ରଜ ମଉଜରେ ଖାଁ ଖାଁ ସୀତାବିଞ୍ଜ

ଢେଙ୍କିକୋଟ, ୧୫।୬(ଡି.ଏନ.ଏ.)-କେନ୍ଦୁଝର ଜିଲାର ଗଣପର୍ବ ହେଉଛି ରଜପର୍ବ। ମାତ୍ର ଚଳିତବର୍ଷ କରୋନା ଭାଇରସ୍‌ ସଂକ୍ରମଣ ପାଇଁ ରଜପର୍ବ ପାଳନରେ କଟକଣା କରାଯାଇଛି। ଜିଲାରେ ଫିକା ପଡ଼ିଛି ରଜ ମଉଜ। ନା ଅଛି ଦୋଳି, ନା ସଜବାଜ। ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହି ମହାମାରୀ ପାଇଁ ଭୟଭୀତ। ଜିଲାର ଘଟଗାଁ ବ୍ଲକ ମନୋହରପୁର ପଞ୍ଚାୟତ ସୀତାବିଞ୍ଜଠାରେ ଥିବା ପୌରାଣିକ ପୀଠରେ ରଜ ସଂକ୍ରାନ୍ତିଠାରୁ ୩ଦିନ ଧରି ସୀତା ନଦୀ କୂଳରେ ରଜମେଳ ବସିଥାଏ। ଜିଲା ତଥା ଜିଲା ବାହାରୁ ଲକ୍ଷାଧିକ ଭକ୍ତଙ୍କର ଏହି ସୀତା ଠାକୁରାଣୀଙ୍କ ପୀଠକୁ ସମାଗମ ହୋଇଥାଏ। ଆଖପାଖ ଗ୍ରାମର ଚଲାପଥ ଦେଇ ଯାଉଥିବା ଭକ୍ତମାନେ ଦୋଳି ଗୀତ ଗାଇ ମେଳା ବୁଲିବା ପାଇଁ ଯାଇଥାନ୍ତି। ତିନି ଦିନ ଧରି ଏହି ପୀଠରେ ଗହଳି ଲାଗି ରହିଥାଏ। କିନ୍ତୁ ଚଳିତବର୍ଷ ସବୁ ଏକପ୍ରକାର ବନ୍ଦ ହୋଇଯାଇଛି। କଥାକଥିତ ଅଛି ସୀତା ନଦୀରେ ବୁଡ଼ ପକାଇ ସେଠାରେ ଥବା ମାତା ସୀତା ଏବଂ ତାଙ୍କ ଜମଜ ପୁତ୍ର ଲବକୁଶଙ୍କ ଦର୍ଶନ କରିଲେ ପୂର୍ବ ପୁରୁଷଙ୍କ ଆତ୍ମା ସଦ୍‌ଗତି ହେବା ସହ ଅପୁତ୍ରିକ ନାରୀ ପୁତ୍ରବତୀ ହୋଇଥାଏ। କିନ୍ତୁ ଏସବୁକୁ ଚଳିତବର୍ଷ ନିଷଧ କରିବା ପାଇଁ ସୀତା ଠାକୁରାଣୀ ଟ୍ରଷ୍ଟିର ସମସ୍ତ ସେଦସ୍ୟ ନିଷ୍ପତ୍ତି ନେଇଛନ୍ତି। ଯେପରି ମନ୍ଦିରକୁ କେହି ନ ଆସନ୍ତି ସେଥିପ୍ରତି ସ୍ବତନ୍ତର ଟିମ୍‌ ଗଠନ କରାଯାଇଥିବା ଟ୍ରଷ୍ଟିର ସଭାପତି ଦୁଃଶାସନ ନାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri