ରାଜଧାନୀରେ ବାହୁଡ଼ାଯାତ୍ରା

ଭୁବନେଶ୍ୱର,୧୩।୭(ବ୍ୟୁରୋ): ପୁରୀ ଶ୍ରୀମନ୍ଦିରର ରୀତିନୀତି ଅନୁଯାୟୀ ଶେଷ ହୋଇଛି ରାଜଧାନୀ ପ୍ରସିଦ୍ଧ ଇସ୍କନ ମନ୍ଦିର ରଥଯାତ୍ରା। ଆନନ୍ଦ ଉଲ୍ଲାସ ମଧ୍ୟରେ ଲକ୍ଷାଧିକ ଭକ୍ତ ଶ୍ରୀଜୀଉଙ୍କୁ ରଥରେ ବସାଇ ସ୍ବମନ୍ଦିରକୁ ନେଇଆସିଛନ୍ତି। ସକାଳ ପ୍ରାୟ ୪ଟା ୧୫ରେ ମଙ୍ଗଳଆଳତି ପରେ ୧୦ଟାରେ ରଥ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହାପରେ ମଧ୍ୟାହ୍ନ ୧୨ଟା ୩୦ରେ ରଥ ଉପରକୁ ତିନିଠାକୁର ପହଣ୍ଡି ବିଜେ କରିଥିଲେ। ଅପରାହ୍ନ ୨ଟାରେ ଭକ୍ତିଗୌରବ ନାରାୟଣ ସ୍ବାମୀ ମହାରାଜଙ୍କ ଦ୍ୱାରା ତିନି ରଥରେ ଛେରାପହଁରା ହେବାପରେ ୩ଟା ୩୫ରୁ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମେ ବଳଭଦ୍ରଙ୍କ ରଥ ଗୁଣ୍ଡିଚା ମନ୍ଦିର ଛାଡିବା ପରେ ଦେବୀ ସୁଭଦ୍ରା ଏବଂ ପରେ ବଡ଼ଠାକୁର ଘର ବାହୁଡିଥିଲେ। ସନ୍ଧ୍ୟା ୬ଟା ୩୦ ସୁଦ୍ଧା ସମସ୍ତ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚତ୍ୟାଇଥିଲା। ଏହି ଅବସରରେ ପୋଲିସ କମିଶନର ସତ୍ୟଜିତ ମହାନ୍ତି, ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ଦ୍ୱାରା ରଥଟଣା ଶୁଭାରମ୍ଭ ହୋଇଥିଲା। ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ୮ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ ହୋଇଥିବାବେଳେ ମହିଳାଙ୍କ ସୁରକ୍ଷା ପାଇଁ ୨୫ରୁ ଊର୍ଦ୍ଧ୍ୱ ମହିଳା କନଷ୍ଟେବଳ ନିୟୋଜିତ ହୋଇଥିଲେ। ସୋମବାର ସନ୍ଧ୍ୟା ୫ଟା ୩୦ରୁ ଶ୍ରୀଜୀଉଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ। ଏଥିସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।
ବିଭିନ୍ନ ସ୍ଥାନରେ ରଥଟଣା
ଚନ୍ଦ୍ରଶେଖରପୁରସ୍ଥିତ ଆର୍‌ସିଏମ୍‌ ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ବାହୁଡା ଯାତ୍ରା ବେଶ୍‌ ଧୁମ୍‌ଧାମରେ ଅନୁଷ୍ଠିତ ହୋଇଥିଲା। ପ୍ରେସ୍‌ଛକସ୍ଥିତ ମାଉସୀ ମା’ ମନ୍ଦିରରୁ ତିନି ଠାକୁରଙ୍କ ପହଣ୍ଡି ପରେ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା। ସେହିଭଳି କିସ୍‌ ଜଗନ୍ନାଥ ମନ୍ଦିର ପକ୍ଷରୁ ବାହୁଟାଯାତ୍ରା ସମ୍ପନ୍ନ ହୋଇଛି। ହଜାର ହଜାର ଶ୍ରଦ୍ଧାଳୁ ଶିଖରଚଣ୍ଡୀ ମନ୍ଦିର ପାଦଦେଶରେ ଥିବା ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀଜୀଉଙ୍କୁ ରଥରେ ବସାଇ ସ୍ବମନ୍ଦିର ପର୍ଯନ୍ତ ଆଣିଥିଲେ। ଅପରାହ୍ନ ୩ଟା ସୁଦ୍ଧା ସମସ୍ତ ରୀତିନୀତି ଶେଷ ହେବାପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟା ପୂର୍ବରୁ ରଥ ମନ୍ଦିରରେ ପହଞ୍ଚତ୍ଥିଲା। ଏହାବ୍ୟତୀତ ପଟିଆଗଡ, ୟୁନିଟ୍‌-୮ ଓୟୁଏଟି କଲୋନୀ ଜଗନ୍ନାଥ ମନ୍ଦିର, ଭିଏସ୍‌ଏସ୍‌ଏସ୍‌ ନଗର, ଶହୀଦ ନଗର, ଗାଡ଼କଣ, ବାଣୀବିହାର, ଜାଗମରା ଧର୍ମବିହାର, ସିଆରପିଏଫ୍‌ କ୍ୟାମ୍ପସ, ଡେଲ୍‌ଟା ଜଳେଶ୍ୱର ମନ୍ଦିର, ୟୁନିଟ-୫ ଜଣ୍ଡେଶ୍ୱର, ଚନ୍ଦ୍ରଶେଖରପୁର ହାଉର୍ସିଂ ବୋର୍ଡ କଲୋନୀ, ପୁରୁଣା ଭୁବନେଶ୍ୱରର ଦର୍ଜି ସାହି, ରସୁଲଗଡ, ଖଣ୍ଡଗିରି ଦିବ୍ୟ ଜୀବନ ସଂଘ, କୋଳଥିଆ, ଭରତପୁର, ଡୁମୁଡୁମା, ସତ୍ୟନଗର, ରଘୁନାଥ ନଗର, ଆଇଗିଣିଆ, ଭଗବାନପୁର, ରେତଙ୍ଗ, ରିିଜିଓନାଲ ସାଇନ୍ସ ପାର୍କ ବସ୍ତି, ରେଣ୍ଟାଲ କଲୋନୀ, ଶୈଳଶ୍ରୀ ବିହାରଠାରେ ମହାସମାରୋହରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥିଲା।
ପୁରୁଣା ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡା ଅନୁଷ୍ଠିତ ହୋଇଯାଇଛି। ରାଜଧାନୀ ଉପକଣ୍ଠ ପୂବା ଶାସନ ଗଁ।ରେ ଶ୍ରୀ ପତିତପାବନ ଜୀଉ, ନବଦିନାତ୍ମକ ଯାତ୍ରା ଶେଷ କରି ଗୋପୀନାଥଦେବ ମନ୍ଦିରରେ ପହଞ୍ଚତ୍ ଥିଲେ। ରଥରେ ପଣ୍ଡିତ ପ୍ରମୋଦ ଶତପଥୀ ଛେରାପହଁରା କରିଥିଲେ। ବଡଦାଣ୍ଡ ସାହିରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କମିଟି ପକ୍ଷରୁ ଏବଂ ଜମ୍ବେଶ୍ୱର ପାଟଣା, ଭୀମଟାଙ୍ଗୀ ଆଦି ଅଞ୍ଚଳରେ ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଶୁକ୍ରବାର ବାହୁଡ଼ା ଯାତ୍ରା ଅନୁଯାତ୍ରା ହୋଇଯାଇଛି। ବାଲିଅନ୍ତା, ଅଣ୍ଡିଲୋ, ମାଟିକୋଟ, ଅଟଳା କୋଟକଣା, ପାଟଣା, ଧବଳାହାର, ଭିଙ୍ଗାରପୁର, କେନ୍ଦୁଲି, ବେଣୁପୁର, ଖୁଣ୍ଟିଆ ସାହି ଓ ଜଗନ୍ନାଥ ଛକ ସମେତ ନହରକଣ୍ଟା ଆଦି ଗ୍ରାମରେ ବେଶ ସମାରୋହରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ହୋଇଯାଇଛି। ଅଟଳା କୋଟକଣା ଗ୍ରାମରେ ନିର୍ମିତ ୩ଟି ରଥକୁ ଶ୍ରଦ୍ଧାଳୁମାନେ ଟାଣି ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ। ସେହିପରି ପତିତପାବନ ବାନା ଗୋସାଇଁଙ୍କ ରଥକୁ ବେଣୁପୁର ପତି ସାହିରୁ ଟଣାଯାଇ ଖୁଣ୍ଟିଆ ସାହି ପର୍ଯ୍ୟନ୍ତ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri