ରାଇଜିନ୍‌ ଟେକ୍‌ ସଫ୍ଟୱେୟାର କମ୍ପାନୀରୁ ୮ ଲକ୍ଷ ଠକେଇ: ନୀଳଗିରିରେ ପହଞ୍ଚିଲେ କମ୍ପାନୀ ଅଧିକାରୀ

ସଜନାଗଡ଼, ୨୯।୯(ଡି.ଏନ.ଏ.)-ନୀଳଗିରି ବ୍ଲକ ଅଞ୍ଚଳର ୫ଜଣ ଯୁବକ ଦିଲ୍ଲୀର ଏକ ସଫ୍ଟୱେୟାର କମ୍ପାନୀରୁ ୮ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡପ କରି ପଳାଇ ଆସିଥିବା ଶୁଣିବାକୁ ମିଳିଛି। କମ୍ପାନୀ ପକ୍ଷରୁ ଅଧିକାରୀମାନେ ରବିବାର ନୀଳଗିରି ଆସି ବରହମପୁର ପୋଲିସ ସହାୟତାରେ ମାଟିଆଳି ଗ୍ରାମକୁ ଯାଇଛନ୍ତି। ଏହି ଯୁବକମାନେ ଅନଲାଇନ ମାଧ୍ୟମରେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ଦେଣନେଣ କରୁଥିବାବେଳେ କମ୍ପାନୀର କମିଶନ ଅର୍ଥକୁ ହଡ଼ପ କରିଥିବା ଅଭିଯୋଗ ହୋଇଛି। ପୋଲିସ ଉକ୍ତ ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ ଆରମ୍ଭ କରିଛି।
ନୀଳଗିରି ବ୍ଲକ ମାଟିଆଳି ଗ୍ରାମର ୫ଜଣ ଯୁବକ ଦିଲ୍ଲୀସ୍ଥିତ ରାଇଜିନ୍‌ ଟେକ୍‌ ପ୍ରାଇଭେଟ୍‌ କମ୍ପାନୀରେ ନିଜର ସମସ୍ତ ତଥ୍ୟଗତ ପ୍ରମାଣପତ୍ର ଦେଇ ଉକ୍ତ କମ୍ପାନୀର ରିଟେଲର ହୋଇଥିଲେ। ସେଥିପାଇଁ କମ୍ପାନୀ ପକ୍ଷରୁ ଏମାନଙ୍କୁ ଏକ ଆଇଡି ମଧ୍ୟ ମିଳିଥିଲା। ଏହି କମ୍ପାନୀରେ ମୁଖ୍ୟତଃ ଟଙ୍କା ନେଣଦେଣ କାରବାର କରାଯାଇଥାଏ। ଏଥିପାଇଁ କମ୍ପାନୀ ରିଟେଲରଙ୍କୁ ”ପ୍ଲେନେଟ୍‌ ସି ଆପ“ ଅନଲାଇନ୍‌ ମାଧ୍ୟମରେ ଦେଣନେଣ ପାଇଁ ଦେଇଥାଏ। ମନି ଟ୍ରାନ୍‌ସଫର କଲେ ଗ୍ରାହକ ଯାହା ନିକଟକୁ ଟଙ୍କା ପଠାଇଥାଏ ତାଙ୍କ ଆକାଉଣ୍ଟକୁ ୧ ଟଙ୍କା କମିଶନ ଯାଉଥିବାବେଳେ କମ୍ପାନୀ ଆକାଉଣ୍ଟକୁ ୨ ଟଙ୍କା କମିଶନ ଆସିବା କଥା। ଉକ୍ତ ଲାଇନ୍‌କୁ ବ୍ଲକ କରି ସମସ୍ତ କମିଶନ ରିଟେଲର ଆକାଉଣ୍ଟକୁ ପଳାଇ ଆସୁଥିଲା। ଏକ ସପ୍ତାହ ଭିତରେ ଏମାନଙ୍କୁ ଆକାଉଣ୍ଟକୁ ୮ ଲକ୍ଷରୁ ଅଧିକ ଟଙ୍କା ଆସିଥିବା କମ୍ପାନୀ ଜାଣିପାରିଥିଲା। ଏହାର ଖୋଳତାଡ ଲାଗି ଅଧିକାରୀମାନେ ସ୍ଥାନୀୟ ପୋଲିସର ସହାୟତା ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri