Posted inଜାତୀୟ

ରାଜଧାନୀରେ ଖବରଦାତାଙ୍କୁ ଗୁଳି

ନୂଆଦିଲ୍ଲୀ,୨୩।୬: ରାଜଧାନୀ ଦିଲ୍ଲୀର ବସୁନ୍ଧରା ଏନକ୍ଲେଭ ନିକଟରେ ମିତାଲି ଚନ୍ଦୋଲା ନାମକ ଜଣେ ଖବରଦାତାଙ୍କୁ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଗୁଳି କରିଥିବା ସୂଚନା ମିଳିଛି। ଏହାସହ ତାଙ୍କ କାର୍‌ ଉପରକୁ ଅଣ୍ଡାମାଡ ମଧ୍ୟ କରାଯାଇଛି। ଗୁଳିମାଡ ପରେ ଆହତ ହୋଇଥିବା ମିତାଲି ବର୍ତ୍ତମାନ ବିପଦମୁକ୍ତ ଥିବା ଜଣାପଡିଛି। ସୂଚନାଯୋଗ୍ୟ, ନଏଡାରେ ରହୁଥିବା ମିତାଲି ଶନିବାର ରାତି ପ୍ରାୟ ୧୨ଟା ୩୦ରେ ନିଜ କାର୍‌ ଯୋଗେ ଘରକୁ ଫେରୁଥିବା ବେଳେ ଅନ୍ୟଏକ କାରରେ କେତେଜଣ ଦୁର୍ବୁତ୍ତ ଆସି ତାଙ୍କୁ ଗୁଳି କରିଥିଲେ। ହେଲେ ଗୁଳିଟି ତାଙ୍କ ହାତରେ ବାଜି ଥିବାରୁ ସେ ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ପୋଲିସ ଘଟଣାର ତଦନ୍ତ କରିବା ବେଳେ ମିତାଲି କହିଛନ୍ତି କି ତାଙ୍କର ଘର ଲୋକଙ୍କ ସହ ସମ୍ପର୍କ ଭଲ ନାହିଁ। ତେଣୁ ଏହି ଘଟଣା ପଛରେ କାହାର ହାତ ରହିଛି ତାକୁ ନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର; ଜୈଶ ଆତଙ୍କବାଦୀ ଗିରଫ

କୋଲକାତା,୩୧।୭: ପଶ୍ଚିମବଙ୍ଗର ସ୍ପେଶାଲ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ (JeM) ସହିତ ଜଡିତ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କୁ ହମିମ ମଣ୍ଡଳ ଭାବରେ…

ସ୍ତ୍ରୀଙ୍କୁ ଛାଡ଼ିବା ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଲେ ଓମାର ଅବଦୁଲ୍ଲା: ଆଗକୁ…

ଶ୍ରୀନଗର,୩୧।୭: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଖୁବଶୀଘ୍ର ତାଙ୍କ ପତ୍ନୀ ପାୟଲ ଅବଦୁଲ୍ଲାଙ୍କଠାରୁ ଛାଡପତ୍ର ନେବାକୁ ଯାଉଛନ୍ତି। ଏନେଇ ସେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ…

ଭାରତ ସହ ମିଶି ବାଂଲାଦେଶ-ରୁଷିଆ ନେଲା ବଡ଼ ନିଷ୍ପତ୍ତି, ଆମେରିକା ହୋଇଗଲା କାବା!

ନୂଆଦିଲ୍ଲୀ,୩୧।୭: ରୁଷ୍‌ର ପୁଟିନ୍ ସରକାର ବାଂଲାଦେଶକୁ ଭାରତୀୟ ଟଙ୍କା (INR)ରେ ବ୍ୟାପାରିକ ନେଣଦେଣ ଏବଂ ଋଣ ପରିଶୋଧ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ଅଧୀନରେ ବାଂଲାଦେଶରେ…

Odisha Floods: ବନ୍ୟାଜଳ ହ୍ରାସ ପରେ ଶହ ଶହ ଏକର ଜମିରେ ବାଲିଚର, କ୍ଷତିପୂରଣ ଦାବି କଲେ ଚାଷୀ

କେସିଙ୍ଗା,୩୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଲଗାଣ ଲଘୁଚାପଜନିତ ବର୍ଷାରେ ଶହ ଶହ ଏକର ଜମିରେ ଜଳମଗ୍ନ ହୋଇଥିଲା। ଗତ ରାତ୍ରିରୁ ପାଣି କମି ଯିବାରୁ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଲେ ଭୋଗଲେ

ନୂଆଦିଲ୍ଲୀ,୩୧।୭: ଆଗାମୀ ଦୁଲୀପ ଟ୍ରଫି 2026-27 ଘରୋଇ ସିଜିନ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରି ପୂର୍ବ ଜୋନ ଚୟନକର୍ତ୍ତାମାନେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।…

odisha floods: ପାଣି ଘେରରେ କେନ୍ଦ୍ରାପଡ଼ାର ୭ ବ୍ଲକ

କେନ୍ଦ୍ରାପଡ଼ା,୩୧।୭: କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର ଆୟର ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଜିଲାର ୭ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜିଲାପାଳ ଗଣମାଧ୍ୟମ…

ଟ୍ରେନ୍‌ରେ ଅଧିକ ସାମଗ୍ରୀ ନେବା ହେଲା ସହଜ! କନ୍‌ଫର୍ମ ଟିକେଟ୍‌ରେ ଆରମ୍ଭ ହେଲା ଅନ୍‌ଲାଇନ୍ ଲଗେଜ୍ ବୁକିଂ

ନୂଆଦିଲ୍ଲୀ,୩୧।୭: ଭାରତୀୟ ରେଳ ୩୧ ଜୁଲାଇରୁ କନ୍‌ଫର୍ମ ଟ୍ରେନ୍ ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଜିନିଷପତ୍ର (ପର୍ସନାଲ ଲଗେଜ୍)ର ଅନ୍‌ଲାଇନ୍ ବୁକିଂ ଆରମ୍ଭ କରିବାକୁ ଯାଉଛି।…

ବଡ଼ ଘୋଷଣା କଲେ ଅଭିଜିତ ଦୀପକେ! ରାଜନୀତିକୁ ଆସିବା ନେଇ… ପଡିଗଲା ଚହଳ

ନୂଆଦିଲ୍ଲୀ,୩୧।୭: ‘କକ୍ରୋଚ ଜନତା ପାର୍ଟି’ (CJP) ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏକ ସାକ୍ଷାତକାରରେ ନିଟ (NEET) ପ୍ରଶ୍ନପତ୍ରଲିକ ସଂଶୋଧନ ବିଲ, ଛାତ୍ର ଆନ୍ଦୋଳନ ଏବଂ ସରକାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri