ରାଜାଘର ସୁନାମାଳ କହି ୪ ଲକ୍ଷ ଠକେଇ

ଅନୁଗୋଳ ଅଫିସ୍‌, ୪।୩- ରାଜାଘର ସୁନାମାଳ କହି ଏକ ପିତଳ ହାରକୁ ୪ ଲକ୍ଷ ଟଙ୍କାରେ ବିକ୍ରି କରିବା ପରେ ଖସି ପଳାଉଥିବା ନାଗପୁର ଶୀତଲୱାଡ଼ା ଅଞ୍ଚଳର ଶତ୍ରୁ ମୋହନ ପ୍ରଜାପତି(୩୩)ଙ୍କୁ ମଙ୍ଗଳବାର ଅନୁଗୋଳ ପୋଲିସ ଗିରଫ କରିଛି। ସମସ୍ତ ଟଙ୍କା ଜବତ କରିବା ସହ ପୋଲିସ ତାଙ୍କୁ କୋର୍ଟଚାଲାଣ କରିଛି। ଏହି ଘଟଣା ଅନୁଗୋଳ ସହରରେ ଚର୍ଚ୍ଚାର ବିଷୟ ହୋଇଛି।
ପ୍ରକାଶ ଯେ, ଅନୁଗୋଳ ସହର ଉପକଣ୍ଠ ଜାମୁନାଳି ଅଞ୍ଚଳର ନିର୍ମଳ ପଟ୍ଟନାୟକଙ୍କୁ ରାଜାଘର ସୁନାମାଳ ବିକ୍ରି କରିବାକୁ ଶତ୍ରୁମୋହନ ନାଗପୁରରୁ ଅନୁଗୋଳ ଆସିଥିଲେ। ହାର ବିକ୍ରି କରିବା ପରେ ନଗଦ ୪ ଲକ୍ଷ ଟଙ୍କା ନେଇ ସେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଏକ ସୁନା ଦୋକାନରେ ହାର ପରୀକ୍ଷା କରି ତାହା ପିତଳ ବୋଲି ଜାଣିବା ପରେ ନିର୍ମଳଙ୍କ ପାଦତଳୁ ଯେପରି ମାଟି ଖସି ଯାଇଥିଲା। ସେ ତୁରନ୍ତ ଅନୁଗୋଳ ଥାନାକୁ ଆସି ଠକେଇ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଅନୁଗୋଳ ବସ୍‌ଷ୍ଟାଣ୍ଡରୁ ଅଭିଯୁକ୍ତ ଶତ୍ରୁମୋହନକୁ ଠାବ କରିଥିଲା। ତାଙ୍କୁ ଥାନାକୁ ଆଣି ପଚରା ଉଚରା କରିବାରୁ ସେ ଠକେଇ ନେଇ ସ୍ବୀକାର କରିଥିବା ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିତୁ ମୁଣ୍ଡାଙ୍କୁ ମିଳିଲା ନ୍ୟାୟ: ମଲ୍ଲିପଶି ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ, ନବୀନଙ୍କ ହସ୍ତକ୍ଷେପ ପରେ…

ପାଟଣା,୨୩।୬(ବୀର କିଶୋର ଦାଶ): କେନ୍ଦୁଝରର ଜିତୁ ମୁଣ୍ଡାଙ୍କ କେସ୍‌ରେ ଅବହେଳା ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ ହୋଇଛନ୍ତି। କେନ୍ଦୁଝର ଜିଲା ମଲ୍ଲୀପଶି ସ୍ଥିତ ଓଡ଼ିଶା…

ସ୍କୁଲରୁ ଲଗାତର ଚୋରି, ଦୁର୍ବୃତ୍ତମାନଙ୍କୁ ଧରିବାରେ ପୋଲିସ ବିଫଳ

ଅମରପାଲି,୨୩ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ୍‌ ଅନ୍ତର୍ଗତ ବହଳପଦର କ୍ଲଷ୍ଟରର ଭାଲୁଡୁଙ୍ଗୁରୀ ସରକାରୀ ୟୁପି ସ୍କୁଲରେ ବାରମ୍ବାର ଚୋରି ହେଉଥିବାବେଳେ ଏ ପର୍ଯ୍ୟନ୍ତ ଦୁର୍ବୃତ୍ତମାନଙ୍କୁ ଧରିବାରେ…

ଶିକ୍ଷାବିତ୍‌ଙ୍କ ଅକାଳ ବିୟୋଗ: ଚକ୍ଷୁ ଦାନ କରି ସାଜିଲେ ଉଦାହରଣ

ନୂଆପଡ଼ା/ସିନାପାଲି,୨୩ା୬(ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଅଞ୍ଚଳର ଶିକ୍ଷାବିତ୍‌ ଜଗନ୍ନାଥ ନାୟକଙ୍କ ୫୨ ବର୍ଷ ବୟସରେ ରବିବାର ଅକାଳ ବିୟୋଗ ଘଟିଛି। ଛାତିରେ ଯନ୍ତ୍ରଣା ଅନୁଭବ…

ଅଟୋ ରାଲି ଶୁଭାରମ୍ଭରେ ତ୍ରିରଙ୍ଗା ଉଡାଇଲେ ବିଧାୟକ, ଭିଡିଓ ଭାଇରାଲ ପରେ…

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅଟୋରିକ୍ସା ମାଲିକ ସଂଘ ରବିବାର ସଂଘର ୨୭ତମ ବାର୍ଷିକ ଉତ୍ସବ ପାଳନ କରିଥିଲା। ଏହି ଅବସରରେ ସକାଳ ପ୍ରାୟ ୮ଟାରେ ବରଗଡ଼…

ବିକ୍ରି ନ ହୋଇ ଖୋଲା ଆକାଶ ତଳେ ପଡିରହିଛି ଧାନ: ମାଡ଼ି ଆସିଲା ବର୍ଷା

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭ କରିବା ସମୟ ଆସି ଯାଇଛି। ହେଲେ ଟୋକନ ସମସ୍ୟା ଯୋଗୁ ଏପର୍ଯ୍ୟନ୍ତ ରବିରେ ଅମଳ ଧାନକୁ ଅନେକ ଚାଷୀ ବିକ୍ରି…

ଦାଦନ ଖଟିବାକୁ ଯାଇଥିଲେ ଗୋଆ, ୪ ମହଲା କୋଠାରୁ ଖସି ପଡ଼ି ଚାଲିଗଲା ଗଣେଶଙ୍କ ଜୀବନ

ମୋହନା, ୨୩।୬( ମନ୍ମଥ ମିଶ୍ର ): ଦାଦନ ଖଟିବାକୁ ଯାଇଥିଲେ ଗୋଆ । ହେଲେ ୪ ମହଲା ଅଟ୍ଟାଳିକାରୁ ତଳକୁ ଖସି ପଡ଼ିବାରୁ ଦାଦନ ଶ୍ରମିକଙ୍କ ମୃତ୍ୟୁ…

ଅବୈଜ୍ଞାନିକ, ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି : ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ…

ବଲାଙ୍ଗୀର ,୨୩।୬ (ସୁନିଲ କୁମାର ମହାନ୍ତି): ଓଡ଼ିଶା ଭଳି ଏକ ଆଦିବାସୀ ଅଧ୍ୟୁଷିତ ରାଜ୍ୟରେ ଉତ୍ତମ ସରକାରୀ ଶିକ୍ଷା ଅତ୍ୟନ୍ତ ଜରୁରୀ ଥିବା ସତ୍ତ୍ୱେ ଗତ ସରକାର…

ବଜ୍ରାଘାତରେ ଜଳିଗଲା ମାଉସୀ ମା’ ମନ୍ଦିରର ପତାକା: ଚିନ୍ତାରେ ଭକ୍ତ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ସହିତ ବର୍ଷା ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ହୋଇଥିବା ବଜ୍ରପାତରେ ଜିଲାର ଭଟଲିସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri