ରବିବାର ସ୍କୁଲ, ସୋମବାର ଛୁଟି: ଦେଓଗାଁର ୨୭ ସ୍କୁଲରେ ଚାଲିଛି ଏଭଳି ବ୍ୟବସ୍ଥା

ଆନନ୍ଦପୁର, ୬।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅଧୀନ ଦେଓଗାଁ ପାଲଟିଛି ବିରଳ ଉଦାହରଣ। ଦେଓଗାଁ ସର୍କଲର ୨୭ଟି ପ୍ରାଥମିକ ବିଦ୍ୟାଳୟ ରବିବାର ଖୋଲା ରହୁଥିବା ବେଳେ ସୋମବାର ଏହା ବନ୍ଦ ରୁହେ। ତେବେ ଏହା କୌଣସି ଜୋରଜବରଦସ୍ତ ଭାବେ ନୁହେଁ ବରଂ ବିଭାଗୀୟ ନିୟମ ଅନୁଯାୟୀ  କାର୍ଯ୍ୟକାରୀ ହେଉଛି। ରାଜ୍ୟର ସମସ୍ତ ବିଦ୍ୟାଳୟଗୁଡିକ ରବିବାର ସାପ୍ତାହିକ ଛୁଟି ରହୁଥିବାବେଳେ ଏଠାରେ କିନ୍ତୁ ସୋମବାରକୁ ସାପ୍ତାହିକ ଛୁଟି ଭାବେ କାର୍ଯ୍ୟକାରୀ କରାଯାଉଛି। ଏହି ବ୍ୟତିକ୍ରମର ଦୁଇଟି କାରଣ ରହିଛି। ଗୋଟିଏ ହେଉଛି କୁଶଳେଶ୍ୱର ମହାଦେବଙ୍କ ଆଧିପତ୍ୟ, ଅନ୍ୟଟି ସାପ୍ତାହିକ ହାଟ। ୧୯୯୧ ମସିହାରୁ ଏହି ପରମ୍ପରା ଚାଲିଆସୁଥିଲେ ବି ଏହା ଆଉ ପରିବର୍ତ୍ତନ ହୋଇନି।
ରାଜ୍ୟ ସରକାରଙ୍କ ଶିକ୍ଷାବିଭାଗ ଚିଠି ନଂ. ୩୮୮୫୩/୨୧.୮.୧୯୯୧ ଅନୁଯାୟୀ, ସେତେବେଳେ ଦେଓଗାଁ ସର୍କଲରେ ରହିଥିବା ୪୨ଟି ପ୍ରାଥମିକ ବିଦ୍ୟାଳୟରେ ସୋମବାର ସାପ୍ତାହିକ ଛୁଟି ଭାବେ କାର୍ଯ୍ୟକାରୀ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି। ସ୍କୁଲରେ ପାଠ ପଢୁଥିବା ଛାତ୍ରୀଛାତ୍ର ବି ଏହି ପରମ୍ପରାରେ ନିଜକୁ ସାମିଲ କରିସାରିଲେଣି। ସେତେବେଳର ଦେଓଗାଁ ସର୍କଲ କାଳକ୍ରମେ ଭାଗ ହୋଇ ଦେଓଗାଁ, ଭଣ୍ଡାରିଡିହା, କେଶଦୁରାପାଳ ତିନି ଗୋଟି ସର୍କଲରେ ପରିଣତ ହୋଇଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ଦେଓଗାଁ ଓ କେଶଦୁରାପାଳ ସର୍କଲରେ ଥିବା ୨୭ଟି ପ୍ରାଥମିକ ବିଦ୍ୟାଳୟରେ ଏହି ନିୟମ ଚାଲୁ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri