ରାଜପଥ ଲୁଟେରା ଗିରଫ:୨ ଖଣ୍ଡା, ୧ ବାଇକ୍‌ ଜବତ

ନୟାଗଡ଼ ଅଫିସ,୨୨ା୫-ନୟାଗଡ଼ ଟାଉନ ପୋଲିସ ସୋମବାର ଜଣେ ରାଜପଥ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଲୁଟେରା ହେଲେ ପୁରୁଣା ଘଡ଼ୁଆଳ ଗ୍ରାମର ଅମୂଲ୍ୟ ମଲ୍ଲିକ (୨୨) ଓରଫ ରାଜା। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ନୟାଗଡ଼ ଏସ୍‌ଡ଼ିପିଓ ନିରଞ୍ଜନ ପାଢୀ।
ମିଳିଥିବା ସୂଚନା ଅନୁସାରେ, ରାଜା ଶରଣକୁଳ ଥାନା ଅସୁରଢ଼ିପା ଗ୍ରାମର ତାଙ୍କ ମାମୁ ବିଭୂତି ମଲ୍ଲିକ, ଅନ୍ୟ ଦୁଇ ସହଯୋଗୀ ବିଭୂତି ଭୂଷଣ ବିଶ୍ୱାଳ ଓ ବବୁଲ ବିଶ୍ୱାଳଙ୍କ ସହିତ ମିଶି ଜାତୀୟ ଓ ରାଜ୍ୟ ରାଜପଥରେ ଲୁଟ୍‌ କରନ୍ତି। ସମ୍ପୃକ୍ତ ଲୁଟେରାମାନେ ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ-୫୭ ଓ ରାଜ୍ୟ ରାଜପଥ-୨୧ରେ ଯାତ୍ରୀଙ୍କ ଠାରୁ ଲୁଟ୍‌ପାଟ କରନ୍ତି। ପୂର୍ବରୁ ୩ ଜଣଙ୍କୁୁ ଦଶପଲ୍ଲା ପୋଲିସ ଗିରଫ କରିଥିବା ବେଳେ ରାଜା ଫେରାର୍‌ ଥିଲେ। ୩ ଜଣଙ୍କୁ ପଚରାଉଚରା କରିବା ପରେ ରାଜା ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଥିଲା। ପରେ ପୋଲିସ ସୋମବାର ରାଜାଙ୍କ ଗ୍ରାମ ପୁରୁଣା ଘଡ଼ୁଆଳରେ ଚଢ଼ାଉ କରି ତାକୁ ଗିରଫ କରିଥିଲା। ତାଙ୍କଠାରୁ ଦୁଇଟି ଖଣ୍ଡା ଓ ଗୋଟିଏ ପଲସର ବାଇକ୍‌ ଜବତ କରିଥିଲା। ରାଜାଙ୍କ ନାମରେ ଓଡ଼ଗାଁ ଥାନାରେ ୩ଟି ମାମଲା ଥିବା ବେଳେ ଶରଣକୁଳ ଥାନାରେ ଗୋଟିଏ ଓ ନୟାଗଡ଼ ଥାନାରେ ଗୋଟିଏ ମାମଲା ରହିଛି। ଗତ ୨୫ ଫେବୃୟାରୀରେ ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀ ଯୁଧିଷ୍ଠିର ଛୁଆଳସିଂ ଟଙ୍କା ନେଇ ଯାଉଥିବା ବେଳେ ରାଜା ଗ୍ୟାଙ୍ଗ ତାଙ୍କୁ ବାଡ଼ୋଇବା ସହିତ ତାଙ୍କ ଠାରୁ ୧୬,୬୮୦ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ। ଏ ନେଇ ନୟାଗଡ଼ ଥାନାରେ ୩୦/୧୯ରେ ମାମଲା ରୁଜୁ କରାଯାଇଥିଲା। ଟାଉନ ପୋଲିସ ଏହି ଘଟଣାର ତଦନ୍ତ କରି ରାଜା ଏଥିରେ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲା। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋହିଗାଁ’ରୁ ବନ୍ଧାହେଲେ ୨୦ ଜୁଆଡି: ୫ ଲକ୍ଷ ୪୪ ହଜାର ଟଙ୍କା ସହ…

ବ୍ରହ୍ମପୁର, ୪/୬(ସୁବାସ ଚନ୍ଦ୍ର ପାଢ଼ୀ): ସଦର ଥାନା ପୋଲିସ ବୁଧବାର ବିଳମ୍ବିତ ରାତିରେ ରୋହିଗାଁରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡାରେ ଚଢାଉ କରିଥିଲା। ସେଠାରୁ…

ବଳଭଦ୍ର ଜୈବିକ ଚାଷ ମିଶନ ପାଇଁ ଦାରିଙ୍ଗବାଡି ମନୋନୀତ:ଚାଷ ପାଇଁ ଅଣ୍ଟା ଭିଡ଼ିଲେ ଚାଷୀ

ଦାରିଙ୍ଗବାଡି, ୪।୬ (ଅରୁଣ ସାହୁ): କାଳବୈଶାଖୀ ବର୍ଷା ଚାଷୀଙ୍କ ପାଇଁ ଆଣିଛି ଖୁସିର ମୂହୁର୍ତ୍ତ। ପ୍ରଚଣ୍ଡ ଖରାରେ ଚାଷ ଜମି ଫାଟି ଆଁ କରିଥିବାବେଳେ ଏବେ ବର୍ଷା…

କାଠଯୋଡି ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର: ବ୍ୟାଗ-ଚପଲ ରଖି…

କଟକ,୪।୬(ପ୍ରଭୁକଲ୍ୟାଣ ପାଲ୍‌): କାଠଯୋଡି ନଦୀରୁ ପୁଣି ଏକ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। କଟକ ତ୍ରିଶୁଳିଆ ପୋଲ ତଳେ ଭାସୁଛି ମହିଳାଙ୍କ ମୃତଦେହ। ଉଦ୍ଧାର କଲା ଅଗ୍ନିଶମ…

ଅକାମୀ ହୋଇପଡ଼ିଛି ବିଦ୍ୟୁତ ଟ୍ରାନ୍ସଫର୍ମର: ୧୫ ଦିନ ହେଲା ଅନ୍ଧାରରେ ଗ୍ରାମବାସୀ

ଆର. ଉଦୟଗିରି,୪।୬(ମନୋଜ କୁମାର ପାଢୀ):ଅକାମୀ ହୋଇଛି ବିଦ୍ୟୁତ ଟ୍ରାନ୍ସଫର୍ମର। ୧୫ ଦିନ ହେଲା ଅନ୍ଧାରରେ ଗ୍ରାମବାସୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗଜପତି ଜିଲା…

ବାଦ୍ୟଯନ୍ତ୍ର ନିର୍ମାଣରେ ସିଦ୍ଧହସ୍ତ ରତ୍ନାକର: ପ୍ରୋତ୍ସାହନ ଅଭାବରୁ ବିତୁଛି ଅବହେଳିତ ଜୀବନ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ):ପଶ୍ଚିମ ଓଡ଼ିଶାର ଲୋକକଳାର ବିଭିଧତା ଓ ବିଭବତାକୁ ନେଇ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଛି। ଦ୍ୱିତୀୟତଃ ଲୋକକଳା ଅଛି…

ମିଲର୍ସଙ୍କ ମର୍ଜିରେ ଚାଲିଛି ଧାନକିଣା: ଗର୍ଜିଲେ ଚାଷୀ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ସପ୍ତାହକ ପରେ ଏହି ପ୍ରକ୍ରିୟାକୁ ମାସେ ବିତିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନ ସଂଗ୍ରହ…

ଛତ୍ରପୁର ମହୋତ୍ସବର ତୃତୀୟ ସନ୍ଧ୍ୟା: ଦୀପ୍ତିରେଖା-କୁଲଦୀପଙ୍କ ଗୀତରେ ବିଭୋର ହେଲେ ଶ୍ରୋତା

ଛତ୍ରପୁର,୩ା୬(ଦିଲ୍ଲୀପ ସାମଲ): ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅବସରରେ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଦ୍‌ଜୀବିତ କରିବା ଲକ୍ଷ୍ୟ…

ହୀରାକୁଦରେ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ଯୁବକ ଗୁରୁତର

ସମ୍ବଲପୁର,୩ା୬(ପ୍ରମୋଦ ବହିଦାର): ହୀରାକୁଦରେ ପୂର୍ବ ଶତ୍ରୁତା ଓ ବାରମ୍ବାର ଗଣ୍ଡଗୋଳକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ବୁର୍ଲା ଭମ୍‌ସାରରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri