Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ କୌଣସି ଘଟଣାକୁ କେନ୍ଦ୍ରକରି କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଦ୍ୱିଜା ନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ ଆକସ୍ମିକ ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ଲାଭ କରି ଖୁସି ରହିବେ । ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ । ବାହାର ଜାଗାରେ ସତର୍କତାର ସହ କାମ କରିବା ଭଲ ହେବ।
ବୃଷ
ବୃଷ
ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇ ଚିନ୍ତା ବଢ଼ାଇ ଦେବ। ଅବଶ୍ୟ ହିତୈଷୀ ବନ୍ଧୁମାନଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ନିର୍ମାଣ କାର୍ଯ୍ୟରେ ଗତି ମନ୍ଥର ହେବ କିନ୍ତୁ ସମସ୍ୟାର ସମାଧାନ ହୋଇଯିବ। ପାରିବାରିକ, ପ୍ରଶାସନ, ଯାନବାହନ, ଯାତ୍ରାରୁ ସୁଫଳ ପାଇପାରନ୍ତି।
ମିଥୁନ
ମିଥୁନ
ରାହୁଙ୍କ ପ୍ରଭାବରେ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ। ଋଣ ପରିଶୋଧ କରିବା ସକାଶେ ବିଭିନ୍ନ ପ୍ରକାରର ଧନ୍ଦା କରିବାକୁ ମନ ବଳାଇପାରନ୍ତି। କର୍ମକ୍ଷେତ୍ରରେ, ବ୍ୟବସାୟରେ ସ୍ତ୍ରୀଙ୍କ ପରାମର୍ଶକୁ ଗ୍ରହଣକଲେ ମନ୍ଦ ହେବନି । ଶିଳ୍ପ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
କର୍କଟ
କର୍କଟ
ପାରିବାରିକ ବ୍ୟତିକ୍ରମ କଥା ଓ ଆର୍ଥିକ ସମସ୍ୟା ନେଇ ମନରେ ବିଭିନ୍ନ ପ୍ରକାର ଦୁର୍ଭାବନା ସୃଷ୍ଟି ହେବାର ସୂଚନା ରହିଛି । କର୍ମକ୍ଷେତ୍ରରେ ସାଧାରଣ କଥାକୁ ବଡ଼ କରି କଳହ ଘଟିପାରେ । ଅଫିସ୍‌ କାମରେ ସହକର୍ମୀଙ୍କ ସହ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିପାରିବେ । କଳା, ସାହିତ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ ।
ସି˚ହ
ସି˚ହ
ଆଜି ଅନ୍ୟମାନଙ୍କ ସକାଶେ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ସେମାନଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ । କର୍ମକ୍ଷେତ୍ର ଓ ପାରିବାରିକ ପରିବେଶ ସଙ୍ଗକୁ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଶଂରେ ଭଲ ରହିବ । ଏକା ସାଙ୍ଗରେ ବହୁତ ଗୁଡିଏ କାମ ହାତକୁ ନେବା କାରଣରୁ ବ୍ୟସ୍ତ ହୋଇପଡ଼ିବେ।
କନ୍ୟା
କେତେକ କାରଣକୁ ନେଇ କିମ୍ବା ବୃଥା ସନ୍ଦେହ କରି ନିଜ ଲୋକ ମାନଙ୍କୁ ଭୁଲ ବୁଝତ୍ପାରନ୍ତି। ବହୁତ ଦିନର ଅପୂରଣୀୟ ଆଶା ଓ ଅବଦମିତ ଇଛା ମନରେ ଭୟ ସୃଷ୍ଟି କରିବ । ପରିବହନ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ସମ୍ଭାବନା ରହିଛି । ହସ୍ତା ନକ୍ଷତ୍ର ପାଇଁ ଗୃହ ସଜ୍ଜା,ଗାଡି ମରାମତି, ପୁରୁଣା ଘରକୁ ସଜାଡିବାରେ ମନୋନିବେଶ କରିବେ ।
ତୁଳା
ତୁଳା
ବିଗତଦିନର ଘଟଣାବଳୀକୁ ନେଇ ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ ଦୃଷ୍ଟିକୋଣ ବଦଳି ଯାଇପାରେ । ବୃଥା ସନ୍ଦେହ ଓ ମତପାର୍ଥକ୍ୟ ଜନିତ ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବାର ସୂଚନା ରହିଛି । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ନତୁବା କଳହର ସୂତ୍ରପାତ ହୋଇପାରେ ।
ବିଛା
ବିଛା
ଅନ୍ୟ ମାନଙ୍କ କଥାରେ ଭାସିଯାଇ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ । କ୍ରୀଡା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାକୁ ସମାଧାନ କରିବାରେ ଯନତ୍ବାନ ହୋଇପାରନ୍ତି। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେଲେ ମଧ୍ୟ ବିଜୟୀ ହେବେ । ବନ୍ଧୁମାନଙ୍କ ସହ ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବ ଓ ଆଶା ଜନକ ସୁଫଳ ମଧ୍ୟ ପାଇବେ ।
ଧନୁ
ଧନୁ
ଆଜି ଦିନଟିରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ ମଧ୍ୟ କ୍ଷତିରେ ପଡିବେ ନାହିଁ । ବିଦ୍ୟୁତ୍‌ ଉପକରଣ, ବ୍ୟବସାୟ , ଶେୟାର ବଜାର, ପନି ପରିବା ଦୋକାନୀ, ହୋଟେଲ ମାଲିକ ମାନେ ନିଜ ନିଜର ସ୍ଥାନରେ ବେଶ ଖୁସୀ ରହିବେ।ରାଜନୀତିରେ ଓ ସାଂଗଠନିକ କ୍ଷେତ୍ରରେ ବହୁତ ଜନ କଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।
ମକର
ମକର
ବନ୍ଧୁଙ୍କ କଥାକୁ ସହଜରେ ଗ୍ରହଣ କଲେ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇ ପାରନ୍ତି। ସାୟାହ୍ନରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ଶିକ୍ଷା, ପରୀକ୍ଷା, ପ୍ରଶାସନିକ ଆଲୋଚନା, ଲେଖାପଢା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ। ରୋଗପୀଡା ଓ ପୁରାତନ ଶତ୍ରୁତା କାରଣରୁ ବନ୍ଧୁଙ୍କ ସାହାଯ୍ୟ ଲୋଡିପାରନ୍ତି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ସତର୍କତା ରକ୍ଷା କରି ନଚଳିଲେ ବିଭିନ୍ନ ସମସ୍ୟା ଆସିବାର ଆଶଙ୍କା ରହିଛି। ଏଣେ ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ସଭାସମିତି, ସାମ୍ବାଦିକତା, ମାମଲା ସମାଧାନ ଓ ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁମିଳନ ଘଟିପାରେ । ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।
ମୀନମୀନ
କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ର କରି ସହକର୍ମୀଟି ସହ ବିବାଦ ବୃଦ୍ଧି ହୋଇପାରେ। ଈର୍ଷା ଓ ଅସୂୟାର ବଶବର୍ତ୍ତୀ ହୋଇ ଏଣେ ନିଜ ଚତୁଃପାର୍ଶ୍ୱସ୍ଥ ଆତ୍ମୀୟ ମାନେ ବିଶ୍ୱାସଘାତକତା କରିପାରନ୍ତି। ପାରିବାରିକ କ୍ଷେତ୍ରରେ ପଛକଥା ନଭାବି ଏହି ସମୟର ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?