ରାଜନୀତିର ପଶାପାଲିରେ ଶ୍ରମଜୀବୀ

ପାରାଦୀପ,୧ା୫(ସ୍ବ.ପ୍ର.): ପ୍ରତିବର୍ଷ ମେ ୧ ବା ଶ୍ରମିକ ଦିବସର ଅବବ୍ୟହିତ ପୂର୍ବରୁ ଶ୍ରମିକ ସମାବେଶ ପାଇଁ ଏକପ୍ରକାର ପ୍ରତିଯୋଗିତା ଚାଲେ। ପାରାଦୀପ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳରେ ଅନ୍ୟୁନ ୫୦ରୁ ଅଧିକ ଶ୍ରମିକ ସଙ୍ଗଠନ ରହିଛି। ଅଧିକାଂଶ ଆଗଧାଡ଼ିର ସଙ୍ଗଠନ ମଧ୍ୟରେ ଶ୍ରମିକ ଦିବସ ପାଇଁ ପ୍ରାୟ ସପ୍ତାହେ ପୂର୍ବରୁ ପ୍ରସ୍ତୁତି ଚାଲେ। ବ୍ୟାପକ ପ୍ରଚାର-ପ୍ରସାର କରାଯାଏ। କିନ୍ତୁ ଚଳିତବର୍ଷ ସାଧାରଣ ନିର୍ବାଚନ ପାଇଁ ସେପରି ସମାବେଶ ହେବନାହିଁ ବୋଲି ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଜଣାଯାଇଛି।

ଦିନ ଥିଲା ମାଲିକଙ୍କ ବିରୋଧରେ ମୂଲିଆମାନେ କେବେ ସ୍ବରୋତ୍ତଳନ କରିପାରିପାରୁ ନ ଥିଲେ। ସେମାନେ ଦୈନିକ ୮ରୁ ଊର୍ଦ୍ଧ୍ୱ ଘଣ୍ଟା କାମ କରିବା ସହ ବହୁ ନିର୍ଯାତନାର ଶୀକାର ହେଉଥିଲେ। ୧୮୮୬ ମେ ୪ରେ ଆମେରିକାର ହେମାର୍କେଟରେ ଶ୍ରମିକମାନେ ଏକତ୍ରିତ ହୋଇ ୮ ଘଣ୍ଟା ଶ୍ରମ ଦାବିରେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ। ତତ୍କାଳୀନ ସରକାର ଉକ୍ତ ଆନ୍ଦୋଳନକୁ ଦମନ କରିବା ପାଇଁ ପୋଲିସ ସହାୟତାରେ ଆନ୍ଦୋଳନକାରୀଙ୍କୁ ଗୁଳି କରିଥିଲେ। ସେଥିରେ ହଜାର ହଜାର ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହା ସତ୍ତ୍ୱେ ଆନ୍ଦୋଳନ ଥମି ନ ଥିଲା। ମୃତ ଶ୍ରମିକଙ୍କ ରକ୍ତ ଲଗା ପୋଷାକକୁ ହାତରେ ଧରି ଶ୍ରମିକମାନେ ତୀବ୍ର ଆନ୍ଦୋଳନ କରିବା ଫଳରେ ସରକାର ନରମିଥିଲେ ଓ ୮ ଘଣ୍ଟା ଶ୍ରମ ଦିବସ ଲାଗୁ କରିଥିଲେ। ସେଥିପାଇଁ ଆଜି ମଧ୍ୟ ଶ୍ରମିକମାନଙ୍କ ଆନ୍ଦୋଳନ ବେଳେ ପ୍ରାୟତଃ ନାଲି ପତାକା ପ୍ରଦର୍ଶନ ହୁଏ। ସେହି ଗୋତିମୁକ୍ତ ଦିବସକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ମେ ୧ରେ ଶ୍ରମିକ ଦିବସ ପାଳିତ ହୋଇଆସୁଛି। ଆମ ଦେଶରେ ମଧ୍ୟ ମେ ୧ରେ ଶ୍ରମିକ ଦିବସ ପାଳିତ ହେଉଛି। ଶ୍ରମଜୀବୀ ଜନତାଙ୍କୁ ନେଇ ତଥାକଥିତ ନେତାମାନେ ଏହି ଅବସରରେ ଆଖିଦୃଶିଆ କାର୍ଯ୍ୟକ୍ରମ କରନ୍ତି। ପ୍ରତ୍ୟେକ ରାଷ୍ଟ୍ରାୟତ ଉଦ୍ୟୋଗଠାରୁ ଆରମ୍ଭ କରି ଘରୋଇ ସଂସ୍ଥାଗୁଡିକ ସେହି ମେ ୧କୁ ଛୁଟିଦିବସ ଘୋଷଣା କରିଥାନ୍ତି। ଭାରତରେ ୧୯୯୧ ଜୁନ୍‌ ୨୧ରେ ଜଗତିକରଣ, ଘରୋଇକରଣ ଓ ଉଦାରୀକରଣ ବ୍ୟବସ୍ଥା ଲାଗୁ ହୋଇଥିଲା। ସେବେଠାରୁ ସରକାରୀ ସଂସ୍ଥାଗୁଡିକ କ୍ରମଶଃ ଘରୋଇକରଣ ହେବାରେ ଲାଗିଛି ଓ ୨୦୦୪ ସେପ୍ଟେମ୍ବରଠାରୁ ସରକାରୀ ଚାକିରି କ୍ଷେତ୍ରରେ ଅଙ୍କୁଶ ଲାଗିଛି। ଏବେ ସବୁଠି ଘରୋଇ, କମ୍ପାନୀ କିମ୍ବା ଠିକାସଂସ୍ଥା ଦ୍ୱାରା ପ୍ରାୟ କାମ ସମ୍ପାଦିତ ହେଉଛି। ସେଥିରେ ବିଭିନ୍ନ ବର୍ଗର ଶ୍ରମିକ ଓ କର୍ମଚାରୀଙ୍କ ପାଇଁ ଶ୍ରମ ଆଇନ ଅଛି। କିନ୍ତୁ ଏହା ସତ୍ତ୍ୱେ ଅଧିକାଂଶ କମ୍ପାନୀ ଓ ଠିକାସଂସ୍ଥା ଶ୍ରମିକଙ୍କୁ ଶୋଷଣ କରୁଥିବା ବହୁବାର ଅଭିଯୋଗ ହେଉଛି। ସେହି ଶୋଷଣ ବିରୋଧରେ ଶ୍ରମିକମାନେ ସଂଘୀୟ ବ୍ୟବସ୍ଥାରେ ଆନ୍ଦୋଳନ କରିବାବେଳେ ସେଥିରୁ ଜନ୍ମ ନେଉଛନ୍ତି ନେତା। ଏହି ଶ୍ରମିକନେତାମାନେ ସମୟକ୍ରମେ ଶୋଷକରୁ ଶାସକ ପଦବୀକୁ ଯାଉଛନ୍ତି। କିନ୍ତୁ ଯେଉଁ ଶ୍ରମିକମାନଙ୍କ ବଳରେ ସେମାନେ ବଳିୟାନ ହେଉଛନ୍ତି, ସମୟକ୍ରମେ ସେମାନଙ୍କୁ ଉପେକ୍ଷା କରୁଛନ୍ତି। ଚଳିତଥର ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟା ଆଳରେ ଶ୍ରମିକମାନଙ୍କ ସେହି ସ୍ମରଣୀୟ ଦିବସ ପାଳନ ସେତେଟା  ଆକର୍ଷଣୀୟ ହେଉ ନ ଥିବା ମନେ ହେଉଛି। ଅବଶ୍ୟ କେତେକ ଶ୍ରମିକ ସଙ୍ଗଠନ ଧର୍ମରକ୍ଷା ଭଳି କାର୍ଯ୍ୟକ୍ରମ ସେମାନଙ୍କ ସଂଘ ପରିସରରେ କରିବେ ବୋଲି ସୂଚନା ମିଳିଛି। କିନ୍ତୁ ବିଗତବର୍ଷ ପରି ଆଡମ୍ବରପୂର୍ଣ୍ଣ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?