ରାତି ୭ଟା ସୁଦ୍ଧା ୭୧.୧% ମତଦାନ

ଢେଙ୍କାନାଳ ଅଫିସ, ୨୪।୪- ତୃତୀୟ ପର୍ଯ୍ୟାୟ ନିର୍ବାଚନର ଯବନିକା ପଡ଼ିଛି। ଢେଙ୍କାନାଳ ଲୋକ ସଭା ସମେତ ଜିଲାର ୪ ନିର୍ବାଚନମଣ୍ଡଳୀର ୩୯ ପ୍ରାର୍ଥୀଙ୍କ ଭାଗ୍ୟ କଏଦ ହୋଇଛି ଇଭିଏମ୍‌ରେ। ଏହି ଭାଗ୍ୟ ପେଡ଼ି ଖୋଲିବ ମେ ୨୩ ଭୋଟଗଣତି ଦିନ। ସନ୍ଧ୍ୟା ୭ସୁଦ୍ଧା ଜିଲାରେ ୭୧.୧୦% ଭୋଟିଂ ରେକର୍ଡ କରାଯାଇଛି। କାମାକ୍ଷାନଗର ଉପଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ମତଦାନ ସମ୍ପର୍କିତ ସ୍ପଷ୍ଟ ତଥ୍ୟ ମିଳିପାରିନାହିଁ। ଚଳିତ ନିର୍ବାଚନରେ ଭୋଟହାର ୭୫% ଟପିବା ସମ୍ଭାବନା ରହିଥିବା ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ କହିଛନ୍ତି। କଁା ଭଁା ନିର୍ବାଚନୀ ଗଣ୍ଡଗୋଳ, ଇଭିଏମ୍‌ ତ୍ରୁଟିକୁ ବାଦ୍‌ଦେଲେ ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିବା ସେ ସୂଚନା ଦେଇଛନ୍ତି।

ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ସତ୍ତ୍ୱେ ଇଭିଏମ୍‌ ଏବଂ ଭିଭିପିଏଟିରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଭିନ୍ନ ସ୍ଥାନରେ ମତଦାନ ବିଳମ୍ବିତ ହୋଇଥିଲା। ଢେଙ୍କାନାଳ କୁଞ୍ଜକାନ୍ତସ୍ଥିତ ୧୭୩ନଂ. ବୁଥ୍‌, ସଦର ବ୍ଲକ ଅଧୀନ ନୂଆଗଁା ପଞ୍ଚାୟତର ମଣ୍ଡାପାଳ ମତଦାନ କେନ୍ଦ୍ରରେ ବୈଷୟିକ ତ୍ରୁଟିରୁ ମକ୍‌ ପୋଲିଂ  ନିର୍ଦ୍ଧାରିତ ସମୟରେ ହୋଇପାରି ନ ଥିଲା। ମତଦାନରେ ପାଖାପାଖି ଘଣ୍ଟାଏରୁ ଅଧିକ ବିଳମ୍ବ ହୋଇଥିଲା। ପୌରାଞ୍ଚଳର କଲେଜପଡ଼ା ସ୍କୁଲ ୧୭୦ନଂ. ବୁଥରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ସେହିପରି କାମାକ୍ଷାନଗର ବାଳିକା ଉଚ୍ଚ ପ୍ରାଥମିକ ସ୍କୁଲ ୧୯ନଂ. ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଯୋଗୁ ମନ୍ତ୍ରୀ ତଥା ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ୪୦ ମିନିଟ୍‌ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ନୂଆ ରେକୁଳାସ୍ଥିତ ୧୪ନଂ. ବୁଥ୍‌ରେ ଇଭିଏମ ଅଚଳ ଯୋଗୁ ପ୍ରାୟ ୨ଘଣ୍ଟା ୪୦ ମିନିଟ୍‌ ବିଳମ୍ବରେ ଭୋଟ ଆରମ୍ଭ ହୋଇଥିଲା। କାଦୁଆସ୍ଥିତ ୭ନଂ. ବୁଥରେ ୯୩ଟି ଭୋଟ ପରେ ମେଶିନ ଅଚଳ ହୋଇପଡ଼ିଥିଲା। ଫଳରେ ଘଣ୍ଟାଏ ଧରି ଭୋଟଗ୍ରହଣ ବନ୍ଦ ରହିଥିଲା। କାମାକ୍ଷାନଗର ନିର୍ବାଚନମଣ୍ଡଳୀର ୧୮ବୁଥ୍‌ରେ ଏପରି ସମସ୍ୟା ଦେଖାଦେଇଥିଲା। ପରଜଙ୍ଗ ନିର୍ବାଚନମଣ୍ଡଳୀ କନ୍ତୋର ବୁଥ୍‌ରେ ଇଭିଏମ୍‌ ବ୍ୟାଟେରି ଡାଉନ ହେବାରୁ ମତଦାନ ଡେରି ହୋଇଥିଲା। ରାସୋଳ ଥାନା ଅଧୀନ ବାଙ୍କଟିଆ ବୁଥ୍‌ରେ ଇଭିଏମ୍‌ ପ୍ରସ୍ତୁତି ହୋଇ ନ ଥିବାରୁ ଅଧଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା। ପୂର୍ବାହ୍ନ ୧୦ଟା ସୁଦ୍ଧା ସବୁ ଅଚଳ ଇଭିଏମ୍‌ ସଜଡ଼ାଯାଇଥିଲା ଏବଂ ଏହାପରେ ବୁଥ୍‌ରେ ଭୋଟଗ୍ରହଣ ସ୍ବାଭାବିକ ହୋଇଥିଲା।

ଜିଲାରେ ପୂର୍ବାହ୍ନ ୧୦ଟା ଯାଏ ମତଦାନ ହାର ଧୀମା ରହିଥିବାବେଳେ ପୂର୍ବାହ୍ନ ୧୧.୩୦ ସୁଦ୍ଧା ଏହା ପହଞ୍ଚତ୍ଥିଲା ୨୨.୦୬%। ଅପରାହ୍ନ ୧ଟା ସୁଦ୍ଧା ଏହା ୩୯.୮୦% ରହିଥିବାବେଳେ ୫ଟା ସୁଦ୍ଧା ୬୮.୦୩% ଏବଂ ରାତି  ୭ଟା ସୁଦ୍ଧା ୭୧% ଛୁଇଁଥିଲା। ଶେଷ ସୂଚନା ସୁଦ୍ଧା ଜିଲାର ୯ଲକ୍ଷ ୩୪ ହଜାର ୮୫୭ ଭୋଟରଙ୍କ ମଧ୍ୟରୁ ୬ଲକ୍ଷ ୬୪ ହଜାର ୭୦୫ଜଣ ମତ ସାବ୍ୟସ୍ତ କରିଛନ୍ତି। ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୭୨.୫୪%, ହିନ୍ଦୋଳ (ସଂରକ୍ଷିତ)ରେ ୭୦.୩୮%, କାମାକ୍ଷାନଗରରେ ୬୯.୧୭% ଏବଂ ପରଜଙ୍ଗ ବିଧାନସଭା କ୍ଷେତ୍ରରେ ୭୨.୧୮% ମତଦାନ ହୋଇଥିବା ଜିଲା ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭେଟେରାନ କଂଗ୍ରେସ ନେତା ତଥା ଏମ୍‌ପି ପ୍ରାର୍ଥୀ କାମାକ୍ଷାପ୍ରସାଦ ସିଂଦେଓ, ଭାଜପା ଏମ୍‌ପି ପ୍ରାର୍ଥୀ ରୁଦ୍ରନାରାୟଣ ପାଣି, ବିଜେଡି ଏମ୍‌ପି ପ୍ରାର୍ଥୀ ମହେଶ ସାହୁ, ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଡା. ନୃସିଂହ ଚରଣ ସାହୁ, ବିଧାୟିକା ସୀମାରାଣୀ ନାୟକ, ବିଧାୟକ ପ୍ରାର୍ଥୀ ନବୀନ ନନ୍ଦ, ସୁଧୀର ସାମଲ, କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ୩ ଡଜନରୁ ଅଧିକ ନେତାଙ୍କ  ଭାଗ୍ୟ ଲେଖିଛନ୍ତି ଭୋଟର।

ଗୋଟିଏ ଦୁଇଟି ସ୍ଥାନକୁ ବାଦ୍‌ଦେଲେ ଜିଲାର ଅନ୍ୟ କୌଣସି ସ୍ଥାନରେ ନିର୍ବାଚନୀ ହିଂସା ସାମ୍ନାକୁ ଆସିନାହିଁ। ଆମ୍ବପଳାସ ଗ୍ରାମରେ ଭାଜପା କର୍ମୀଙ୍କ ଆକ୍ରମଣରେ ଜଣେ ବିଜେଡି ସମର୍ଥକ ଗୁରୁତର ହୋଇଛନ୍ତି। ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଡ଼ାପଡ଼ା ବ୍ଲକ ସାରିଆପଡ଼ା ଗ୍ରାମର ଏକ ବୁଥରେ ଗଣ୍ଡଗୋଳ ହୋଇଛି।  ସେହିପରି କଙ୍କଡ଼ାହାଡ଼ କଣ୍ଟାପାଳ ଥଇଥାନ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୧ନଂ. ବୁଥ୍‌ରେ ନିୟୋଜିତ ପୋଲିଂ ଅଧିକାରୀ ନବକିଶୋର ନାୟକ ହୃଦ୍‌ଘାତରେ ପ୍ରାଣ ହରାଇବା ଭଳି ଦୁଃଖଦ ଘଟଣା ଘଟିଛି।  କାମାକ୍ଷାନଗର ଉପଖଣ୍ଡରେ ପ୍ରବଳ ବର୍ଷାକୁ ନଜରରେ ରଖି ଓଡ୍ରାଫ୍‌ ଟିମ୍‌, ଅଗ୍ନିଶମ କର୍ମଚାରୀଙ୍କୁ ସତର୍କ କରାଯାଇଛି। ପୋଲିଂ ଅଫିସର ଯେପରି ସୁରକ୍ଷିତ ଭାବେ ଆସିପାରିବେ ସେ ନେଇ ପଦକ୍ଷେପ ନିଆଯାଉଛି। ପୋଲିଂ କର୍ମଚାରୀ ନବକିଶୋର ନାୟକଙ୍କ ମୃତ୍ୟୁ ଦୁଃଖଦ ଘଟଣା। ଏପରି ସମୟରେ ପ୍ରଶାସନ ତାଙ୍କ ପରିବାର ସହ ଅଛି। ନିୟମ ଅନୁଯାୟୀ ମୃତକଙ୍କ ପରିବାରକୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲାପାଳ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri