ରାତି ଅଧରେ ବୁଲିଲେ ପ୍ରବାସୀ

ମାହାଙ୍ଗା,୧୫ା୫(ସ୍ବ.ପ୍ର.): ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀଙ୍କୁ ସରକାର ସଙ୍ଗରୋଧ କେନ୍ଦ୍ରରେ ରଖିବା ବ୍ୟବସ୍ଥା କରିଛନ୍ତି। ଏପରି କି ଏହି ପ୍ରବାସୀମାନେ ଆସିବା ପରେ କରୋନା ସଂକ୍ରମିତ ବୃଦ୍ଧି ପାଉଥିବାରୁ ସେମାନେ କିପରି ଠିକ୍‌ରେ ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚତ୍ପାରିବେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମାତ୍ର ଏ ସବୁ ସତ୍ତ୍ୱେ ମାହାଙ୍ଗା ବ୍ଲକ ଅଞ୍ଚଳରେ ଏହାର ବ୍ୟତୀକ୍ରମ ଦେଖାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ସୁରଟ ଏବଂ କଲିକତା ଫେରନ୍ତା ୭୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ବସରୁ ଓହ୍ଲାଇ କୁଆଁପାଳ ବଜାରଠାରେ ବଲୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖା ନ ଥିଲା। ଫଳରେ ସେମାନେ ଏଣେତେଣେ ବୁଲିବା ସହ ଦୋକାନ ବାରଣ୍ଡାରେ ବସାଉଠା କରିଥିଲେ। କେତେଜଣ ବଜାର ନଳକୂପ ବ୍ୟବହାର କରିବା ସହ ମନ୍ଦିର ଓ ଦୋକାନ ବାରଣ୍ଡାରେ ଶୋଇଥିଲେ। ମାହାଙ୍ଗା ପୋଲିସ ରାତି ୩ଟାରେ ପାଟ୍ରୋଲିଂ କରୁଥିବାବେଳେ ବାହାର ରାଜ୍ୟରୁ ଆସିଥିବା ପ୍ରବାସୀ ବୁଲାବୁଲି କରୁଥିବା ଦେଖିବାକୁ ପାଇଥିଲା। ତେଣୁ ଥାନା ଅଧିକାରୀ ରଞ୍ଜନ ପ୍ରଧାନ ବିଡିଓଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ। ପରେ ବ୍ଲକ ମୁଖ୍ୟ ଫାଟକ ଖୋଲାଯାଇ ସେମାନଙ୍କୁ ବ୍ଲକ ପରିସରରେ ରଖାଯିବା ସହ ପର୍ଯ୍ୟାୟକ୍ରମେ ବିଭିନ୍ନ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରବାସୀ ଫେରୁଥିବା ଜାଣି ମଧ୍ୟ ବ୍ଲକ କାର୍ଯ୍ୟାଳୟର ଦାୟିତ୍ୱରେ ଥିବା ଅଧିକାରୀ ଅନୁପସ୍ଥିତ ରହିବା ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଥିଲା। କୁଆଁପାଳ ଦମକଳବାହିନୀ ପକ୍ଷରୁ ସ୍ଥାନୀୟ ବଜାର, ହାଟ ଓ ବ୍ଲକ କାର୍ଯ୍ୟାଳୟ ପରିସର ସାନିଟାଇଜ କରାଯିବା ପରେ ବହୁ ବିଳମ୍ବରେ ବଜାର ଖୋଲିଥିଲା। ବ୍ଲକ ପ୍ରଶାସନର ଏହି ଅବହେଳାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏହାର ଏକ ତଦନ୍ତ ପାଇଁ ଜିଲାପାଳ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ସଚିବଙ୍କ ନିକଟରେ ଦାବି ହୋଇଛି। ଏ ସମ୍ପର୍କରେ ବିଡିଓ ନିହାର ରଞ୍ଜନ ମଲ୍ଲିକ କହିଛନ୍ତି, ଏଠାକୁ ଆସିଥିବା ପ୍ରବାସୀଙ୍କ ସମ୍ପର୍କରେ କୌଣସି ସୂଚନା ନ ଥିଲା। ସେମାନେ ନିଜେ ବସ ଯୋଗେ ଆସି ବିଳମ୍ବିତ ରାତିରେ ପହଞ୍ଚତ୍ଥିଲେ। ଆମେ ଖବର ପାଇବା ପରେ ସେମାନଙ୍କୁ ତାଙ୍କ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦେଇଛୁ।
ସୂଚନାଯୋଗ୍ୟ, ବ୍ଲକ ପ୍ରଶାସନ ପକ୍ଷରୁ ଜେ.ଏନ୍‌ କଲେଜ ପରିସରରେ ସଙ୍ଗରୋଧ କେନ୍ଦ୍ର କରାଯାଇଛି। ସେଠାରେ ଅନ୍ୟ ରାଜ୍ୟରୁ ଟ୍ରେନ୍‌ ଓ ବସ୍‌ ଯୋଗେ ଆସୁଥିବା ପ୍ରବାସୀଙ୍କୁ ଗାଡ଼ିରେ ଏଠାକୁ ଅଣାଯାଇଥାଏ। ପରେ ନିଜ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଥାଏ। ଏହି କାରଣରୁ ପ୍ରବାସୀମାନେ ସେଠାରେ ଓହ୍ଲାଇ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri