ବୃଷ
ଚତୁର୍ଥାଧିପ ପାପଗ୍ରହ ନକ୍ଷତ୍ରସ୍ଥ ଯୋଗୁଁ ପାରିବାରିକ ସମସ୍ୟା ସମାଧାନ ସକାଶେ ଚିନ୍ତା ବଢିଯିବ । କିନ୍ତୁ ରୋହିଣୀ ନକ୍ଷତ୍ର କର୍ମକ୍ଷେତ୍ରରେ ସହକର୍ମୀଙ୍କ ପ୍ରେରଣା ଓ ସହଯୋଗରୁ ଉପକୃତ ହେବେ । ଆଜି ହଠାତ୍‌ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହୋଇପାରନ୍ତି ।
ମିଥୁନ
ମିଥୁନ
ରବି ନକ୍ଷତ୍ରସ୍ଥ ବୁଧଙ୍କ ହେତୁ ଅଫିସ କାମରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ । କିନ୍ତୁ ପୁନର୍ବସୁ ନକ୍ଷତ୍ର ଘର ଓ ପରିବାରରେ କୌତୁକିଆ କଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିବେ । ବ୍ୟବସାୟ କିମ୍ବା ଅନ୍ୟ କୌଣସି କାମରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି । ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି ।
କର୍କଟ
କର୍କଟ
ରାଜଯୋଗ ପ୍ରଭାବରୁ ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସଫଳତାର ଶୀର୍ଷକୁ ଯାଇପାରିବେ । ବ୍ୟବସାୟୀଙ୍କ କାରବାରରେ ଉନ୍ନତି ହେବ ଓ ଲାଭର ମାତ୍ରା କିଛି କମିବ ନାହିଁ । ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁଁ ବିଚଳିତପୂର୍ବକ ବନ୍ଧୁଙ୍କୁ ସାହାଯ୍ୟ ମାଗିବାକୁ ପଡିପାରେ । କେତେକ ଦୁଶ୍ଚିନ୍ତା ମନକୁ ବିଷାଦିତ କରିବ ।
ସି˚ହ
ସି˚ହ
ନୀଚସ୍ଥ ବୁଧଙ୍କ କୁପ୍ରଭାବରୁ ପରିସ୍ଥିତିକୁ ସୁଧାରିବାକୁ ଯାଇ ଧାରକରଜ କରି କାମ କରିବାକୁ ବାଧ୍ୟ ହେବେ । ଆକସ୍ମିକ ଭାବେ ବନ୍ଧୁଙ୍କ ଡାକରା ପାଇ ଦୂର ଜାଗାକୁ ଯିବାକୁ ପଡିପାରେ । ବିଶ୍ୱାସ ଜନ୍ମାଇବାରେ କାମ ହାସଲ କରିବାରେ ସମର୍ଥ ହେବେ । କ୍ରୀଡା,ସଂଗୀତ, କାର୍ଯ୍ୟକ୍ରମରେ ସମସ୍ୟାର ସମାଧାନ ହୋଇଯିବ ।
କନ୍ୟା
ବୁଧଙ୍କ ଦୁର୍ବଳତାଜନିତ ବିଶୃଙ୍ଖଳିତ ଜୀବନଶୈଳୀ ହେତୁ ସ୍ବାସ୍ଥ୍ୟହାନି ଘଟିପାରେ । ବାଣିଜ୍ୟ, ସଭାସମିତି ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢିବ । ଉନ୍ନତ ଚିନ୍ତା ଓ ପରୋପକାର ମନୋଭାବରୁ ପ୍ରଶଂସିତ ହେବେ । ସାହାଯ୍ୟ, ସହଯୋଗ ଅଭାବରୁ ଅଫିସ୍‌ର କେତେକ କାମ ସ୍ଥଗିତ ରହିଯାଇପାରେ ।
ତୁଳା
ତୁଳା
କର୍ମକ୍ଷେତ୍ରକୁ ବହୁତ ଚାରୋଟି ଗ୍ରହଙ୍କ ଦୃଷ୍ଟି ଯୋଗୁଁ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ କାମଗୁଡିକ ଆଜି ସନ୍ତୋଷଜନକ ହେବ ନାହିଁ । ପରୋକ୍ଷଶତ୍ରୁତା ହେତୁ ନିଜର ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ଦରଖଣ୍ଡିଆ କାମଟିକୁ ଆଜି ବାସ୍ତବ ରୂପ ଦେବାରେ ସଫଳ ହୋଇପାରନ୍ତି ।
ବିଛା
ବିଛା
ରାହୁ ଓ କେତୁଙ୍କ କୁପ୍ରଭାବରୁ ସମସ୍ୟା ଜାଲରେ ଛନ୍ଦି ହୋଇଥିବାରୁ ନେଗେଟିଭ୍‌ ଚିନ୍ତାରେ ଆକ୍ରାନ୍ତ ହୋଇପାରନ୍ତି । ସାଧାରଣ ଘଟଣାକୁ କେନ୍ଦ୍ରକରି ସାଙ୍ଗସାଥୀଙ୍କ ସହ ଉଚ୍ଚବାଚ ଘଟିପାରେ । ବ୍ୟବସାୟକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । ଅଯାଚିତ ନିଜ ତରଫରୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ।
ଧନୁ
ଧନୁ
କାଳସର୍ପ ଯୋଗର କୁପ୍ରଭାବରେ ମନରେ ଭୟ ଥିଲେ ମଧ୍ୟ ମୁହଁ ଟାଣ ରଖି କଥା କହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହେବେ । କୌଣସି ଲୋକର ବିଷୟରେ କିଛି ନ ଜାଣି ତାହାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ହେତୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବ ।
ମକର
ମକର
ପ୍ରତିକୂଳ ଗ୍ରହସ୍ଥିତିରୁ ପାରିବାରିକ ସ୍ତରରେ ଜୀବନରେ ବୁଝାମଣା ଅଭାବରୁ ତିକ୍ତତା ଦେଖାଦେଇପାରେ । କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ । ସାମାଜିକ ସ୍ତରରେ ଉପସ୍ଥିତ ବୁଦ୍ଧିର ପ୍ରଶଂସା କରି ପାଖ, ପଡୋଶୀମାନେ ଭୁରିଭୁରି ପ୍ରଶଂସା କରିପାରନ୍ତି ।
କୁମ୍ଭ
କୁମ୍ଭ
ଅନୁକୂଳ ସମୟ ଅଭାବରୁ ଆଜିର କାମଗୁଡିକ ବହୁତ ଅସୁବିଧା ଭିତରେ ସମ୍ପନ୍ନ ହେବ । କଳା,ସାହିତ୍ୟ ଓ ସଙ୍ଗୀତ କାର୍ଯ୍ୟରୁ ପ୍ରଶଂସିତ ହେବେ । ସ୍ତ୍ରୀ, ଭାଇ କିମ୍ବା ବନ୍ଧୁଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତା କରିପାରନ୍ତି । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବା ସହ ଆଗାମୀ କାଲିର କାର୍ଯ୍ୟ ସକାଶେ ତପତ୍ରତା ବଢିପାରେ ।
ମୀନମୀନ
ଆଜି ଦିନଟିରେ ସତର୍କତାର ସହ କାମ କରିବା ଭଲ ହେବ ନତୁବା କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଅଫିସରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ । ସଭାସମିତିରେ ପ୍ରଶଂସିତ ହେବେ ।କୌଣସି କାମ କରି ସମାଲୋଚିତ ହେବା କାରଣରୁ ଅନୁତାପ କରିବାକୁ ପଡ଼ିପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ମେ ୧ ତାରିଖ – Daily Horoscope

ମେଷ ରାଶିରେ ରବିଙ୍କ ସହ ଗୁରୁ ଓ ଶୁକ୍ରଙ୍କ ସଂଯୋଗ କାର୍ଯ୍ୟସିଦ୍ଧି ସହ ସମ୍ମାନଜନକ ସ୍ଥିତିରେ ଅବସ୍ଥାପିତ କରିବ। ସାଂଗଠନିକ ସ୍ଥିତି ସୁଦୃଢ଼ ରହିବା ସହ...

ରାଶିଫଳ: ମଙ୍ଗଳବାର , ଏପ୍ରିଲ ୩୦ ତାରିଖ – Daily Horoscope

ମେଷ ଆପଣ ସାଧାରଣ ସ୍ଥିତିରୁ ଅସାଧାରଣ ସ୍ଥିତିରେ ଉପନୀତ ହେବାର ସୁଯୋଗ ପ୍ରାପ୍ତ କରିବେ। ଏପରିକି ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ...

ରାଶିଫଳ: ସୋମବାର, ଏପ୍ରିଲ ୨୯ ତାରିଖ – Daily Horoscope

ମେଷ ଆଜି ନବମସ୍ଥ ଚନ୍ଦ୍ର ହେତୁ ପଡ଼ୋଶୀ, ବନ୍ଧୁବାନ୍ଧବ, ସହକର୍ମୀଙ୍କ ସହ ଆମତ୍ୀୟତା ବେଶ୍‌ ଜମିବ। ବନ୍ଧୁଙ୍କ ସହ ଧାରକରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ...

ରାଶିଫଳ: ରବିବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ ଆଜି ନିଜ ରାଶି ଓ ଦ୍ୱାଦଶ ସ୍ଥାନରେ ଏକାଧିକ ଗ୍ରହ ଅବସ୍ଥାନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିବ। ଅଫିସ୍‌ କାମରୁ ଜମା ଫୁରୁସତ୍‌...

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri