Posted inଖେଳ

ରକ୍ଷଣଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ: ସବିତା

ବେଙ୍ଗାଲୁରୁ, ୮।୮- ଚଳିତମାସ ୧୭ରୁ ୨୧ ପର୍ଯ୍ୟନ୍ତ ଜାପାନର ଟୋକିଓଠାରେ ହେବାକୁଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକି ଟୁର୍ନାମେଣ୍ଟ ପାଇଁ ଭାରତୀୟ ସିନିୟର ମହିଳା ଓ ପୁରୁଷ ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ରକ୍ଷଣଭାଗ ଦୃଢ଼ ହେଲେ ଆଗାମୀ ଟୁର୍ନାମେଣ୍ଟରେ ବିଶ୍ୱର ୨ ନମ୍ବର ଦଳ ଅଷ୍ଟ୍ରେଲିଆ, ୧୧ ନମ୍ବର ଚାଇନା ଓ ୧୪ ନମ୍ବର ଜାପାନକୁ ଭାରତ କଡ଼ା ଟକ୍କର ଦେଇ ପାରିବ ବୋଲି ଅନୁଭବ କରୁଛନ୍ତି ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ଗୋଲକିପର ସବିତା। ”ଆମ ଦଳରେ ଏକାଧିକ ପ୍ରତିଭାଧର ଖେଳାଳି ରହିଛନ୍ତି। ସେମାନେ ଦୀର୍ଘଦିନ ଧରି ସାଥିହୋଇ ଖେଳିବାଦ୍ୱାରା ପଡ଼ିଆ ଭିତରେ ଓ ବାହାରେ ପରସ୍ପରକୁ ଭଲଭାବେ ବୁଝିଛନ୍ତି। ଏହା ମ୍ୟାଚ ସମୟରେ ଦଳଗତଭାବେ ଅନେକ କାମ ଦେଇଥାଏ। ଆମେ ପରସ୍ପରର ଶକ୍ତି ଓ ଦୁର୍ବଳତାକୁ ଅନୁଭବ କରିଛୁ। ତେଣୁ ଦଳଗତ ପ୍ରଦର୍ଶନ କ୍ଷେତ୍ରରେ ଆମେ କଠିନ ସମୟରେ ଏକ ହୋଇ ପରସ୍ପରକୁ ସାହାଯ୍ୟ କରିଥାଉ“ ବୋଲି ୨୯ ବର୍ଷୀୟା ସବିତା ପ୍ରକାଶ କରିଛନ୍ତି।
ଆମେ ଖେଳିବାକୁଥିବା ଦଳ ଗୁଡ଼ିକ ମଧ୍ୟରେ ଅଷ୍ଟ୍ରେଲିଆ ସବୁଠାରୁ ଶକ୍ତିଶାଳୀ। ଗତବର୍ଷ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅବସରରେ ଆମେ ଏହି ଦଳକୁ ଭେଟିଥିଲୁ। ସେତେବେଳେ ଆମେ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ହେଁ ଏକମାତ୍ର ଗୋଲରେ ହାରି ଯାଇଥିଲୁ। ତେବେ ଆମେ ଆମର ପ୍ରଦର୍ଶନକୁ ନେଇ ଗର୍ବିତ ଥିଲୁ। ଏବେ ଆମକୁ ଦୃଢ଼ ରକ୍ଷଣଭାଗ ସହ ଖେଳିବାକୁ ହେବ। ବିଶେଷ କରି ଅଷ୍ଟ୍ରେଲିଆକୁ ସହଜ ସୁଯୋଗ ନ ଦେବା ଆମର ମୁଖ୍ୟ ଲକ୍ଷ୍ୟ ରହିବ। ଟୋକିଓ ଟୁର୍ନାମେଣ୍ଟରେ ଯେଉଁ ଦଳର ରକ୍ଷଣଭାଗ ଯେତେ ଦୃଢ଼ ହେବ ସେହି ଦଳର ବିଜୟ ସମ୍ଭାବନା ସେତେ ଅଧିକ ରହିବ ବୋଲି ସବିତା ଅନୁଭବ କରୁଥିବା କହିଛନ୍ତି। ଭାରତୀୟ ଦଳ ଆଗାମୀ ରବିବାର ଟୋକିଓ ଯାତ୍ରା କରିବା କାର୍ଯ୍ୟକ୍ରମ ରହିଛି। ୧୭ ତାରିଖରେ ଜାପାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ଦଳ ଅଭିଯାନ ଆରମ୍ଭ କରିବ। ଇତିହାସ ଦେଖିଲେ ଏହି ମ୍ୟାଚରେ ଜାପାନର ପଲା ଭାରି ରହିଛି। ଉଭୟ ଦଳ ମଧ୍ୟରେ ୬୫ଟି ମ୍ୟାଚ ଖେଳାଯାଇଥିବାବେଳେ ଜାପାନ ୩୫ଟି ମ୍ୟାଚରେ ବିଜୟୀ ହୋଇଛି। ସେହି ତୁଳନାରେ ଦେଖିବାକୁ ଗଲେ ଭାରତ ମାତ୍ର ୧୫ ମ୍ୟାଚ ଜିତିବାକୁ ସକ୍ଷମ ହୋଇଛି। ଗତ ୧୦ଟି ମ୍ୟାଚକୁ ବିଚାରକୁ ନେଲେ ଜାପାନ ୪ ଓ ଭାରତ ୩ ମ୍ୟାଚ ଜିତିଥିବାବେଳେ ଅବଶିଷ୍ଟ ୩ ମ୍ୟାଚ ଡ୍ର ରହିଛି।
”ହିରୋସିମାରେ ଅନୁଷ୍ଠିତ ଏଫଆଇଏଚ୍‌ ମହିଳା ସିରିଜ ଫାଇନାଲ୍ସ ଜିତିବାଦ୍ୱାରା ଖେଳାଳିଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବଡ଼ ଦଳକୁ ହରାଇବା ସହ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଆଶା ବଢ଼ିଛି। ଗତ କିଛିବର୍ଷ ଧରି ମହିଳା ଦଳ ଅନେକ ମ୍ୟାଚ ଖେଳିବା ସୁଯୋଗ ପାଇଥିଲା। ମାତ୍ର ଆଶାନୁରୂପ ସଫଳତା ମିଳି ନ ଥିଲା। ମାତ୍ର ଏବେ ଆଶାତୀତଭାବେ ଦଳୀୟ ପ୍ରଦର୍ଶନରେ ଉନ୍ନତି ଘଟିଛି। ଏବେ ଆମେ ଅଷ୍ଟ୍ରେଲିଆର ସମକକ୍ଷ ବୋଲି ଅନୁଭବ କରୁଛୁ। ଏଫଆଇଏଚ୍‌ ମହିଳା ସିରିଜ ଫାଇନାଲ୍ସ ଜିତିବାସହ ଆମେ ବଡ଼ ମ୍ୟାଚରେ ବିଜୟୀ ହେବାର ଦକ୍ଷତା ରଖିଛୁ ବୋଲି ପ୍ରମାଣିତ କରିଛୁ। ସେତେବେଳେ ଆମେ ଜାପାନକୁ ଏହାର ଘରୋଇ ପରିବେଶରେ ୩-୧ ଗୋଲରେ ପରାସ୍ତ କରିଥିଲୁ। ଏହା ଏକ ବଡ଼ ଉପଲବ୍ଧି“ ବୋଲି ସବିତା କହିଛନ୍ତି। ଭାରତ ପକ୍ଷରୁ ୧୯୩ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଥିବା ଏହି ଗୋଲକିପର କହିଛନ୍ତି ଯେ, ଭାରତ ଏପରି ଏକ ଦଳରେ ପରିଣତ ହୋଇଛି ଯିଏକି ପରିସ୍ଥିତି ଅନୁସାରେ ଆକ୍ରମଣାତ୍ମକ କିମ୍ବା ରକ୍ଷଣାତ୍ମକ ଖେଳି ପାରିବ। ଜଣେ ଗୋଲକିପର ଭାବେ ମୁଁ ଆମ ରକ୍ଷଣଭାଗକୁ ଆବଶ୍ୟକ ପରାମର୍ଶ ଦେଇଥାଏ। ବିଶେଷ କରି ପ୍ରତିପକ୍ଷ ଦଳ ଯେପରି ପ୍ରଭାବ ବିସ୍ତାର କରି ନ ପାରିବ ତା’ ଉପରେ ମୁଁ ଧ୍ୟାନ ଦେଇଥାଏ। କଠିନ ପରିସ୍ଥିତିରେ ରକ୍ଷଣଭାଗ ଖେଳାଳିଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସବିତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

ଡୋପିଙ୍ଗ ମାମଲା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ଜୁଡୋକା ମାନ୍‌

ନୂଆଦିଲ୍ଲୀ,୨୪ା୭: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜୟିନୀ ଜୁଡୋକା ତୁଲିକା ମାନ୍‌ଙ୍କୁ ଚଳିତ ଗ୍ଲ୍‌ାସ୍‌ଗୋ ସଂସ୍କରଣରୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ୧୨ ମାସ ମଧ୍ୟରେ…

ଭାଇରାଲ ସେଲିବ୍ରେଶନକୁ ନେଇ ମୁହଁ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡ ଗସ୍ତର ବିଫଳତାକୁ ପଛରେ ପକାଇ, ବୈଭବ ସୂର୍ଯ୍ୟବଂଶୀ ଗୁରୁବାର ଜିମ୍ବାୱେ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳି ଅର୍ଦ୍ଧଶତକ ହାସଲ…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

୨ବର୍ଷ ପରେ ଦମଦାର ପ୍ରତ୍ୟାବର୍ତ୍ତନ, ପ୍ରଥମ ବଲ୍‌ରେ ୱିକେଟ୍ ନେଇ ଇତିହାସ ରଚିଲେ ମୟଙ୍କ

ନୂଆଦିଲ୍ଲୀ,୨୩।୭: ମୟଙ୍କ ଯାଦବ ଜିମ୍ବାୱେ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦୁଇ ବର୍ଷରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ତାଙ୍କର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri