ରଘୁନାଥପୁର ପଞ୍ଚାୟତ ସମିତି: ହୋହଲ୍ଲା, ଚେୟାର ଫୋପଡ଼ା ଫୋପଡ଼ିରେ ସରିଲା ବୈଠକ

ରଘୁନାଥପୁର, ୧୦।୧ (ଡି.ଏନ୍‌.ଏ.)-ରଘୁନାଥପୁର ପଞ୍ଚାୟତ ସମିତିର ୫ମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଦୁଇଗୋଷ୍ଠୀ ମଧ୍ୟରେ କଟାକଟା, ହୋହଲ୍ଲା ଓ ବୈଠକ ଗୃହରେ ଚେୟାର ଫୋପଡ଼ା ଫୋପଡ଼ିରେ ବୈଠକ ଶେଷ ହୋଇଛି। ଅଧ୍ୟକ୍ଷା ସ୍ବପ୍ନାସରିତା ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଅତିଥି ଭାବେ ମଞ୍ଚାସୀନ ଥିଲେ। ତେବେ ବୈଠକ ସମ୍ପର୍କରେ ଜନ ପ୍ରତିନିଧିଙ୍କୁ ଚିଠି କରାଯାଇ ନ ଥିବା ନେଇ ଗୃହରେ ବିବାଦ ଆରମ୍ଭ ହୋଇଥିଲା। ଜଗନ୍ନାଥପୁର ସରପଞ୍ଚ ପୁଷ୍ପଲତା ସୁତାର ଏହି ଅଭିଯୋଗ ଉଠାଇଥିବା ବେଳେ ସରପଞ୍ଚ ଶୁଭ୍ରାନ୍ତ ସ୍ବାଇଁ, ସରପଞ୍ଚ ସୂର୍ଯ୍ୟନାରାୟଣ ନାୟକ ଓ ସମିତିସଭ୍ୟ ସରାଜ ଦାଶ ପ୍ରମୁଖ ଏହାର କୈଫୟତ ରଖିବାକୁ ଦାବି କରି ହୋହଲ୍ଲା କରିଥିଲେ। ଏହା ସଙ୍ଗୀନ ସମସ୍ୟା ନୁହେଁ ବୋଲି ଜଗନ୍ନାଥପୁର ସମିତିସଭ୍ୟ ମେହେବୁବ୍‌ ବେଗ୍‌ କହିବା ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଜଣେ ଲୋକପ୍ରତିନିଧି ଏକ ଚେୟାର ଫୋପାଡ଼ି ଦେବାରୁ ତାହା ଜଣେ କୃଷି ଅଧିକାରୀଙ୍କ ଦେହରେ ବାଜିଥିଲା। ବିବାଦ ବଢ଼ି ଚାଲିଥିବା ବେଳେ ଜିଲା ପରିଷଦ ସଭ୍ୟା ଡେଜାଲିନ ମହାପାତ୍ର ସଭାଗୃହରେ ପହଞ୍ଚତ୍ ବୈଠକ ସମ୍ପର୍କରେ ତାଙ୍କୁ କାହିଁକି ଚିଠି କରାଗଲା ନାହିଁ ବୋଲି ପ୍ରଶ୍ନ କରିଥିଲେ। ଏହାପରେ ଉଭୟ ବଚସା ବଢ଼ି ଚାଲିବାରୁ ବିଧାୟକ ଦାସ ଏହାର ସମାଧାନ କରି ଜିଲା ପରିଷଦ ସଭ୍ୟା ମହାପାତ୍ରଙ୍କୁ ମଞ୍ଚ ଉପରକୁ ଡାକିଥିଲେ। ଗୋଟିଏ ଗୋଷ୍ଠୀ ପକ୍ଷରୁ ଆଲୋଚନା ପାଇଁ ଚେଷ୍ଟା ଚାଲିଥିବା ବେଳେ ଅନ୍ୟ ଏକ ଗେଷ୍ଠୀ ବୈଠକକୁ ବନ୍ଦ ରଖିବାକୁ ଦାବି କରିଥିଲେ। ଆଗାମୀ ଦିନରେ ବିଧାୟକ ଦାସ ସମସ୍ତ ଜନ ପ୍ରତିନିଧିଙ୍କୁ ଡାକି ମିଟିଂ କରିବା ପରେ ଆଉ ଥରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହେବ ବୋଲି ଜିଦ୍‌ ଧରିଥିଲେ। ଏହାପରେ ଜନ ପ୍ରତିନିଧିଙ୍କୁ କାହିଁକି ଡକା ଯାଇ ନ ଥିଲା ସେ ନେଇ ବିଡିଓ ଓ ବ୍ଲକ ଅଧ୍ୟକ୍ଷାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।ଯାହା ଉଭୟଙ୍କ ପାରିବା ପଣଇଆକୁ ପଦାରେ ପକାଇଥିଲା। ତେବେ ଏସ୍‌ଡିପଓ ଦୀପକ ରଞ୍ଜନା ଜେନା ଓ ଆଇଆଇସି ବବିତା ଦଳାଇ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ମିଶି ପରିସ୍ଥିତିକୁ ଆୟତ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୧ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୧ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

କଂଗ୍ରେସ ସହ ବିଲୟ ହେବ କି NCP-SP: ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ପୁଣେ,୨।୭: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଶରଦ ପାୱାର କଂଗ୍ରେସ ସହିତ NCP-SP ର ମିଶ୍ରଣ ସମ୍ପର୍କରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୧ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri