Posted inRasifala

ରାଶିଫଳ: ଗୁରୁବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ
କେତୁ ନକ୍ଷତ୍ରସ୍ଥ ରବି ଯୋଗୁ ସାହାଯ୍ୟ ସହଯୋଗ ପାଉଥିବା ଲୋକଟି ସାଧାରଣ ସ୍ବାର୍ଥହାନି ହେତୁ କୁତ୍ସା ରଟନା କରିପାରେ । ଯେତେ ଭଲ ଚିନ୍ତା ପୂର୍ବକ କାମ କଲେ ମଧ୍ୟ କେଜାଣି କାହିଁକି ଅନ୍ୟମାନଙ୍କର ଆନ୍ତରିକତା ରହିବନି । ପରସ୍ପର ମଧ୍ୟରେ ସୁସମ୍ପର୍କ ନ ଥିବାରୁ ପରିବାରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ ।
ବୃଷ
ବୃଷ
ଚତୁର୍ଥାଧିପ ପାପଗ୍ରହ ନକ୍ଷତ୍ରସ୍ଥ ଯୋଗୁଁ ପାରିବାରିକ ସମସ୍ୟା ସମାଧାନ ସକାଶେ ଚିନ୍ତା ବଢିଯିବ । କିନ୍ତୁ ରୋହିଣୀ ନକ୍ଷତ୍ର କର୍ମକ୍ଷେତ୍ରରେ ସହକର୍ମୀଙ୍କ ପ୍ରେରଣା ଓ ସହଯୋଗରୁ ଉପକୃତ ହେବେ । ଆଜି ହଠାତ୍‌ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହୋଇପାରନ୍ତି ।
ମିଥୁନ
ମିଥୁନ
ରବି ନକ୍ଷତ୍ରସ୍ଥ ବୁଧଙ୍କ ହେତୁ ଅଫିସ କାମରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ । କିନ୍ତୁ ପୁନର୍ବସୁ ନକ୍ଷତ୍ର ଘର ଓ ପରିବାରରେ କୌତୁକିଆ କଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିବେ । ବ୍ୟବସାୟ କିମ୍ବା ଅନ୍ୟ କୌଣସି କାମରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି । ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି ।
କର୍କଟ
କର୍କଟ
ରାଜଯୋଗ ପ୍ରଭାବରୁ ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସଫଳତାର ଶୀର୍ଷକୁ ଯାଇପାରିବେ । ବ୍ୟବସାୟୀଙ୍କ କାରବାରରେ ଉନ୍ନତି ହେବ ଓ ଲାଭର ମାତ୍ରା କିଛି କମିବ ନାହିଁ । ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁଁ ବିଚଳିତପୂର୍ବକ ବନ୍ଧୁଙ୍କୁ ସାହାଯ୍ୟ ମାଗିବାକୁ ପଡିପାରେ । କେତେକ ଦୁଶ୍ଚିନ୍ତା ମନକୁ ବିଷାଦିତ କରିବ ।
ସି˚ହ
ସି˚ହ
ନୀଚସ୍ଥ ବୁଧଙ୍କ କୁପ୍ରଭାବରୁ ପରିସ୍ଥିତିକୁ ସୁଧାରିବାକୁ ଯାଇ ଧାରକରଜ କରି କାମ କରିବାକୁ ବାଧ୍ୟ ହେବେ । ଆକସ୍ମିକ ଭାବେ ବନ୍ଧୁଙ୍କ ଡାକରା ପାଇ ଦୂର ଜାଗାକୁ ଯିବାକୁ ପଡିପାରେ । ବିଶ୍ୱାସ ଜନ୍ମାଇବାରେ କାମ ହାସଲ କରିବାରେ ସମର୍ଥ ହେବେ । କ୍ରୀଡା,ସଂଗୀତ, କାର୍ଯ୍ୟକ୍ରମରେ ସମସ୍ୟାର ସମାଧାନ ହୋଇଯିବ ।
କନ୍ୟା
ବୁଧଙ୍କ ଦୁର୍ବଳତାଜନିତ ବିଶୃଙ୍ଖଳିତ ଜୀବନଶୈଳୀ ହେତୁ ସ୍ବାସ୍ଥ୍ୟହାନି ଘଟିପାରେ । ବାଣିଜ୍ୟ, ସଭାସମିତି ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢିବ । ଉନ୍ନତ ଚିନ୍ତା ଓ ପରୋପକାର ମନୋଭାବରୁ ପ୍ରଶଂସିତ ହେବେ । ସାହାଯ୍ୟ, ସହଯୋଗ ଅଭାବରୁ ଅଫିସ୍‌ର କେତେକ କାମ ସ୍ଥଗିତ ରହିଯାଇପାରେ ।
ତୁଳା
ତୁଳା
କର୍ମକ୍ଷେତ୍ରକୁ ବହୁତ ଚାରୋଟି ଗ୍ରହଙ୍କ ଦୃଷ୍ଟି ଯୋଗୁଁ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ କାମଗୁଡିକ ଆଜି ସନ୍ତୋଷଜନକ ହେବ ନାହିଁ । ପରୋକ୍ଷଶତ୍ରୁତା ହେତୁ ନିଜର ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ଦରଖଣ୍ଡିଆ କାମଟିକୁ ଆଜି ବାସ୍ତବ ରୂପ ଦେବାରେ ସଫଳ ହୋଇପାରନ୍ତି ।
ବିଛା
ବିଛା
ରାହୁ ଓ କେତୁଙ୍କ କୁପ୍ରଭାବରୁ ସମସ୍ୟା ଜାଲରେ ଛନ୍ଦି ହୋଇଥିବାରୁ ନେଗେଟିଭ୍‌ ଚିନ୍ତାରେ ଆକ୍ରାନ୍ତ ହୋଇପାରନ୍ତି । ସାଧାରଣ ଘଟଣାକୁ କେନ୍ଦ୍ରକରି ସାଙ୍ଗସାଥୀଙ୍କ ସହ ଉଚ୍ଚବାଚ ଘଟିପାରେ । ବ୍ୟବସାୟକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । ଅଯାଚିତ ନିଜ ତରଫରୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ।
ଧନୁ
ଧନୁ
କାଳସର୍ପ ଯୋଗର କୁପ୍ରଭାବରେ ମନରେ ଭୟ ଥିଲେ ମଧ୍ୟ ମୁହଁ ଟାଣ ରଖି କଥା କହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହେବେ । କୌଣସି ଲୋକର ବିଷୟରେ କିଛି ନ ଜାଣି ତାହାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ହେତୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବ ।
ମକର
ମକର
ପ୍ରତିକୂଳ ଗ୍ରହସ୍ଥିତିରୁ ପାରିବାରିକ ସ୍ତରରେ ଜୀବନରେ ବୁଝାମଣା ଅଭାବରୁ ତିକ୍ତତା ଦେଖାଦେଇପାରେ । କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ । ସାମାଜିକ ସ୍ତରରେ ଉପସ୍ଥିତ ବୁଦ୍ଧିର ପ୍ରଶଂସା କରି ପାଖ, ପଡୋଶୀମାନେ ଭୁରିଭୁରି ପ୍ରଶଂସା କରିପାରନ୍ତି ।
କୁମ୍ଭ
କୁମ୍ଭ
ଅନୁକୂଳ ସମୟ ଅଭାବରୁ ଆଜିର କାମଗୁଡିକ ବହୁତ ଅସୁବିଧା ଭିତରେ ସମ୍ପନ୍ନ ହେବ । କଳା,ସାହିତ୍ୟ ଓ ସଙ୍ଗୀତ କାର୍ଯ୍ୟରୁ ପ୍ରଶଂସିତ ହେବେ । ସ୍ତ୍ରୀ, ଭାଇ କିମ୍ବା ବନ୍ଧୁଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତା କରିପାରନ୍ତି । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବା ସହ ଆଗାମୀ କାଲିର କାର୍ଯ୍ୟ ସକାଶେ ତପତ୍ରତା ବଢିପାରେ ।
ମୀନମୀନ
ଆଜି ଦିନଟିରେ ସତର୍କତାର ସହ କାମ କରିବା ଭଲ ହେବ ନତୁବା କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଅଫିସରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ । ସଭାସମିତିରେ ପ୍ରଶଂସିତ ହେବେ ।କୌଣସି କାମ କରି ସମାଲୋଚିତ ହେବା କାରଣରୁ ଅନୁତାପ କରିବାକୁ ପଡ଼ିପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?