ତାରାତାରିଣୀ ହୋଟେଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ମଞ୍ଚେଶ୍ୱର ଥାନା ନିକଟରେ ଥିବା ତାରାତାରିଣୀ ହୋଟେଲରେ ଶୁକ୍ରବାର ହଠାତ୍‌ ନିଆଁ ଲାଗିଯାଇଥିଲା। ତେବେ ଅଗ୍ନିଶମ ବିଭାଗ ଆସିବା ପୂର୍ବରୁ ପୋଲିସ ଓ ହୋଟେଲ କର୍ମଚାରୀଙ୍କ ମିଳିତ ଉଦ୍ୟମ ଯୋଗୁ ଏକ ବଡ଼ ବିପଦ ଟଳିଯାଇଥିଲା।
ସୂଚନା ମୁତବାକ, ସନ୍ଧ୍ୟା ପ୍ରାୟ ୬ଟା ବେଳେ ରୋଷେଇ ପାଇଁ ଆଞ୍ଚ ଲାଗିଥିଲା। ଆଞ୍ଚ ନିକଟରେ ଥିବା ଗରମ ତେଲ କଢ଼େଇରେ ହଠାତ୍‌ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଉଠିଥିଲା। ନିଆଁ ଚିମିନି ପାଇପ୍‌ ଦେଇ ଉପରକୁ ଉଠିଯାଇଥିଲା। ହୋଟେଲ ସିଲିଂ ଓ ହୋର୍ଡିଂ ଜଳିବା ଆରମ୍ଭ କରିଥିଲା। ହୋଟେଲର ଉପର ମହଲାରେ ଲଜ୍‌ ରହିଛି। ନିଆଁ ଓ ଧୂଆଁ ଦେଖି ସେଠାରେ ରହୁଥିବା ଲୋକେ ଭୟରେ ଦୌଡ଼ି ପଳାଇ ଆସିଥିଲେ। ସେହିଭଳି ହୋଟେଲ ଭିତରେ ଧୂଆଁମୟ ହୋଇଯାଇଥିବାବେଳେ ନିଆଁ ମଧ୍ୟ ଧୀରେ ଧୀରେ ବ୍ୟାପିଥିଲା। ହୋଟେଲରେ ଥିବା ଲୋକେ ଓ କର୍ମଚାରୀମାନେ ମଧ୍ୟ ବାହାରକୁ ପଳାଇ ଆସିଥିଲେ। ନିଆଁ ଲାଗିଥିବା ପ୍ରଚାରିତ ହୋଇଯିବା ପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। ଫଳରେ ହୋଟେଲ ସମ୍ମୁଖ ମଞ୍ଚେଶ୍ୱର ପ୍ରବେଶ ପଥ ଓ ଜାତୀୟ ରାଜପଥରେ ମଧ୍ୟ ଟ୍ରାଫିକ ଜାମ ହୋଇଯାଇଥିଲା। ମଞ୍ଚେଶ୍ୱର ଥାନା ଅଧିକାରୀ ଯତୀନ୍ଦ୍ର ନାଥ ସେଠୀ ପହଞ୍ଚତ୍ ପ୍ରଥମେ ହୋଟେଲରୁ ବିଦ୍ୟୁତ୍‌ ସଂଯୋଗକୁ ବିଚ୍ଛିନ୍ନ କରିବା ପରେ ରାସ୍ତା ଜାମ୍‌ ହଟାଇଥିଲେ। ତୁରନ୍ତ ହୋଟେଲ କର୍ମଚାରୀଙ୍କ ସହ ମିଶି ମଞ୍ଚେଶ୍ୱର ଥାନା ପୋଲିସ ନିଆଁ ଲିଭା କାର୍ଯ୍ୟରେ ଲାଗି ପଡ଼ିଥିଲେ। ଥାନାରେ କାର୍ଯ୍ୟରତ ଏସ୍‌ଏସ୍‌ବି ଫୋର୍ସ ବି.ଏନ୍‌. ବିଶ୍ୱାଳ ସାହସର ସହ ହୋଟେଲ ଉପରକୁ ଚଢ଼ିଯାଇ ନିଆଁ ବ୍ୟାପୁଥିବା ସ୍ଥାନକୁ ପ୍ରଥମେ ପାଇପ୍‌ ଯୋଗେ ପାଣି ପକାଇଥିଲେ। ଏଥିସହ ୨ ହୋଟେଲ କର୍ମଚାରୀଙ୍କ ସହ ମିଶି ନିଆଁ ଧରୁଥିବା ହୋର୍ଡିଂ ଓ ଅଦରକାରୀ କାଠପଟା ବୋର୍ଡକୁ ତଳକୁ ଫୋପାଡ଼ି ଦେଇଥିଲେ। ପ୍ରାୟ ୨୦ ମିନିଟ୍‌ର ଅପରେଶନ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ସନ୍ଧ୍ୟା ୬ଟା ୨୫ରେ କଳ୍ପନା ଅଗ୍ନିଶମ କେନ୍ଦ୍ରର କର୍ମଚାରମାନେ ପହଞ୍ଚତ୍ ଯାଞ୍ଚ ପରେ ପାଣି ପକାଇ ନିଆଁକୁ ସମ୍ପୂର୍ଣ୍ଣ ଲିଭାଇଥିଲେ। ହୋଟେଲର କିଛି ଅଂଶ ପୋଡ଼ି ଯାଇଥିବାବେଳେ ରୋଷେଇ ସରଞ୍ଜାମ, ଚିମିନି ଓ ଅନ୍ୟ କିଛି ଆସବାବପତ୍ର ଜଳିଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri