ରଟିଣା ସରକାରୀ ଜମିରୁ ମୋରମ ଲୁଟ୍‌:ମାସେ ଧରି ଚାଲିଛି, ଟେର୍‌ ପାଉନାହାନ୍ତି ଅଧିକାରୀ

ଖଇରା, ୨।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ବର୍ତ୍ତନା ରାଜସ୍ବ କ୍ଷେତ୍ର ଅଧୀନ ବାଲିଗଡ଼ ଦଖଲରେ ଥିବା ସରକାରୀ ଜମିରୁ ଲକ୍ଷ ଲକ୍ଷ ଟଙ୍କାର ମୋରମ ଲୁଟ୍‌ ଚାଲିଛି। ଆନୁମାନିକ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ମାଫିଆମାନେ ଏହି ଲୁଟ୍‌ରେ ସାମିଲ ହେବା ଏବଂ ରାଜସ୍ବ ଅଧିକାରୀମାନେ ଜାଣି ନ ପାରିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ରଟିଣା ଗ୍ରାମ ନିକଟସ୍ଥ ବିଭିନ୍ନ ସରକାରୀ ଜମିରେ ଅନୁସୂଚିତ ଜନଜାତିର ବ୍ୟକ୍ତିମାନେ କିଛି ଜାଗା ଦଖଲ କରି ବସବାସ କରୁଛନ୍ତି। କେତେକ ମୋରମ୍‌ ମାଫିଆ ଏହି ପଥୁରିଆ ଅଞ୍ଚଳରେ ମୋରମ୍‌ ଗଚ୍ଛିତ ଥିବା ଜାଣି ଏହା ଉପରେ ଆଖି ପକାଇଥିଲେ। ଆଦିବାସୀ ପରିବାରଗୁଡ଼ିକୁ କିଛି ଅର୍ଥ ପ୍ରଲୋଭନ ଦେଖାଇ ଏହାକୁ ଖୋଳି ବିକ୍ରି କରିବା ଆରମ୍ଭ କରିଥିଲେ। ରାମପୁର କେନାଲ ରାସ୍ତା ଓ କୁପାରୀ କେନାଲ ଦେଇ ରାଣୀତାଲ-କୁପାରୀ ରାସ୍ତାରେ ରାତିଅଧିଆ ହଜାର ହଜାର ଟ୍ରିପ୍‌ ମୋରମ୍‌ ଓଡ଼ିଶାର ବିଭିନ୍ନ ପ୍ରାନ୍ତକୁ ଚାଲାଣ କରାଯାଉଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏକମାସ ଧରି ଏଭଳି ବେଆଇନ କାର୍ଯ୍ୟ ଚାଲିଥିବା ବେଳେ କୌଣସି ଅଧିକାରୀ ଉକ୍ତ ଅଞ୍ଚଳକୁ ଗସ୍ତ କରିନାହାନ୍ତି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହଁି। ବିଶେଷ କରି ଗଡ଼ସାହି ଓ କଣାସଗଡ଼ିଆ ଅଞ୍ଚଳରେ ବ୍ୟାପକ ଉତ୍ତେଜନା ଚାଲିଛି। ରାସ୍ତାଘାଟ ନଷ୍ଟ ହେବା ସହ ଏକ ପୋଲ ଭାଙ୍ଗି ଯାଇଥିବା ଯୋଗୁ ବ୍ୟାପକ ଜନଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦ କରି ସ୍ଥାନୀୟ ଗ୍ରାମବାସୀ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି।
ଏ ସମ୍ପର୍କରେ ତହସିଲଦାର ପ୍ରଦୀପ କୁମାର ସାହୁଙ୍କ ମତାମତ ନେବାରେ ଶ୍ରୀଧର ସାହୁ ନାମ୍ନୀ ଜଣେ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ମୋରମ ଖେଳିବାକୁ ଅନୁମତି ଦିଆଯାଇଥିଲା। ହେଲେ ୧ମାସ ଧରି ଏଭଳି କାର୍ଯ୍ୟ ଚାଲିବା ବିଷୟ ତାଙ୍କୁ କେହି ଜଣାଇ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri