ରାତାରାତି ନିର୍ମାଣ ହେଉଛି ବେଆଇନ ହମ୍ପ୍‌ସ: ପ୍ରଶାସନର ଅସହାୟତା କାରଣରୁ ଲୋକେ ହିନସ୍ତା

ଓଡ଼ଗାଁ,୨୨ା୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଓ ଶରଣକୁଳ ଥାନା ଅଞ୍ଚଳରେ ଦିନକୁ ବେଆଇନ ହମ୍ପ୍‌ସ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଘଟଣାର ଦ୍ୱାହି ଦେଇ ଲୋକେ ପ୍ରଶାସନର ବିନା ଅନୁମତିରେ ରାତାରାତି ହମ୍ପ୍‌ସ ନିର୍ମାଣ କରୁଛନ୍ତି। ନିକଟସ୍ଥ କୈବଲ୍ୟପୁର ଛକରେ କେତେକ ବ୍ୟବସାୟୀ ରାସ୍ତା ଉପରକୁ ମାଡି ଆସି ବ୍ୟବସାୟ କରୁଥିବାରୁ ସେଠାରେ ବିଭିନ୍ନ ସମୟରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବା ସ୍ବାଭାବିକ। ଏପରିସ୍ଥଳେ ସେମାନେ ରାସ୍ତା ଅବରୋଧରୁ ନିବୃତ୍ତ ହେବା ବଦଳରେ ଓଡ଼ଗାଁ-ବାହାଡ଼ାଝୋଲା ରାସ୍ତା ଉପରେ ରାତାରାତି ସିିମେଣ୍ଟ କଂକ୍ରିଟରେ ୩ଟି ହମ୍ପ୍‌ସ ନିର୍ମାଣ କରି ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛନ୍ତି। ସ୍ଥାନୀୟ ସିନେମା ହଲ ଛକରେ କେତେକ ବ୍ୟବସାୟୀ ନିଜ ଘର ଆଗରେ ଗ୍ୟାସ ସିଲିଣ୍ଡର ଓ ବେପାର ସାମଗ୍ରୀ ମହଜୁଦ କରିବା ସହିତ ରାସ୍ତା ପାର୍ଶ୍ୱ ଅବରୋଧ କରି ରଖୁଥିବାରୁ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ନିମନ୍ତେ ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୋମବାର ରାତିରେ ଉକ୍ତ ସ୍ଥାନରେ ମାତ୍ର ୨୦ ଫୁଟ ବ୍ୟବଧାନରେ ଦୁଇଟି କଂକ୍ରିଟ ହମ୍ପ୍‌ସ ନିର୍ମାଣ କରାଯିବା ସହିତ ଏହାକୁ ସୁରକ୍ଷା ନିମନ୍ତେ ରାସ୍ତା ଉପରେ ମାଙ୍କଡା ପଥର ରଖି ରାସ୍ତା ଅବରୋଧ କରାଯାଇଥିଲା। ଏ ସମ୍ପର୍କରେ ସୂଚନା ମିଳିବା ପରେ ଆମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ଫଟୋ ଉତ୍ତୋଳନ କରିଥିଲେ। ହେଲେ ସ୍ଥାନୀୟ ଲୋକେ ଫଟୋ ଉଠାଇବାକୁ ବିରୋଧ କରିବା ସହିତ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିବା କହିଥିଲେ। ଏ ନେଇ ପ୍ରତିନିଧି ପିଡବ୍ଲ୍ୟୁଡି ସହକାରୀ ଯନ୍ତ୍ରୀ ବସନ୍ତ କୁମାର ବେହେରା ଓ ଥାନା ଅଧିକାରୀ ବଂଶୀଧର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉଭୟେ ଘଟଣାସ୍ଥଳରେ ପହଞ୍ଚତ୍ ବେଆଇନ ହମ୍ପ୍‌ସ ଭାଙ୍ଗିଦେବାକୁ ଲୋକଙ୍କୁ ତାଗିଦ କରିଆସିଥିବା ପ୍ରକାଶ କରିଛନ୍ତି। ସେହିପରି ରାସ୍ତା ଉପରେ ରନ୍ଧନ ଗ୍ୟାସ ସିଲିଣ୍ଡର ବେପାର ହେଉଥିବା ନେଇ ଅଗ୍ନିଶମ ଅଧିକାରୀ ପ୍ରତାପ ପ୍ରଧାନ ଓ ବ୍ଲକ ଯୋଗାଣ ଅଧିକାରୀ ସୁବ୍ରତ କୁମାର ମଲ୍ଲିକଙ୍କୁ ପଚାରିବାରୁ ଉଭୟ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ନିକଟସ୍ଥ ନନ୍ଦିଘୋର ଓ ଶରଣକୁଳରେ ମଦ୍ୟପ ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନାରୁ ଦୁର୍ଘଟଣା ଘଟି ଦୁଇଜଣ ପ୍ରାଣ ହରାଇଥିଲେ। ହେଲେ ସେଠାରେ ଗ୍ରାମବାସୀଙ୍କ ଜିଦ୍‌ ଆଗରେ ପ୍ରଶାସନ ଅସହାୟତା ପ୍ରକାଶ କରିବା ସହିତ ନନ୍ଦିଘୋରରେ ୩୦ ଓ ଶରଣକୁଳରେ ୬ଟି ସିମେଣ୍ଟ କଂକ୍ରିଟ ହମ୍ପ୍‌ସ ନିର୍ମାଣ କରାଯାଇଥିଲା। ଏହିସବୁ ବେଆଇନ ହମ୍ପ୍‌ସ ଯୋଗୁ ଉକ୍ତ ରାସ୍ତାରେ ଯାତାୟାତ କରୁଥିବା ରୋଗୀ, ବୃଦ୍ଧାବୃଦ୍ଧ ଓ ଗର୍ଭବତୀ ମହିଳାଙ୍କ ଦୁର୍ଦ୍ଦଶା ଅବର୍ଣ୍ଣନୀୟ। ଜିଲା ପ୍ରଶାସନ ଏ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଧରଣର ଚଢ଼ାଉ: ୧୦ ଲକ୍ଷରୁ ଅଧିକ ମହୁଲ ପୋଚ ନଷ୍ଟ ; ପୋଲିସ, ଅବକାରୀ ଟିମ୍‌କୁ ଦେଖି ମାଫିଆ…

ପାଟଣା ,୨୦।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଅବକାରୀ ସୁପରିଟେଣ୍ଡେଟ୍‌ ତେଜରାତ ଯାନିଙ୍କ ନିର୍ଦ୍ଦେଶରେ ସୋମବାର ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ହୀରାପଶି ଗ୍ରାମରେ ବେଆଇନ…

ପେଟ୍ରୋଲ ପମ୍ପ ନିକଟରୁ ନବଜାତ ଶିଶୁ ଉଦ୍ଧାର, କୁକୁର ପଲ ଦେଲେ ସୁରକ୍ଷା

ଭଞ୍ଜନଗର,୨୦।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ ପେଟ୍ରୋଲ ପମ୍ପ ନିକଟରେ ସୋମବାର ଅପରାହ୍ନ ୪ଟା ସମୟରେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି…

ଅଧ୍ୟକ୍ଷ ଦାୟିତ୍ୱ ନେଲେ ଦିଲ୍ଲୀପ: କଲେଜର ଉନ୍ନତି ପ୍ରତି ଦିଆଯିବ ଧ୍ୟାନ

ଭଞ୍ଜନଗର,୨୦।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଡଃ ଦିଲ୍ଲୀପ କୁମାର ପ୍ରଧାନ ସୋମବାର ଦାୟିତ୍ୱ ନେଇଛନ୍ତି। ସେ ବାଲିପଦର…

ରାୟଗଡ଼ାରେ ବଡ଼ ଧରଣର ଡକାୟତି, ଗ୍ରିଲ୍‌ ଭାଙ୍ଗି ନେଇଗଲେ ୧୫ ଭରି ସୁନା ଅଳଙ୍କାର

ରାୟଗଡ଼ା,୨୦।୭(କୈଳାଶ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଏବେ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି l ଅଞ୍ଚଳରେ ଚୋରି, ଡକାୟତି, ରାହାଜନୀ, ଲୁଯ୍‌ ଭଳି ଘଟଣା ଦିନକୁ ଦିନ ବଢ଼ିବାରେ…

ରଥକାଠ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ: ସାନ୍ତ୍ୱନା ଦେଲେ ମହାପ୍ରଭୁ

କେସିଙ୍ଗା,୨୦।୭(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକ ଅଧିନସ୍ଥ ସିର୍ଜାପାଲି ଗ୍ରାମରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାଆଡମ୍ବରରେ ହେରାପଞ୍ଚମୀ ସୋମବାର ପାଳିତ ହୋଇଯାଇଛି। ଉକ୍ତ ଗ୍ରାମର ଶ୍ରୀପଦ୍ମନାଭ(ବଳଭଦ୍ର) ପ୍ରମୋଦ କୁମାର…

ଏହି ସ୍ଥାନରେ ୩୦୦ ବର୍ଷ ଧରି ଟଣା ହୋଇନାହିଁ ରଥ

କେନ୍ଦ୍ରାପଡ଼ା, ୨୦ା୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରଠାରୁ ୧୨ କି.ମି. ଦୂର ଇନ୍ଦୁପୁର ବଜାର। ଏଠାରୁ ଦେଢ଼ କି.ମି. ଦୂର ହାବେଳି (ପତିସାହି) ଠାରେ ଥିବା ପ୍ରାୟ ୩୦୦ବର୍ଷ…

ସୋନମ ୱାଙ୍ଗଚୁକଙ୍କୁ ଚାରିଆଡ଼ୁ ସମର୍ଥନ: ଯୁବପିଢ଼ିର ଭବିଷ୍ୟତକୁ ସୁରକ୍ଷିତ କରିବା ଦାବିରେ…

କେନ୍ଦୁଝର,୨୦।୭(ନରେଶ ଚନ୍ଦ୍ର ପଟ୍ଟନାୟକ):ଦେଶର ଶିକ୍ଷା ବ୍ୟବସ୍ଥାକୁ ବଞ୍ଚାଇବା ଏବଂ ଯୁବପିଢ଼ିର ଭବିଷ୍ୟତକୁ ସୁରକ୍ଷିତ କରିବା ଦାବିରେ ସଂଘର୍ଷ କରୁଥିବା ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ଆଜି କେନ୍ଦୁଝରରେ ଆମ…

ଧମକ ଚମକ ଦେଇ କାମରୁ ବାହାର କରି ଦେବାରୁ ଏସ୍‌ପିଙ୍କ ଦାରସ୍ଥ ହେଲେ ଆର୍ଯ୍ୟପଲ୍ଲୀ ମହିଳା

ଛତ୍ରପୁର,୨୦।୭( ଦିଲ୍ଲୀପ ସାମଲ/ ଦ୍ୱାରିକା ପଟ୍ଟନାୟକ): ୫୦ ବର୍ଷ ପୂର୍ବରୁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଥିବା ଭାଲିଆ ତୋଟାରେ ଜଗୁଆଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri