ରାଜନୀତିର ପଶାପାଲିରେ ଶ୍ରମଜୀବୀ

ପାରାଦୀପ,୧ା୫(ସ୍ବ.ପ୍ର.): ପ୍ରତିବର୍ଷ ମେ ୧ ବା ଶ୍ରମିକ ଦିବସର ଅବବ୍ୟହିତ ପୂର୍ବରୁ ଶ୍ରମିକ ସମାବେଶ ପାଇଁ ଏକପ୍ରକାର ପ୍ରତିଯୋଗିତା ଚାଲେ। ପାରାଦୀପ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳରେ ଅନ୍ୟୁନ ୫୦ରୁ ଅଧିକ ଶ୍ରମିକ ସଙ୍ଗଠନ ରହିଛି। ଅଧିକାଂଶ ଆଗଧାଡ଼ିର ସଙ୍ଗଠନ ମଧ୍ୟରେ ଶ୍ରମିକ ଦିବସ ପାଇଁ ପ୍ରାୟ ସପ୍ତାହେ ପୂର୍ବରୁ ପ୍ରସ୍ତୁତି ଚାଲେ। ବ୍ୟାପକ ପ୍ରଚାର-ପ୍ରସାର କରାଯାଏ। କିନ୍ତୁ ଚଳିତବର୍ଷ ସାଧାରଣ ନିର୍ବାଚନ ପାଇଁ ସେପରି ସମାବେଶ ହେବନାହିଁ ବୋଲି ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଜଣାଯାଇଛି।

ଦିନ ଥିଲା ମାଲିକଙ୍କ ବିରୋଧରେ ମୂଲିଆମାନେ କେବେ ସ୍ବରୋତ୍ତଳନ କରିପାରିପାରୁ ନ ଥିଲେ। ସେମାନେ ଦୈନିକ ୮ରୁ ଊର୍ଦ୍ଧ୍ୱ ଘଣ୍ଟା କାମ କରିବା ସହ ବହୁ ନିର୍ଯାତନାର ଶୀକାର ହେଉଥିଲେ। ୧୮୮୬ ମେ ୪ରେ ଆମେରିକାର ହେମାର୍କେଟରେ ଶ୍ରମିକମାନେ ଏକତ୍ରିତ ହୋଇ ୮ ଘଣ୍ଟା ଶ୍ରମ ଦାବିରେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ। ତତ୍କାଳୀନ ସରକାର ଉକ୍ତ ଆନ୍ଦୋଳନକୁ ଦମନ କରିବା ପାଇଁ ପୋଲିସ ସହାୟତାରେ ଆନ୍ଦୋଳନକାରୀଙ୍କୁ ଗୁଳି କରିଥିଲେ। ସେଥିରେ ହଜାର ହଜାର ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହା ସତ୍ତ୍ୱେ ଆନ୍ଦୋଳନ ଥମି ନ ଥିଲା। ମୃତ ଶ୍ରମିକଙ୍କ ରକ୍ତ ଲଗା ପୋଷାକକୁ ହାତରେ ଧରି ଶ୍ରମିକମାନେ ତୀବ୍ର ଆନ୍ଦୋଳନ କରିବା ଫଳରେ ସରକାର ନରମିଥିଲେ ଓ ୮ ଘଣ୍ଟା ଶ୍ରମ ଦିବସ ଲାଗୁ କରିଥିଲେ। ସେଥିପାଇଁ ଆଜି ମଧ୍ୟ ଶ୍ରମିକମାନଙ୍କ ଆନ୍ଦୋଳନ ବେଳେ ପ୍ରାୟତଃ ନାଲି ପତାକା ପ୍ରଦର୍ଶନ ହୁଏ। ସେହି ଗୋତିମୁକ୍ତ ଦିବସକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ମେ ୧ରେ ଶ୍ରମିକ ଦିବସ ପାଳିତ ହୋଇଆସୁଛି। ଆମ ଦେଶରେ ମଧ୍ୟ ମେ ୧ରେ ଶ୍ରମିକ ଦିବସ ପାଳିତ ହେଉଛି। ଶ୍ରମଜୀବୀ ଜନତାଙ୍କୁ ନେଇ ତଥାକଥିତ ନେତାମାନେ ଏହି ଅବସରରେ ଆଖିଦୃଶିଆ କାର୍ଯ୍ୟକ୍ରମ କରନ୍ତି। ପ୍ରତ୍ୟେକ ରାଷ୍ଟ୍ରାୟତ ଉଦ୍ୟୋଗଠାରୁ ଆରମ୍ଭ କରି ଘରୋଇ ସଂସ୍ଥାଗୁଡିକ ସେହି ମେ ୧କୁ ଛୁଟିଦିବସ ଘୋଷଣା କରିଥାନ୍ତି। ଭାରତରେ ୧୯୯୧ ଜୁନ୍‌ ୨୧ରେ ଜଗତିକରଣ, ଘରୋଇକରଣ ଓ ଉଦାରୀକରଣ ବ୍ୟବସ୍ଥା ଲାଗୁ ହୋଇଥିଲା। ସେବେଠାରୁ ସରକାରୀ ସଂସ୍ଥାଗୁଡିକ କ୍ରମଶଃ ଘରୋଇକରଣ ହେବାରେ ଲାଗିଛି ଓ ୨୦୦୪ ସେପ୍ଟେମ୍ବରଠାରୁ ସରକାରୀ ଚାକିରି କ୍ଷେତ୍ରରେ ଅଙ୍କୁଶ ଲାଗିଛି। ଏବେ ସବୁଠି ଘରୋଇ, କମ୍ପାନୀ କିମ୍ବା ଠିକାସଂସ୍ଥା ଦ୍ୱାରା ପ୍ରାୟ କାମ ସମ୍ପାଦିତ ହେଉଛି। ସେଥିରେ ବିଭିନ୍ନ ବର୍ଗର ଶ୍ରମିକ ଓ କର୍ମଚାରୀଙ୍କ ପାଇଁ ଶ୍ରମ ଆଇନ ଅଛି। କିନ୍ତୁ ଏହା ସତ୍ତ୍ୱେ ଅଧିକାଂଶ କମ୍ପାନୀ ଓ ଠିକାସଂସ୍ଥା ଶ୍ରମିକଙ୍କୁ ଶୋଷଣ କରୁଥିବା ବହୁବାର ଅଭିଯୋଗ ହେଉଛି। ସେହି ଶୋଷଣ ବିରୋଧରେ ଶ୍ରମିକମାନେ ସଂଘୀୟ ବ୍ୟବସ୍ଥାରେ ଆନ୍ଦୋଳନ କରିବାବେଳେ ସେଥିରୁ ଜନ୍ମ ନେଉଛନ୍ତି ନେତା। ଏହି ଶ୍ରମିକନେତାମାନେ ସମୟକ୍ରମେ ଶୋଷକରୁ ଶାସକ ପଦବୀକୁ ଯାଉଛନ୍ତି। କିନ୍ତୁ ଯେଉଁ ଶ୍ରମିକମାନଙ୍କ ବଳରେ ସେମାନେ ବଳିୟାନ ହେଉଛନ୍ତି, ସମୟକ୍ରମେ ସେମାନଙ୍କୁ ଉପେକ୍ଷା କରୁଛନ୍ତି। ଚଳିତଥର ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟା ଆଳରେ ଶ୍ରମିକମାନଙ୍କ ସେହି ସ୍ମରଣୀୟ ଦିବସ ପାଳନ ସେତେଟା  ଆକର୍ଷଣୀୟ ହେଉ ନ ଥିବା ମନେ ହେଉଛି। ଅବଶ୍ୟ କେତେକ ଶ୍ରମିକ ସଙ୍ଗଠନ ଧର୍ମରକ୍ଷା ଭଳି କାର୍ଯ୍ୟକ୍ରମ ସେମାନଙ୍କ ସଂଘ ପରିସରରେ କରିବେ ବୋଲି ସୂଚନା ମିଳିଛି। କିନ୍ତୁ ବିଗତବର୍ଷ ପରି ଆଡମ୍ବରପୂର୍ଣ୍ଣ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri